Difference between revisions of "Blender/C2/Types-of-Windows-User-Preference/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 ||'''Time''' ||'''Narration''' |- | 00:02 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |- | 00:05 | ଏହି ଟ୍...")
 
 
Line 112: Line 112:
  
 
|-
 
|-
| 2:52
+
| 02:52
 
| User Preferences windowକୁ ଖୋଲିବା ପାଇଁ, Ctrl, Alt & Uକୁ ଦାବନ୍ତୁ  
 
| User Preferences windowକୁ ଖୋଲିବା ପାଇଁ, Ctrl, Alt & Uକୁ ଦାବନ୍ତୁ  
  

Latest revision as of 16:08, 18 July 2017

Time Narration
00:02 ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍
00:05 ଏହି ଟ୍ୟୁଟୋରିଆଲ୍ Blender 2.59ରେ User Preferences window ଉପରେ ପର୍ଯ୍ୟବସିତ ଅଟେ
00:12 ଏହି ସ୍କ୍ରିପ୍ଟ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି
00:22 ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, ଆମେ User Preferences window କ’ଣ ଜାଣିପାରିବା:
00:30 User Preferences windowରେ କ’ଣ ସବୁ ବିଭିନ୍ନ ଅପଶନଗୁଡିକ ଉପଲବ୍ଧ ଅଛି;
00:36 ଏବଂ User Preferences windowକୁ ବ୍ୟବହାର କରି କିପରି Blender interfaceକୁ କଷ୍ଟମାଇଜ୍ କରିବା
00:43 Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି
00:48 ଯଦି ନୁହେଁ ତେବେ, ଆମ ପୂର୍ବ ଟ୍ୟୁଟୋରିଆଲକୁ ଅନୁସରଣ କରନ୍ତୁ-
00:52 Basic Description of the Blender Interface
00:58 Blender interfaceର ଉପରିସ୍ଥ ବାମପଟ କୋଣରେ ଥିବା Fileକୁ ଯା’ନ୍ତୁ
01:05 File ଖୋଲିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ
01:08 ଏଠାରେ ଅପଶନଗୁଡିକର ଗୋଟିଏ ତାଲିକା ଅଛି ଯେଉଁଗୁଡିକ File Browser and Info Panel ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
01:19 User Preferencesକୁ ଚୟନ କରନ୍ତୁ
01:22 କୀବୋର୍ଡ୍ ସର୍ଟକଟ୍ ପାଇଁ, Ctrl, Alt & Uକୁ ଦାବନ୍ତୁ
01:32 ଏହା User Preferences window ଅଟେ
01:38 User Preferences windowର ଉପରିସ୍ଥ ବାମପଟ କୋଣରେ ଥିବା Interface କୁ ଯା’ନ୍ତୁ
01:45 ଏହା Blender interfaceକୁ କଷ୍ଟମାଇଜ୍ କରିବା ପାଇଁ ଅନେକ ଅପଶନଗୁଡିକୁ ଧାରଣ କରିଥାଏ
01:50 ସାଧାରଣ ଭାବେ ଆବଶ୍ୟକ ହେଉଥିବା ଅପଶନଗୁଡିକ default ଭାବେ ଆକ୍ଟିଭେଟ୍ ଅଛନ୍ତି
01:56 3D viewର ନିମ୍ନସ୍ଥ ବାମପଟ କୋଣରେ ଅବସ୍ଥିତ ମିନି ଆକ୍ସିସର ଆକାରକୁ Display Mini Axis ନିୟନ୍ତ୍ରଣ କରିଥାଏ
02:05 ଡିଫଲ୍ଟ ଆକାର ହେଉଛି 25
02:09 Blender Tutorials ସିରିଜରେ ଭଲ ଭାବେ ଦେଖିବା ପାଇଁ, ମୁଁ Size 60 ବ୍ୟବହାର କରୁଛି
02:16 ମୁଁ ପ୍ରଦର୍ଶନ କରୁଛି
02:18 User preferences ୱିଣ୍ଡୋକୁ ବନ୍ଦ କରନ୍ତୁ
02:24 3D viewର ନିମ୍ନସ୍ଥ ବାମପଟ କୋଣରେ, mini axisକୁ ଦେଖିପାରିବେ
02:32 ବ୍ଲେଣ୍ଡରରେ 3D spaceର global transform axisକୁ mini axis ରିପ୍ରେଜେଣ୍ଟ କରେ
02:40 ବ୍ଲେଣ୍ଡରରେ ଆନିମେଟ୍ କଲାବେଳେ ଏହା ଉପଯୋଗୀ ହୋଇଥାଏ
02:44 ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ global ଓ local transform axis ବିଷୟରେ ସବିଶେଷ ଆଲୋଚନା କରିବା
02:52 User Preferences windowକୁ ଖୋଲିବା ପାଇଁ, Ctrl, Alt & Uକୁ ଦାବନ୍ତୁ
03:00 Rotate around selectionକୁ ଆକ୍ଟିଭେଟ୍ କରନ୍ତୁ
03:06 ଏହା ଚୟନିତ ଅବଜେକ୍ଟର କେନ୍ଦ୍ର ଚାରିପଟେ ଘୁରିବା ପାଇଁ ସମର୍ଥ କରିଥାଏ
03:12 ଏହାର ମାନେ କ’ଣ, ଚାଲନ୍ତୁ ଦେଖିବା
03:15 User preferences windowକୁ ବନ୍ଦ କରନ୍ତୁ
03:19 3D viewର lamp ଉପରେ ରାଇଟ୍ କ୍ଲିକ୍ କରନ୍ତୁ
03:27 Mouse wheel ବା middle mouse buttonକୁ ଦାବି ଧରନ୍ତୁ ଏବଂ mouseକୁ ଚାଳନା କରନ୍ତୁ
03:35 ଚୟନିତ ଅବଜେକ୍ଟ ଚାରିପଟେ ଆମେ ବୁଲୁଛେ
03:42 ସେହିପରି Camera ଉପରେ ରାଇଟ୍ କ୍ଲିକ୍ କରନ୍ତୁ
03:47 Mouse wheel ବା middle mouse buttonକୁ ଦାବି ଧରନ୍ତୁ ଏବଂ mouseକୁ ଚାଳନା କରନ୍ତୁ
03:55 ବର୍ତ୍ତମାନ ଆମେ camera ଚାରିପଟେ ବୁଲୁଛେ
04:03 User Preferences windowକୁ ଖୋଲିବା ପାଇଁ, Ctrl, Alt & Uକୁ ଦାବନ୍ତୁ
04:10 Editingରେ ଲେଫ୍ଟ କ୍ଲିକ୍ କରନ୍ତୁ
04:14 ଏହା Object editing ମୋଡ୍ କିମ୍ବା Edit Modeରେ ବ୍ଲେଣ୍ଡରର ଆଚରଣକୁ ପ୍ରତିଫଳିତ କରୁଥିବା parameterଗୁଡିକୁ ଧାରଣ କରିଥାଏ
04:24 ପୁନର୍ବାର, ସାଧାରଣ ଅପଶନଗୁଡିକ default ଭାବେ ଆକ୍ଟିଭେଟ୍ ଅଛନ୍ତି
04:32 Global undo, ଏଡିଟିଙ୍ଗ୍ କଲାସମୟରେ ଆବଶ୍ୟକ ହେଉଥିବା undoର ସୋପାନ ସଂଖ୍ୟାକୁ ବଢାଇଥାଏ କିମ୍ବା କମାଇଥାଏ
04:44 Inputରେ ଲେଫ୍ଟ କ୍ଲିକ୍ କରନ୍ତୁ
04:46 ଏଠାରେ, ଆମେ ବ୍ଲେଣ୍ଡରରେ ବ୍ୟବହାର ହେଉଥିବା ସମସ୍ତ କୀବୋର୍ଡ୍ ସର୍ଟକଟକୁ କଷ୍ଟମାଇଜ୍ କରିପାରିବା
04:53 ବ୍ଲେଣ୍ଡରରେ Emulate 3-Button Mouse ଆପଣଙ୍କ 2-button mouseକୁ ଗୋଟିଏ 3-button mouseରେ ପରିଣତ କରିଦେବ
05:04 Select with, ଆପଣଙ୍କ ମାଉସର ସିଲେକ୍ସନ୍ ଅପଶନ୍ ବାମରୁ ଡାହାଣକୁ ପରିବର୍ତ୍ତନ କରିପାରେ
05:12 ଏହା ଲେଫ୍ଟ ହ୍ୟାଣ୍ଡେଡ୍ ୟୁଜରମାନଙ୍କ ପାଇଁ ଉପଯୋଗୀ ଅଟେ
05:19 ବ୍ଲେଣ୍ଡରରେ Emulate numpad, ଆପଣଙ୍କ କୀବୋର୍ଡରେ ଥିବା ସଂଖ୍ୟା କୀଗୁଡିକୁ numpad keys ଭାବେ ବ୍ୟବହାର ଉପଯୋଗୀ କରିଦେବ
05:29 ଏହା ଲାପଟପ୍ ବ୍ୟବହାକାରୀଙ୍କ ପାଇଁ ଉପଯୋଗୀ ଅଟେ ଯେଉଁମାନଙ୍କ କୀବୋର୍ଡରେ numpad ଅଲଗା ଭାବେ ନ’ଥାଏ
05:41 Add-Onsରେ ଲେଫ୍ଟ କ୍ଲିକ୍ କରନ୍ତୁ
05:43 ଏହା ବ୍ଲେଣ୍ଡର୍ ପାଇଁ plug-insର ତାଲିକାକୁ ଧାରଣ କରିଥାଏ
05:49 Enabledରେ ଲେଫ୍ଟ କ୍ଲିକ୍ କରନ୍ତୁ
05:52 ଡିଫଲ୍ଟ ଭାବେ କିଛି plug-ins ଆକ୍ଟିଭେଟ୍ ଅଛନ୍ତି
05:55 ଅନ୍ୟ plug-insଗୁଡିକୁ ସମ୍ପର୍କିତ ୱେବସାଇଟରୁ ଇନଷ୍ଟଲ୍ କରିପାରିବେ
06:00 ଉଦାହରଣସ୍ଵରୂପ, ଚାଲନ୍ତୁ crating clouds ପାଇଁ ଗୋଟିଏ plug-inକୁ ଇନଷ୍ଟଲ୍ କରିବା
06:07 Objectରେ ଲେଫ୍ଟ କ୍ଲିକ୍ କରନ୍ତୁ
06:11 Object ପରେ ଥିବା ତ୍ରୀଭୁଜ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ: Cloud generator
06:19 Link to Wikiରେ ଲେଫ୍ଟ କ୍ଲିକ୍ କରନ୍ତୁ
06:23 ଏହି link, ଇଣ୍ଟରନେଟ୍ ବ୍ରାଉଜରରେ ଗୋଟିଏ ୱେବ୍-ପେଜ୍ ଖୋଲିବ
06:29 ମୁଁ ଇଣ୍ଟରନେଟ୍ ବ୍ରାଉଜର, Firefox 3.09 ବ୍ୟବହାର କରୁଛି
06:35 ଏଠାରେ ଆମେ ବ୍ଲେଣ୍ଡର୍ ପାଇଁ Cloud Generator ପ୍ଲଗ୍-ଇନକୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିପାରିବା
06:42 pageରେ ଥିବା ନିର୍ଦ୍ଦେଶାବଳୀର ଅନୁସରଣ କରନ୍ତୁ
06:47 ଏଠାରେ ପ୍ରଦର୍ଶିତ ସୋପାନଗୁଡିକ ସମସ୍ତ ଇଣ୍ଟରନେଟ୍ ବ୍ରାଉଜର୍ ପାଇଁ ସମାନ ଅଟେ
06:56 Themeରେ ଲେଫ୍ଟ କ୍ଲିକ୍ କରନ୍ତୁ
06:59 ଏଠାରେ, ଆପଣ Blender interfaceର ପ୍ରତ୍ୟେକ panelର କଲରକୁ ବଦଳାଇପାରିବେ
07:09 ଉଦାହରଣସ୍ଵରୁପ, Timelineରେ ଲେଫ୍ଟ କ୍ଲିକ୍ କରନ୍ତୁ
07:14 ଏଠାରେ, ଆପଣ Current Frame ଇଣ୍ଡିକେଟର୍, Grid ଏବଂ ଅନ୍ୟ ସମସ୍ତ ଆଟ୍ରିବ୍ୟୁଟଗୁଡିକର କଲରକୁ ଦେଖିପାରିବେ
07:24 ସାମ୍ପ୍ରତିକ ଫ୍ରେମ୍ ପରେ ଥିବା green bar ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
07:30 ବ୍ଲେଣ୍ଡରରେ ଏହା colour mode window ଅଟେ
07:38 ଏଠାରେ ଗ୍ରୀନ୍ ଏରିଆ ଉପରେ ଥିବା white dot, Current Frame ଇଣ୍ଡିକେଟରର କଲରକୁ ନିୟନ୍ତ୍ରଣ କରିଥାଏ
07:45 ମୁଁ ଏହାକୁ ରେଡରେ ପରିବର୍ତ୍ତନ କରିବି
07:49 white dotରେ ଲେଫ୍ଟ କ୍ଲିକକରି ଦାବିଧରନ୍ତୁ ଏବଂ ଆପଣଙ୍କ ମାଉସକୁ ରେଡ୍ ଏରିଆ ଆଡକୁ ଡ୍ରାଗ୍ କରନ୍ତୁ
07:58 Left-clickକୁ ଛାଡିଦିଅନ୍ତୁ
08:01 RGBର ଭେଲ୍ୟୁଗୁଡିକ କିପରି ପରିବର୍ତ୍ତନ ହେଉଛି ଲଖ୍ୟ କରନ୍ତୁ
08:07 ଏହିପରି, ତାଲିକାଭୁକ୍ତ ଅନ୍ୟ ଅପଶନଗୁଡିକର କଲରକୁ ମଧ୍ୟ ପରିବର୍ତ୍ତନ କରିପାରିବେ
08:15 Fileରେ ଲେଫ୍ଟ କ୍ଲିକ୍ କରନ୍ତୁ
08:20 ଏଠାରେ, ଆପଣଙ୍କ ସିଷ୍ଟମରେ Fonts, Textures, Plugins, Render Output, Scripts, Sounds ପ୍ରଭୃତି ପାଇଁ ସ୍ଥାନ ନୀରୁପଣ କରିପାରିବେ
08:38 ଚାଲନ୍ତୁ Fonts ପାଇଁ ସ୍ଥାନ ନୀରୁପଣ କରିବା
08:42 ପ୍ରଥମ ଆୟତାକାର ବାରର ଡାହାଣ ପଟ ଶେଷରେ ଥିବା file ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
08:53 ଗୋଟିଏ file browser ଖୋଲିବ
08:56 ଡିଫଲ୍ଟ ଭାବେ, ଆମେ local C drive directory ମଧ୍ୟରେ ଅଛନ୍ତି
09:02 Windows ଡାଇରେକ୍ଟୋରୀ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
09:07 Fonts ଆଡକୁ ନାଭିଗେଟ୍ କରନ୍ତୁ
09:11 ସ୍କ୍ରୀନ୍ ଉପରିସ୍ଥ ଡାହାଣପଟ କୋଣରେ ଥିବା Accept ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
09:19 ପ୍ରଥମ ଆୟତାକାର ବାର୍ ଉପରେ ଗୋଟିଏ ପାଥ୍ ଦୃଶ୍ୟମାନ ହେବ
09:25 ବର୍ତ୍ତମାନ ବ୍ଲେଣ୍ଡର୍, ଆପଣଙ୍କ ସିଷ୍ଟମରେ କେଉଁଠି fonts ପ୍ରାପ୍ତ ହେବ ଜାଣିପାରିବ
09:32 ସେହିପରି, ଦ୍ଵିତୀୟ ଆୟତାକାର ବାରର ଡାହାଣ ପଟ ଶେଷରେ ଥିବା file ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ.
09:40 ପୁନର୍ବାର, file browser ଖୋଲିବ
09:43 ବର୍ତ୍ତମାନ, ଆପଣ fonts ପାଇଁ କଲାଭଳି ଆପଣଙ୍କ ସିଷ୍ଟମରେ textures ପାଇଁ ସ୍ଥାନ ନିରୁପଣ କରିପାରିବେ
09:52 Textures ପାଇଁ ସ୍ଥାନର ଚୟନ ନ’କରି ଏହି ଫାଇଲ୍ ବ୍ରାଉଜରରୁ ବାହାର ହେବା ପାଇଁ ଚାହୁଁଥିଲେ, ଆପଣ କ’ଣ କରିବେ?
10:00 User Preferences windowକୁ ଫେରିଆସିବା ପାଇଁ, ସ୍କ୍ରୀନ ଉପରିସ୍ଥ, ହେଲ୍ପ କଡରେ ଥିବା Back to previous ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
10:11 ଦ୍ଵିତୀୟ ଆୟତାକାର ବାରର୍ ଉପରେ କୌଣସି ପାଥ୍ ଦୃଶ୍ୟମାନ ହେବ ନାହିଁ କାରଣ କୌଣସିଟି ଚୟନ ହୋଇନଥିଲେ
10:20 Systemରେ ଲେଫ୍ଟ କ୍ଲିକ୍ କରନ୍ତୁ
10:23 ଏଠାରେ ଆପଣ ବ୍ୟବହାର କରୁଥିବା କମ୍ପ୍ୟୁଟରର ପ୍ରପର୍ଟୀ ଅନୁସାରେ Blender settingsକୁ କଷ୍ଟମାଇଜ୍ କରିପାରିବେ
10:29 Blenderରେ ଡିଷ୍ପ୍ଲେ ପାଇଁ, DPI, font size ଓ resolutionକୁ ପରିବର୍ତ୍ତନ କରେ;
10:36 Blenderରେ ଡିଫଲ୍ଟ DPI ହେଉଛି 72
10:42 Blender tutorials ସିରିଜରେ, ଭଲ ଦେଖାଯିବା ଉଦ୍ଦେଶ୍ୟରେ, DPI:90 ବ୍ୟବହୃତ ହେଉଛି
10:52 Blender interfaceରେ କଷ୍ଟମାଇଜ୍ ହୋଇଥିବା ପରିବର୍ତ୍ତନକୁ save କରିବା ପାଇଁ, ନିମ୍ନସ୍ଥ ବାମପଟ କୋଣରେ ଥିବା Save As Default ବ୍ୟବହୃତ ହୁଏ
11:01 କୀବୋର୍ଡ୍ ସର୍ଟକଟ୍ ପାଇଁ, Ctrl & Uକୁ ଦାବନ୍ତୁ
11:07 ଏହା User Preferences window ସମ୍ବନ୍ଧରେ ମୌଳିକ ସୂଚନା ଅଟେ
11:13 ଏଗୁଡିକ ବ୍ୟତିତ, user preferences windowରେ ଅନ୍ୟାନ୍ୟ ଅପଶନଗୁଡିକ ଉପସ୍ଥିତ ଅଛନ୍ତି, ଯାହାକୁ ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରିବା
11:25 ବର୍ତ୍ତମାନ ଆପଣ ବ୍ଲେଣ୍ଡରରେ କୀବୋର୍ଡ୍ ସର୍ଟକଟ୍ ବ୍ୟବହାର କରି user preferences windowକୁ ଖୋଲିବା ପାଇଁ ଚେଷ୍ଟା କରନ୍ତୁ
11:33 3D viewରେ Rotate around selectionକୁ ବ୍ୟବହାର କରି, cubeକୁ ଘୁର୍ଣ୍ଣନର କେନ୍ଦ୍ର ବିନ୍ଦୁ କରନ୍ତୁ
11:42 Blender ପାଇଁ cloud generator plug-inକୁ ଇନଷ୍ଟଲ୍ କରନ୍ତୁ
11:47 timelineରେ current frame ଇଣ୍ଡିକେଟରର କଲର୍ ପରିବର୍ତ୍ତନ କରନ୍ତୁ ଏବଂ ଆପଣଙ୍କ କମ୍ପ୍ୟୁଟରରେ render output ପାଇଁ ସ୍ଥାନ ନିରୁପଣ କରନ୍ତୁ
11:57 All the best!
12:02 ଏବଂ ଏହାସହିତ User Preferences ଉପରେ ଟ୍ୟୁଟୋରିଆଲ୍ ସମ୍ପୂର୍ଣ୍ଣ ହେଲା
12:10 ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
12:19 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ –
12:23 oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ
12:39 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ
12:41 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
12:45 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
12:50 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ସମ୍ପର୍କ କରନ୍ତୁ
12:56 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
12:59 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep, Pratik kamble