Arduino/C2/Seven-Segment-Display/Oriya

From Script | Spoken-Tutorial
Revision as of 10:43, 2 February 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Seven Segment Display ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

Arduino Board ସହ ଗୋଟିଏ Seven Segment Display କନେକ୍ଟ କରିବା Segment Displayରେ 0 ରୁ 4 ପର୍ଯ୍ୟନ୍ତ ଡିଜିଟ୍ ଦେଖାଇବା ପାଇଁ ଏକ “ପ୍ରୋଗ୍ରାମ୍” ଲେଖିବା

00:24 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ଇଲେକ୍ଟ୍ରୋନିକ୍ସ ଓ C କିମ୍ୱା C++ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଉପରେ ମୌଳିକ ଜ୍ଞାନ ଥିବା ଉଚିତ.
00:37 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Arduino UNO Board Ubuntu Linux Operating System 14.04 ଓ Arduino IDE

00:52 ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:

Seven-Segment Display, 220 ohm ରେଜିଷ୍ଟର୍, Breadboard ଓ Jumper Wires

01:08 ଇଂରାଜୀ ସଂଖ୍ୟା “ଆଠ” ଆକୃତିରେ Seven Segment Displayରେ ସାତୋଟି LED ରହିଥାଏ
01:17 ଦୁଇ ପ୍ରକାରର Display ଥାଏ:

Common Anode ଓ Common Cathode Seven Segment Display

01:27 ଗୋଟିଏ Common Cathode Seven Segment Displayରେ ପିନ୍ a, b, c, d, e, f, g ଓ “ଡଟ୍”, ନିଶ୍ଚିତ ଭାବେ +5V ସହ ଲାଗିଥିବା ଦରକାର
01:43 ଦୁଇଟି COM ପିନ୍ ନିଶ୍ଚିତ ଭାବେ “ଗ୍ରାଉଣ୍ଡ୍ (GND)” ସହିତ ଲାଗିଥିବା ଉଚିତ
01:49 Common Anode Seven Segment Display, ଏହାର ଠିକ୍ ବିପରୀତ ଅଟେ
01:55 ଏଠାରେ “ପିନ୍” a, b, c, d, e, f, g ଓ “ଡଟ୍” ନିଶ୍ଚିତ ଭାବେ GND ସହ ଏବଂ ଦୁଇଟି COM ପିନ୍ +5V ସହ ଲଗାଯିବା ଦରକାର
02:12 ଏବେ ଆସନ୍ତୁ ଆମେ କନେକ୍ସନ୍ ସର୍କିଟ୍ ବିବରଣୀ ଦେଖିବା
02:17 ଏହି ପ୍ରୟୋଗରେ ଆମେ, Common Cathode Seven Segment Display ବ୍ୟବହାର କରିବା
02:24 Arduinoର 2, 3, 4, 5, 6, 8 ଓ 9 ପିନ୍ ଗୁଡ଼ିକ ସହ Seven Segment Displayର ପିନ୍ a, b, c, d, e, f ଓ g କ୍ରମାନ୍ୱୟରେ ଲାଗିଥାଏ
02:40 ଧ୍ୟାନ ଦିଅନ୍ତୁ ଯେ, ଆମେ “ପିନ୍ 7” ସହ କନେକ୍ଟ କରିନାହେଁ
02:45 ଦୁଇଟି Common (COM) ପିନ୍, “ରେଜିଷ୍ଟର୍” ମାଧ୍ୟମରେ “ଗ୍ରାଉଣ୍ଡ” ସହ କନେକ୍ଟ କରାଯାଇଛି.

ଏହା, କଳା ରଙ୍ଗ ତାରରେ ଏଠାରେ ଦେଖାଯାଇଛି.

02:56 “ରେଜିଷ୍ଟର୍”ର ଭାଲ୍ୟୁ 220 ohmsଠାରୁ ଅଧିକ ହେବା ଉଚିତ.

“ଡଟ୍” ସହ କନେକ୍ଟ କରାଯାଇନାହିଁ, କାରଣ ଏହି ପ୍ରୟୋଗରେ ତାହା ବ୍ୟବହୃତ ହୋଇନାହିଁ

03:08 ସର୍କିଟ୍ ଡାଇଗ୍ରାମ୍‌ରେ ଦେଖାଯାଇଥିବା ଭଳି କନେକ୍ସନର ଏହା ହେଉଛି ଲାଇଭ୍ ସେଟ୍ ଅପ୍
03:15 Arduino IDEରେ ଏବେ ଆମେ ଗୋଟିଏ ପ୍ରୋଗ୍ରାମ୍ ଲେଖିବା. ତେଣୁ, Arduino IDEକୁ ଯାଆନ୍ତୁ.
03:24 ପ୍ରଥମେ ଆମେ, Seven Segment Displayରେ LEDଗୁଡ଼ିକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖିବା
03:31 ଏଠାରେ ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ.
03:34 ଆମେ ସେଗ୍‌ମେଣ୍ଟ ନାମଗୁଡ଼ିକୁ Arduino Pinsକୁ ଆସାଇନ୍ କରିଦେଇଛେ
03:39 Displayର ସେଗ୍‌ମେଣ୍ଟଗୁଡ଼ିକରେ କେଉଁ Arduino Ports କନେକ୍ଟ ହୋଇଛି, ସହଜରେ ମନେରଖିବାକୁ ଏହିଗୁଡ଼ିକ ଆମକୁ ସାହାଯ୍ୟ କରିବ
03:47 ଆପଣଙ୍କ ସୁବିଧା ପାଇଁ ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍” ଲିଙ୍କରେ ଏହି କୋଡ୍ ଉପଲବ୍ଧ ଅଛି. ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ
03:57 Void Setup Functionରେ ଆମେ, “ପିନ୍”କୁ “ଆଉଟପୁଟ୍” ମୋଡ୍‌ରେ କନଫିଗର୍ କରିବା ପାଇଁ pinMode ଫଙ୍କଶନ୍ ବ୍ୟବହାର କରିବା
04:07 ଏବେ ଆମେ, Void Loop ପାଇଁ “କୋଡ୍” ଲେଖିବା.

Seven Segment Displayର LEDକୁ Void Loop Function ଧପ୍ ଧପ୍ କରିବ

04:18 ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଥିବା କୋଡ୍ ସହିତ ଏହା ସମାନ
04:23 ଏବେ ଆମେ, ଏହି ପ୍ରୋଗ୍ରାମ୍‌କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା
04:27 ଦେଖନ୍ତୁ, Seven Segmentରେ ଥିବା ସମସ୍ତ LED ଜଳୁଛି
04:35 ଏହାପରେ ଆମେ, କିଛି ଡିଜିଟ୍ ଦେଖାଇବା ପାଇଁ ପ୍ରୋଗ୍ରାମ୍‌କୁ ସଂଶୋଧନ କରିବା
04:41 ମନେକରନ୍ତୁ, ଆମେ ଡିଜିଟ୍ “ଜିରୋ” ଦେଖାଇବାକୁ ଚାହୁଁଛେ
04:46 ସେଗମେଣ୍ଟ g ର LED “ଲୋ” ରହିବା ସହିତ ଅନ୍ୟ LED Segmentଗୁଡ଼ିକ “ହାଇ”ରେ ରହିବା ଉଚିତ
04:54 1କୁ ଦେଖାଇବା ପାଇଁ, b ଓ c ସେଗମେଣ୍ଟ “ହାଇ’ ଏବଂ ଅନ୍ୟ LEDଗୁଡ଼ିକ “ଲୋ” ରହିବା ଉଚିତ.

ସେହିପରି ଭାବେ, ଅନ୍ୟ ସମସ୍ତ ଡିଜିଟ୍ ପାଇଁ ମଧ୍ୟ ଆମେ କୋଡ୍ ଲେଖିପାରିବା

05:10 Arduino IDEକୁ ଯାଆନ୍ତୁ
05:14 ଏଠାରେ ଦେଖାଯାଇଥିବା ଅନୁସାରେ Void Loop Functionରେ କୋଡ୍ ବଦଳା’ନ୍ତୁ.

0, 1, 2, 3 ଓ 4 ଡିଜିଟ୍ସ ଦେଖାଇବା ପାଇଁ ମୁଁ ଲେଖିଛି

05:31 ଏବେ ଆମେ, ଏହି ପ୍ରୋଗ୍ରାମ୍ କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା
05:35 ଦେଖନ୍ତୁ, 0 ରୁ 4 ପର୍ଯ୍ୟନ୍ତ ଡିଜିଟ୍ସ ଦେଖାଦେଉଛି ଏବଂ ସେଗୁଡ଼ିକ ମଧ୍ୟରେ 1 ସେକେଣ୍ଡର ବିଳମ୍ୱ ରହିଛି
05:45 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
05:52 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ -

Arduino Board ସହ ଗୋଟିଏ Seven - Segment Display କନେକ୍ଟ କରିବା ଏବଂ Segment Displayରେ 0 ରୁ 4 ପର୍ଯ୍ୟନ୍ତ ଡିଜିଟ୍ ଦେଖାଇବା ପାଇଁ ଏକ “ପ୍ରୋଗ୍ରାମ୍” ଲେଖିବା ବିଷୟରେ

06:07 ଏକ ଆସାଇନମେଣ୍ଟ ଭାବେ -

5, 6, 7, 8 ଓ 9 ଡିଜିଟ୍ସ ଦେଖାଇବା ପାଇଁ ସେହି ପ୍ରୋଗ୍ରାମକୁ ବଦଳା’ନ୍ତୁ. ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ ଏବଂ Seven Segment Displayରେ ଡିଜିଟ୍ ଗୁଡ଼ିକ ପ୍ରଦର୍ଶିତ ହେଉଥିବାର ଦେଖନ୍ତୁ

06:27 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

06:35 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:

କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

06:44 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
06:48 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ.
07:00 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep