Difference between revisions of "COVID19/C2/Breastfeeding-during-COVID-19/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>Time</center> | <center>Narration</center> |- | 00:02 | COVID-19 ସମୟରେ ସ୍ତନ୍ୟପାନ ଉପରେ ସ୍ପୋକନ୍ ଟ୍...")
 
 
Line 422: Line 422:
 
| 10:14
 
| 10:14
 
| ଏଥିସହିତ ଆମେ ଏହି ଟ୍ୟୁଟୋରିଅଲର ସମାପ୍ତିକୁ ଆସିଗଲେ.
 
| ଏଥିସହିତ ଆମେ ଏହି ଟ୍ୟୁଟୋରିଅଲର ସମାପ୍ତିକୁ ଆସିଗଲେ.
IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
  
 
|-
 
|-
 
|}
 
|}

Latest revision as of 11:46, 27 July 2020

Time
Narration
00:02 COVID-19 ସମୟରେ ସ୍ତନ୍ୟପାନ ଉପରେ ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଅଲରେ ଆମେ ଶିଖିବା
00:12 COVID-19 କ’ଣ ଏବଂ
00:14 COVID-19 ସମୟରେ ସ୍ତନ୍ୟପାନ ପାଇଁ ମାର୍ଗଦର୍ଶିକା
00:19 COVID-19 କ’ଣ ଆସନ୍ତୁ ପ୍ରଥମେ ବୁଝିବା?
00:24 COVID-19 ହେଉଛି ଏକ ସଂକ୍ରାମକ ରୋଗ, ଯାହା କୋରୋନାଭାଇରସ୍ ନାମକ ଭୂତାଣୁ ଦ୍ୱାରା ବ୍ୟାପିଥାଏ
00:33 ଏହି ଭୂତାଣୁ ସମଗ୍ର ବିଶ୍ୱରେ ବ୍ୟାପିସାରିଛି
00:37 ଯେତେବେଳେ ସଂକ୍ରମିତ ବ୍ୟକ୍ତି ଛିଙ୍କନ୍ତି କିମ୍ୱା କାଶନ୍ତି, ତାଙ୍କଠାରୁ ଜଳକଣା ବାହାରିଥାଏ
00:44 ସେହି ଜଳକଣାରେ କୋରୋନା ଭୂତାଣୁ ଥାଏ
00:49 ଏହି ସଂକ୍ରମିତ ଜଳକଣାଗୁଡ଼ିକୁ ଅନ୍ୟ ଲୋକମାନେ ଶୁଙ୍ଗିଲେ ସଂକ୍ରମଣ ବ୍ୟାପିଥାଏ
00:56 ଏହି ଜଳକଣାଗୁଡ଼ିକ 1 ରୁ 2 ମିଟର୍ ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିପାରେ ଏବଂ ଚଟାଣରେ ରହିପାରେ
01:04 ସେଠାରେ ସେଗୁଡ଼ିକ କିଛି ଘଣ୍ଟା କିମ୍ୱା ଦିନ ପର୍ଯ୍ୟନ୍ତ ରୁହେ
01:09 ଅନ୍ୟ ଲୋକମାନେ ସେହି ସ୍ଥାନକୁ ନିଜ ହାତ ସାହାଯ୍ୟରେ ଛୁଅଁନ୍ତି
01:15 ତା’ପରେ ହାତ ନ ଧୋଇ, ନିଜ ଆଖି,
01:18 ନାକ କିମ୍ୱା ପାଟିକୁ ଛୁଅଁନ୍ତି
01:23 ଏହା ହେଉଛି ଅନ୍ୟ ଏକ ମାର୍ଗ, ଯେଉଁଥିରୁ ସଂକ୍ରମଣ ବ୍ୟାପେ
01:28 ଲକ୍ଷଣ ଆରମ୍ଭ ହେବା ପୂର୍ବରୁ ମଧ୍ୟ ସଂକ୍ରମିତ ଲୋକମାନଙ୍କ ଦ୍ୱାରା ଭୂତାଣୁ ବ୍ୟାପିପାରେ
01:35 ଏହି ଭୂତାଣୁର ଅନ୍ତର୍ଗର୍ଭାଶୟୀ ସଂଚରଣର କୌଣସି ସ୍ପଷ୍ଟ ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିନାହିଁ
01:43 ସଂକ୍ରମିତ ମା’ମାନଙ୍କର ସ୍ତନକ୍ଷୀରରେ ଏହି ଭୂତାଣୁ ଥିବାର ଏପର୍ଯ୍ୟନ୍ତ ଠାବ ହୋଇନାହିଁ
01:51 ସ୍ତନ୍ୟପାନ ମାଧ୍ୟମରେ ଏହା ସଂଚାରିତ ହେଉଥିବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ
01:57 କୋରୋନାଭାଇରସ୍ ସଂକ୍ରମଣର କ୍ଲିନିକଲ୍ ଲକ୍ଷଣ ବହୁତ ରହିଛି
02:03 ଜ୍ୱର, କାଶ,
02:05 ଅଣନିଶ୍ୱାସୀ, କ୍ଲାନ୍ତି,
02:07 ମୁଣ୍ଡବିନ୍ଧା, ତଣ୍ଟି ଦରଜ ହେଉଛି ସାଧାରଣ
02:12 ବାନ୍ତି ହେବା, ହଇଜା,
02:14 ଛିଙ୍କିବା ଓ ଆଖି ଫୁଲିବା ହେଉଛି ଅସାଧାରଣ
02:19 ସଂକ୍ରମିତ ଲୋକମାନଙ୍କର କୌଣସି ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ
02:25 COVID-19ର ବିପଦ ନବଜନ୍ମିତ ଓ ଶିଶୁମାନଙ୍କ ଉପରେ କମ ଥାଏ
02:30 ଛୋଟ ପିଲାମାନଙ୍କଠାରେ COVID-19 ର କେବଳ କିଛି ସୁନିଶ୍ଚିତ ମାମଲା ରହିଛି
02:37 ଅଧିକାଂଶ ସଂକ୍ରମିତ ପିଲାଙ୍କଠାରେ ଅଳ୍ପ କିମ୍ୱା କୌଣସି ଲକ୍ଷଣ ଦେଖାଯାଏ ନାହିଁ
02:44 ଏବେ, COVID-19 ସମୟରେ ସ୍ତନ୍ୟପାନ ପାଇଁ ମାର୍ଗଦର୍ଶିକା ବିଷୟରେ ଆସନ୍ତୁ ଆଲୋଚନା କରିବା
02:51 ସମସ୍ତ ଶିଶୁଙ୍କ ପାଇଁ ସ୍ତନ କ୍ଷୀର ହେଉଛି ଅତ୍ୟାବଶ୍ୟକ
02:56 COVID-19 ସନ୍ଦିଗ୍ଧ କିମ୍ୱା ସୁନିଶ୍ଚିତ ମା’ମାନଙ୍କଠାରୁ ଜନ୍ମ ନେଇଥିବା ଶିଶୁମାନେ ଏଥିରେ ଅନ୍ତର୍ଭୁକ୍ତ
03:03 COVID-19 ସନ୍ଦିଗ୍ଧ କିମ୍ୱା ସୁନିଶ୍ଚିତ ଶିଶୁମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି
03:10 ସମସ୍ତ ଶିଶୁମାନଙ୍କୁ ସାଧାରଣ ଶିଶୁଙ୍କୁ ଖୁଆଇବା ମାର୍ଗଦର୍ଶିକା ଅନୁସାରେ ଖୁଆଯିବା ଉଚିତ
03:17 ଜନ୍ମର 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରାଯିବା ଉଚିତ
03:22 6 ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ ହିଁ କରାଯିବା ଦରକାର
03:28 ଯଦି ଆବଶ୍ୟକ ହୁଏ, ତେବେ ମା’ଙ୍କ ସ୍ତନରୁ କଢ଼ାଯାଇଥିବା କ୍ଷୀର ଦିଆଯାଇପାରିବ
03:34 6 ମାସରୁ ପୂରକ ଆହାର ଆରମ୍ଭ କରାଯିବା ଦରକାର
03:40 ଅତିକମରେ 2 ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଯିବା ଉଚିତ
03:46 ସ୍ତନ୍ୟପାନ, କଢ଼ାଯାଇଥିବା କ୍ଷୀର ଓ ପରିପୂରକ ଆହାର ହେଉଛି ଅତ୍ୟାବଶ୍ୟକ ଦକ୍ଷତା
03:54 ସେଗୁଡ଼ିକ ବିଷୟରେ ଅନ୍ୟ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଛି
03:59 ଦୟାକରି ଆମ ୱେବସାଇଟରେ ଥିବା ପ୍ରାକ୍ ଆବଶ୍ୟକ ସ୍ୱାସ୍ଥ୍ୟ ଓ ପୋଷଣ ଶୃଙ୍ଖଳା ଦେଖନ୍ତୁ
04:06 COVID-19 ସମୟରେ, ସୁସ୍ଥକର ଭାବେ ଶିଶୁକୁ ଖୁଆଇବା ପାଇଁ ବିଶେଷ ଯତ୍ନ ନିଆଯିବା ଆବଶ୍ୟକ
04:13 ଶିଶୁକୁ ଛୁଇଁବା ପୂର୍ବରୁ ଓ ପରେ ମା’ ନିଜ ହାତକୁ 20 ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା ଉଚିତ
04:21 ସ୍ତନ୍ୟପାନ କିମ୍ୱା ସ୍ତନରୁ କ୍ଷୀର କାଢ଼ିବା ପୂର୍ବରୁ ଓ ପରେ ମଧ୍ୟ ହାତ ଧୋଇବା ଉଚିତ
04:28 ହାତ ସଫା କରିବା ପାଇଁ ଆଲକୋହୋଲ୍ ଆଧାରିତ ହ୍ୟାଣ୍ଡ ରବ୍ ମଧ୍ୟ ବ୍ୟବହାର କରାଯାଇପାରିବ
04:34 ଯଦି ସେ COVID-19 ସନ୍ଦିଗ୍ଧ କିମ୍ୱା ସୁନିଶ୍ଚିତ ହୋଇଥିବେ, ତେବେ ଡାକ୍ତରୀ ମାସ୍କ ଆବଶ୍ୟକ ହେବ
04:43 ସ୍ତନ୍ୟପାନ ଓ କ୍ଷୀର କାଢ଼ିବା ସମୟରେ
04:46 ସେ ମାସ୍କ ପିନ୍ଧିବା ଉଚିତ
04:49 ମାସ୍କଟି ଓଦା ହେବା କ୍ଷଣି, ତାହାକୁ ବଦଳାଇଦିଅନ୍ତୁ
04:55 ବ୍ୟବହୃତ ମାସ୍କକୁ ତୁରନ୍ତ ଫୋପାଡ଼ିଦିଅନ୍ତୁ
05:01 ତାହାକୁ ଆଉ ବ୍ୟବହାର କରନ୍ତୁ ନାହିଁ
05:04 ମାସ୍କର ସାମ୍ନା ଭାଗକୁ ଛୁଅଁନ୍ତୁ ନାହିଁ
05:09 ମାସ୍କକୁ ପଛପଟୁ କାଢ଼ନ୍ତୁ
05:13 ବେଳେବେଳେ, ଡାକ୍ତରୀ ମାସ୍କ ଉପଲବ୍ଧ ହୋଇନଥାଏ
05:19 ଏପରି ମାମଲାରେ, ଗୋଟିଏ ଟିସୁ
05:22 କିମ୍ୱା ଖଣ୍ଡେ ସଫା କପଡ଼ା କିମ୍ୱା ଗୋଟିଏ ରୁମାଲ ବ୍ୟବହାର କରନ୍ତୁ
05:27 ସର୍ବଦା ସେଥିରେ ହିଁ ଛିଙ୍କନ୍ତୁ କିମ୍ୱା କାଶନ୍ତୁ
05:31 ତାହାକୁ ତୁରନ୍ତ ଡଷ୍ଟବିନରେ ଫୋପାଡ଼ିଦେଇ ନିଜ ହାତକୁ ଭଲ ଭାବରେ ଧୁଅନ୍ତୁ
05:38 ଗୋଟିଏ ଓଦା ଟିସୁ କିମ୍ୱା କପଡ଼ା
05:40 କିମ୍ୱା ରୁମାଲକୁ ଯେତେଥର ଆବଶ୍ୟକ ବଦଳାଇବା ଉଚିତ
05:46 ଡାକ୍ତରୀ ମାସ୍କ ଉପଲବ୍ଧ ନଥିଲେ, କପଡ଼ା ମାସ୍କ ମଧ୍ୟ ବ୍ୟବହାର କରାଯାଇପାରିବ
05:53 ପ୍ରତ୍ୟେକ ଥର ଖୁଆଇବା ପୂର୍ବରୁ ମା’ଙ୍କୁ ନିଜ ସ୍ତନ ଧୋଇବାର ଆବଶ୍ୟକ ନାହିଁ
05:58 ଯଦି ସେ ନିଜ ଛାତି ଉପରେ କାଶିଥା’ନ୍ତି, ତେବେ ସ୍ତନକୁ ଧୋଇଦେବା ଉଚିତ
06:04 ସାବୁନ ଓ ଗରମ ପାଣି ବ୍ୟବହାର କରି ଅତିକମରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାଲୁକା ଭାବେ ସେଗୁଡ଼ିକୁ ଧୁଅନ୍ତୁ
06:12 ଶିଶୁକୁ ଛୁଇଁବା ପୂର୍ବରୁ ଓ ପରେ ଧାଈଙ୍କୁ ନିଜ ହାତ ଧୋଇନେବା ଦରକାର
06:19 ବଖରାର ସମସ୍ତ ସ୍ଥାନକୁ ନିୟମିତ ଭାବେ ସଫା ଓ ସଂକ୍ରମଣହୀନ କରାଯିବା ଉଚିତ
06:26 କେତେକ ସଂକ୍ରମିତ ମା’ ସ୍ତନ୍ୟପାନ କରାଇବା ପାଇଁ ବହୁତ ଅସୁସ୍ଥ ଥାଇପାରନ୍ତି
06:32 ଏପରି ପରିସ୍ଥିତିରେ, ଶିଶୁକୁ ମା’ଙ୍କ ସ୍ତନରୁ କଢ଼ାଯାଇଥିବା କ୍ଷୀର ଖୁଆଇବା ଉଚିତ
06:39 ଏହି କ୍ଷୀରକୁ ଜଣେ ନର୍ସ କିମ୍ୱା ପରିବାର ସଦସ୍ୟ ଶିଶୁକୁ ଖୁଆଇପାରିବେ
06:45 ଶିଶୁକୁ ଖୁଆଉଥିବା ବ୍ୟକ୍ତି ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିବା ଅନୁଚିତ
06:51 ଶିଶୁକୁ କିମ୍ୱା କ୍ଷୀରକୁ ଛୁଇଁବା ପୂର୍ବରୁ ସେ ଅତିକମରେ 20 ସେକେଣ୍ଡ ପର୍ଯ୍ୟନ୍ତ ନିଜ ହାତ ଧୋଇବା ଉଚିତ
06:59 ହାତ ଧୋଇବା ପରେ ସେ ନିଶ୍ଚିତ ଭାବେ ମାସ୍କ ମଧ୍ୟ ପିନ୍ଧିବେ
07:05 ସ୍ତନରୁ କଢ଼ାଯାଇଥିବା କ୍ଷୀରକୁ ଗରମ ନ କରି ଶିଶୁକୁ ଖୁଆଯାଇପାରିବ
07:11 ସ୍ତନରୁ କଢ଼ାଯାଇଥିବା କ୍ଷୀରର ସଂଗ୍ରହ ଓ ସଂରକ୍ଷଣ ବହୁତ ସାବଧାନତାପୂର୍ବକ କରାଯିବା ଦରକାର
07:18 ମା’ ସୁସ୍ଥ ହେବା ପରେ ସ୍ତନ୍ୟପାନ ପୁଣି ଆରମ୍ଭ କରାଯିବା ଉଚିତ
07:24 କେତେକ ସଂକ୍ରମିତ ମା’ ସ୍ତନରୁ କ୍ଷୀର କାଢ଼ିବା ପାଇଁ ବହୁତ ଅସୁସ୍ଥ ଥାଇପାରନ୍ତି
07:29 ଏପରି ପରିସ୍ଥିତିରେ ଶିଶୁକୁ ଖୁଆଇବା ପାଇଁ ଅନ୍ୟ କୌଣସି ବିକଳ୍ପ ଦେଖନ୍ତୁ
07:35 ଡୋନର୍ ମାନବ ଦୁଗ୍ଧ ବ୍ୟାଙ୍କରେ କ୍ଷୀର ଉପଲବ୍ଧ ଅଛି କି ନାହିଁ ଖବର ନିଅନ୍ତୁ
07:41 ମା’ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଡୋନର୍ ମାନବ କ୍ଷୀର ଶିଶୁକୁ ଖୁଆନ୍ତୁ
07:47 ଯଦି ଡୋନର୍ ମାନବ କ୍ଷୀର ଉପଲବ୍ଧ ନଥିବ, ତେବେ ମା’ ସୁସ୍ଥ ନ ହେବା ପର୍ଯ୍ୟନ୍ତ ୱେଟ୍-ନର୍ସିଙ୍ଗ୍ କରି ଦେଖନ୍ତୁ
07:55 ୱେଟ୍-ନର୍ସିଙ୍ଗ୍ ହେଉଛି, ଏପରି ଜଣେ ମହିଳାଙ୍କୁ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ଦେବା, ଯିଏ ତା’ ମା’ ହୋଇନଥିବେ
08:03 ଯଦି ୱେଟ୍-ନର୍ସିଙ୍ଗ୍ ସମ୍ଭବ ନ ହୁଏ, ତେବେ ଶିଶୁକୁ ପଶୁ କ୍ଷୀର ଖୁଆନ୍ତୁ
08:10 ଶିଶୁକୁ ଖୁଆଇବା ପୂର୍ବରୁ ସର୍ବଦା ପଶୁ କ୍ଷୀରକୁ ଫୁଟାଇଦିଅନ୍ତୁ
08:16 ଏହି ବିକଳ୍ପଗୁଡ଼ିକ ଉପରେ ଦୟାକରି ନିଜ ଚିକିତ୍ସକଙ୍କ ମତାମତ ନିଅନ୍ତୁ
08:23 ଫର୍ମୁଲା କ୍ଷୀର,
08:25 ଫୀଡିଙ୍ଗ୍ ବୋତଲ
08:27 ପ୍ଲାଷ୍ଟିକ୍, ରବର କିମ୍ୱା ସିଲିକନ୍ ନିପ୍ପଲ୍ ବ୍ୟବହାର କରନ୍ତୁ ନାହିଁ
08:32 ମା’ ସୁସ୍ଥ ହେବା ପରେ ସ୍ତନ୍ୟପାନ ଆରମ୍ଭ କରିବାରେ ତାଙ୍କୁ ସାହାଯ୍ୟ କରନ୍ତୁ
08:38 ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅଭ୍ୟାସ ହେଉଛି, ମା’ ଓ ଶିଶୁ ମଧ୍ୟରେ ଚର୍ମ ସ୍ପର୍ଶ
08:46 ମା’ଙ୍କୁ COVID-19 ହୋଇଥିଲେ ସୁଦ୍ଧା ଜନ୍ମ ହେବାର ତୁରନ୍ତ ପରେ ଏହାକୁ ଆରମ୍ଭ କରାଯିବା ଦରକାର
08:53 ଏହା ସ୍ତନ୍ୟପାନ ଆରମ୍ଭ କରିବାରେ ସାହାଯ୍ୟ କରିବ
08:58 ଦିନ ଓ ରାତି ସବୁବେଳେ କଙ୍ଗାରୁ ମା’ ଯତ୍ନ କରାଯିବା ଉଚିତ
09:04 ସ୍ତନ୍ୟପାନ ଓ ଚର୍ମ ସ୍ପର୍ଶ, ଶିଶୁମାନଙ୍କଠାରେ ମୃତ୍ୟୁର ଆଶଂକାକୁ କମ କରିଥାଏ
09:12 ସେଗୁଡ଼ିକ ତୁରନ୍ତ ଓ ଜୀବନ ତମାମ ସ୍ୱାସ୍ଥ୍ୟ ଓ ବିକାଶ ସୁବିଧା ପ୍ରଦାନ କରିଥାଏ
09:20 ମା’ମାନଙ୍କ ପାଇଁ ସ୍ତନ ଓ ଡିମ୍ୱଗ୍ରନ୍ଥି କର୍କଟର ବିପଦକୁ ସ୍ତନ୍ୟପାନ କମ କରିଥାଏ
09:27 ଏହି ଲାଭଗୁଡ଼ିକ, ସଂକ୍ରମିତ ହେବାର ଆଶଂକାଠାରୁ ବହୁତ ଅଧିକ ଅଟେ
09:34 ଶେଷରେ, ମା’ ଓ ପରିବାରର ସଦସ୍ୟମାନେ ଚେତାବନୀ ଚିହ୍ନଗୁଡ଼ିକ ବିଷୟରେ ପରାମର୍ଶ କରିବା ଦରକାର
09:42 ସେମାନେ, ଶିଶୁଠାରେ ଚେତାବନୀ ଚିହ୍ନଗୁଡ଼ିକୁ ଜାଣିବା ପାଇଁ ତାଲିମ ନେବା ଆବଶ୍ୟକ
09:48 ଯଦି ସେମାନେ କୌଣସି ଚିହ୍ନ ଦେଖନ୍ତି, ତେବେ ଡାକ୍ତରଙ୍କୁ ଜଣାଇବା ଉଚିତ
09:53 ଏହି ଟ୍ୟୁଟୋରିଅଲରେ ଥିବା ମାର୍ଗଦର୍ଶିକା, ବର୍ତ୍ତମାନ ଉପଲବ୍ଧ ଥିବା ସୀମିତ ପ୍ରମାଣ ଉପରେ ଆଧାରିତ
10:01 ନୂଆ ପ୍ରମାଣ ଆସିବା କ୍ଷଣି, କେତେକ ସୁପାରିସକୁ ପରିବର୍ତ୍ତନ କରାଯାଇପାରେ
10:08 ସରକାରଙ୍କ ସଦ୍ୟତମ ନିୟମ ଅନୁଯାୟୀ ଏହି ମାର୍ଗଦର୍ଶିକାଗୁଡ଼ିକୁ ଦୟାକରି ବ୍ୟବହାର କରନ୍ତୁ
10:14 ଏଥିସହିତ ଆମେ ଏହି ଟ୍ୟୁଟୋରିଅଲର ସମାପ୍ତିକୁ ଆସିଗଲେ.

IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep