Arduino/C2/First-Arduino-Program/Oriya

From Script | Spoken-Tutorial
Revision as of 08:18, 29 January 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 First Arduino Program ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ :

ଏକ Arduino ପ୍ରୋଗ୍ରାମ୍ ଲେଖିବା ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରିବା ଏବଂ LEDକୁ ଧପ୍ ଧପ୍ କରିବା ବିଷୟରେ ଶିଖିବା

00:19 ଏଠାରେ ମୁଁ ବ୍ୟବହାର କରୁଛି:

Arduino UNO Board

00:23 Ubuntu Linux 14.04 ଅପରେଟିଙ୍ଗ୍ ସିଷ୍ଟମ୍ ଓ

Arduino IDE

00:30 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ଇଲେକ୍ଟ୍ରୋନିକ୍ସ,
00:36 C କିମ୍ୱା C++ ପ୍ରୋଗ୍ରାମ୍ ଲେଖିବା ଉପରେ ମୌଳିକ ଜ୍ଞାନ ଥିବା ଦରକାର
00:41 ଏବଂ Arduino UNO Board ଓ USB ପାୱର୍ କେବଲ୍
00:46 ଆମର ପ୍ରଥମ ପ୍ରୋଗ୍ରାମ୍ ଲେଖିବା ପାଇଁ Arduino IDE ଖୋଲନ୍ତୁ
00:52 ଏଠାରେ ଥିବା ମେନୁ ବାର୍‌ରେ ଆମେ ବିଭିନ୍ନ ମେନୁ ଦେଖିପାରୁଛେ
00:57 Arduino ଏନଭାଇରୋନ୍‌ମେଣ୍ଟରେ ପ୍ରତ୍ୟେକ ପ୍ରୋଗ୍ରାମ୍ Sketch ଭାବରେ ସେଭ୍ ହୋଇଥାଏ
01:03 ଡିଫଲ୍ଟ ଭାବରେ ଏହା, Sketch ଅଣ୍ଡରସ୍କୋର୍ ଓ ଗୋଟିଏ ନାମ ଭାବରେ ନାମ ତିଆରି କରିଥାଏ
01:11 File ଓ ତା’ପରେ Save ଉପରେ କ୍ଲିକ୍ କରି ଆପଣ ନାମ ବଦଳାଇପାରିବେ
01:18 BlinkLed ଭାବରେ ଫାଇଲ୍ ନାମ ଟାଇପ୍ କରନ୍ତୁ.

ଏବେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ

01:26 ଏହା ହେଉଛି ଡିଫଲ୍ଟ ପ୍ରୋଗ୍ରାମ୍ ଏନଭାଇରୋନ୍‌ମେଣ୍ଟ ଦୁଇଟି ଖାଲି ଫଙ୍କଶନ୍ସ ସହିତ - Void Setup ଓ Void Loop
01:35 LEDକୁ ଧପ୍ ଧପ୍ କରିବା ପାଇଁ ଆମେ ଏବେ ଗୋଟିଏ Arduino ପ୍ରୋଗ୍ରାମ୍ ଲେଖିବା
01:41 ମୁଁ ମୋର IDE ଓ Arduino Boardକୁ ପାଖାପାଖି ରଖିଦେଇଛି
01:47 ପ୍ରୋଗ୍ରାମ୍‌ର ନିଷ୍ପାଦନ ଓ “ବୋର୍ଡ”ରେ ଆଉଟପୁଟ୍ ଦେଖିବାରେ ଏହା ଆମକୁ ସାହାଯ୍ୟ କରିବ
01:54 ଏହି LED ପ୍ରୋଗ୍ରାମ୍ ପାଇଁ ମୁଁ “ପିନ୍” ନମ୍ୱର୍ 13କୁ ଧପ୍ ଧପ୍ କରିବାକୁ ଚାହୁଁଛି
02:00 ଏହା ହେଉଛି ଏକ digital input/output pin, ଯାହା ଆଭ୍ୟନ୍ତର ଭାବେ ଏହି LED ସହିତ ଲାଗିଛି
02:07 ମାର୍କର୍ ସହିତ ହାଇଲାଇଟ୍‌କୁ ଦେଖନ୍ତୁ
02:10 ଏବେ, ଆମକୁ ଆମର କୋଡ୍ ଲେଖିବାକୁ ହେବ
02:13 Void Setupର ଅର୍ଥ ହେଉଛି ଗୋଟିଏ Microcontroller ସେଟ୍ ଅପ୍ କରିବା
02:18 ଆମ କ୍ଷେତ୍ରରେ, “ପିନ୍” ନମ୍ୱର୍ 13କୁ ପ୍ରଥମେ ସେଟ୍ ଅପ୍ କରାଯିବ
02:24 ଏହା ପାଇଁ, ଆମେ ଏକ ଇନ୍-ବିଲ୍ଟ ଫଙ୍କଶନ୍ ବ୍ୟବହାର କରିବା, ଯାହାର ନାମ ହେଉଛି pinMode
02:31 ଏଥିରେ ଦୁଇଟି ପାରାମିଟର୍ ଅଛି - pin number କମା mode
02:36 ତେଣୁ, ଟାଇପ୍ କରନ୍ତୁ: pinMode ଖୋଲା ବ୍ରାକେଟ୍ 13 କମା output ବନ୍ଦ ବ୍ରାକେଟ୍ ସେମିକୋଲନ୍
02:48 ଆମେ କାହିଁକି ମୋଡ୍‌କୁ output ଭାବେ ରଖିବା?
02:51 ଏହାର କାରଣ ହେଉଛି ପିନ୍ ନମ୍ୱର୍ 13 ଆଭ୍ୟନ୍ତର ଭାବେ LED ସହିତ ଲାଗିଛି
02:58 ଭୋଲ୍ଟେଜ୍ “ହାଇ” ଥିବାବେଳେ ଏହା ଜଳିବ, କିନ୍ତୁ ଭୋଲ୍ଟେଜ୍ “ଶୂନ୍” ଥିବା ସମୟରେ ଏହା ଜଳିବ ନାହିଁ
03:05 LEDକୁ ଭୋଲ୍ଟେଜ୍ ଦେବା ପାଇଁ output ଭାବେ ଆମକୁ “ମୋଡ୍” କନଫିଗର୍ କରିବାକୁ ହେବ
03:12 ଏହାପରେ ଆମେ, Void Loop ଫଙ୍କଶନ୍ ପାଇଁ “କୋଡ୍” ଲେଖିବା
03:17 ଗୋଟିଏ LEDକୁ ଧପ୍ ଧପ୍ କରିବା ପୂର୍ବରୁ ଆସନ୍ତୁ LEDକୁ ଜଳାଇବା
03:22 ସେଥିରେ ଗୋଟିଏ ଫଙ୍କଶନ୍ ଅଛି, ଯାହାକୁ digitalWrite କୁହାଯାଏ, ଯାହା ଗୋଟିଏ digital pinରେ ଲେଖିବ
03:29 ଏହି ଫଙ୍କଶନ୍‌ରେ ଦୁଇଟି ପାରାମିଟର୍ ଅଛି - pin number ଓ Value ବା State
03:36 ପିନ୍ ନମ୍ୱର୍ 13 ବୋଲି ଆମେ ଜାଣିସାରିଛେ. ଭାଲ୍ୟୁ “ହାଇ” କିମ୍ୱା “ଲୋ” ହେବା ଉଚିତ
03:44 ତେଣୁ ଟାଇପ୍ କରନ୍ତୁ: digitalWrite ଖୋଲା ବ୍ରାକେଟ୍ 13 କମା HIGH ବନ୍ଦ ବ୍ରାକେଟ୍ ସେମିକୋଲନ୍
03:55 ଆମେ LEDକୁ ଜଳାଇବାକୁ ଚାହୁଁଛେ. ସେଥିପାଇଁ, ଭୋଲ୍ଟେଜ୍ “ହାଇ” ରହିବା ଉଚିତ
04:00 ବାସ୍, ସେତିକି. କୋଡ୍‌ଟି ବହୁତ ସରଳ ଅଟେ
04:04 ପରବର୍ତ୍ତୀ ପଦାଙ୍କ ହେଉଛି ପ୍ରୋଗ୍ରାମ୍‌କୁ କମ୍ପାଇଲ୍ କରିବା
04:08 ପ୍ରୋଗ୍ରାମ୍‌କୁ ଭେରିଫାଏ କରିବା ପାଇଁ Tick Icon ଉପରେ କ୍ଲିକ୍ କରନ୍ତୁ
04:14 ଏହା, ଆମ ପ୍ରୋଗ୍ରାମ୍‌କୁ Binary ଫର୍ମାଟ୍‌ରେ କମ୍ପାଇଲ୍ କରିବ, ଯାହାକୁ Microcontroller ବୁଝିପାରିବ
04:22 IDE ତଳେ ଆପଣ କମ୍ପାଇଲେଶନ୍ ର ସ୍ଥିତି ଦେଖିପାରିବେ
04:27 ଏହାପରେ, ଆମକୁ Microcontrollerରେ ପ୍ରୋଗ୍ରାମ୍‌କୁ ଅପଲୋଡ୍ କରିବାକୁ ପଡ଼ିବ
04:32 ଅପଲୋଡ୍ କରିବା ପାଇଁ “ମେନୁ ବାର୍”ରେ ଥିବା ଡାହାଣ ତୀର ବଟନ୍ ଉପରେ କ୍ଲିକ୍ କରନ୍ତୁ.

ବିକଳ୍ପ ଭାବରେ ଆପଣ, Sketch ମେନୁ ଚୟନ କରି Upload ଚୟନ କରିପାରିବେ

04:48 TX RX କିଛି ସମୟ ପାଇଁ ଜଳିବାର ଆପଣ ଦେଖିବାକୁ ପାଇବେ. ଏହା ସୂଚିତ କରେ ଯେ, ପ୍ରସାରଣ “ଅନ୍” ଅଛି
04:57 ଦେଖନ୍ତୁ, LED ଜଳୁଛି
05:01 LEDକୁ କିପରି ଭାବେ ବନ୍ଦ କରିବେ?

ଆମକୁ, ଏହି ପ୍ରୋଗ୍ରାମ୍‌କୁ ଏପରି ଭାବରେ ବଦଳାଇବାକୁ ହେବ, ଯେପରି ଦ୍ୱିତୀୟ ପାରାମିଟର୍ ଭାଲ୍ୟୁ “ଲୋ” ରହିବ

05:11 ଏବେ ଆସନ୍ତୁ, ଏହି ପ୍ରୋଗ୍ରାମ୍ କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା
05:16 ଦେଖନ୍ତୁ, LED ଏବେ ବନ୍ଦ ଅଛି
05:20 LEDକୁ କିପରି “ଅନ୍” ଓ “ଅଫ୍” କରିବାକୁ ହୁଏ, ତାହା ଆମେ ଜାଣିଛେ
05:25 ଏହାପରେ ଆମେ LEDକୁ ଧପ୍ ଧପ୍ କରିବା ପାଇଁ ପ୍ରୋଗ୍ରାମ୍‌କୁ ବଦଳାଇବା
05:31 ତାହା ହେଉଛି, “ଅନ୍” ଓ “ଅଫ୍”, ଗୋଟିଏ ସେକେଣ୍ଡ ବ୍ୟବଧାନରେ
05:36 ଦେଖାଯାଇଥିବା ଅନୁସାରେ ପ୍ରୋଗ୍ରାମ୍‌କୁ ବଦଳାଇବା. Delay ହେଉଛି ଏକ built-in function, ଯାହା ପ୍ରୋଗ୍ରାମ୍‌କୁ କିଛି ସମୟ ପାଇଁ ପଜ୍ କରିଥାଏ
05:46 ମୁଁ ଟାଇପ୍ କରିବି: delay ଖୋଲା ବ୍ରାକେଟ୍ 500 ବନ୍ଦ ବ୍ରାକେଟ୍ ସେମିକୋଲନ୍ (;)

ଏଠାରେ, 500ର ଅର୍ଥ ହେଉଛି 500 ମିଲିସେକେଣ୍ଡ, ଅର୍ଥାତ୍ ଅଧ ସେକେଣ୍ଡ ବିଳମ୍ୱ

06:01 ତାହାପରେ ଟାଇପ୍ କରନ୍ତୁ : digitalWrite ଖୋଲା ବ୍ରାକେଟ୍ 13 କମା LOW ବନ୍ଦ ବ୍ରାକେଟ୍ ସେମିକୋଲନ୍ (;)
06:12 ଏହା, digital pin 13କୁ “ଅଫ୍” ମୋଡ୍‌କୁ ନେଇଯିବ
06:17 ଆମେ କେତେ ସମୟ ଏହାକୁ “ଅଫ୍” ରଖିବାକୁ ଚାହୁଁଛେ?

ଟାଇପ୍ କରନ୍ତୁ: delay ଖୋଲା ବ୍ରାକେଟ୍ 500 ବନ୍ଦ ବ୍ରାକେଟ୍ ସେମିକୋଲନ୍ (;)

06:28 ପୁଣିଥରେ ଆମେ ଏହାକୁ 500 ମିଲିସେକେଣ୍ଡ ପର୍ଯ୍ୟନ୍ତ “ଅଫ୍” ରଖିବାକୁ ଚାହୁଁଛେ
06:34 ମୁଁ ଆପଣଙ୍କୁ Void Loop ପ୍ରୋଗ୍ରାମ୍ ବିଷୟରେ ପୁଣିଥରେ ବୁଝାଉଛି
06:40 Void Loop ହେଉଛି ଅସୀମିତ ଲୂପ୍ ଏବଂ ଏହା ନିରନ୍ତର ଭାବେ ନିଷ୍ପାଦିତ ହେଉଥାଏ
06:45 LEDରେ ଲାଗିଥିବା ପିନ୍ ନମ୍ୱର୍ 13, 500 ମିଲିସେକେଣ୍ଡ ପର୍ଯ୍ୟନ୍ତ “ହାଇ” ସ୍ଥିତିରେ ରହିବ ଏବଂ ତା’ପରେ 500 ମିଲିସେକେଣ୍ଡ ପର୍ଯ୍ୟନ୍ତ “ଲୋ” ସ୍ଥିତିରେ ରହିବ
06:57 ଏହି ପ୍ରୋଗ୍ରାମ୍ ଲୂପ୍‌ରେ ବାରମ୍ୱାର ନିଷ୍ପାଦିତ ହେଉଥିବ
07:02 ଆସନ୍ତୁ ପ୍ରୋଗ୍ରାମ୍‌କୁ ଅପଲୋଡ୍ କରିବା
07:05 ଦେଖନ୍ତୁ, ଆମ LED ଧପ୍ ଧପ୍ ହେଉଛି
07:10 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
07:16 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :- କିପରି ଏକ Arduino ପ୍ରୋଗ୍ରାମ୍ ଲେଖାଯାଏ
07:21 ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରାଯାଏ ଏବଂ କିପରି LEDକୁ ଧପ୍ ଧପ୍ କରାଯାଏ
07:27 ନିମ୍ନ ଆସାଇନ୍‌ମେଣ୍ଟ କରନ୍ତୁ. ଉପରୋକ୍ତ Blink LED ପ୍ରୋଗ୍ରାମ୍‌ରେ Delay ସମୟକୁ ବଦଳାଇ 1500 କରନ୍ତୁ
07:37 ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରି LEDରେ ହେଉଥିବା ଧପ୍ ଧପ୍‌କୁ ଦେଖନ୍ତୁ
07:45 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

07:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ପରୀକ୍ଷାରେ ପାସ୍ କଲେ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

08:06 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍‌କୁ ଯାଆନ୍ତୁ.
08:13 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍ ରୁ କେହିଜଣେ ତାହାର ଉତ୍ତର ଦେବେ.

08:24 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ.

08:35 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep