Arduino/C3/Interfacing-LCD-through-AVR-GCC-programming/Oriya

From Script | Spoken-Tutorial
Revision as of 08:11, 9 March 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Interfacing LCD through AVR-GCC programming ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

Arduino Boardରେ ଗୋଟିଏ LCD ଇଣ୍ଟର୍ଫେସ୍ କରିବା, LCDରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖିବା

00:22 ଏହି ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିମ୍ନଲିଖିତ ଉପରେ ମୌଳିକ ଜ୍ଞାନ ଥିବା ଉଚିତ:

ଇଲେକ୍ଟ୍ରୋନିକ୍ସ C Programming ଓ AVR-GCC

00:34 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Arduino UNO Board Ubuntu Linux Operating System ଭର୍ସନ୍ 14.04.

00:47 ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:

BreadBoard, LCD 16 by 2 Arduino UNO Board

01:00 Potentiometer,

Jumper Wires ଓ Pin Headers

01:07 ଏହି ପ୍ରୟୋଗରେ ଆମେ 16 by 2 LCD ବ୍ୟବହାର କରିବା.

LCD ବିଷୟରେ ଜାଣିବା ପାଇଁ ଏହି ଦୟାକରି ଶୃଙ୍ଖଳାର ବେସିକ୍ ଲେଭଲ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ

01:20 LCD ସହ Arduino Pins କନେକ୍ଟ କରିବା ପାଇଁ ପ୍ରଦତ୍ତ ଟେବଲ୍ ବ୍ୟବହାର କରନ୍ତୁ
01:26 ଏହି ଟ୍ୟୁଟୋରିଆଲର Additional Reading Material ଲିଙ୍କରେ ଏହି ଟେବଲ୍ ଉପଲବ୍ଧ ଅଛି.
01:32 ଏହା ହେଉଛି “ସର୍କିଟ୍” କନେକ୍ସନ୍
01:35 LCDର Pin 1 ସହ Potentiometerର ଗୋଟିଏ ଏକ୍ସଟ୍ରିମ୍ ଲିଡ୍ କନେକ୍ଟ କରନ୍ତୁ
01:42 LCDର Pin 2 ସହ ଅନ୍ୟ ଏକ୍ସଟ୍ରିମ୍ ଏଣ୍ଡ୍ କନେକ୍ଟ ହୋଇଛି.

LCDର Pin 3 ସହ ଅନ୍ୟ Middle Pin କନେକ୍ଟ ହୋଇଛି.

01:53 ଏହା ହେଉଛି କନେକ୍ସନ୍‌ର ଲାଇଭ୍ ସେଟ ଅପ୍
01:58 ଏବେ ଆମେ, LCDରେ ଡିଜିଟ୍ 5 ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖିବା
02:05 ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ
02:09 ଇନପୁଟ୍ ଓ ଆଉଟପୁଟ୍ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସମସ୍ତ ମୌଳିକ Libraries, avr ସ୍ଲାଶ୍ io ଡଟ୍ hରେ ରହିଛି
02:19 Delay Function ପାଇଁ util ସ୍ଲାଶ୍ delay ଡଟ୍ hରେ Libraries ରହିଥାଏ
02:26 ଭେରିଏବଲ୍ ପ୍ରକାର ଓ ସାଧାରଣ ଭାବେ ବ୍ୟବହୃତ ଫଙ୍କଶନ୍‌ଗୁଡ଼ିକୁ ପରିଭାଷିତ କରିବା ପାଇଁ Librariesରେ stdlib.h ରହିଥାଏ
02:36 ClearBit(x comma y) ହେଉଛି cbi(x comma y) ସହ ସମାନ. PORTxର yth bit ଖାଲି କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ
02:47 SetBit(x comma y) ହେଉଛି sbi(x comma y) ସହ ସମାନ. PORTxର yth bit ସେଟ୍ କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ
02:58 ହାଶ୍ Define ବ୍ୟବହାର କରି ନାମଗୁଡ଼ିକ ସହିତ LCDର ସମସ୍ତ ନ୍ୟୁମରିକଲ୍ Pins ବଦଳ କରାଯାଇଛି
03:05 ପ୍ରୋଗ୍ରାମ୍‌କୁ ସହଜରେ ବୁଝିବା ପାଇଁ ଏହା କରାଯାଇଛି
03:10 LCDର Enable Pinକୁ ଟୋଗଲ୍ କରିବା ପାଇଁ PulseEnableLineକୁ ବ୍ୟବହାର କରାଯାଇଥାଏ
03:17 ମଝିରେ ଏକ Delay ସହିତ SetBitକୁ “ହାଇ” ଓ Clearbitକୁ “ଲୋ”ରେ ସେଟ୍ କରାଯିବ
03:25 PORTBକୁ ଏକ nibbleର ଡେଟା ପଠାଇବା ପାଇଁ SendNibble ଫଙ୍କଶନ୍ ବ୍ୟବହାର କରାଯାଇଥାଏ
03:33 PORTBକୁ ଏକ byteର ଡେଟା ପଠାଇବା ପାଇଁ SendByte ଫଙ୍କଶନ୍ ବ୍ୟବହାର କରାଯାଇଥାଏ
03:40 LCDକୁ ଗୋଟିଏ “କମାଣ୍ଡ” ପଠାଇବା ପାଇଁ LCD ଅଣ୍ଡରସ୍କୋର୍ Cmd ଫଙ୍କଶନ୍ ବ୍ୟବହୃତ ହୋଇଥାଏ
03:47 LCDକୁ ଗୋଟିଏ Character Data ପଠାଇବା ପାଇଁ LCD ଅଣ୍ଡରସ୍କୋର୍ Char ଫଙ୍କଶନ୍ ବ୍ୟବହୃତ ହୋଇଥାଏ
03:55 LCDକୁ “ଇନିଶିଆଲାଇଜ୍” କରିବା ପାଇଁ LCD ଅଣ୍ଡରସ୍କୋର୍ Init ଫଙ୍କଶନ୍ ବ୍ୟବହୃତ ହୋଇଥାଏ
04:02 Displayକୁ ଖାଲି କରିବା ପାଇଁ LCD ଅଣ୍ଡରସ୍କୋର୍ Clear ଫଙ୍କଶନ୍ ବ୍ୟବହୃତ ହୋଇଥାଏ
04:09 LCDରେ ପ୍ରଦର୍ଶିତ କରିବା ପାଇଁ Dataର ଏକ String ପଠାଇବାକୁ LCD ଅଣ୍ଡରସ୍କୋର୍ Message ଫଙ୍କଶନ୍ ବ୍ୟବହୃତ ହୋଇଥାଏ
04:18 LCDକୁ ଗୋଟିଏ Integer Data ପଠାଇବା ପାଇଁ LCD ଅଣ୍ଡରସ୍କୋର୍ Integer ଫଙ୍କଶନ୍ ବ୍ୟବହୃତ ହୋଇଥାଏ
04:27 ଏହା ହେଉଛି ମୁଖ୍ୟ ଫଙ୍କଶନ୍, ଯେଉଁଠାରେ ପ୍ରଦର୍ଶିତ ହେବା ପାଇଁ ଆମେ ଭାଲ୍ୟୁ 5କୁ ପାସ୍ କରୁ
04:33 ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ଏହି କୋଡ୍ ଉପଲବ୍ଧ. ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ
04:41 Downloads ଫୋଲ୍ଡର୍‌ରେ କୋଡ୍ କୁ lcdc ଫାଇଲ୍ ଭାବେ ସେଭ୍ କରନ୍ତୁ.

ସେହି ଫୋଲ୍ଡର୍‌ରେ Makefile ଥିବାର ମଧ୍ୟ ସୁନିଶ୍ଚିତ କରନ୍ତୁ

04:53 ଟର୍ମିନଲ୍‌କୁ ଯାଆନ୍ତୁ.
04:56 lcd.c ଫାଇଲ୍ ସେଭ୍ କରାଯାଇଥିବା ଫୋଲ୍ଡର୍ କୁ ଯାଆନ୍ତୁ.

Category Nameରେ ଟାଇପ୍ କରନ୍ତୁ: make ସ୍ପେସ୍ କ୍ୟାପିଟଲ୍ ରେ FNAME equals to (=) lcd ଓ Enter ଦାବନ୍ତୁ.

05:12 ଏହି କମାଣ୍ଡ୍ ଗୋଟିଏ .hex ଫାଇଲ୍ ତିଆରି କରି Arduinoରେ ଅପଲୋଡ୍ କରିଥାଏ
05:18 ଏବେ ଦେଖନ୍ତୁ, LCDରେ ଡିଜିଟ୍ 5 ପ୍ରଦର୍ଶିତ ହେଉଛି
05:25 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
05:31 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-

Arduino Boardରେ ଗୋଟିଏ LCD ଇଣ୍ଟର୍ଫେସ୍ କରିବା ଏବଂ LCDରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖିବା

05:43 ଏକ ଆସାଇନମେଣ୍ଟ ଭାବେ-

0 ରୁ 9 ପର୍ଯ୍ୟନ୍ତ ଯେକୌଣସି ଡିଜିଟ୍ ପ୍ରଦର୍ଶିତ କରିବା ପାଇଁ ଉପରୋକ୍ତ କୋଡ୍‌କୁ ସଂଶୋଧନ କରନ୍ତୁ. ଗୋଟିଏ Counter ନିର୍ମାଣ କରିବା ପାଇଁ ଉପରୋକ୍ତ କୋଡ୍‌କୁ ସଂଶୋଧନ କରନ୍ତୁ, ଯାହା 0-9 ପର୍ଯ୍ୟନ୍ତ ଗଣନା କରିବ

05:57 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
06:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:

କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

06:15 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
06:19 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ.
06:29 IIT Bombay ତରଫରୁ

ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep