FrontAccounting-2.4.7/C2/Installation-of-FrontAccounting-on-Windows-OS/Oriya

From Script | Spoken-Tutorial
Revision as of 20:09, 24 April 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Windows OSରେ FrontAccountingର ଇନଷ୍ଟଲେଶନ୍ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

XAMPP ଇନଷ୍ଟଲ୍ କରିବା,

00:12 FrontAccounting ସଫ୍ଟୱେର୍ ଡାଉନଲୋଡ୍ କରିବା
00:15 Windows OSରେ database setup ଏବଂ FrontAccounting ଇନଷ୍ଟଲ୍ କରିବା
00:21 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,

Windows OS ଭର୍ସନ୍ 10

00:26 XAMPP 5.5.19 ମାଧ୍ୟମରେ ପ୍ରାପ୍ତ Apache, MySQL ଓ PHP
00:32 FrontAccounting ଭର୍ସନ୍ 2.4.7
00:36 Firefox web browser ଓ ଗୋଟିଏ କାର୍ଯ୍ୟକ୍ଷମ Internet ସଂଯୋଗ
00:41 ଆପଣ ନିଜ ପସନ୍ଦର ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ.
00:44 FrontAccounting ଗୋଟିଏ server ବେସଡ୍ ଆକାଉଣ୍ଟିଙ୍ଗ ସିଷ୍ଟମ୍ ଅଟେ.

ତେଣୁ ନିଜ ମେଶିନ୍‌ରେ web server ସେଟ-ଅପ୍ କରିବା ପାଇଁ XAMPP ବ୍ୟବହାର କରନ୍ତୁ

00:52 ଗୋଟିଏ web browser ଖୋଲନ୍ତୁ.

Address barରେ URL ଟାଇପ୍ କରିବା ପରେ Enter ଦାବନ୍ତୁ

00:59 ଏହା, ଆମକୁ XAMPPର ଡାଉନଲୋଡ୍ ପେଜ୍‌କୁ ନେଇଯିବ
01:03 ସମସ୍ତ ଅପରେଟିଙ୍ଗ ସିଷ୍ଟମ୍‌କୁ ସପୋର୍ଟ କରୁଥିବା XAMPP, ଏଠାରେ ଡାଉନଲୋଡ୍ ହେବା ପାଇଁ ଉପଲବ୍ଧ ଅଛି
01:08 ଏହି ସବୁଜ ବଟନ୍ ରେ କ୍ଲିକ୍ କରି XAMPPର ଅଦ୍ୟତନ ଭର୍ସନ୍‌କୁ ଡାଉନଲୋଡ୍ କରାଯାଇପାରିବ
01:13 ହେଲେ, ଆପଣଙ୍କ ସଫ୍ଟୱେର୍‌ର ଆବଶ୍ୟକତା ଅନୁସାରେ XAMPPର ଗୋଟିଏ ଅଲଗା ଭର୍ସନ୍ ଆପଣଙ୍କର ଆବଶ୍ୟକ ହୋଇପାରେ
01:19 ମୋ ପାଇଁ XAMPP ଭର୍ସନ୍ 5.5.19 ଆବଶ୍ୟକ
01:24 XAMPP Windows ଲିଙ୍କରେ କ୍ଲିକ୍ କରନ୍ତୁ
01:28 ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା XAMPPର ସମସ୍ତ ଭର୍ସନ୍ ଏହି ରିଡାଇରେକ୍ଟେଡ୍ ପେଜ୍‌ରେ ପ୍ରଦର୍ଶିତ ହେବ
01:32 ଏହି ଇନଷ୍ଟଲେଶନ୍ ପାଇଁ XAMPP ଭର୍ସନ୍ 5.5.19କୁ ଚୟନ କରନ୍ତୁ
01:39 ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ
01:43 ବର୍ତ୍ତମାନ Save file ବଟନ୍‌ରେ କ୍ଲିକ୍ କରନ୍ତୁ.

ଆପଣଙ୍କ ମେଶିନ୍‌ରେ exe ଫାଇଲ୍ ଡାଉନଲୋଡ୍ ହୋଇଯିବ

01:51 ଫାଇଲ୍ ଡାଉନଲୋଡ୍ ହୋଇ ରହିଥିବା ଫୋଲ୍ଡର୍‌କୁ ଖୋଲନ୍ତୁ
01:55 ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ ଫାଇଲ୍‌ରେ ଡବଲ୍ କ୍ଲିକ୍ କରନ୍ତୁ
01:59 User Account Control ନାମକ ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ

Yes ବଟନ୍‌ରେ କ୍ଲିକ୍ କରନ୍ତୁ

02:06 ଯଦି ଆପଣଙ୍କ ମେଶିନ୍‌ରେ କୌଣସି antivirus ସଫ୍ଟୱେର୍ ଇନଷ୍ଟଲ୍ ହୋଇଥାଏ, ତେବେ ଆଉ ଗୋଟିଏ ପପ୍-ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ

Yes ବଟନ୍‌ରେ କ୍ଲିକ୍ କରନ୍ତୁ

02:15 ପରବର୍ତ୍ତୀ ୱିଣ୍ଡୋରେ ସତର୍କ ବାର୍ତ୍ତାକୁ ଅଣଦେଖା କରିବା ପାଇଁ OK ବଟନ୍‌ରେ କ୍ଲିକ୍ କରନ୍ତୁ
02:21 ବର୍ତ୍ତମାନ Setup wizard ଡାଇଲଗ୍ ବକ୍ସ ଖୋଲିଯିବ
02:25 ପ୍ରମ୍ପ୍ଟ କରାଗଲେ Next ବଟନ୍‌ରେ କ୍ଲିକ୍ କରନ୍ତୁ ଏବଂ ପ୍ରଦର୍ଶିତ ହେଉଥିବା ଇନଷ୍ଟେଲେଶନ୍‌ର ପଦାଙ୍କଗୁଡ଼ିକର ଅନୁସରଣ କରନ୍ତୁ
02:31 Learn more about Bitnami for XAMPP ଚେକ୍ ବକ୍ସକୁ ଅନଚେକ୍ କରନ୍ତୁ.

ତା’ପରେ Next ବଟନ୍‌ରେ କ୍ଲିକ୍ କରି ଇନଷ୍ଟେଲେଶନ୍ ପ୍ରକ୍ରିୟାକୁ ଜାରି ରଖନ୍ତୁ

02:40 ଥରେ ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହୋଇଗଲେ, Do you want to start the Control Panel now? ଚେକ୍ ବକ୍ସକୁ ଅନଚେକ୍ କରନ୍ତୁ
02:47 ଶେଷରେ Finish ବଟନ୍‌ରେ କ୍ଲିକ୍ କରନ୍ତୁ
02:51 ବର୍ତ୍ତମାନ ଆମ ମେଶିନ୍‌ରେ XAMPP ସଫଳତାର ସହ ଇନଷ୍ଟଲ୍ ହୋଇଛି କି ନାହିଁ, ତାହା ଯାଞ୍ଚ କରିବା ଆବଶ୍ୟକ
02:56 ସ୍କ୍ରୀନ୍‌ର ନିମ୍ନ ଭାଗର ବାମ ପଟେ ଥିବା Windows search barରେ କ୍ଲିକ୍ କରନ୍ତୁ ଏବଂ xampp ଟାଇପ୍ କରନ୍ତୁ
03:02 ସର୍ଚ୍ଚ ତାଲିକାରେ ଆମେ XAMPP Control Panelକୁ ଦେଖିପାରିବା
03:06 XAMPP Control Panelରେ ରାଇଟ୍ କ୍ଲିକ୍ କରିବା ସହିତ Run as administratorକୁ ଚୟନ କରନ୍ତୁ
03:12 XAMPP Control Panelରେ Apache ଓ MySQL services ରନ୍ ହେଉଛି ବୋଲି ସୁନିଶ୍ଚିତ କରନ୍ତୁ
03:18 ଯଦି ନାହିଁ, ତେବେ ଏହି ସର୍ଭିସ୍‌ଗୁଡ଼ିକର ନିଜ ନିଜ START ବଟନ୍‌ରେ କ୍ଲିକ୍ କରି serviceଗୁଡ଼ିକୁ ଚାଲୁ କରନ୍ତୁ
03:24 ଆପଣ କିଛି ଏରର୍ ମେସେଜ୍ ପ୍ରାପ୍ତ କରିପାରନ୍ତି ଯେପରି,

Apache shutdown unexpectedly କିମ୍ବା

03:30 Port 80 in use for Apache Server କିମ୍ବା
03:34 Unable to connect to any of the specified MySQL hosts for MySQL database
03:41 Apache ଓ MySQL ପାଇଁ ଥିବା ଡିଫଲ୍ଟ portଗୁଡ଼ିକ ଅନ୍ୟ ସଫ୍ଟୱେର୍ ଦ୍ଵାରା ବ୍ୟବହାର ହେଉଥିବା କାରଣରୁ ଏହା ହୋଇଥାଏ
03:47 Apache ପାଇଁ ଡିଫଲ୍ଟ port ସଂଖ୍ୟା 80 ଏବଂ MySQL ପାଇଁ 3306 ଅଟେ
03:55 ଏହି portଗୁଡ଼ିକୁ ବଦଳାଇବା ପାଇଁ ଏହି ଟ୍ୟୁଟୋରିଆଲର Additional Reading Materialକୁ ଦେଖନ୍ତୁ
04:00 ଏବଂ ଆଗକୁ ବଢ଼ିବା ପୂର୍ବରୁ ସଠିକ port ସଂଖ୍ୟା ପ୍ରଦାନ କରନ୍ତୁ. ଉଦାହରଣସ୍ଵରୂପ: 8080
04:07 ବର୍ତ୍ତମାନ Firefox web browserକୁ ଖୋଲନ୍ତୁ
04:11 address barରେ localhost ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ.

ଆମେ XAMPP ସ୍କ୍ରୀନ୍ ଦେଖିବାରେ ସକ୍ଷମ ହେବା

04:19 ଯଦି ଭାଷା ଚୟନ ପାଇଁ ପ୍ରମ୍ପଟ୍ କରାଯାଏ, ତେବେ English ଚୟନ କରନ୍ତୁ.

ଆମେ ବର୍ତ୍ତମାନ XAMPP homepageରେ ଅଛେ

04:27 FrontAccountingକୁ ଡାଉନଲୋଡ୍ କରିବା ଆରମ୍ଭ କରନ୍ତୁ
04:30 web browserରେ ଆଉ ଗୋଟିଏ ଟାବ୍ ଖୋଲନ୍ତୁ ଏବଂ ଏହି URLକୁ ଯାଆନ୍ତୁ
04:37 frontaccounting-2.4.7.zipରେ କ୍ଲିକ୍ କରନ୍ତୁ
04:42 ଡାଉନଲୋଡ୍ ହେବା ଆରମ୍ଭ ହୋଇଯିବ.

Save File ବଟନ୍‌ରେ ଏବଂ ପରେ OK ବଟନ୍‌ରେ କ୍ଲିକ୍ କରନ୍ତୁ

04:49 ଡାଉନଲୋଡ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ, ଆପଣଙ୍କ ଫାଇଲ୍ ଡାଉନଲୋଡ୍ ହୋଇଥିବା ଫୋଲ୍ଡର୍‌କୁ ଖୋଲନ୍ତୁ
04:54 ଡାଉନଲୋଡ୍ ହୋଇଥିବା ଆପଣଙ୍କ ଫାଇଲ୍ ଏଠାରେ ଅଛି
04:57 ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Extract Here ଚୟନ କରନ୍ତୁ
05:01 ଏକ୍ସଟ୍ରାକ୍ଟ ହେଲା ପରେ ଏହି FrontAccounting ଫୋଲ୍ଡର୍‌କୁ account ଭାବେ ରିନେମ୍ କରନ୍ତୁ
05:07 ଫୋଲ୍ଡର୍‌କୁ ରିନେମ୍ କରିବା ବାଧ୍ୟତାମୂଳକ ନୁହେଁ.

ହେଲେ, ଗୋଟିଏ ମେଶିନ୍‌ରେ ଇନଷ୍ଟଲ୍ ହୋଇଥିବା FrontAccountingର ଅନେକ ଇନଷ୍ଟାନ୍ସକୁ ଚିହ୍ନଟ କରିବାରେ ଏହା ସହାୟକ ହୋଇଥାଏ

05:17 ବର୍ତ୍ତମାନ ଏହି account ନାମକ ଫୋଲ୍ଡର୍‌କୁ web server's root directory ମଧ୍ୟରେ ରଖନ୍ତୁ
05:22 root directory ପାଇଁ c:\xampp\htdocs ପାଥ୍ ଅଟେ
05:29 account ଫୋଲ୍ଡର୍‌ରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ Copy ଚୟନ କରନ୍ତୁ
05:33 ବାମ ପ୍ୟାନେଲ୍‌ରେ ରେ ଥିବା This PCରେ କ୍ଲିକ୍ କରନ୍ତୁ, ଯାହାକୁ My Computer ମଧ୍ୟ କୁହାଯାଏ
05:39 ତା’ପରେ Local Disk (C:)ରେ ଡବଲ୍ କ୍ଲିକ୍ କରନ୍ତୁ ଯାହା, C drive ଅଟେ

ଏବଂ xampp ଓ htdocsକୁ ଯାଆନ୍ତୁ

05:47 htdocs ଭିତରେ ଥିବା ଖାଲି ସ୍ଥାନରେ ରାଇଟ୍ କ୍ଲିକ୍ କରି Paste ଚୟନ କରନ୍ତୁ
05:53 ଆମେ ସଫଳତାର ସହ XAMPP ସର୍ଭର୍ ଇନଷ୍ଟଲ୍ କରିସାରିଛେ
05:57 FrontAccounting installer, ୱେବ୍ ସର୍ଭର୍‌ର root directoryରେ ଅଛି ବୋଲି ସୁନିଶ୍ଚିତ କରନ୍ତୁ
06:02 ତା’ପରେ ଆଗକୁ ବଢ଼ିବା ପାଇଁ ଆମକୁ FrontAccounting ପାଇଁ ଗୋଟିଏ database ତିଆରି କରିବାକୁ ହେବ
06:07 ଏହାକୁ phpmyadminରେ କରିବାକୁ ହେବ ଯାହା, MySQLର graphical user interface ଅଟେ.

ଏହା XAMPP ଇନଷ୍ଟଲେଶନ୍ ସହିତ ଆସିଥାଏ

06:17 ବ୍ରାଉଜର୍‌ରେ XAMPP ପେଜ୍ କୁ ଫେରିଯାଆନ୍ତୁ.
06:21 XAMPP ପେଜ୍‌ର ବାମ କଡ଼ରେ ଥିବା ମେନୁରେ phpMyadmin ଉପରେ କ୍ଲିକ୍ କରନ୍ତୁ
06:27 ଉପର ମେନୁରେ ଥିବା Usersରେ ଏବଂ ତା’ପରେ Add Userରେ କ୍ଲିକ୍ କରନ୍ତୁ
06:33 ଖୋଲିଥିବା ନୂଆ ୱିଣ୍ଡୋରେ ଆପଣ ନିଜ ପସନ୍ଦର ଗୋଟିଏ username ଲେଖନ୍ତୁ.

ମୁଁ ମୋର username ଭାବେ frontacc ଟାଇପ୍ କରିବି

06:42 Hostର ଡ୍ରପ୍-ଡାଉନ୍ ତାଲିକାରେ Local ଚୟନ କରନ୍ତୁ
06:46 Password ଟେକ୍ସଟ୍ ବକ୍ସରେ ଆପଣ ନିଜ ପସନ୍ଦର ଗୋଟିଏ Password ଲେଖନ୍ତୁ
06:50 ମୁଁ ମୋର password ଭାବେ admin123 ଟାଇପ୍ କରିବି
06:54 ସମାନ passwordକୁ Re-type ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ
06:58 ବର୍ତ୍ତମାନ ପାଇଁ Generate Password promptରେ କ୍ଲିକ୍ କରନ୍ତୁ ନାହିଁ
07:02 Database for user account ଅଧୀନରେ ଆମେ

Create database with the same name and grant all privileges ବିକଳ୍ପକୁ ଦେଖିପାରିବା

07:10 ସେହି ବିକଳ୍ପକୁ ଚେକ୍ କରିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ
07:14 ତା’ପରେ ପେଜ୍‌ର ନିମ୍ନ ଡାହାଣ କଡ଼ରେ ଥିବା Go ବଟନ୍‌ରେ କ୍ଲିକ୍ କରନ୍ତୁ
07:18 You have added a new user ମେସେଜ୍ ଦୃଶ୍ୟମାନ ହେବ.
07:22 ଏହାର ଅର୍ଥ frontacc ନାମକ ଗୋଟିଏ database ଏବଂ ଏହାର ଗୋଟିଏ ୟୁଜର୍ ମଧ୍ୟ ତିଆରି କରାଯାଇଛି
07:29 ଏହି username ଓ password କେବଳ Database login ପାଇଁ ଉଦ୍ଦିଷ୍ଟ ଅଟେ
07:34 username, password ଓ database ନାମକୁ ଲେଖି ରଖନ୍ତୁ
07:38 FrontAccounting ଇନଷ୍ଟଲେଶନ୍‌କୁ ସମ୍ପୂର୍ଣ୍ଣ କରିବା ପାଇଁ ପରେ ଏଗୁଡ଼ିକ ଆବଶ୍ୟକ ହେବ
07:43 Database ନାମ ଓ username ସମାନ ହେବା ଉଚିତ ନୁହେଁ.

ଭିନ୍ନ ନାମ ପାଇଁ, ପ୍ରଥମେ database ତିଆରି କରନ୍ତୁ ଏବଂ ପରେ ସେହି database ପାଇଁ ଗୋଟିଏ user ତିଆରି କରନ୍ତୁ

07:53 ନେମିଙ୍ଗ କନଭେନଶନ୍ ଅନୁସାରେ usernameର କୌଣସି ସ୍ଥାନରେ ସ୍ପେସ୍ ରହିବ ନାହିଁ
07:59 ବର୍ତ୍ତମାନ ଆମର XAMPP ଚାଲୁ ରହିଛି ଏବଂ database ମଧ୍ୟ ପ୍ରସ୍ତୁତ ହୋଇଯାଇଛି
08:02 ବର୍ତ୍ତମାନ ଆମେ Front Accounting ଇନଷ୍ଟଲ୍ କରିବା ପାଇଁ ପ୍ରସ୍ତୁତ
08:07 web browserରେ ଗୋଟିଏ ନୂଆ ଟାବ୍ ଖୋଲନ୍ତୁ.

ଆଡ୍ରେସ୍ ବାର୍‌ରେ localhost/account ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ

08:17 FrontAccounting ୱେବ୍ ପେଜ୍‌ରେ Step 1: System Diagnostics ଶୋ’ ହେଉଥିବା ଆମେ ଦେଖିପାରିବା
08:22 Select install wizard language ପାଇଁ English ଚୟନ ହୋଇଥିବା ସୁନିଶ୍ଚିତ କରନ୍ତୁ
08:26 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ପେଜ୍‌ର ନିମ୍ନ ଭାଗରେ ଥିବା Continue ବଟନ୍ ରେ କ୍ଲିକ୍ କରନ୍ତୁ
08:31 ପରବର୍ତ୍ତୀ ୱେବ୍-ପେଜ୍‌ର ଟାଇଟଲ୍ Step 2: Database Server Settings ଅଟେ
08:37 ଏଠାରେ Server Hostକୁ localhost କୁହାଯାଏ ଏବଂ

Server Portକୁ ଖାଲି ରଖନ୍ତୁ

08:44 ଯଦି ଆପଣ MySQLର ଡିଫଲ୍ଟ port 3306 ବଦଳରେ ଅନ୍ୟ କିଛି ରଖିଥାଆନ୍ତି, ତେବେ ଏଠାରେ ସେହି ପୋର୍ଟ ସଂଖ୍ୟାକୁ ଲେଖନ୍ତୁ
08:52 ଆମେ ପୂର୍ବରୁ ତିଆରି କରିଥିବା ନିମ୍ନଲିଖିତ ବିବରଣୀ ଲେଖନ୍ତୁ-

database Name ପାଇଁ frontacc

09:00 database user ପାଇଁ frontacc
09:03 ଏବଂ database password ପାଇଁ admin123 ଲେଖନ୍ତୁ
09:07 ଅନ୍ୟ ବିକଳ୍ପଗୁଡ଼ିକୁ ଅଣଦେଖା କରନ୍ତୁ ଏବଂ ନିମ୍ନ ଭାଗରେ ଥିବା Continue ବଟନ୍‌ରେ କ୍ଲିକ୍ କରନ୍ତୁ
09:12 ତା’ପରେ ଆପଣଙ୍କୁ ନିଜ କମ୍ପାନୀର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିବ.

ଏହାକୁ କିପରି କରାଯାଏ, ତାହା ମୁଁ ପ୍ରଦର୍ଶନ କରିବି

09:19 Company Name ଫିଲ୍ଡରେ ST Company Pvt Ltd ଟାଇପ୍ କରନ୍ତୁ
09:24 Admin Loginକୁ admin ରଖନ୍ତୁ.

ତା’ପରେ Admin password ପାଇଁ spoken ଟାଇପ୍ କରନ୍ତୁ.

09:31 ଆପଣ ନିଜ ପସନ୍ଦର ଯେକୌଣସି password ଦେଇପାରିବେ
09:34 ସମାନ passwordକୁ ଆଉ ଥରେ ଲେଖନ୍ତୁ.

ଏହା login password ବୋଲି ମନେରଖନ୍ତୁ

09:40 ତା’ପରେ ଆମେ Charts of Accounts ପାଇଁ ଥିବା ଦୁଇଟି ବିକଳ୍ପକୁ ଦେଖିବା
09:44 Standard new company American COAକୁ ଚୟନ କରନ୍ତୁ
09:49 Default Language ଭାବେ English ଚୟନ କରନ୍ତୁ
09:52 Install ବଟନ୍‌ରେ କ୍ଲିକ୍ କରନ୍ତୁ
09:55 ଆମେ ସ୍କ୍ରୀନ୍ ଉପରେ ଅନ୍ତିମ ମେସେଜ୍, FrontAccounting ERP has been installed successfullyକୁ ଦେଖିପାରିବା

ଯାହା, ଆମର ଇନଷ୍ଟଲେଶନ୍ ସଫଳ ହୋଇଛି ବୋଲି ସୁନିଶ୍ଚିତ କରିଥାଏ

10:06 FrontAccounting ଇଣ୍ଟରଫେସ୍ ରେ ଲଗ୍-ଇନ୍ କରିବା ପାଇଁ Click here to start ଲିଙ୍କରେ କ୍ଲିକ୍ କରନ୍ତୁ
10:12 ଲଗ୍-ଇନ୍ ସ୍କ୍ରୀନ୍‌ରେ ନିମ୍ନଲିଖିତ ବିବରଣୀ ଲେଖନ୍ତୁ:

User name ପାଇଁ admin Password ପାଇଁ spoken

10:22 Company ପାଇଁ ST Company Pvt. Ltd. ଲେଖନ୍ତୁ

ଏବଂ Login ବଟନ୍‌ରେ କ୍ଲିକ୍ କରନ୍ତୁ

10:28 ଆମେ Front Accounting Administration ପେଜ୍‌କୁ ଆସିଗଲେ.
10:32 ଏହି ପେଜ୍‌ରେ ଅନେକ ଟାବ୍ ଥିବା ଆପଣ ଦେଖିପାରିବେ.

ଏହି ଶୃଙ୍ଖଳାର ପରବର୍ତ୍ତୀ ବିଭାଗରେ ଏଗୁଡ଼ିକୁ କିପରି ବ୍ୟବହାର କରାଯାଏ, ଆମେ ଶିଖିବା

10:39 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
10:44 ଏହି ଟ୍ୟୁଟୋରିଆଲରେ ଆମେ, XAMPPକୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା
10:50 FrontAccounting ସଫ୍ଟୱେର୍ ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା
10:53 ଏବଂ Windows 10 OSରେ database setup କରିବା ଶିଖିଲେ
10:57 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:13 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର କିଛି ପ୍ରଶ୍ନ ଅଛି କି?

ଦୟାକରି ଏହି ସାଇଟ୍‌କୁ ଯାଆନ୍ତୁ

11:18 ଆପଣଙ୍କର ପ୍ରଶ୍ନ ଥିବା ମିନିଟ୍ ଓ ସେକେଣ୍ଡକୁ ଚୟନ କରିବା ସହିତ ନିଜର ପ୍ରଶ୍ନକୁ ସଂକ୍ଷେପରେ ବର୍ଣ୍ଣନା କରନ୍ତୁ.

ଆମ ଟିମ୍‌ରୁ କେହି ଜଣେ ସେଗୁଡ଼ିକର ଉତ୍ତର ଦେବେ

11:27 ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନ ପାଇଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ଫୋରମ୍ ଅଛି
11:32 ଦୟାକରି ଏଗୁଡ଼ିକରେ ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପୋଷ୍ଟ କରନ୍ତୁ ନାହିଁ.

ଏହାଦ୍ଵାରା କ୍ଲଟର୍ ହ୍ରାସ ହେବ

11:39 କମ କ୍ଲଟର୍‌ରେ ଆମେ ଏହି ଆଲୋଚନାକୁ ଶିକ୍ଷାଦାନ ସମ୍ବନ୍ଧୀୟ ସାମଗ୍ରୀ ଭାବେ ବ୍ୟବହାର କରିପାରିବୁ
11:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ
11:49 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep