FrontAccounting-2.4.7/C2/Banking-and-General-Ledger-in-FrontAccounting/Oriya

From Script | Spoken-Tutorial
Revision as of 21:44, 24 April 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Banking and General Ledger in Front Accounting ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
0:07 ଏହି ଟ୍ୟୁଟୋରିଆଲରେ ଆମେ,

General Ledger Classes

00:13 General Ledger Groups ଓ

General Ledger Accounts ତିଆରି କରିବା ଶିଖିବା

00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ

Ubuntu Linux OS ଭର୍ସନ୍ 16.04

00:26 FrontAccounting ଭର୍ସନ୍ 2.4.7 ବ୍ୟବହାର କରୁଛି
00:30 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡାରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ, ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ
00:40 ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ
00:46 ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍‌କୁ ଯାଆନ୍ତୁ
00:52 FrontAccounting ଇଣ୍ଟରଫେସ୍‌ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ
00:58 FrontAccounting ଇଣ୍ଟରଫେସ୍‌କୁ ଖୋଲନ୍ତୁ
01:01 browserକୁ ଯାଆନ୍ତୁ ଏବଂ localhost slash account ଟାଇପ୍ କରିବା ପରେ Enter ଦାବନ୍ତୁ
01:09 login ପେଜ୍ ଦୃଶ୍ୟମାନ ହେବ
01:12 ୟୁଜର୍ ନେମ୍ ପାଇଁ admin ଏବଂ password ଟାଇପ୍ କରନ୍ତୁ.

ତା’ପରେ Login ବଟନ୍‌ରେ କ୍ଲିକ୍ କରନ୍ତୁ

01:20 FrontAccounting ଇଣ୍ଟରଫେସ୍ ଖୋଲିଯିବ
01:23 Banking and General Ledger ଟାବ୍‌ରେ କ୍ଲିକ୍ କରନ୍ତୁ
01:27 Maintenance ପ୍ୟାନେଲ୍‌ରେ ଥିବା ବିକଳ୍ପଗୁଡ଼ିକ ହେଉଛି:

GL Accounts

01:33 GL Account Groups ଓ GL Account Classes
01:38 ଯେକୌଣସି ଟ୍ରାଞ୍ଜାକ୍ସନ୍ ଆରମ୍ଭ କରିବା ପୂର୍ବରୁ Charts of Accountsକୁ ସେଟ୍ କରନ୍ତୁ
01:43 FrontAccountingରେ ଥିବା Charts of Accounts, Type, Class, Group ଓ Account ଦ୍ଵାରା ପରିଭାଷିତ ହୋଇଥାଏ
01:50 ସମସ୍ତ transactions ପାଇଁ ଗୋଟିଏ Account, Group ଓ Classes ଅନୁସାରେ ଚାର୍ଜ କରାଯାଇଥାଏ
01:56 reporting ଉଦ୍ଦେଶ୍ୟରେ transactionsକୁ ଗ୍ରୁପ୍ କରିବା ପାଇଁ ଏଗୁଡ଼ିକୁ ବ୍ୟବହାର କରାଯାଏ
02:00 FrontAccountingରେ Account, ଗୋଟିଏ Groupରେ ଏବଂ Group, ଗୋଟିଏ Classରେ ଥାଏ
02:06 Account Group ଅନୁସାରେ ଏହା Balance Sheet ଓ Profit and Loss account statementsରେ ପ୍ରତିଫଳିତ ହେବ
02:13 FrontAccounting ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
02:17 General Ledger Account Classesକୁ ସେଟ୍ କରିବା ପ୍ରଥମ ପଦାଙ୍କ ଅଟେ
02:22 Maintenance ପ୍ୟାନେଲ୍‌ରେ ଥିବା GL Account Classes ଲିଙ୍କରେ କ୍ଲିକ୍ କରନ୍ତୁ
02:27 ଏଠାରେ Class Name ଓ Class Typeକୁ ଡିଫଲ୍ଟ ଭାବେ Assets , Liabilities, Income ଓ Expenseରେ ପରିଭାଷିତ କରାଯାଇଛି
02:38 ପ୍ରତ୍ୟେକ Class Type ପାଇଁ Class ID ସେଟ୍ କରାଯାଇଥିବା ମଧ୍ୟ ଆମେ ଦେଖିପାରିବା
02:44 Account Groupକୁ ସେଟିଙ୍ଗ କରିବା ପୂର୍ବରୁ ଏହି classକୁ ସେଟ୍ କରିବା ଆବଶ୍ୟକ
02:49 କିପରି ଗୋଟିଏ ନୂଆ class ଯୋଡ଼ାଯାଏ, ତାହା ଆମେ ବର୍ତ୍ତମାନ ଶିଖିବା
02:53 Class ID ଫିଲ୍ଡରେ 5 ଟାଇପ୍ କରନ୍ତୁ. Class IDର ଗୋଟିଏ ସ୍ଵତନ୍ତ୍ର ମୂଲ୍ୟ ରହିବା ଆବଶ୍ୟକ
03:00 Class Name ଫିଲ୍ଡରେ Equity ଟାଇପ୍ କରନ୍ତୁ
03:04 Class Type ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ

ଡିଫଲ୍ଟ ତାଲିକାରେ Assets, Liabilities, Equity, Income, Cost of Goods Sold ଓ Expense ଥିବା ଆପଣ ଦେଖିପାରିବେ

03:21 Balance Sheetରେ ପ୍ରେଜେଣ୍ଟ କରିବା ପାଇଁ FrontAccountingରେ ଏହି Class Type ବ୍ୟବହାର କରାଯାଏ
03:26 Class Type ପାଇଁ Equity ଚୟନ କରନ୍ତୁ
03:29 ୱିଣ୍ଡୋର ନିମ୍ନ ଭାଗରେ ଥିବା Add new ବଟନ୍‌ରେ କ୍ଲିକ୍ କରନ୍ତୁ
03:33 ଗୋଟିଏ ମେସେଜ୍, New account class has been added ଦୃଶ୍ୟମାନ ହେବ
03:38 ଏଠାରେ ତୃତୀୟ ଧାଡ଼ିରେ Equity ନାମକ ଗୋଟିଏ ନୂଆ Class ଯୋଡ଼ି ହୋଇଯାଇଥିବା ଆପଣ ଦେଖିପାରିବେ
03:44 ଏହାର କାରଣ ହେଉଛି, ଡିଫଲ୍ଟ Class Typeରେ Equity ତୃତୀୟ ହାୟରାର୍କୀ ଲେବଲ୍‌ରେ ଅଛି
03:50 ତେଣୁ, ଯେତେବେଳେ ଗୋଟିଏ ନୂଆ Class ଯୋଡ଼ାଯିବ, ସେତେବେଳେ ଏହା ସେହି Class Typeର ଡିଫଲ୍ଟ ସ୍ଥାନରେ ରହିବ
03:56 GL Groupsକୁ କିପରି ଯୋଡ଼ାଯାଏ, ବର୍ତ୍ତମାନ ଚାଲନ୍ତୁ ଦେଖିବା
04:00 Banking and General Ledger ଟାବ୍‌କୁ ଯାଆନ୍ତୁ
04:03 Maintenance ପ୍ୟାନେଲ୍‌ରେ ଥିବା GL Account Groups ଲିଙ୍କରେ କ୍ଲିକ୍ କରନ୍ତୁ
04:08 ଆପଣ ଡିଫଲ୍ଟ Group Nameକୁ ଦେଖିପାରିବେ, ଯାହା Class ଅଧୀନରେ ଥିବା GL Account Groupsକୁ ପ୍ରଦର୍ଶିତ କରିଥାଏ
04:15 Class ଅନୁସାରେ ସେଟ୍ ହୋଇଥିବା Group IDକୁ ମଧ୍ୟ ଆପଣ ଦେଖିପାରିବେ
04:20 ID ଫିଲ୍ଡରେ ନୂଆ Group ID ପାଇଁ 12 ଟାଇପ୍ କରନ୍ତୁ
04:24 Name ଫିଲ୍ଡରେ Group Name ପାଇଁ Fixed Assets ଟାଇପ୍ କରନ୍ତୁ
04:29 ପୂର୍ବରୁ ଉପଲବ୍ଧ ଥିବା କୌଣସି subgroup ରେ ଗ୍ରୁପ୍ ନେମ୍ Fixed Assets ରହିବ ନାହିଁ
04:35 ତେଣୁ Subgroup ଫିଲ୍ଡରେ ଥିବା ଫିଲ୍ଡ ପାଇଁ None ଚୟନ କରନ୍ତୁ
04:40 ବର୍ତ୍ତମାନ Class ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ
04:44 Charts of Accounts ଅଧିନରେ Fixed Assets, Assetsର class ଅଧୀନରେ ରହିଥାଏ

ତେଣୁ Class ପାଇଁ Assets ଚୟନ କରନ୍ତୁ

04:53 ଏହି ପରିବର୍ତ୍ତନଗୁଡ଼ିକୁ ସେଭ୍ କରିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Add new ବଟନ୍‌ରେ କ୍ଲିକ୍ କରନ୍ତୁ
04:59 ଆପଣ, This account Group ID is already in use ଭାବେ ଗୋଟିଏ ଏରର୍ ମେସେଜ୍‌କୁ ଦେଖିବାକୁ ପାଇବେ
05:06 ତେଣୁ, ପ୍ରତ୍ୟେକ Group Name ପାଇଁ ଗୋଟିଏ ସ୍ଵତନ୍ତ୍ର Class IDକୁ ଯୋଡ଼ିବାକୁ ହେବ
05:11 Group IDକୁ ବଦଳାଇ 13 କରନ୍ତୁ
05:15 ୱିଣ୍ଡୋର ନିମ୍ନ ଭାଗରେ ଥିବା Add new ବଟନ୍‌ରେ କ୍ଲିକ୍ କରନ୍ତୁ
05:19 ବର୍ତ୍ତମାନ ଗୋଟିଏ ମେସେଜ୍, New account type has been added ଦୃଶ୍ୟମାନ ହେବ
05:25 କ୍ଲାସ୍ Assets ମଧ୍ୟରେ ରାଣ୍ଡମ୍ ଭାବେ ଗୋଟିଏ ନୂଆ Group Nameକୁ ଯୋଡ଼ାଯାଇଛି
05:30 ସେହିପରି ଆପଣ ନିଜର Group Nameକୁ ଯୋଡ଼ିପାରିବେ
05:34 ବର୍ତ୍ତମାନ GL Accounts କିପରି ଯୋଡ଼ାଯାଏ, ଚାଲନ୍ତୁ ଦେଖିବା
05:38 Banking and General Ledger ଟାବ୍‌ରେ କ୍ଲିକ୍ କରନ୍ତୁ
05:42 ତା’ପରେ Maintenance ପ୍ୟାନେଲ୍‌ରେ ଥିବା GL Accounts ଲିଙ୍କରେ କ୍ଲିକ୍ କରନ୍ତୁ
05:47 ଏଠାରେ ମଧ୍ୟ ଗୋଟିଏ ସ୍ଵତନ୍ତ୍ର code ଟାଇପ୍ କରିବା ଆବଶ୍ୟକ. ଏହା ଗୋଟିଏ ବାଧ୍ୟତାମୂଳକ ଫିଲ୍ଡ ଅଟେ
05:53 Account Code ଫିଲ୍ଡରେ କୋଡ୍ ଭାବେ 1100 ଟାଇପ୍ କରନ୍ତୁ
06:00 ଯଦି ଆପଣ ଚାହାନ୍ତି, ତେବେ ଆପଣ ନିଜ ପସନ୍ଦର ଯେକୌଣସି କୋଡ୍ ଦେଇପାରିବେ
06:04 Account Name ଫିଲ୍ଡରେ କ୍ଲିକ୍ କରନ୍ତୁ.

Account Name ପାଇଁ Land and Building ଟାଇପ୍ କରନ୍ତୁ

06:11 ଆପଣ ନିଜ ପସନ୍ଦର ଯେକୌଣସି ନାମ ଦେଇପାରିବେ
06:14 Account Group ଡ୍ରପ୍-ଡାଉନ୍ ବକ୍ସରେ Fixed Assets ଭାବେ Account Groupକୁ ଚୟନ କରନ୍ତୁ
06:20 Charts of Accounts ଅନୁସାରେ Group Fixed Assets ଅଧିନରେ Account Name Land and Building ରହିବା ଆବଶ୍ୟକ
06:28 ତା’ପରେ Account status ଡ୍ରପ୍-ଡାଉନ୍ ମେନୁରେ କ୍ଲିକ୍ କରନ୍ତୁ.

status ପାଇଁ Active ଚୟନ କରନ୍ତୁ

06:35 ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Add Account ବଟନ୍‌ରେ କ୍ଲିକ୍ କରନ୍ତୁ
06:40 ଆମେ ମେସେଜ୍, New account has been addedକୁ ଦେଖିପାରିବା
06:45 ବର୍ତ୍ତମାନ ଉପର ଭାଗରେ ଥିବା New account ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ.

ଏଠାରେ ଆମେ ନୂଆ ଭାବେ ଯୋଡ଼ାଯାଇଥିବା Accountକୁ ଦେଖିପାରିବା

06:54 ଏଠାରେ ପ୍ରଦର୍ଶିତ ହେବା ଭଳି, ପ୍ରତ୍ୟେକ ସଂସ୍ଥାର ସେମାନଙ୍କର ନିଜର account codes ସେଟ୍ ଥାଏ
07:00 ସେହିପରି, ଉପରୋକ୍ତ ପଦାଙ୍କଗୁଡ଼ିକୁ ଅନୁସରଣ କରି ଆପଣ ନିଜର GL Accounts ତିଆରି କରିପାରିବେ
07:06 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
07:12 ଏହି ଟ୍ୟୁଟୋରିଆଲରେ ଆମେ

General Ledger Classes, General Ledger Groups ଓ General Ledger Accounts ତିଆରି କରିବା ଶିଖିଲେ

07:22 ଗୋଟିଏ ଆସାଇନମେଣ୍ଟ ଭାବେ,

ନିମ୍ନଲିଖିତ ବିବରଣୀ ସହିତ ନୂଆ GL Accounts – Cash ଓ Capital ତିଆରି କରନ୍ତୁ. ପରିବର୍ତ୍ତନଗୁଡ଼ିକୁ ସେଭ୍ କରନ୍ତୁ

07:31 ବର୍ତ୍ତମାନ ଆମ Company ପାଇଁ ଆମ ପାଖରେ ନୂଆ GL Accounts ସହିତ Charts of Accountsର ସେଟ୍ ଅଛି
07:38 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:46 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:55 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
07:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ
08:05 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep