COVID19/C2/Making-a-protective-face-cover-at-home/Oriya

From Script | Spoken-Tutorial
Revision as of 23:10, 8 May 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:00 ଘରେ ଗୋଟିଏ ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ କରିବା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍‌ରେ ଆମେ ନିମ୍ନଲିଖିତ ବିଷୟରେ ଶିଖିବା:
00:10 ଆମ ପାଇଁ ସୁରକ୍ଷାତ୍ମକ ଫେସ୍ କଭର୍‌ର ଆବଶ୍ୟକତା
00:14 ସ୍ଵାସ୍ଥ୍ୟକର୍ମୀ ଓ COVID-19 ରୋଗୀମାନଙ୍କ ପାଇଁ ଜରୁରୀ ସତର୍କତା
00:20 ସୁରକ୍ଷାତ୍ମକ ଫେସ୍ କଭର୍ ବ୍ୟବହାର ସମ୍ବନ୍ଧରେ ସାବଧାନତା
00:25 ସିଲେଇ ମେଶିନ୍ ଦ୍ଵାରା ଏବଂ ଏହା ବିନା ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ କରିବା ପ୍ରଣାଳୀ
00:32 ସୁରକ୍ଷାତ୍ମକ ଫେସ୍ କଭର୍ ପିନ୍ଧିବା ଓ କାଢ଼ିବା ପୂର୍ବରୁ ସାବଧାନତା
00:38 ସୁରକ୍ଷାତ୍ମକ ଫେସ୍ କଭର୍‌କୁ ସାନିଟାଇଜ୍ କରିବା ଓ ସାଇତି ରଖିବା ପାଇଁ ସଠିକ ଉପାୟ
00:44 ପ୍ରଥମେ ଆମେ ଗୋଟିଏ ସୁରକ୍ଷାତ୍ମକ ଫେସ୍ କଭର୍ ପିନ୍ଧିବାର ଆବଶ୍ୟକତା ବିଷୟରେ ବୁଝିବା ଉଚିତ
00:50 କରୋନା ଭୂତାଣୁରୁ ନିଜକୁ ରକ୍ଷା କରିବା ପାଇଁ ଆମେ ଗୋଟିଏ ଫେସ୍ କଭର୍ ପିନ୍ଧିବା ଉଚିତ
00:56 ଭାରତ ଗୋଟିଏ ଜନଗହଳିପୂର୍ଣ୍ଣ ରାଷ୍ଟ୍ର ହୋଇଥିବାରୁ ଗୋଟିଏ ଫେସ୍ କଭର୍ ପିନ୍ଧିବା ପାଇଁ ବିଶେଷ ଭାବରେ ପରାମର୍ଶ ଦିଆଯାଉଛି
01:03 କରୋନା ଭୂତାଣୁକୁ ରୋକିବା ଓ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାରର ଫେସ୍ କଭର୍ ବ୍ୟବହାର କରାଯାଉଛି
01:10 ସେଗୁଡ଼ିକ ମଧ୍ୟରୁ ଘର ତିଆରି ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ କରିବା ସହଜ ଏବଂ ପୁନଃବ୍ୟବହାର ମଧ୍ୟ କରିହେବ
01:18 ଆଗକୁ ବଢ଼ିବା ପୂର୍ବରୁ ଦୟାକରି ଜରୁରୀ ସତର୍କତାଗୁଡ଼ିକୁ ମନେରଖନ୍ତୁ
01:23 ଘର ତିଆରି ଫେସ୍ କଭର୍ ସ୍ଵାସ୍ଥ୍ୟ କର୍ମୀମାନଙ୍କ ପାଇଁ ନୁହେଁ
01:28 ଏହା COVID-19 ରୋଗୀମାନଙ୍କ ସହିତ କାମ କରୁଥିବା କିମ୍ବା ସମ୍ପର୍କରେ ଥିବା ଲୋକମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ
01:37 COVID-19 ରୋଗୀମାନେ ଘର ତିଆରି ଫେସ୍ କଭର୍ ବ୍ୟବହାର କରିବା ଉଚିତ ନୁହେଁ
01:42 ଏହି ସମସ୍ତ ଲୋକମାନେ କେବଳ ନିର୍ଦ୍ଦିଷ୍ଟ ସୁରକ୍ଷାତ୍ମକ ଗିଅର୍ ପିନ୍ଧିବା ଉଚିତ
01:48 ଅନ୍ୟାନ୍ୟ ସୁରକ୍ଷାତ୍ମକ ସାବଧାନତାଗୁଡ଼ିକ ଅଛି, ଯାହାକୁ ଆପଣ ସର୍ବଦା ମନେରଖିବା ଉଚିତ
01:53 ଘର ତିଆରି ଫେସ୍ କଭର୍ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ
01:58 ସେଗୁଡ଼ିକ କେବଳ ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ବାୟୁ ଦ୍ଵାରା ଆସୁଥିବା କଣିକାକୁ ନିଶ୍ଵାସରେ ଗ୍ରହଣ କରିବା ସମ୍ଭାବନାକୁ ହ୍ରାସ କରିଥାଏ
02:06 ଭଲ ଭାବରେ ସଫା ନକରି ଫେସ୍ କଭର୍‌କୁ ବ୍ୟବହାର କରନ୍ତୁ ନାହିଁ
02:10 ନିଜେ ବ୍ୟବହାର କରୁଥିବା ଫେସ୍ କଭର୍‌କୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ
02:14 ପ୍ରତ୍ୟେକଙ୍କଠାରୁ ଅତି କମରେ 2 ମିଟରର ସାମାଜିକ ବ୍ୟବଧାନରେ ରୁହନ୍ତୁ
02:21 ବାରମ୍ବାର ହାତକୁ ସାବୁନରେ 40 ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ
02:26 ବର୍ତ୍ତମାନ ଆମେ ଘରେ ଗୋଟିଏ ପୁନଃବ୍ୟବହାର ଯୋଗ୍ୟ ଫେସ୍ କଭର୍‌ର ସହଜ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଜାଣିବା
02:33 ଘରେ ସହଜରେ ଉପଲବ୍ଧ ହେଉଥିବା ସୂତା କପଡ଼ା ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇପାରିବ
02:38 ପ୍ରସ୍ତୁତ କରିବା ସମୟରେ ଏହା ଦ୍ଵାରା ପାଟି ଓ ନାକ ଯେପରି ଢାଙ୍କି ହେଉଥିବ, ତାହା ସୁନିଶ୍ଚିତ କରନ୍ତୁ
02:44 ଜଣେ ଏହାକୁ ସହଜରେ ମୁହଁରେ ବାନ୍ଧିବା ପାଇଁ ସକ୍ଷମ ହେଉଥିବା ଉଚିତ
02:49 ଘର ତିଆରି ଫେସ୍ କଭର୍‌କୁ ସହଜରେ ସିଲେଇ ମେଶିନ୍ ସାହାଯ୍ୟରେ ଓ ମେଶିନ୍ ବିନା ପ୍ରସ୍ତୁତ କରାଯାଇପାରିବ
02:55 ପ୍ରଥମେ ଗୋଟିଏ ସିଲେଇ ମେସିନ୍ ସାହାଯ୍ୟରେ କିପରି ଗୋଟିଏ ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ କରାଯାଏ, ଚାଲନ୍ତୁ ଦେଖିବା
03:02 ଏଥିପାଇଁ ଗୋଟିଏ 100% ସୂତା କପଡ଼ା ଆବଶ୍ୟକ
03:06 କପଡ଼ା ଯେକୌଣସି ରଙ୍ଗର ହୋଇଥିଲେ ମଧ୍ୟ ଚଳିବ
03:10 ପ୍ରସ୍ତୁତ କରିବା ପୂର୍ବରୁ କପଡ଼ାକୁ ଭଲ ଭାବରେ ସଫା କରନ୍ତୁ
03:13 ଏବଂ ଏହାକୁ 5 ମିନିଟ ପର୍ଯ୍ୟନ୍ତ ଲୁଣ ପାଣିରେ ଫୁଟାନ୍ତୁ
03:17 କପଡ଼ାକୁ ଭଲ ଭାବରେ ଶୁଖାନ୍ତୁ ଏବଂ ତା’ପରେ ବ୍ୟବହାର କରନ୍ତୁ
03:21 ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ହେଉଛି:
03:23 ଚାରିଖଣ୍ଡ କପଡ଼ା
03:26 କଇଁଚି

ଏବଂ ଗୋଟିଏ ସିଲେଇ ମେଶିନ୍

03:29 ଗୋଟିଏ ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ ପ୍ରଣାଳୀକୁ ମୁଁ ବର୍ଣନା କରିବି
03:34 ଫେସ୍ କଭର୍ ପାଇଁ କପଡ଼ା କାଟିବାରୁ ଆରମ୍ଭ କରନ୍ତୁ
03:39 ବୟସ୍ଲଙ୍କ ପାଇଁ ଏହାର ଆକାର 9 ଇଞ୍ଚ x 7 ଇଞ୍ଚ ହେବା ଆବଶ୍ୟକ
03:44 ଗୋଟିଏ ଛୋଟ ପିଲା ପାଇଁ ଏହାର ଆକାର 7 ଇଞ୍ଚ x 5 ଇଞ୍ଚ ହେବା ଆବଶ୍ୟକ
03:50 ବର୍ତ୍ତମାନ କପଡ଼ାଗୁଡ଼ିକୁ କାଟନ୍ତୁ
03:53 ବୟସ୍କଙ୍କ ଫେସ୍ କଭର୍ ପାଇଁ 4 ଖଣ୍ଡ କପଡ଼ା କାଟନ୍ତୁ, ଯାହାକୁ ବନ୍ଧାଯିବ ଓ ପାଇପିଂ କରାଯିବ
03:59 ଦୁଇ ଖଣ୍ଡ, ପ୍ରତ୍ୟେକର ଆକାର 1.5 ଇଞ୍ଚ x 5 ଇଞ୍ଚ ହେବା ଆବଶ୍ୟକ
04:05 1.5 ଇଞ୍ଚ x 40 ଇଞ୍ଚ ଆକାରର ମଧ୍ୟ ଦୁଇଖଣ୍ଡ ଆବଶ୍ୟକ
04:11 ପାଇପିଂ ଭାବେ ବ୍ୟବହାର ହେବା ପାଇଁ ଗୋଟିଏ 1.5 ଇଞ୍ଚ x 5 ଇଞ୍ଚର ଗୋଟିଏ କପଡ଼ା ଖଣ୍ଡକୁ କଭର୍ ହେବାକୁ ଥିବା କପଡ଼ାର ଗୋଟିଏ ପ୍ରାନ୍ତରେ ସିଲେଇ କରନ୍ତୁ
04:19 କପଡ଼ାକୁ 1.5 ଇଞ୍ଚ ବ୍ୟବଧାନରେ ଫୋଲ୍ଡ କରି ତଲମୁହାଁ କରି 3ଟି ପ୍ଲିଟ୍ ତିଆରି କରନ୍ତୁ
04:28 ପ୍କିଟ୍ କରାଯାଇଥିବା କପଡ଼ାର ଅନ୍ୟ ପଟେ ପ୍ଲିଟ୍ କରିବା ପାଇଁ ଉପରୋକ୍ତ ପଦାଙ୍କଗୁଡ଼ିକର ପୁନରାବୃତ୍ତି କରନ୍ତୁ
04:34 ବର୍ତ୍ତମାନ କପଡ଼ାର ଉଚ୍ଚତା 9 ଇଞ୍ଚରୁ 5 ଇଞ୍ଚକୁ ହ୍ରାସ ପାଇବ
04:42 ଉଭୟ ପଟରେ ପାଇପିଂ କରି ପ୍ଲିଟ୍‌ଗୁଡ଼ିକୁ ସୁରକ୍ଷିତ କରନ୍ତୁ
04:46 ସମସ୍ତ ପ୍ଲିଟ୍ ଗୁଡ଼ିକୁ ତଳମୁହାଁ କରି ରଖିବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ
04:51 ତା’ପରେ 40 ଇଞ୍ଚ ଲମ୍ବା ବିଶିଷ୍ଟ କପଡ଼ା ଖଣ୍ଡକୁ ଫେସ୍ କଭର୍‌ର ଉପରେ ଓ ତଳେ ଯୋଡ଼ନ୍ତୁ
04:59 ପୁନର୍ବାର ଉଭୟ କପଡ଼ା ଖଣ୍ଡକୁ ତିନିଥର ଫୋଲ୍ଡ କରନ୍ତୁ ଏବଂ ସିଲେଇ କରନ୍ତୁ
05:05 ଆପଣଙ୍କ ଫେସ୍ କଭର୍ ବର୍ତ୍ତମାନ ବ୍ୟବହାର ପାଇଁ ପ୍ରସ୍ତୁତ ଅଟେ
05:09 ଏହାକୁ ପିନ୍ଧିବା ସମୟରେ ଫେସ୍ କଭର୍ ଓ ଆପଣଙ୍କ ମୁହଁ ମଧ୍ୟରେ ଶୂନ୍ୟ ସ୍ଥାନ ରହିବା ଉଚିତ ନୁହେଁ
05:15 ଆପଣଙ୍କ ଆଡ଼କୁ ଥିବା ପାର୍ଶ୍ଵରେ ପ୍ଲିଟ୍‌ଗୁଡ଼ିକ ତଳମୁହାଁ ହୋଇଥିବା ଆବଶ୍ୟକ
05:21 ପୁନର୍ବାର ବ୍ୟବହାର କରିବା ପାଇଁ ଫେସ୍ କଭର୍‌କୁ କଦାପି ଓଲଟାନ୍ତୁ ନାହିଁ
05:24 ଏବଂ ପ୍ରତ୍ୟେକ ଥର ବ୍ୟବହାର କରିବା ପରେ ଏହାକୁ ଭଲ ଭାବରେ ସଫା କରନ୍ତୁ
05:28 ଆପଣ ନିଜର ମୁହଁ କିମ୍ବା ଆଖିକୁ ଛୁଇଁବା ଉଚିତ ନୁହେଁ
05:31 ଘରେ ପହଞ୍ଚିବା ପରେ ନିଜ ହାତକୁ ଭଲ ଭାବରେ ସଫା କରନ୍ତୁ
05:35 ବର୍ତ୍ତମାନ ବିନା ସିଲେଇ ମେଶିନ୍‌ରେ କିପରି ଗୋଟିଏ ଫେସ୍ କଭର୍ ପ୍ରସ୍ତୁତ କରାଯାଏ, ଚାଲନ୍ତୁ ଦେଖିବା
05:41 ଆବଶ୍ୟକ ଜିନିଷ:

100% ସୂତା ଜିନିଷ କିମ୍ବା ପୁରୁଷ ଲୋକଙ୍କର ସୂତା ରୁମାଲ

05:47 ଏବଂ 2ଟି ରବର୍ ବ୍ୟାଣ୍ଡ
05:50 ବର୍ତ୍ତମାନ ମୁଁ ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ବର୍ଣ୍ଣନା କରିବି
05:55 ରୁମାଲକୁ ଗୋଟିଏ କଡ଼ରୁ ଏବଂ ମଧ୍ୟ ଭାଗରୁ ସାମାନ୍ୟ ଉପରକୁ ଫୋଲ୍ଡ କରନ୍ତୁ
06:01 ବର୍ତ୍ତମାନ ଅନ୍ୟ ଧାରକୁ ପ୍ରଥମ ଫୋଲ୍ଡର ଉପର ପର୍ଯ୍ୟନ୍ତ ଫୋଲ୍ଡ କରନ୍ତୁ
06:07 ଏହାକୁ ପୁନର୍ବାର ମଝିରୁ ସମାନ ଭାବରେ ଫୋଲ୍ଡ କରନ୍ତୁ
06:11 ଗୋଟିଏ ରବର୍ ବ୍ୟାଣ୍ଡକୁ କପଡ଼ାର ବାମ କଡ଼ରେ ବାନ୍ଧନ୍ତୁ
06:15 ବର୍ତ୍ତମାନ ଅନ୍ୟ କଡ଼ରେ ଆଉ ଗୋଟିଏ ରବର୍ ବ୍ୟାଣ୍ଡ ବାନ୍ଧନ୍ତୁ
06:20 ଦୁଇଟି ରବର୍ ବ୍ୟାଣ୍ଡର ମଧ୍ୟ ଭାଗ ଯଥେଷ୍ଟ ବଡ଼ ଥିବା ସୁନିଶ୍ଚିତ କରନ୍ତୁ
06:25 ଏହା ଆପଣଙ୍କର ପାଟି ଓ ନାକକୁ ଘୋଡ଼ାଇବାରେ ସାହାଯ୍ୟ କରିବ
06:30 ରବର୍ ବନ୍ଧା ଯାଇଥିବା ପାର୍ଶ୍ଵରେ କପଡ଼ାର ଗୋଟିଏ ଧାରକୁ ଏହା ଉପରେ ଫୋଲ୍ଡ କରନ୍ତୁ
06:36 ଏହାକୁ ଉଭୟ ପାର୍ଶ୍ଵ ପାଇଁ କରନ୍ତୁ
06:38 ବର୍ତ୍ତମାନ ଗୋଟିଏ ଫୋଲ୍ଡକୁ ଅନ୍ୟ ଫୋଲ୍ଡ ମଧ୍ୟରେ ରଖନ୍ତୁ
06:43 ଆପଣଙ୍କ ଫେସ୍ କଭର୍ ବର୍ତ୍ତମାନ ବ୍ୟବହାର ପାଇଁ ପ୍ରସ୍ତୁତ ଅଟେ
06:47 ଏହି ଫେସ୍ କଭର୍‌କୁ ବ୍ୟବହାର କରିବା ପାଇଁ ପ୍ରତ୍ୟେକ ରବର୍ ବ୍ୟାଣ୍ଡକୁ କେବଳ ନିଜର କାନଗୁଡ଼ିକରେ ଗୁଡ଼ାଇବା ଆବଶ୍ୟକ
06:53 ପୂର୍ବରୁ କୁହାଯାଇଥିବା ଭଳି ଫେସ୍ କଭର୍ ଦ୍ଵାରା ଆପଣଙ୍କ ପାଟି ଓ ନାକ ଘୋଡ଼ାଇ ହେଉଛି ବୋଲି ନିଶ୍ଚିତ କରନ୍ତୁ
07:00 ସେଗୁଡ଼ିକ ମଧ୍ୟରେ ଶୂନ୍ୟ ସ୍ଥାନ ରହିବା ଉଚିତ ନୁହେଁ
07:04 ଘର ତିଆରି ସୁରକ୍ଷାତ୍ମକ ଫେସ୍ କଭର୍ ପିନ୍ଧିବା ପୂର୍ବରୁ ସାବଧାନତାଗୁଡ଼ିକୁ ଅନୁସରଣ କରନ୍ତୁ
07:10 ଫେସ୍ କଭର୍ ପିନ୍ଧିବା ପୂର୍ବରୁ ହାତଗୁଡ଼ିକୁ ଭଲ ଭାବରେ ଧୁଅନ୍ତୁ
07:14 ଫେସ୍ କଭର୍ ଆର୍ଦ୍ର ହେବା କ୍ଷଣି ଏହାକୁ ସାଙ୍ଗେ ସାଙ୍ଗେ ବଦଳାଇ ଦିଅନ୍ତୁ
07:21 ଫେସ୍ କଭର୍ ଥରେ ବ୍ୟବହାର ହୋଇ ସାରିବା ପରେ ପୁନର୍ବାର ବ୍ୟବହାର କରିବା ପାଇଁ ଏହାକୁ ସଫା କରନ୍ତୁ
07:27 ପରିବାରର ପ୍ରତ୍ୟେକ ସଦସ୍ୟ ନିଜ ନିଜର ଫେସ୍ କଭର୍ ବ୍ୟବହାର କରିବା ଉଚିତ
07:32 କାଢ଼ିବା ସମୟରେ ଫେସ୍ କଭର୍‌ର ସାମ୍ନା ଭାଗକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଛୁଇଁବା ଉଚିତ ନୁହେଁ
07:38 ଏହାକୁ କେବଳ ପଛରେ ଲାଗିଥିବା ଡୋର କିମ୍ବା ରବର୍ ବ୍ୟାଣ୍ଡ ଦ୍ଵାରା କାଢନ୍ତୁ
07:43 ଡୋର ଲାଗିଥିବା ଫେସ୍ କଭର୍ ପାଇଁ ପ୍ରଥମେ ନିମ୍ନ ଭାଗର ଏବଂ ତା’ପରେ ଉପର ଭାଗର ଡୋରକୁ ଖୋଲନ୍ତୁ
07:51 କାଢ଼ିବା ପରେ ତୁରନ୍ତ ନିଜ ହାତକୁ ସାବୁନ୍ ଓ ପାଣି ସାହାଯ୍ୟରେ 40 ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ
07:58 ଆପଣ 65% ଆଲକୋହଲ୍ ଥିବା ହ୍ୟାଣ୍ଡ ସାନିଟାଇଜର୍ ମଧ୍ୟ ବ୍ୟବହାର କରିପାରିବେ
08:04 ବର୍ତ୍ତମାନ ଫେସ୍ କଭର୍‌କୁ କିପରି ସଠିକ ଭାବରେ ସାନିଟାଇଜ୍ କରିବେ, ମୁଁ ସେ ବିଷୟରେ କହିବି
08:09 ଦୟାକରି ବାଧ୍ୟତାମୂଳକ ଭାବରେ ଉପାୟର ଅନୁସରଣ କରନ୍ତୁ
08:12 ଫେସ୍ କଭର୍‌କୁ ସାବୁନ୍ ଓ ଉଷୁମ ପାଣି ସାହାଯ୍ୟରେ ଭଲ ଭାବରେ ସଫା କରନ୍ତୁ
08:17 ଏହାକୁ ଅତି କମରେ 5 ଘଣ୍ଟା ପର୍ଯ୍ୟନ୍ତ ଖରାରେ ଶୁଖାନ୍ତୁ
08:21 ଏହା ବ୍ୟତିତ ସାନିଟାଇଜ୍ କରିବା ପାଇଁ ଆପଣ ଗୋଟିଏ ପ୍ରେସର୍ କୁକର୍ ବ୍ୟବହାର କରିପାରିବେ
08:25 ପ୍ରେସର୍ କୁକର୍‌ରେ ଫେସ୍ କଭର୍‌କୁ ପାଣି ସହିତ ରଖନ୍ତୁ
08:29 ଲୁଣ ପକାନ୍ତୁ ଏବଂ ଅତି କମରେ 10 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ
08:33 ତା’ପରେ ଏହାକୁ କାଢ଼ି ସଫା ସ୍ଥାନରେ ଶୁଖାନ୍ତୁ
08:38 ଆପଣ ଫେସ୍ କଭର୍‌କୁ ଗରମ ପାଣିରେ ମଧ୍ୟ 15 ମିନିଟ୍ ପର୍ଯ୍ୟନ୍ତ ସିଝାଇପାରିବେ
08:44 ଯଦି ଆପଣଙ୍କର ପ୍ରେସର୍ କୁକର୍ କିମ୍ବା ପାଣିକୁ ଫୁଟାଇବା ପାଇଁ ସୁବିଧା ନଥାଏ, ତେବେ ସାବୁନ୍ ବ୍ୟବହାର କରନ୍ତୁ
08:51 ସାବୁନ୍‌ରେ ଧୋଇ ସଫା କରନ୍ତୁ
08:54 ଏବଂ 5 ମିନିଟ୍ ପର୍ଯ୍ୟନ୍ତ ଫେସ୍ କଭର୍‌କୁ ଗରମ ରଖନ୍ତୁ
08:59 ଗରମ କରିବା ପାଇଁ ଆପଣ ଇସ୍ତ୍ରୀ ବ୍ୟବହାର କରିପାରିବେ
09:04 ଅତି କମରେ ଦୁଇଟି ଫେସ୍ କଭର୍ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଉଛି
09:09 ଆପଣ ଗୋଟିଏ ପିନ୍ଧିବା ସମୟରେ ଅନ୍ୟଟିକୁ ସଫା କରି ଶୁଖଯାଇପାରିବ
09:13 ବର୍ତ୍ତମାନ ଚାଲନ୍ତୁ ସଫା ଫେସ୍ କଭର୍‌କୁ ସାଇତି ରଖିବା ବିଷୟରେ ଜାଣିବା
09:18 ଯେକୌଣସି ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗକୁ ସାବୁନ୍ ଓ ପାଣି ଦ୍ଵାରା ଭଲ ଭାବରେ ସଫା କରନ୍ତୁ
09:23 ଏହାର ଉଭୟ ପଟକୁ ଭଲ ଭାବରେ ଶୁଖାନ୍ତୁ
09:27 ଅତିରିକ୍ତ ଫେସ୍ କଭର୍‌କୁ ଏହି ସଫା ବ୍ୟାଗ୍ ମଧ୍ୟରେ ରଖି ଭଲ ଭାବରେ ସିଲ୍ କରିଦିଅନ୍ତୁ
09:32 ବର୍ତ୍ତମାନ ଆପଣ ଦୈନିକ ଗୋଟିକ ପରେ ଗୋଟିଏ ବ୍ୟବହାର କରିପାରିବେ
09:38 ଏହା ଦ୍ଵାରା ଆମେ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆସିଯାଇଛେ
09:41 ଏହି ଟ୍ୟୁଟୋରିଆଲ୍‌ରେ ଯାହା ସବୁ ଶିଖିଲେ, ସେଗୁଡ଼ିକୁ ସାରାଂଶିତ କରନ୍ତୁ
09:45 କରୋନା ଭୂତାଣୁଠାରୁ ସୁରକ୍ଷିତ ରହିବା ପାଇଁ ସୁରକ୍ଷାତ୍ମକ ଫେସ୍ କଭର୍‌ର ଆବଶ୍ୟକତା ବିଷୟରେ ଆମେ ଜାଣିଲେ
09:51 ଆମେ ଜରୁରୀ ସତର୍କତା ବିଷୟରେ ମଧ୍ୟ ଜାଣିଲେ
09:54 ସ୍ଵାସ୍ଥ୍ୟ କର୍ମୀମାନେ ଘର ତିଆରି ଫେସ୍ କଭର୍ ବ୍ୟବହାର କରିବା ଉଚିତ ନୁହେଁ
09:59 COVID-19 ରୋଗୀଙ୍କ ସମ୍ପର୍କରେ ଆସୁଥିବା ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ
10:05 COVID-19 ରୋଗୀମାନେ ମଧ୍ୟ ଏହି ଫେସ୍ କଭର୍‌ଗୁଡ଼ିକୁ ବ୍ୟବହାର କରିବା ଉଚିତ ନୁହେଁ
10:10 ସେମାନେ ସମସ୍ତେ ନିଶ୍ଚିତ ରୂପେ ନିର୍ଦ୍ଦିଷ୍ଟ ସୁରକ୍ଷାତ୍ମକ ଗିଅର୍ ପିନ୍ଧିବା ବାଧ୍ୟତାମୂଳକ ଅଟେ
10:15 ଆମେ ସୁରକ୍ଷାତ୍ମକ ସାବଧାନତାଗୁଡ଼ିକ ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ
10:19 ଘର ତିଆରି ଫେସ୍ କଭର୍‌ଗୁଡ଼ିକ ଦ୍ଵାରା ସମ୍ପୂର୍ଣ୍ଣ ସୁରକ୍ଷା ମିଳେ ନାହିଁ
10:23 ଗୋଟିଏ ଫେସ୍ କଭର୍‌କୁ ସଫା ନକରି କିମ୍ବା ଅନ୍ୟ କେହି ବ୍ୟବହାର କରିବା ଉଚିତ ନୁହେଁ
10:29 ବାଧ୍ୟତାମୂଳକ ଭାବେ ଅତି କମରେ 2 ମିଟରର ସାମାଜିକ ଦୂରତା ବଜାୟ ରଖନ୍ତୁ
10:34 ହାତକୁ ବାରମ୍ବାର ସାବୁନ୍ ଦ୍ଵାରା 40 ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ
10:39 ସିଲେଇ ମେଶିନ୍ ସାହାଯ୍ୟରେ ଏବଂ ସିଲେଇ ମେଶିନ୍ ବିନା ଗୋଟିଏ ଫେସ୍ କଭର୍ ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ଆମେ ଶିଖିଲୁ
10:45 ସୁରକ୍ଷାତ୍ମକ ଫେସ୍ କଭର୍‌କୁ ପିନ୍ଧିବା ପୂର୍ବରୁ ଏବଂ କାଢ଼ିବା ସମୟରେ ଅନୁସରଣ କରିବାକୁ ଥିବା ସାବଧାନତାଗୁଡ଼ିକ
10:51 ଏବଂ ଫେସ୍ କଭର୍‌ଗୁଡ଼ିକୁ ସାନିଟାଇଜ୍ କରିବା ଓ ସାଇତି ରଖିବାର ସଠିକ ଉପାୟ ବିଷୟରେ ଆମେ ଜାଣିଲୁ

Contributors and Content Editors

Pradeep