Arduino/C3/AVR-GCC-programming-through-Arduino/Oriya

From Script | Spoken-Tutorial
Revision as of 14:24, 4 March 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 AVR- GCC Programming Through Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: Arduino Boardରେ ଏକ Seven Segment Display ଇଣ୍ଟର୍ଫେସ୍ କରିବା,
00:15 Seven Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖିବା ଏବଂ

ସେଥିରେ 0 ରୁ 9 ପର୍ଯ୍ୟନ୍ତ ଡିଜିଟ୍ ପ୍ରଦର୍ଶିତ କରାଇବା

00:27 ଏହି ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିମ୍ନଲିଖିତ ଉପରେ ମୌଳିକ ଜ୍ଞାନ ଥିବା ଉଚିତ:
00:31 ଇଲେକ୍ଟ୍ରୋନିକ୍ସ
00:34 C Programming ଓ

AVR-GCC

00:39 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: Arduino UNO Board ଓ

Ubuntu Linux Operating System ଭର୍ସନ୍ 14.04.

00:50 GCC ର ଅର୍ଥ ହେଉଛି GNU Compiler Collection.
00:54 ଏହା ଏକ Compiler ଅଟେ, ଯାହା ବିଭିନ୍ନ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍‌କୁ ସପୋର୍ଟ କରିଥାଏ
00:59 GCCର ଏକ ଅଂଶ ହେଉଛି AVR-GCC ଏବଂ AVR Microcontrollers ପାଇଁ C Programs କମ୍ପାଇଲ୍ କରିବାରେ ସପୋର୍ଟ କରିଥାଏ
01:08 ଯେହେତୁ Arduino ATMEGA328P ବ୍ୟବହାର କରିଥାଏ, ଏହା ହେଉଛି ଏକ ଉପଯୁକ୍ତ Compiler
01:15 ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:

Seven-Segment Display,

01:22 220 ohm ରେଜିଷ୍ଟର୍,
01:26 BreadBoard
01:28 Arduino UNO Board ଓ

Jumper Wires

01:33 ଏହି ପ୍ରୟୋଗରେ ଆମେ, Common Anode Seven Segment Display ବ୍ୟବହାର କରିବା
01:39 Seven Segment Display ବିଷୟରେ ଅଧିକ ଜାଣିବା ପାଇଁ ଏହି ଦୟାକରି ଶୃଙ୍ଖଳାର ବେସିକ୍ ଲେଭଲ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ
01:46 Arduino ଓ Microcontroller ପାଇଁ “ପିନ୍ ମ୍ୟାପିଙ୍ଗ୍” ଦେଖନ୍ତୁ
01:51 ଏଠାରେ ଦେଖାଯାଇଥିବା ଭଳି ସର୍କିଟ୍ କନେକ୍ସନ୍ କରନ୍ତୁ.
01:55 Seven-Segment Displayର “ଡଟ୍ ପିନ୍” Arduinoର “ପିନ୍ 13” ସହ କନେକ୍ଟ ହୋଇଛି
02:02 Common Pinsରୁ ଯେକୌଣସି ଗୋଟିଏ ରେଜିଷ୍ଟର୍ ମାଧ୍ୟମରେ +5 Volt ସହ ଲାଗିଛି
02:09 ଏହା ହେଉଛି କନେକ୍ସନ୍‌ର ଲାଇଭ୍ ସେଟ୍‌ଅପ୍
02:12 ଏବେ ଆମେ, Seven Segment Displayରେ Dot LEDକୁ ଅନ୍ କରିବା ପାଇଁ ଗୋଟିଏ AVR-GCC ପ୍ରୋଗ୍ରାମ୍ ଲେଖିବା
02:22 ଆମକୁ AVR-GCC assembler ଓ ଗୋଟିଏ AVR-LIBC library ଇନଷ୍ଟଲ୍ କରିବାକୁ ପଡ଼ିବ
02:29 AVR-GCC ଏକ hex ଫାଇଲ୍ ଜେନେରେଟ୍ କରି Arduino Boardରେ ଅପଲୋଡ୍ କରିବ
02:35 AVR-LIBCରେ ଆବଶ୍ୟକ Library Files ରହିଛି, ଯାହାକୁ ପ୍ରୋଗ୍ରାମ୍‌ରେ ବ୍ୟବହାର କରିହେବ
02:42 Ctrl+ Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
02:48 ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ install ସ୍ପେସ୍ avr ହାଇଫେନ୍ libc ସ୍ପେସ୍ gcc ହାଇଫେନ୍ avr

ଏବଂ Enter ଦାବନ୍ତୁ.

03:03 କୁହାଗଲେ Administrative ପାସୱର୍ଡ ଦିଅନ୍ତୁ ଏବଂ Enter ଦାବନ୍ତୁ
03:09 ଦେଖନ୍ତୁ, ଇନଷ୍ଟଲେଶନ୍ ପ୍ରକ୍ରିୟା ଆରମ୍ଭ ହୋଇଗଲା
03:13 କନଫିଗରେଶନ୍ ସୁନିଶ୍ଚିତ କରିବା ପାଇଁ ଇନଷ୍ଟଲେଶନ୍ ସମୟରେ ଯେତେବେଳେ ବି କୁହାଯିବ, Y ଦାବନ୍ତୁ
03:20 ଇଣ୍ଟରନେଟ୍ ସ୍ପୀଡ୍ ଉପରେ ଭିତ୍ତି କରି ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବାକୁ କିଛି ସମୟ ନେବ
03:26 ଇନଷ୍ଟଲେଶନ୍ ସଫଳତାପୂର୍ବକ ସମ୍ପୂର୍ଣ୍ଣ ହୋଇଗଲା.

ଟର୍ମିନଲ୍ ଖାଲି କରିଦିଅନ୍ତୁ

03:34 ଏବେ, କମ୍ପ୍ୟୁଟର୍ ସହ Arduino Boardକୁ କନେକ୍ଟ କରନ୍ତୁ
03:38 Arduinoର Port ନମ୍ୱର୍ ଦେଖିବା ପାଇଁ ମୁଁ ଟାଇପ୍ କରିବି: ls ସ୍ପେସ୍ ଫରୱାର୍ଡ୍ ସ୍ଲାଶ୍ dev ଫରୱାର୍ଡ୍ ସ୍ଲାଶ୍ ttyACM ଆଷ୍ଟ୍ରିକ୍ସ ଓ Enter ଦାବନ୍ତୁ
03:51 ଦେଖନ୍ତୁ, ଆଉଟପୁଟ୍ ଦେଖାଦେଉଛି. ଏଠାରେ ttyACM0 ହେଉଛି Arduinoର Port ନମ୍ୱର୍
04:00 ଆପଣଙ୍କୁ ଭିନ୍ନ “ପୋର୍ଟ” ନମ୍ୱର୍ ମିଳିପାରେ. ତାହାକୁ ଲେଖିରଖନ୍ତୁ
04:06 Makefile ଫାଇଲ୍‌କୁ ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରୁ ଡାଉନଲୋଡ୍ କରିନିଅନ୍ତୁ
04:12 Makefile ମାଧ୍ୟମରେ ଆମେ dot hex ଫାଇଲ୍ ତିଆରି କରି Arduinoରେ ଅପଲୋଡ୍ କରିପାରିବା
04:19 ଯେଉଁ ଫୋଲ୍ଡର୍‌ରେ ଆପଣ C Program ସେଭ୍ କରିବେ, ସେହି ଫୋଲ୍ଡର୍‌ରେ Makefileକୁ ସେଭ୍ କରନ୍ତୁ
04:24 Dot LEDକୁ ଧପ୍ ଧପ୍ କରାଇବା ପାଇଁ ଆସନ୍ତୁ avr-GCC ପ୍ରୋଗ୍ରାମ୍ ଲେଖି Microcontrollerରେ ଅପଲୋଡ୍ କରିବା
04:32 ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ
04:36 ଆମକୁ ଆମ ପ୍ରୋଗ୍ରାମ୍ ପାଇଁ ଆବଶ୍ୟକ Libraries ଯୋଡ଼ିବାକୁ ହେବ
04:41 ଇନପୁଟ୍ ଓ ଆଉଟପୁଟ୍ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସମସ୍ତ ମୌଳିକ Libraries, avr ସ୍ଲାଶ୍ io ଡଟ୍ hରେ ରହିଛି
04:50 Delay Function ପାଇଁ util ସ୍ଲାଶ୍ delay ଡଟ୍ hରେ Libraries ରହିଥାଏ
04:56 Arduino Boardରେ PB5ଠାରେ ଏକ LED ରହିଛି
05:00 PB5କୁ ଆଉଟପୁଟ୍ ଭାବେ ସେଟ୍ କରନ୍ତୁ, ଯାହା ହେଉଛି Arduinoର Pin 13
05:05 0 କୁ PB5କୁ ପଠାଗଲେ LED ଜଳିଉଠେ
05:09 1 କୁ PB5କୁ ପଠାଗଲେ LED ବନ୍ଦ ହୋଇଯାଏ
05:13 ଏହି ଦୁଇଟି ପଦାଙ୍କ ସୀମାହୀନ While Loopରେ ଚାଲି LEDକୁ ଧପ୍ ଧପ୍ କରାଇବ
05:19 ଏହି ଟ୍ୟୁଟୋରିଆଲ୍ ପେଜ୍‌ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ Source code ଉପଲବ୍ଧ ଅଛି.

ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ

05:28 Downloads ଫୋଲ୍ଡର୍‌ରେ ମୁଁ ଏହି କୋଡ୍‌କୁ dot ହାଇଫେନ୍ blink ଡଟ୍ c ଭାବରେ ସେଭ୍ କରିବି
05:37 ଟର୍ମିନଲ୍‌କୁ ଯାଆନ୍ତୁ.
05:39 dot ହାଇଫେନ୍ blink ଡଟ୍ c ଫାଇଲ୍ ସେଭ୍ କରାଯାଇଥିବା Downloads ଫୋଲ୍ଡର୍‌କୁ ଯାଆନ୍ତୁ
05:45 ଟାଇପ୍ କରନ୍ତୁ: make ସ୍ପେସ୍ କ୍ୟାପିଟଲ୍‌ରେ FNAME equals dot ହାଇଫେନ୍ blink ଓ Enter ଦାବନ୍ତୁ.

ଏହି କମାଣ୍ଡ୍ ଗୋଟିଏ dot hex ଫାଇଲ୍ ତିଆରି କରି Arduinoରେ ଅପଲୋଡ୍ କରିଥାଏ

06:00 ଦେଖନ୍ତୁ, Seven Segmentରେ ଥିବା Dot LED ଧପ୍ ଧପ୍ ହେଉଛି
06:06 ଏହାପରେ ଆମେ, Seven Segment Displayରେ ଡିଜିଟ୍ 2କୁ ପ୍ରଦର୍ଶିତ କରାଇବା
06:11 2କୁ ଦେଖାଇବା ପାଇଁ, a, b, d, e, g ସେଗମେଣ୍ଟ “ହାଇ” ଏବଂ ଅନ୍ୟ LEDଗୁଡ଼ିକ “ଲୋ” ରହିବା ଉଚିତ.
06:19 Seven Segment Displayର ପିନ୍ a, b, c, d, e, f ଓ g କ୍ରମାନ୍ୱୟରେ Arduinoର 2, 3, 4, 5, 6, 7 ଓ 8 ପିନ୍‌ଗୁଡ଼ିକ ସହ ଲାଗିଥାଏ
06:32 Common Pin, “ରେଜିଷ୍ଟର୍” ମାଧ୍ୟମରେ ପଜିଟିଭ୍ +5 Volts ସହ ଲାଗିଛି
06:37 ଏବେ ଆସନ୍ତୁ ଆମେ ଲାଇଭ୍ କନେକ୍ସନ୍ ସେଟ୍ ଅପ୍ ଦେଖିବା
06:42 ଏହି ପ୍ରୋଗ୍ରାମ୍ ପାଇଁ “ସୋର୍ସ କୋଡ୍” ଦେଖନ୍ତୁ
06:46 ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ
06:50 Main Fuctionରେ ଥିବା କୋଡ୍‌ର ପ୍ରଥମ ଦୁଇଟି ଲାଇନ୍, ଆଉଟପୁଟ୍ ପିନ୍ସ ଭାବରେ Pin 2 କୁ 8 ରେ ସେଟ୍ କରିଥାଏ
06:58 While Loop ଭିତରେ ଥିବା କୋଡ୍ସକୁ ସମ୍ପର୍କିତ LEDର ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଇଥାଏ
07:05 0 ପଠାଇଲେ LED ଜଳିବ ଏବଂ 1 ପଠାଇଲେ ତାହା ବନ୍ଦ ହୋଇଯିବ
07:11 ଏହାକୁ two.c ଭାବରେ ସେଭ୍ କରନ୍ତୁ
07:15 ଟର୍ମିନଲ୍ କୁ ଫେରିଯାଆନ୍ତୁ.

ଏବେ ଟର୍ମିନଲ୍‌କୁ ଖାଲି କରିଦିଅନ୍ତୁ

07:21 ଟାଇପ୍ କରନ୍ତୁ: make ସ୍ପେସ୍ କ୍ୟାପିଟଲ୍ ରେ FNAME equals two ଓ Enter ଦାବନ୍ତୁ.
07:30 ଦେଖନ୍ତୁ, Seven Segmentରେ ଥିବା ଡିଜିଟ୍ 2ଟି ଜଳୁଛି
07:38 ଟ୍ୟୁଟୋରିଆଲକୁ ପଜ୍ କରି ନିମ୍ନ ଆସାଇନମେଣ୍ଟ କରନ୍ତୁ. 0 ରୁ 9 ପର୍ଯ୍ୟନ୍ତ ଯେକୌଣସି ଡିଜିଟ୍ ପ୍ରଦର୍ଶିତ କରିବା ପାଇଁ ଉପରୋକ୍ତ କୋଡ୍‌କୁ ସଂଶୋଧନ କରନ୍ତୁ
07:48 ଏହାପରେ ଆମେ, Seven Segment Displayରେ ଡିଜିଟ୍ 0 ରୁ 9 ପର୍ଯ୍ୟନ୍ତ ସଂଖ୍ୟା ପ୍ରଦର୍ଶିତ କରିବା
07:54 ସେଟଅପ୍ ସମାନ ରହିବ
07:57 ଏହି ପ୍ରୋଗ୍ରାମ୍ ପାଇଁ “ସୋର୍ସ କୋଡ୍” ଦେଖନ୍ତୁ. ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ
08:04 0 ରୁ 9 ପର୍ଯ୍ୟନ୍ତ ଗଣିବା ପାଇଁ for Loop ବ୍ୟବହୃତ ହୋଇଥାଏ.

ପ୍ରତ୍ୟେକ ସମୟରେ, ଭେରିଏବଲ୍ i ରେ ଏକ ବୃଦ୍ଧି ହେବ ଏବଂ ଭାଲ୍ୟୁ Sevenseg’ Functionକୁ ପାସ୍ କରାଯିବ

08:16 Sevenseg’ Function, 0 ରୁ 9 ପର୍ଯ୍ୟନ୍ତ ଏକ ଇଣ୍ଟିଜର୍ ପ୍ରାପ୍ତ କରିବ.

ଇନପୁଟ୍ ଉପରେ ଆଧାର କରି Case ସଂରଚନା ନିଷ୍ପାଦିତ ହେବ

08:27 ଏହିପରି 0 ରୁ 9 ପର୍ଯ୍ୟନ୍ତ ଡିଜିଟ୍ ପ୍ରଦର୍ଶିତ ହୁଏ
08:32 ଏହାକୁ counter.c ଫାଇଲ୍ ଭାବରେ ସେଭ୍ କରନ୍ତୁ
08:36 ଟର୍ମିନଲ୍‌କୁ ଫେରିଯାଇ ତାହାକୁ ଖାଲି କରିଦିଅନ୍ତୁ
08:40 ଟାଇପ୍ କରନ୍ତୁ: make ସ୍ପେସ୍ କ୍ୟାପିଟଲ୍‌ରେ FNAME equals counter ଓ Enter ଦାବନ୍ତୁ.
08:50 ଦେଖନ୍ତୁ, Seven Segment Displayରେ 0 ରୁ 9 ପର୍ଯ୍ୟନ୍ତ ଡିଜିଟ୍ ପ୍ରଦର୍ଶିତ ହେଲା
09:02 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
09:06 ଏହି ଟ୍ୟୁଟୋରିଆଲରେ ଆମେ Arduino Boardରେ ଏକ Seven Segment Display ଇଣ୍ଟର୍ଫେସ୍ କରିବା,
09:13 Seven - Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖିବା ଏବଂ
09:19 Seven Segment Displayରେ 0 ରୁ 9 ପର୍ଯ୍ୟନ୍ତ ଡିଜିଟ୍ ପ୍ରଦର୍ଶିତ କରିବା ବିଷୟରେ ଶିଖିଲେ
09:24 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

09:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

09:42 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
09:46 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ.

09:56 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep