Arduino/C2/Pulse-Width-Modulation/Oriya

From Script | Spoken-Tutorial
Revision as of 18:27, 3 February 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Pulse Width Modulation ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: PWM ଅର୍ଥାତ୍ Pulse Width Modulation
00:13 PWM Duty Cycle
00:16 PWM Frequency

L293D Motor Driver IC

00:24 ଏହି ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିମ୍ନଲିଖିତ ଉପରେ ମୌଳିକ ଜ୍ଞାନ ଥିବା ଉଚିତ:

ଇଲେକ୍ଟ୍ରୋନିକ୍ସ ଓ C କିମ୍ୱା C++ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍

00:35 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି

Arduino UNO Board

00:40 Ubuntu Linux 16.04 OS

Arduino IDE

00:46 ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:

BreadBoard

00:53 10K Ohm Potentiometer

LED

00:58 220 ohm ରେଜିଷ୍ଟର୍
01:01 Jumper Wires

PushButton

01:05 DC Motor
01:08 ଓ L293D Motor Driver IC
01:14 PWM Signal ହେଉଛି ଏକ ବର୍ଗ ତରଙ୍ଗ ସିଗ୍ନଲ୍, ଯାହାର ହାଇ ଫ୍ରିକ୍ୱେନ୍ସୀ ରହିଛି, ଅର୍ଥାତ୍ 1 KHz
01:22 PWM ହେଉଛି ଏକ କୌଶଳ, ଯାହାଦ୍ୱାରା Pulseର ଓସାର ଭିନ୍ନ ହୋଇଥାଏ
01:28 ତରଙ୍ଗର ଫ୍ରିକ୍ୱେନ୍ସୀକୁ ସ୍ଥିର ରଖିବା ସହିତ ଏହାକୁ କରାଯାଏ
01:33 PWM Signalରେ ଦୁଇଟି ମୁଖ୍ୟ ଗୁଣ ରହିଛି, ଯାହା ତାହାର କାର୍ଯ୍ୟକାରିତାକୁ ପରିଭାଷିତ କରିଥାଏ
01:40 ସେଗୁଡ଼ିକ ହେଉଛି Duty Cycle ଓ Frequency.
01:44 ଏହା ସମୟର ଶତକଡ଼ା ଅଟେ, ଏକ Digital Signal ପୂରା ସମୟ ଅବଧିରେ ଅନ୍ ରହିଥାଏ
01:50 Duty Cycle, 0% ରୁ 100% ପର୍ଯ୍ୟନ୍ତ ପରିବର୍ତ୍ତିତ ହୋଇପାରେ
01:55 Duty Cycleର ଶତକଡ଼ା ଗଣନା କରିବାର ସୂତ୍ର ଏଠାରେ ଦିଆଯାଇଛି
02:01 tON ସେହି ସମୟ ଅବଧି ସହ ସମାନ ହୋଇଥାଏ, ଯେତେବେଳେ Signal “ହାଇ” ଥାଏ
02:06 tOFF ସେହି ସମୟ ଅବଧି ସହ ସମାନ ହୋଇଥାଏ, ଯେତେବେଳେ Signal “ଲୋ” ଥାଏ
02:11 Time Period ହେଉଛି tON + tOFF,

ଅର୍ଥାତ୍ ଏହା, PWM Signal “ଅନ୍” ସମୟ ଓ “ଅଫ୍” ସମୟର ସମଷ୍ଟି ସହ ସମାନ

02:24 PWM କେତେ ଶୀଘ୍ର ଗୋଟିଏ Cycle ସମ୍ପୂର୍ଣ୍ଣ କରେ, ତାହା ଫ୍ରିକ୍ୱେନ୍ସୀ ନିର୍ଦ୍ଧାରଣ କରିଥାଏ
02:29 ଅର୍ଥାତ୍, ଏହା କେତେ ଶୀଘ୍ର “ହାଇ” ରୁ “ଲୋ” ସ୍ଥିତିକୁ ବଦଳୁଛି
02:34 ଆମେ Duty Cycleକୁ ପରିବର୍ତ୍ତିତ କରି ଗୋଟିଏ ସରଳ ପ୍ରୟୋଗ କରିବା
02:39 ଏହା, LEDର ବ୍ରାଇଟନେସ୍‌କୁ ନିୟନ୍ତ୍ରଣ କରିବ
02:43 Arduino Unoରେ 6ଟି PWM channel ରହିଛି
02:48 Arduino Unoରେ ଥିବା Pins 3, 5, 6, 9, 10, 11 ହେଉଛି PWM channels.
02:58 PWM Channels, tilde ଚିହ୍ନ ଦ୍ୱାରା ନିରୂପିତ କରାଯାଇଥାଏ
03:02 ଏବେ ଆସନ୍ତୁ ଆମେ ସର୍କିଟ୍ କନେକ୍ସନ୍ ଦେଖିବା
03:05 220 ohm ରେଜିଷ୍ଟର୍ ମାଧ୍ୟମରେ Arduinoର Pin 9 ସହ LEDର Anode ଲେଗ୍ କନେକ୍ଟ କରନ୍ତୁ
03:13 LEDର Cathode ଲେଗ୍‌କୁ “ଗ୍ରାଉଣ୍ଡ”ରେ ଲଗାନ୍ତୁ
03:17 ଏହା ହେଉଛି କନେକ୍ସନ୍‌ର ଲାଇଭ୍ ସେଟ ଅପ୍
03:20 ଛବିରେ ଦେଖାଯାଇଥିବା ଅନୁସାରେ କନେକ୍ସନ୍ କରନ୍ତୁ
03:23 Arduino IDE ଖୋଲନ୍ତୁ.

PWM ପିନ୍ ବ୍ୟବହାର କରି LEDର ବ୍ରାଇଟନେସ୍ ବଦଳାଇବା ପାଇଁ ଆମେ ଗୋଟିଏ ପ୍ରୋଗ୍ରାମ୍ ଲେଖିବା

03:32 ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ.
03:35 ଆମେ PWM Pin 9କୁ Veriable LED_Pin ପାଇଁ ଆସାଇନ୍ କରିଛେ
03:42 ଗୋଟିଏ LEDକୁ “ଅନ୍” କରିବା ପାଇଁ ଆମେ duty_cycle_valueକୁ 1 ଭାବରେ ଇନିଶିଆଲାଇଜ୍ କରିଛେ
03:51 Void Setup ଭିତରେ ଆମେ pinMode Function ଲେଖିବା
03:56 OUTPUT ଭାବେ ଆମେ Arduinoର pin 9କୁ ଘୋଷିତ କରିଛେ
04:01 Void Loop Function ଭିତରେ ଆମେ ଏହି କୋଡ୍ ଲେଖିବା.

ଏହି କୋଡ୍‌କୁ ମୁଁ ବୁଝାଉଛି

04:08 duty_cycle_value, 255 ତଳକୁ ନ ହେବା ପର୍ଯ୍ୟନ୍ତ While Loop କୋଡ୍ କୁ ନିଷ୍ପାଦିତ କରିଥାଏ
04:17 PWM signal ଜେନେରେଟ୍ କରିବା ପାଇଁ analogWrite() function ବ୍ୟବହୃତ ହୋଇଥାଏ
04:22 ଆମେ ଦୁଇଟି ପାରାମିଟର୍ସ ପାସ୍ କରୁଛେ, ଯାହା ହେଉଛି PWM ପିନ୍ ନମ୍ୱର୍ ଓ Duty Cycle ଭାଲ୍ୟୁ
04:30 Duty Cycle ଭାଲ୍ୟୁ ନିଶ୍ଚିତ ଭାବେ 0 ରୁ 255 ମଧ୍ୟରେ ରହିବା ଦରକାର, ଅର୍ଥାତ୍ 0 Volts ଓ 5 Volts
04:40 ଆମେ Delayକୁ 3000 ମିଲିସେକେଣ୍ଡ, ଅର୍ଥାତ୍ 3 ସେକେଣ୍ଡ ରଖିବା
04:46 ନିଜର ପ୍ରୋଗ୍ରାମ୍‌କୁ ଭେରିଫାଏ କରିବା ପାଇଁ Compile ଉପରେ କ୍ଲିକ୍ କରନ୍ତୁ
04:51 ସାମ୍ପ୍ରତିକ ପ୍ରୋଗ୍ରାମ୍‌କୁ ସେଭ୍ କରିବା ପାଇଁ ଗୋଟିଏ ପପ୍ ଅପ୍ ୱିଣ୍ଡୋ ଦେଖାଦେବ
04:55 ପ୍ରୋଗ୍ରାମ୍‌କୁ LED_Brightness ଭାବରେ ସେଭ୍ କରନ୍ତୁ ଏବଂ Save ବଟନ୍ ଉପରେ କ୍ଲିକ୍ କରନ୍ତୁ
05:03 ଏବେ, Arduino Boardରେ ସାମ୍ପ୍ରତିକ ପ୍ରୋଗ୍ରାମ୍‌କୁ ଅପଲୋଡ୍ କରିବା ପାଇଁ Upload ବଟନ୍ ଉପରେ କ୍ଲିକ୍ କରନ୍ତୁ
05:09 ଦେଖନ୍ତୁ, LEDର ବ୍ରାଇଟନେସ୍ ଧୀରେ ଧୀରେ ବୃଦ୍ଧି ପାଉଛି
05:15 ଏହାପରେ ଆମେ, ଗୋଟିଏ DC ମୋଟୋର୍‌ର ବେଗ ଓ ଦିଗ ନିୟନ୍ତ୍ରଣ କରିବା ପାଇଁ ପ୍ରୟୋଗ କରିବା
05:22 ଏହା ହେଉଛି L293D motor driver IC pinout ଡାଇଗ୍ରାମ୍
05:28 ICର EN 1 ଓ EN 2 ଦ୍ୱାରା Motorର ବେଗ ନିୟନ୍ତ୍ରିତ ହୋଇଥାଏ
05:36 ICର IN1, IN2, IN3, IN4 ଦ୍ୱାରା Motorର ଦିଗ ନିୟନ୍ତ୍ରିତ ହୋଇଥାଏ
05:45 ଏହି IC ବ୍ୟବହାର କରି ଆମେ ଏକସଙ୍ଗରେ 2ଟି Motorକୁ ନିୟନ୍ତ୍ରଣ କରିପାରିବା
05:50 ଆମ ପ୍ରୟୋଗରେ ଆମେ କେବଳ ଗୋଟିଏ DC Motor କନେକ୍ଟ କରିବା
05:55 ଏବେ ଆସନ୍ତୁ ଆମେ ସର୍କିଟ୍ କନେକ୍ସନ୍ ଦେଖିବା
05:58 Driver ICର Pin 1, Pin 8 ଓ Pin 16, 5V ସହିତ କନେକ୍ଟ ହୋଇଛି
06:05 Driver ICର Pin 4 ଓ Pin 5, “ଗ୍ରାଉଣ୍ଡ” ସହିତ କନେକ୍ଟ ହୋଇଛି
06:11 Driver ICର Pin 2 ଓ Pin 7, Arduinoର Pin 11 ଓ Pin 10 ସହିତ କନେକ୍ଟ ହୋଇଛି
06:20 2ଟି PushButton, Arduinoର Pin 12 ଓ Pin 13 ସହିତ କନେକ୍ଟ ହୋଇଛି
06:27 DC Motorର ଦିଗ ନିୟନ୍ତ୍ରଣ କରିବା ପାଇଁ ଏହି PushButtonଗୁଡ଼ିକ ବ୍ୟବହୃତ ହୋଇଥାଏ
06:33 DC Motorର ବେଗ ନିୟନ୍ତ୍ରଣ କରିବା ପାଇଁ 10 K ohm Potentiometer ଲଗାଯାଇଛି
06:39 Potentiometerର ମଝି ପିନ୍, Analog ପିନ୍ A0 ସହିତ ଲାଗିଛି
06:45 Driver ICର Pin 3 ଓ Pin 6, DC Motor ସହିତ କନେକ୍ଟ ହୋଇଛି
06:51 ଛବିରେ ଦେଖାଯାଇଥିବା ଅନୁସାରେ କନେକ୍ସନ୍ କରନ୍ତୁ
06:55 ଛବିରେ ଦେଖାଯାଇଥିବା ଭଳି କନେକ୍ସନର ଏହା ହେଉଛି ଲାଇଭ୍ ସେଟ୍ ଅପ୍
07:00 Motorର ଶାଫ୍ଟରେ ମୁଁ ଗୋଟିଏ ଚକ ଫିକ୍ସ କରିଦେଇଛି
07:04 ଏହା ଦ୍ୱାରା ଆମେ Motorର ଘୂର୍ଣ୍ଣନ ଓ ପରିବର୍ତ୍ତିତ ବେଗକୁ ସ୍ପଷ୍ଟ ଭାବେ ଦେଖିପାରିବା
07:10 ଏବେ, ଏହି ସର୍କିଟ୍ କାମ କରିବା ପାଇଁ ଆମେ ଗୋଟିଏ ପ୍ରୋଗ୍ରାମ୍ ଲେଖିବା
07:14 Arduino IDEକୁ ଯାଆନ୍ତୁ
07:18 ଏଠାରେ ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ.

Arduino ଓ Driver IC ମଧ୍ୟରେ କନେକ୍ସନ୍‌କୁ ଆମେ ଇନିଶିଆଲାଇଜ୍ କରିଦେଇଛେ

07:28 Potentiometer ପିନ୍, Analog ପିନ୍ A0 ସହିତ ଲାଗିଛି
07:33 Arduinoର Pin 13 ସହ ଲାଗିଥିବା PushButton ପାଇଁ fwdbuttonPin ହେଉଛି Variable
07:40 Arduinoର Pin 12 ସହ ଲାଗିଥିବା PushButton ପାଇଁ bckbuttonPin ହେଉଛି Variable
07:47 ICpin2 ଓ ICpin7 ହେଉଛି Varibales, ଯାହା ICର Pin 2 ଓ Pin 7କୁ ଇଙ୍ଗିତ କରିଥାଏ
07:57 ସେଗୁଡ଼ିକ Arduinoର Pin 11 ଓ Pin 10 ସହିତ କ୍ରମାନ୍ୱୟରେ କନେକ୍ଟ ହୋଇଛି
08:04 ପ୍ରଥମେ ଆମେ ନିଶ୍ଚିତ କରିବା ଯେ, Potentiometer, Motor ଓ PushButton “ଲୋ” ସ୍ଥିତିରେ ଅଛି.

ସେଥିପାଇଁ, ଆମେ ଏହାକୁ 0କୁ ଇନିଶିଆଲାଇଜ୍ କରିଦେଇଛେ

08:15 Void Loop Functionରେ ଆମେ ଏହି କୋଡ୍ ଲେଖିବା.
08:20 pinMode Function “ପିନ୍”ଗୁଡ଼ିକୁ INPUT କିମ୍ୱା OUTPUT ଭାବରେ ପରିଭାଷିତ କରିଥାଏ
08:25 fwdbuttonPin ଓ bckbuttonPinକୁ INPUT_PULLUP ମୋଡ୍‌ରେ ସେଟ୍ କରାଯାଇଛି
08:32 ଏହି ମୋଡ୍‌ରେ ଆମେ Arduinoର ଇଣ୍ଟର୍ନଲ୍ Pull-Up Resistors ବ୍ୟବହାର କରୁଛେ
08:38 INPUT_PULLUP ମୋଡ୍ ବିଷୟରେ ଜାଣିବା ପାଇଁ, ମାନୁଆଲ୍ ଦେଖନ୍ତୁ
08:44 Arduino IDEରେ ଥିବା Help ମେନୁ ଉପରେ କ୍ଲିକ୍ କରନ୍ତୁ.

ତା’ପରେ, Reference ଉପରେ କ୍ଲିକ୍ କରନ୍ତୁ

08:50 ଏହା, ଆପଣଙ୍କ ବ୍ରାଉଜର୍‌ରେ ଗୋଟିଏ Offline Page ଖୋଲିବ.

ତଳକୁ ସ୍କ୍ରୋଲ୍ କରନ୍ତୁ

08:55 INPUT_PULLUP ଉପରେ କ୍ଲିକ୍ କରନ୍ତୁ
09:00 Arduino IDEକୁ ଯାଆନ୍ତୁ.
09:03 Motorକୁ ଚଲାଇବା ପାଇଁ Icpin2 ଓ Icpin7କୁ OUTPUT ମୋଡ୍‌ରେ ସେଟ୍ କରାଯାଇଛି
09:10 ଏହାପରେ ଆମେ, Void Loop Functionରେ “କୋଡ୍” ଲେଖିବା
09:14 analogRead Command, Potentiometerରୁ Analog ଭାଲ୍ୟୁ ପଢ଼ିବ
09:20 ଏହି ଭାଲ୍ୟୁ, Analog pin A0କୁ ଦିଆଯିବ
09:24 Potentiometerଭାଲ୍ୟୁ ଉପରେ ନିର୍ଭର କରି, Motorର ବେଗ ଭିନ୍ନ ହେବ
09:30 map Command, Analog ଭାଲ୍ୟୁକୁ Digitalରେ ବଦଳାଇବ
09:35 ଯଦି PushButton ଦବାଯାଇଥାଏ, ତେବେ fwdbuttonState ଓ bckbuttonState, Signalକୁ ଆଣିବ
09:43 Pin 12 ଓ Pin 13 ସହ ଲାଗିଥିବା PushButton ଦବାଯାଇଛି ନାହିଁ, ତାହା IF କମାଣ୍ଡ ଯାଞ୍ଚ କରିଥାଏ
09:50 ଏହା, Motorକୁ ଦକ୍ଷିଣାବର୍ତ୍ତ କିମ୍ୱା ବାମାବର୍ତ୍ତ ଘୂରିବାରେ ସମର୍ଥ କରିଥାଏ
09:56 ମନେକରନ୍ତୁ, ଦୁଇଟିଯାକ ବଟନ୍ ମଧ୍ୟରୁ ଆମେ କୌଣସିଟିକୁ ଦବାଇଲେ ନାହିଁ
10:00 ତେବେ, else କମାଣ୍ଡ ଏହା ସୁନିଶ୍ଚିତ କରିଥାଏ ଯେ, motorଟି “ଅଫ୍” ଅବସ୍ଥାରେ ଅଛି
10:05 ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ଏହି କୋଡ୍ ଉପଲବ୍ଧ ଅଛି.

ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ

10:13 ପ୍ରୋଗ୍ରାମ୍‌କୁ ଭେରିଫାଏ କରିବା ପାଇଁ Compile ଉପରେ କ୍ଲିକ୍ କରନ୍ତୁ
10:17 ପ୍ରୋଗ୍ରାମ୍‌କୁ PWM_Motor ଭାବରେ ସେଭ୍ କରନ୍ତୁ ଏବଂ Save ବଟନ୍ ଉପରେ କ୍ଲିକ୍ କରନ୍ତୁ
10:25 ଏବେ, Arduinoରେ ସାମ୍ପ୍ରତିକ ପ୍ରୋଗ୍ରାମ୍‌କୁ ଅପଲୋଡ୍ କରିବା ପାଇଁ Upload ବଟନ୍ ଉପରେ କ୍ଲିକ୍ କରନ୍ତୁ
10:31 ଏବେ ଆମେ, ଉପରୋକ୍ତ ପ୍ରୋଗ୍ରାମ୍‌ର ଆଉଟପୁଟ୍ ଦେଖିବା
10:35 Pin 13 ସହ ଲାଗିଥିବା PushButtonକୁ ମୁଁ ଦାବିବି
10:39 ଦେଖନ୍ତୁ, Motorଟି ଦକ୍ଷିଣାବର୍ତ୍ତ ଦିଗରେ ଘୂରୁଛି
10:43 ମୁଁ ଏବେ PushButtonକୁ ଛାଡ଼ିଦେବି
10:47 Motorଟି ଘୂରିବା ବନ୍ଦ ହୋଇଯିବ ଏବଂ “ଅଫ୍’ ସ୍ଥିତିକୁ ଚାଲିଆସିବ
10:52 ମୁଁ ପୁଣିଥରେ Pin 12 ସହ ଲାଗିଥିବା PushButtonକୁ ଦାବିବି
10:57 ଦେଖନ୍ତୁ, Motorଟି ବାମାବର୍ତ୍ତ ଦିଗରେ ଘୂରୁଛି
11:02 A0 ସହିତ ଲାଗିଥିବା Potentiometerକୁ ଆଡଜଷ୍ଟ କରି ଆମେ Motorର ବେଗକୁ ବଦଳାଇପାରିବା
11:14 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
11:20 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ -

Pulse Width Modulation

11:26 PWM Duty Cycle
11:29 PWM Frequency ଓ DC Motorର ବେଗ ଓ ଦିଗକୁ କିପରି ନିୟନ୍ତ୍ରଣ କରାଯିବା ବିଷୟରେ
11:38 ଏକ ଆସାଇନମେଣ୍ଟ ଭାବେ:

ଉପରୋକ୍ତ ସର୍କିଟ୍ କନେକ୍ସନ୍‌ରେ LED ବଦଳରେ ଗୋଟିଏ Buzzer ଲଗାନ୍ତୁ

11:45 ସେହି ପ୍ରୋଗ୍ରାମ୍‌କୁ ଅପଲୋଡ୍ କରନ୍ତୁ ଏବଂ ଆଉଟପୁଟ୍ ଦେଖନ୍ତୁ
11:49 ବିଭିନ୍ନ ଫ୍ରିକ୍ୱେନ୍ସୀରେ ଆପଣ ଗୋଟିଏ ଶବ୍ଦ ଶୁଣିପାରିବେ
11:53 ଏହା ହେଉଛି ଆସାଇନମେଣ୍ଟର ଆଉଟପୁଟ୍
12:01 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

12:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

12:19 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
12:23 ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
12:29 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep