FrontAccounting-2.4.7/C2/Journal-Entry-and-Balance-Sheet-in-FrontAccounting/Oriya

From Script | Spoken-Tutorial
Revision as of 19:20, 25 April 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 FrontAccounting ରେ Journal Entry and Balance sheet ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,

କିପରି ଗୋଟିଏ Journal Entry ପାସ୍ କରିବା

00:12 Balance Sheetରେ ପ୍ରତିଫଳନ ଦେଖିବା ଏବଂ ଗୋଟିଏ transactionକୁ Void କରିବା
00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,

Ubuntu Linux OS ଭର୍ସନ୍ 16.04

00:26 FrontAccounting ଭର୍ସନ୍ 2.4.7
00:30 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ,
00:37 ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ
00:40 ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ
00:46 ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍‌କୁ ଯାଆନ୍ତୁ
00:52 FrontAccounting ଇଣ୍ଟରଫେସ୍‌ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ
00:58 FrontAccounting ଇଣ୍ଟରଫେସ୍‌କୁ ଖୋଲନ୍ତୁ
01:02 browserକୁ ଯାଆନ୍ତୁ ଏବଂ localhost slash account ଟାଇପ୍ କରିବା ପରେ Enter ଦାବନ୍ତୁ
01:10 login ପେଜ୍ ଦୃଶ୍ୟମାନ ହେବ
01:12 ୟୁଜର୍ ନେମ୍ ପାଇଁ admin ଏବଂ password ଟାଇପ୍ କରନ୍ତୁ.

ତା’ପରେ Login ବଟନ୍‌ରେ କ୍ଲିକ୍ କରନ୍ତୁ

01:20 FrontAccounting ଇଣ୍ଟରଫେସ୍ ଖୋଲିଯିବ
01:23 ଗୋଟିଏ ବ୍ୟବସାୟରେ କିପରି capital ନିବେଶ କରାଯାଏ, ଆମେ ଜାଣିବା
01:27 Journal Entry ହେଉଛି, Rs. 5,00,000 ମୂଳଧନରେ ଆରମ୍ଭ ହେବାକୁ ଥିବା ଗୋଟିଏ ବ୍ୟବସାୟ
01:32 Cash account debit 5,00,000, To Capital Account 5,00,000 ଭାବେ Entry ହେବ

(ବ୍ୟବସାୟରେ କ୍ୟାପିଟଲ୍ ନିବେଶ ହୋଇଥିବା କାରଣରୁ)

01:41 ଆମେ ଏଥିପାଇଁ ଗୋଟିଏ Journal Entry ପାସ୍ କରିବା
01:45 Banking and General Ledger ଟାବ୍ ରେ ଏବଂ ପରେ Journal Entry ଲିଙ୍କରେ କ୍ଲିକ୍ କରନ୍ତୁ
01:52 Journal date ଫିଲ୍ଡରେ ଆଜିର ତାରିଖ ଡିଫଲ୍ଟ ଭାବେ ସେଟ୍ ହୋଇଥିବା ଆପଣ ଦେଖିପାରିବେ
01:57 transaction ପାଇଁ ଥିବା reference numberକୁ ମଧ୍ୟ ଆପଣ ଦେଖିପାରିବେ.

ଏହା auto-generated ଅଟେ

02:05 Account Description ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ ଏବଂ Cash ଚୟନ କରନ୍ତୁ
02:11 Debit ଟେକ୍ସଟ୍ ବକ୍ସରେ କ୍ଲିକ୍ କରନ୍ତୁ ଏବଂ ଆମାଉଣ୍ଟ ପାଇଁ Five lakhs ଟାଇପ୍ କରନ୍ତୁ
02:17 Debit entryକୁ ସେଭ୍ କରିବା ପାଇଁ ସେହି ଧାଡ଼ିରେ ଥିବା Add Item ବଟନ୍‌ରେ କ୍ଲିକ୍ କରନ୍ତୁ
02:23 ପୁନର୍ବାର Account Description ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ ଏବଂ Capital ଚୟନ କରନ୍ତୁ
02:30 ତା’ପରେ Credit ଟେକ୍ସଟ୍ ବକ୍ସରେ କ୍ଲିକ୍ କରନ୍ତୁ ଏବଂ ଆମାଉଣ୍ଟ ପାଇଁ Five lakhs ଟାଇପ୍ କରନ୍ତୁ
02:38 Credit entryକୁ ସେଭ୍ କରିବା ପାଇଁ ସେହି ଧାଡ଼ିରେ ଥିବା Add item ବଟନ୍‌ରେ କ୍ଲିକ୍ କରନ୍ତୁ
02:44 ବର୍ତ୍ତମାନ ଏହି Journal Entryର ନ୍ୟାରେଶନ୍ ପାଇଁ Memo ଫିଲ୍ଡରେ କ୍ଲିକ୍ କରନ୍ତୁ
02:49 ଏଠାରେ Being capital introduced in the business ଟାଇପ୍ କରନ୍ତୁ
02:54 Entryକୁ ସେଭ୍ କରିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Process Journal Entry ବଟନ୍‌ରେ କ୍ଲିକ୍ କରନ୍ତୁ
03:01 ଉପର ଭାଗରେ ଥିବା ମେସେଜ୍, Journal entry has been enteredକୁ ଆପଣ ଦେଖିପାରିବେ
03:07 ଆପଣ ଏହି ଅପ୍ସନ୍‌ଗୁଡ଼ିକୁ ମଧ୍ୟ ଦେଖିପାରିବେ: View this Journal Entry, Enter New Journal Entry
03:12 Add an Attachment ଓ Back
03:17 ଚାଲନ୍ତୁ ଏଗୁଡ଼ିକୁ ଗୋଟିକ ପରେ ଗୋଟିଏ ଜାଣିବା
03:20 View this Journal Entry ଲିଙ୍କରେ କ୍ଲିକ୍ କରନ୍ତୁ
03:24 ଗୋଟିଏ ନୂଆ popup ୱିଣ୍ଡୋ ଖୋଲିଯିବ
03:27 ଆମେ ବର୍ତ୍ତମାନ ଏଣ୍ଟର୍ କରିଥିବା General Ledger Transaction Detailsକୁ ଏହା ଦେଖାଇବ
03:33 ଭବିଷ୍ୟତରେ ଆମର ରେଫରେନ୍ସ ପାଇଁ ଏହି transactionର ଗୋଟିଏ ପ୍ରିଣ୍ଟ-ଆଉଟ୍ ବାହାର କରିବା ପାଇଁ Print ଲିଙ୍କ ଅଛି
03:39 ୱିଣ୍ଡୋକୁ ବନ୍ଦ କରିବା ପାଇଁ Close ଲିଙ୍କରେ କ୍ଲିକ୍ କରନ୍ତୁ
03:43 ବର୍ତ୍ତମାନ Enter New Journal Entry ବିକଳ୍ପରେ କ୍ଲିକ୍ କରନ୍ତୁ
03:48 ପରବର୍ତ୍ତୀ ନୂଆ Journal Entry ପାଇଁ ଗୋଟିଏ ନୂଆ ପେଜ୍ ଖୋଲିଯିବ
03:52 ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ନିମ୍ନଲିଖିତ ଆସାଇନମେଣ୍ଟ କରନ୍ତୁ
03:56 Goods Purchased for Rs 50,000 ପାଇଁ ଗୋଟିଏ Journal Entry ପାସ୍ କରନ୍ତୁ
04:01 Entryଟି ଏହିପରି ଅଟେ: Office furniture and Equipments Account debit

To cash Account for Rs 50,000

04:09 Memo: Purchased Office furniture and Equipments for Rs 50,000
04:15 Process the journal entryରେ କ୍ଲିକ୍ କରନ୍ତୁ
04:19 ବର୍ତ୍ତମାନ Add an Attachment ଲିଙ୍କରେ କ୍ଲିକ୍ କରନ୍ତୁ
04:23 ଆମେ Transaction, Description
04:27 ଓ Attached file fieldsକୁ ଦେଖିପାରିବା
04:31 ପାସ୍ କରାଯାଇଥିବା Journal entry ସମ୍ବନ୍ଧିତ କୌଣସି ଏକ ଦସ୍ତାବିଜକୁ ଆଟାଚ୍ କରିବା ପାଇଁ Attached file ଅଛି
04:38 ଗୋଟିଏ sample voucherକୁ ଆଟାଚ୍ କରନ୍ତୁ, ଯାହାକୁ ପୂର୍ବରୁ ତିଆରି କରାଯିବା ସହିତ ମୋ କମ୍ପ୍ୟୁଟର୍‌ରେ ସେଭ୍ କରାଯାଇଛି
04:44 Browse ବଟନ୍‌ରେ କ୍ଲିକ୍ କରନ୍ତୁ ଏବଂ ଫାଇଲ୍ ସେଭ୍ ହୋଇଥିବା ଫୋଲ୍ଡର୍‌କୁ ଲୋକେଟ୍ କରନ୍ତୁ
04:51 ମୋ Desktop ଫୋଲ୍ଡର୍‌ରେ ଥିବା Sample-Voucher.pdf ଫାଇଲ୍‌କୁ ମୁଁ ଚୟନ କରିବି
04:57 ବର୍ତ୍ତମାନ ଏଠାରେ ଥିବା ଫାଇଲ୍ ଆଟାଚମେଣ୍ଟକୁ ଆପଣ ଦେଖିପାରୁଥିବେ
05:01 ଏହି ଟ୍ୟୁଟୋରିଆଲର Code files ଲିଙ୍କରେ ଏହି voucher ଉପଲବ୍ଧ ଅଛି
05:06 ଅଭ୍ୟାସ କରିବା ସମୟରେ ଦୟାକରି ଏହି ଫାଇଲ୍‌କୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
05:11 ତା’ପରେ Add new ବଟନ୍‌ରେ କ୍ଲିକ୍ କରନ୍ତୁ
05:14 Attachment has been inserted. ଲେଖାଥିବା ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ
05:19 ଏହି ଟେବଲ୍‌ରେ ଯୋଡ଼ାଯାଇଥିବା ଅପଲୋଡେଡ୍ ଫାଇଲ୍‌କୁ ମଧ୍ୟ ଆପଣ ଦେଖିପାରିବେ
05:25 ପଛକୁ ଫେରିବା ପାଇଁ Back ବିକଳ୍ପରେ କ୍ଲିକ୍ କରନ୍ତୁ
05:28 ତା’ପରେ ଚାଲନ୍ତୁ ଏହି Journal Entryର ପ୍ରତିଫଳନକୁ ଆମେ Balance Sheetରେ ଦେଖିବା
05:34 ଏହା କରିବା ପାଇଁ Banking and General Ledger ଟାବ୍‌ରେ କ୍ଲିକ୍ କରନ୍ତୁ
05:39 ତା’ପରେ Balance Sheetର Drilldown ଲିଙ୍କରେ କ୍ଲିକ୍ କରନ୍ତୁ
05:43 transaction ଏଠାରେ ପ୍ରତିଫଳିତ ହେଉଥିବା ଆପଣ ଦେଖିପାରିବେ
05:47 ଭବିଷ୍ୟତରେ ଯେତେବେଳେ journal entriesର ସଂଖ୍ୟା ଆହୁରି ଅଧିକ ହେବ, ସେତେବେଳେ ଏହି ପ୍ରଦର୍ଶିତ ତାଲିକା ମଧ୍ୟ ଲମ୍ବା ହେବ
05:54 ତା’ପରେ ଗୋଟିଏ transactionକୁ କିପରି void କରାଯାଏ ଚାଲନ୍ତୁ ଦେଖିବା
05:58 Setup ଟାବ୍‌ରେ କ୍ଲିକ୍ କରନ୍ତୁ.

Maintenance ପ୍ୟାନେଲ୍‌ରେ ଥିବା Void a transaction ଲିଙ୍କରେ କ୍ଲିକ୍ କରନ୍ତୁ

06:06 ଗୋଟିଏ entryକୁ ଡିଲିଟ୍/ରିମୁଭ୍ କରିବା ପାଇଁ ଏହି ବିକଳ୍ପ ବ୍ୟବହାର କରାଯାଏ
06:11 entry ପ୍ରଦର୍ଶିତ ହେଉଥିବା ରେଫରେନ୍ସ ନମ୍ବର୍‌କୁ ଆପଣ ଦେଖିପାରିବେ
06:15 void transaction ପାଇଁ ରେଫରେନ୍ସ 002/2019କୁ ଚୟନ କରନ୍ତୁ
06:23 entryକୁ ଡିଲିଟ୍ କରିବା ପୂର୍ବରୁ ବିବରଣୀକୁ ଯାଞ୍ଚ କରିବା ପାଇଁ GL କଲମ୍‌ରେ ଥିବା ଆଇକନ୍‌ରେ କ୍ଲିକ୍ କରନ୍ତୁ
06:30 ଏହି entryକୁ ଆପଣ Office furniture and Equipments ପାଇଁ Rs 50,000ରେ କିଣା ଯାଇଥିବା ଜିନିଷ ଆକାରରେ ଦେଖିପାରିବେ
06:38 ୱିଣ୍ଡୋର ନିମ୍ନ ଭାଗରେ ଥିବା Close ଲିଙ୍କରେ କ୍ଲିକ୍ କରନ୍ତୁ
06:42 ବର୍ତ୍ତମାନ Select କଲମ୍‌ରେ ଥିବା ଆଇକନ୍‌ରେ କ୍ଲିକ୍ କରନ୍ତୁ
06:46 ଏହି ଆଇକନ୍‌ରେ କ୍ଲିକ୍ କରିବା ଦ୍ଵାରା transaction ସଂଖ୍ୟା ଓ voiding ତାରିଖ ଦୃଶ୍ୟମାନ ହେବ
06:52 Void Transaction ବଟନ୍‌ରେ କ୍ଲିକ୍ କରନ୍ତୁ
06:55 ଏହାଦ୍ଵାରା ଗୋଟିଏ ମେସେଜ୍, Are you sure you want to void this transaction? This action cannot be undone ଦୃଶ୍ୟମାନ ହେବ
07:03 Proceed ବଟନ୍‌ରେ କ୍ଲିକ୍ କରନ୍ତୁ
07:07 ତୁରନ୍ତ ଆଉ ଗୋଟିଏ ମେସେଜ୍, Selected transaction has been voided ଦୃଶ୍ୟମାନ ହେବ
07:14 ଏହିପରି ଯେତେବେଳେ ଆବଶ୍ୟକ ଆମେ ଗୋଟିଏ transactionକୁ void କରିପାରିବା
07:19 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
07:25 ଏହି ଟ୍ୟୁଟୋରିଆଲରେ ଆମେ

ଗୋଟିଏ Journal Entry ପାସ୍ କରିବା

07:30 Balance Sheetରେ ପ୍ରତିଫଳନ ଦେଖିବା

ଗୋଟିଏ transactionକୁ Void କରିବା ଶିଖିଲେ

07:35 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:51 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
07:55 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ
08:00 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep