Arduino/C2/Wireless-Connectivity-to-Arduino/Oriya

From Script | Spoken-Tutorial
Jump to: navigation, search
Time Narration
00:01 Wireless Connectivity to Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

ESP8266-01 ମଡ୍ୟୁଲ୍‌ରେ କୋଡ୍ କନଫିଗର୍ ଓ ଅପଲୋଡ୍ କରିବା

00:17 ESP ଓ ଅନ୍ୟ ଡିଭାଇସ୍‌ଗୁଡ଼ିକ ମଧ୍ୟରେ Wireless Communication ସ୍ଥାପନ କରିବା ବିଷୟରେ
00:23 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିମ୍ନଲିଖିତ ଉପରେ ମୌଳିକ ଜ୍ଞାନ ଥିବା ଉଚିତ:

ଇଲେକ୍ଟ୍ରୋନିକ୍ସ

00:29 C କିମ୍ୱା C++ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଓ
00:33 Wireless Communication
00:36 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Arduino UNO Board

00:41 Ubuntu Linux 16.04 ଅପରେଟିଙ୍ଗ୍ ସିଷ୍ଟମ୍ ଓ Arduino IDE
00:48 ଆମକୁ କେତେକ ବାହ୍ୟ ଉପକରଣ ମଧ୍ୟ ଦରକାର ହେବ, ଯେପରି

ESP8266-01 Wi-Fi ମଡ୍ୟୁଲ୍

00:59 BreadBoard
01:01 Jumper Wires ଓ Push Button
01:05 ଏହି ଟ୍ୟୁଟୋରିଆଲରେ ଆମେ ESP8266-01 WiFi ମଡ୍ୟୁଲ୍ ବ୍ୟବହାର କରିବା
01:13 Wi-Fi ମଡ୍ୟୁ‌ଲ୍‌ର ପିନ୍‌ଗୁଡ଼ିକ ହେଉଛି VCC, RST, CH_PD, Tx, Ground, GPIO2, GPIO0, Rx
01:27 ମଡ୍ୟୁଲ୍‌ଟି “ଅନ୍” ନା “ଅଫ୍” ଅଛି, ତାହା Power LED ସୂଚିତ କରିଥାଏ
01:32 COMM LED ହେଉଛି WiFi ମଡ୍ୟୁ‌ଲ୍‌ର ବିଲ୍ଟ-ଇନ୍ ନୀଳ LED
01:37 ଏହି ଟ୍ୟୁଟୋରିଆଲରେ ଆମେ, WiFi ବ୍ୟବହାର କରି ଏହି ବିଲ୍ଟ-ଇନ୍ LEDକୁ କିପରି ନିୟନ୍ତ୍ରଣ କରାଯାଏ, ତାହା ଦେଖିବା
01:43 ଏହି WiFi ମଡ୍ୟୁଲ୍‌ରେ TCP/IP stack ସହ ଏକୀକୃତ ଏକ ବିଲ୍ଟ-ଇନ୍ System on Chip ରହିଛି
01:51 ଏଥିରେ ଏକ UART ଓ 2ଟି GPIO pins (General Purpose Input / Output) ରହିଛି
01:57 IoT (ଅର୍ଥାତ୍ Internet of Things) ଆପ୍ଲିକେଶନ୍‌ର ବିକାଶ ପାଇଁ ଏହା ବହୁଳ ଭାବେ ବ୍ୟବହୃତ ହୋଇଥାଏ
02:04 ଏହା ହେଉଛି Arduino ସହିତ ESP8266 - 01ର ସର୍କିଟ୍ କନେକ୍ସନ୍
02:12 ଧ୍ୟାନ ଦିଅନ୍ତୁ: ESP8266-01 ମଡ୍ୟୁଲ୍ କେବଳ 3.3 Voltsରେ ହିଁ କାମ କରିଥାଏ
02:20 ଏହାକୁ 5 Volts ସହ କନେକ୍ଟ କଲେ, WiFi ମଡ୍ୟୁଲ୍ ନଷ୍ଟ ହୋଇଯାଇପାରେ
02:24 WiFi ମଡ୍ୟୁ‌ଲ୍‌ର “ଗ୍ରାଉଣ୍ଡ” ପିନ୍‌କୁ Arduinoର “ଗ୍ରାଉଣ୍ଡ” ପିନ୍ ସହ ଯୋଡ଼ନ୍ତୁ
02:29 WiFi ମଡ୍ୟୁ‌ଲ୍‌ର GPIO 0 ପିନ୍‌କୁ Arduinoର “ଗ୍ରାଉଣ୍ଡ” ସହ ଯୋଡ଼ନ୍ତୁ
02:35 WiFi ମଡ୍ୟୁ‌ଲ୍‌ର Rx ପିନ୍‌କୁ Arduinoର Rx ପିନ୍ ସହ ଯୋଡ଼ନ୍ତୁ
02:41 WiFi ମଡ୍ୟୁ‌ଲ୍‌ର Tx ପିନ୍‌କୁ Arduinoର Tx ପିନ୍ ସହ ଯୋଡ଼ନ୍ତୁ
02:47 WiFi ମଡ୍ୟୁ‌ଲ୍‌ର VCC ଓ CH_PD ପିନ୍‌କୁ Arduinoର 3.3 V ସହ ଯୋଡ଼ନ୍ତୁ
02:57 WiFi ମଡ୍ୟୁ‌ଲ୍‌ର RST ପିନ୍ ଓ Arduinoର “ଗ୍ରାଉଣ୍ଡ” ପିନ୍ ମଝିରେ ଗୋଟିଏ PushButton ଯୋଡ଼ନ୍ତୁ
03:05 ସର୍କିଟ୍ ଡାଇଗ୍ରାମ୍‌ରେ ଦେଖାଯାଇଥିବା ଭଳି କନେକ୍ସନର ଏହା ହେଉଛି ଲାଇଭ୍ ସେଟ୍ ଅପ୍
03:10 ଏଠାରେ ଦେଖାଯାଇଥିବା ଭଳି କନେକ୍ସନ୍ କରନ୍ତୁ.
03:13 ଆମେ WiFi ମଡ୍ୟୁଲ୍ ଓ ଗୋଟିଏ ଲାପଟପ୍ କିମ୍ୱା ଗୋଟିଏ ମୋବାଇଲ୍ ଫୋନ୍ ମଧ୍ୟରେ କନେକ୍ସନ୍ ସ୍ଥାପନ କରିବା
03:20 ଏବେ, Arduino IDEରେ ଆମେ ଗୋଟିଏ ପ୍ରୋଗ୍ରାମ୍ ଲେଖିବା.

Arduino IDE ଖୋଲନ୍ତୁ

03:27 Arduino Boardକୁ ଆପଣଙ୍କର Pc ସହ ଯୋଡ଼ନ୍ତୁ
03:30 ପ୍ରଥମେ, Arduino ଲାଗିଥିବା Portର ନାମ ଆମକୁ ଜାଣିବାକୁ ପଡ଼ିବ
03:35 Tools ମେନୁକୁ ଯାଆନ୍ତୁ. Port ବିକଳ୍ପ ଚୟନ କରନ୍ତୁ
03:40 ମୋ ମାମଲାରେ, Port ହେଉଛି ttyUSB0. ଆପଣଙ୍କ Port ନାମକୁ ଲେଖିରଖନ୍ତୁ
03:49 Window ୟୁଜର୍‌ମାନେ ନିମ୍ନ ପଦାଙ୍କଗୁଡ଼ିକୁ ଛାଡ଼ିଦେଇପାରିବେ, Port ସ୍ୱତଃ ଜଣାପଡ଼ିଯିବ
03:56 Ctrl+ Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
04:03 ଟାଇପ୍ କରନ୍ତୁ sudo ସ୍ପେସ୍ chmod ସ୍ପେସ୍ a+rw ସ୍ପେସ୍ ସ୍ଲାଶ୍ dev ସ୍ଲାଶ୍ ttyUSB0
04:18 ମୋ ମାମଲାରେ, Portର ନାମ ହେଉଛି ttyUSB0
04:25 ଆପଣଙ୍କୁ ନିଜ Portର ନାମ ନିର୍ଦ୍ଦିଷ୍ଟ କରିବାକୁ ହେବ.

Enter ଦାବନ୍ତୁ

04:30 System ପାଇଁ ନିଜ Password ଦେଇ Enter ଦାବନ୍ତୁ
04:35 ଉପରୋକ୍ତ କମାଣ୍ଡ, USB Portକୁ ରିଡ୍-ରାଇଟ୍ ଅନୁମତି ଦେଇଥାଏ
04:40 Arduino IDEକୁ ଯାଆନ୍ତୁ.
04:43 ଏହାପରେ ଆମେ, କମ୍ୟୁନିକେଟ୍ କରିବା ପାଇଁ ESP8266 ମଡ୍ୟୁଲ୍‌କୁ କନଫିଗର୍ କରିବା
04:49 ମେନୁ ବାର୍‌ରେ File ମେନୁ ଉପରେ କ୍ଲିକ୍ କରନ୍ତୁ.

Preferences ଚୟନ କରନ୍ତୁ

04:56 ଗୋଟିଏ ନୂଆ ୱିଣ୍ଡୋ ଖୋଲିବ
04:58 Settings ଟାବ୍‌ରେ, Additional Boards Manager URLs ବିଭାଗକୁ ଯାଆନ୍ତୁ.

ଏହି json URL ଯୋଡ଼ନ୍ତୁ

05:09 ଏହା, Arduino IDEରେ ESP8266 WiFi ମଡ୍ୟୁଲ୍ ଡାଉନଲୋଡ୍ କରିବାରେ ସାହାଯ୍ୟ କରିବ
05:16 ୱିଣ୍ଡୋ ତଳେ ଥିବା OK ବଟନ୍ ଉପରେ କ୍ଲିକ୍ କରନ୍ତୁ
05:20 ମେନୁ ବାର୍‌ରେ Tools ମେନୁ ଉପରେ କ୍ଲିକ୍ କରି Board ଚୟନ କରନ୍ତୁ
05:25 ତା’ପରେ Boards Manager ବିକଳ୍ପ ଚୟନ କରନ୍ତୁ.

ଗୋଟିଏ ନୂଆ ୱିଣ୍ଡୋ ଖୋଲିବ

05:31 ଉପର ଡାହାଣପଟ କୋଣରେ Search ଟାବ୍ ଅଛି.
05:35 ଏଠାରେ ESP8266 ଟାଇପ୍ କରି Enter ଦାବନ୍ତୁ
05:41 ESP8266 by ESP8266 Community ଚୟନ କରନ୍ତୁ
05:48 Version ଡ୍ରପ୍ ଡାଉନ୍‌ରେ Moduleର ଲେଟେଷ୍ଟ ଭର୍ସନ୍ ଚୟନ କରନ୍ତୁ
05:53 Module ଇନଷ୍ଟଲ୍ କରିବା ପାଇଁ Install ଉପରେ କ୍ଲିକ୍ କରନ୍ତୁ
05:57 ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବା ପାଇଁ କିଛି ସମୟ ନେବ
06:01 ସଫଳତାପୂର୍ବକ ଇନଷ୍ଟଲ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ
06:05 Arduino IDEରେ ଏବେ ESP8266 Module ଇନଷ୍ଟଲ୍ ହୋଇଗଲା
06:09 ୱିଣ୍ଡୋର ତଳ ଡାହାଣପଟେ ଥିବା Close ବଟନ୍ ଉପରେ କ୍ଲିକ୍ କରନ୍ତୁ
06:14 ଏବେ, ପ୍ରୋଗ୍ରାମ୍‌କୁ ଅପଲୋଡ୍ କରିବା ପୂର୍ବରୁ ଆମକୁ ESP8266 ମଡ୍ୟୁଲ୍‌କୁ ଚୟନ କରିବାକୁ ହେବ
06:20 Tools ବିକଳ୍ପ ଉପରେ କ୍ଲିକ୍ କରି Board ଚୟନ କରନ୍ତୁ
06:25 ତଳକୁ ସ୍କ୍ରୋଲ୍ କରି Generic ESP8266 Module ଚୟନ କରନ୍ତୁ
06:32 ଏହାପରେ ଆମକୁ, ESP8266 Moduleର Built-in LEDକୁ ସେଟ୍ କରିବାକୁ ପଡ଼ିବ.

ପୁଣିଥରେ Tools ଚୟନ କରନ୍ତୁ

06:41 Builtin LED ବିକଳ୍ପକୁ ଯାଆନ୍ତୁ. Builtin LEDକୁ 1ରେ ସେଟ୍ କରନ୍ତୁ
06:48 ଏହାପରେ ଆମେ, Reset ବିକଳ୍ପକୁ ସେଟ୍ କରିବା
06:52 ମେନୁ ବାର୍‌ରେ Tools ଚୟନ କରନ୍ତୁ. Reset Method ଯାଆନ୍ତୁ
06:58 Reset ମେଥଡ୍‌କୁ no dtr in bracket aka ck ଭାବେ ଚୟନ କରନ୍ତୁ
07:06 ଏହା, WiFi Moduleକୁ ମାନୁଆଲୀ ରିସେଟ୍ କରିବାରେ ସାହାଯ୍ୟ କରିବ
07:10 ଏବେ ଆମେ “କୋଡ୍” ଲେଖିବା.

ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ.

07:16 ଆମେ ESP8266 Library ଅନ୍ତର୍ଭୁକ୍ତ କରିଦେଲେ
07:20 WiFi Moduleର ନାମ ହେଉଛି SSID
07:24 ଏଠାରେ, wifi networkର ନାମ ଭାବରେ ମୁଁ WIFI_ESP8266_Pratik ଲେଖିଛି
07:34 WiFi Networkରେ ଯୋଗ ଦେବାପାଇଁ ପାସୱର୍ଡ ହେଉଛି passcode

ଏବଂ Module ପାଇଁ ପାସୱର୍ଡ ହେଉଛି 12345678

07:47 ଆପଣଙ୍କୁ ନିଜର ବିଶିଷ୍ଟ ssid ଓ password ଦେବାକୁ ହେବ
07:52 Password parameter ବାଧ୍ୟତାମୂଳକ ନୁହେଁ
07:56 ଯଦି ଆପଣ password parameter ନ ଦିଅନ୍ତି, ତେବେ Wi-Fi network ଖୋଲାରହିବ
08:01 ଆଖପାଖରେ ଥିବା ସମସ୍ତେ ଏହାକୁ ଆକସେସ୍ କରିପାରିବେ
08:05 ଏହି କମାଣ୍ଡ, ମଡ୍ୟୁଲ୍‌ର ଡିଫଲ୍ଟ IP Addressକୁ ଏନାବଲ୍ କରିବ
08:10 ମଡ୍ୟୁଲ୍‌ର ଡିଫଲ୍ଟ IP Address ହେଉଛି 192.168.4.1
08:20 Setup Function ଭିତରେ ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ.
08:25 ଏହି କମାଣ୍ଡ, ESP8266 Module ପାଇଁ SSID ଓ Passwordକୁ ଏନାବଲ୍ କରିବ
08:33 server.begin, ଦିଆଯାଇଥିବା SSID ଓ Password ପାଇଁ WiFi Networkକୁ ଏନାବଲ୍ କରିବ
08:40 Moduleକୁ Boot କରିବା ପାଇଁ 2 ସେକେଣ୍ଡର Delay ଦିଆଯାଇଛି
08:44 ESP8266 Moduleର Built-in LEDକୁ OUTPUT Modeରେ ସେଟ୍ କରାଯାଇଛି
08:51 Void Loop Function ଭିତରେ କୋଡ୍‌କୁ କପୀ ଓ ପେଷ୍ଟ କରନ୍ତୁ
08:56 ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ଏହି କୋଡ୍ ଉପଲବ୍ଧ.

ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ

09:04 ଏହି HTML Code, ଏଠାରେ ଦେଖାଯାଇଥିବା ଭଳି ଗୋଟିଏ Web Page ଜେନେରେଟ୍ କରିବ
09:10 ଯେତେବେଳେ LED ON କିମ୍ୱା LED OFF ବଟନ୍‌କୁ ଦବାଯାଏ, ଭାଲ୍ୟୁ “ପ୍ରୋଗ୍ରାମ୍”କୁ ପାସ୍ ହୋଇଥାଏ
09:17 “ପ୍ରୋଗ୍ରାମ୍”ଟି ଭାଲ୍ୟୁକୁ ଯାଞ୍ଚ କରେ ଏବଂ ESP8266-01 Moduleର Built-in LEDକୁ ନିୟନ୍ତ୍ରଣ କରିଥାଏ
09:27 ପ୍ରୋଗ୍ରାମ୍‌କୁ ଭେରିଫାଏ କରିବା ପାଇଁ Compile ଉପରେ କ୍ଲିକ୍ କରନ୍ତୁ
09:31 ସାମ୍ପ୍ରତିକ ପ୍ରୋଗ୍ରାମ୍‌କୁ ସେଭ୍ କରିବା ପାଇଁ ଗୋଟିଏ ପପ୍ ଅପ୍ ୱିଣ୍ଡୋ ଦେଖାଦେବ.
09:35 “ପ୍ରୋଗ୍ରାମ୍”କୁ WiFi_ESP8266 ଭାବରେ ସେଭ୍ କରନ୍ତୁ
09:43 ପ୍ରୋଗ୍ରାମ୍‌କୁ ସେଭ୍ କରିବା ପାଇଁ Save ବଟନ୍ ଉପରେ କ୍ଲିକ୍ କରନ୍ତୁ
09:48 ଏବେ, ESP8266-01ରେ ସାମ୍ପ୍ରତିକ ପ୍ରୋଗ୍ରାମ୍‌କୁ ଅପଲୋଡ୍ କରିବା ପାଇଁ Upload ବଟନ୍ ଉପରେ କ୍ଲିକ୍ କରନ୍ତୁ
09:58 ଦେଖନ୍ତୁ, ସ୍କ୍ରୀନ୍ ତଳେ “ପ୍ରୋଗ୍ରାମ୍”ଟି ଅପଲୋଡ୍ ହେଉଥିବାର ଦେଖାଦେଉଛି
10:03 ସ୍ଥିତି Connectingକୁ ବଦଳିଲେ, BreadBoardରେ ଥିବା PushButtonକୁ ଦାବନ୍ତୁ.

2 ରୁ 3 ସେକେଣ୍ଡ ପରେ ତାହାକୁ ଛାଡ଼ିଦିଅନ୍ତୁ

10:13 ଏଠାରେ ଆମେ, Leaving... Soft Resetting ବାର୍ତ୍ତା ଦେଖିବା
10:20 “ପ୍ରୋଗ୍ରାମ୍”ଟି ସଫଳତାପୂର୍ବକ ଅପଲୋଡ୍ ହେଲା ବୋଲି ଏହା ସୂଚିତ କରିଥାଏ
10:25 ଆପଣଙ୍କର mobile internet ବନ୍ଦ କରିଦିଅନ୍ତୁ
10:28 ନିଜ mobile phoneର WiFi Optionକୁ ଖୋଲନ୍ତୁ
10:32 ଯୋଡ଼ିହେବା ପାଇଁ ନିକଟସ୍ଥ network ଖୋଜନ୍ତୁ
10:35 ମୋ କ୍ଷେତ୍ରରେ ମୁଁ WIFI_ESP8266_Pratik ପାଉଛି, ଯେହେତୁ ମୁଁ କୋଡ୍‌ରେ ଏହି ନାମକୁ ଦେଇଛି.

WiFi ଚୟନ କରନ୍ତୁ

10:52 Password ଦିଅନ୍ତୁ ଏବଂ WiFi ସହ ଯୋଡ଼ି ହେଉଛନ୍ତି କି ନାହିଁ ଦେଖନ୍ତୁ
10:57 ନିଜ moile phoneରେ Web Browserକୁ ଖୋଲନ୍ତୁ.

IP address 192.168.4.1 ଲେଖନ୍ତୁ

11:11 ଏହା ହେଉଛି, ନିର୍ମାତାଙ୍କ ଦ୍ୱାରା ଦିଆଯାଇଥିବା ESP8266-01 Wi-Fi Moduleର ଡିଫଲ୍ଟ IP Address
11:22 HTML Code ଅନୁସାରେ ୱେବ୍ ପେଜ୍ ଖୋଲିଥାଏ
11:26 ଦେଖନ୍ତୁ, ESP8266-01 Moduleର LED OFF ଅଛି
11:34 LED ON ବଟନ୍ ଉପରେ କ୍ଲିକ୍ କଲେ WiFi Moduleର ନୀଳ LED ଜଳିବ
11:41 LED OFF ବଟନ୍‌କୁ ନ ଦବାଯିବା ପର୍ଯ୍ୟନ୍ତ ଏହା ON ରହିବ
11:46 LED OFF ବଟନ୍ ଉପରେ କ୍ଲିକ୍ କଲେ WiFi Moduleର ନୀଳ LED ବନ୍ଦ ହୋଇଯିବ
11:52 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
11:58 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ -

ESP8266-01 ମଡ୍ୟୁଲ୍‌ରେ କୋଡ୍ କନଫିଗର୍ ଓ ଅପଲୋଡ୍ କରିବା

12:09 ESP ଓ ଅନ୍ୟ ଡିଭାଇସ୍‌ଗୁଡ଼ିକ ମଧ୍ୟରେ Wireless Communication ସ୍ଥାପନ କରିବା ବିଷୟରେ
12:15 ଏକ ଆସାଇନମେଣ୍ଟ ଭାବେ:

ଆପଣଙ୍କର PC କିମ୍ୱା Laptopରେ Wireless Connectivity ଅଛି କି ନାହିଁ ଦେଖନ୍ତୁ ଏବଂ ନିମ୍ନ ପଦାଙ୍କଗୁଡ଼ିକୁ କରନ୍ତୁ

12:23 ଉପର ଡାହାଣପଟ କୋଣରେ ଥିବା WiFi ଆଇକନ୍ ଉପରେ କ୍ଲିକ୍ କରନ୍ତୁ
12:28 ଆପଣଙ୍କ WiFiର ନାମ ଚୟନ କରନ୍ତୁ ଏବଂ ପାସୱର୍ଡ ଲେଖନ୍ତୁ
12:32 ବ୍ରାଉଜର୍ ଖୋଲି 192.168.4.1କୁ ଯାଆନ୍ତୁ
12:41 ବଟନ୍ ଚୟନ କରନ୍ତୁ ଏବଂ ESP8266-01 Moduleରେ ଆଉଟପୁଟ୍ ଦେଖନ୍ତୁ
12:49 ଏଠାରେ ଦେଖାଯାଇଥିବା ଭଳି ଆପଣ ଆସାଇନମେଣ୍ଟର ଆଉଟପୁଟ୍ ଦେଖିବାକୁ ପାଇବେ
13:03 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

13:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
13:18 ଦୟାକରି ଏହି ଫୋରମ୍‌ରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
13:22 ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
13:29 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep