Arduino/C2/Electronic-components-and-connections/Oriya

From Script | Spoken-Tutorial
Revision as of 09:07, 27 January 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Electronic Components and Connections ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ : Breadboard ଓ ତାହାର ଆଭ୍ୟନ୍ତର ସଂଯୋଗ
00:14 BreadBoardରେ ଥିବା LED, PushButton ଓ

Breadboardରେ ଥିବା Seven Segment Display ବିଷୟରେ ଶିଖିବା

00:23 ଏହି ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିମ୍ନଲିଖିତ ଉପରେ ମୌଳିକ ଜ୍ଞାନ ଥିବା ଉଚିତ:

ଇଲେକ୍ଟ୍ରୋନିକ୍ ଉପକରଣ, ଯେପରି ରେଜିଷ୍ଟର୍, PushButton, LED ଇତ୍ୟାଦି

00:34 ଓପନ୍ ସର୍କିଟ୍

କ୍ଲୋଜଡ୍ ସର୍କିଟ୍

00:38 ସିରିଅଲ୍ ଓ ପାରାଲେଲ୍ କନେକ୍ସନ୍
00:41 ବ୍ୟାଟେରୀ, ପଜିଟିଭ୍ ଓ ନେଗେଟିଭ୍ ଭୋଲ୍ଟେଜ୍
00:47 ନିମ୍ନଲିଖିତ ଉପକରଣଗୁଡ଼ିକ ବ୍ୟବହାର କରାଯାଇ ଏହି ଟ୍ୟୁଟୋରିଆଲ୍ ରେକର୍ଡ କରାଯାଇଛି: BreadBoard
00:54 LED କିମ୍ୱାTri Colour LED, Push Button,
01:00 ରେଜିଷ୍ଟର୍ ଓ Seven Segment Display
01:06 BreadBoard ଏହିପରି ଦେଖାଯାଏ
01:11 BreadBoard ହେଉଛି, ଗୋଟିଏ ସର୍କିଟ୍‌ରେ ଥିବା ଉପକରଣଗୁଡ଼ିକୁ ଧରି ରଖିବା ପାଇଁ ଏବଂ ସେଗୁଡ଼ିକୁ ଏକାଠି ସଂଯୋଗ କରିବା ପାଇଁ ଏକ ଡିଭାଇସ୍
01:18 କୌଣସି ପ୍ରକାରର ସୋଲ୍ଡରିଙ୍ଗ୍ ନକରି ଆମେ ଏକ BreadBoard ଉପରେ ଏକ ଇଲେକ୍ଟ୍ରୋନିକ୍ ସର୍କିଟ୍ ତିଆରି କରିପାରିବା
01:25 ଉପରେ ଥିବା ଦୁଇଟି “ରେଲ୍” ଓ ତଳେ ଥିବା ଦୁଇଟି “ରେଲ୍”କୁ Power Rails କୁହାଯାଏ
01:31 ଉପରେ ଥିବା ଛିଦ୍ରଗୁଡ଼ିକର ଧାଡ଼ି ପରସ୍ପର ସହିତ ଯୋଡ଼ିହୋଇ ରହିଛି ଏବଂ ନାଲି ବିନ୍ଦୁ ଓ ନୀଳ ବିନ୍ଦୁ ସହ ଚିହ୍ନିତ କରାଯାଇଛି
01:41 ଧ୍ୟାନ ଦିଅନ୍ତୁ ଯେ, BreadBoard ମଝିରେ ସଂଯୋଗ ଭାଙ୍ଗିଥାଏ
01:46 ମଝିରେ, ତାରଗୁଡ଼ିକ ପରସ୍ପର ସହିତ ଯୋଡ଼ିହୋଇ ରହିଛି
01:51 ଉଦାହରଣସ୍ୱରୂପ, ସମସ୍ତ ସବୁଜ ଛିଦ୍ରଗୁଡ଼ିକ ପରସ୍ପର ସହିତ ଜଡ଼ିତ.

କିନ୍ତୁ, ସେଗୁଡ଼ିକ ହଳଦିଆ ଛିଦ୍ର ସହିତ ଯୋଡ଼ିହୋଇନାହିଁ

02:02 ଏହାପରେ ଆମେ LED ବିଷୟରେ ଜାଣିବା.

LED ର ଅର୍ଥ ହେଉଛି Light Emitting Diode.

02:11 ଯେତେବେଳେ ଏହା ମଧ୍ୟ ଦେଇ କରେଣ୍ଟ ପ୍ରବାହିତ ହୁଏ, ସେଥିରୁ ଏକ ରଙ୍ଗିନ୍ ଆଲୋକ ବାହାରିଥାଏ
02:16 LEDରେ ଦୁଇଟି Leads ଥାଏ, ଯାହାର ନାମ ହେଉଛି Anode ଓ Cathode
02:22 ଲମ୍ୱା Leadଟି ହେଉଛି Anode. ଏହା “ପଜିଟିଭ୍ ଭୋଲ୍ଟେଜ୍”ରେ ଲାଗିବ
02:29 ଛୋଟ Leadଟି ହେଉଛି Cathode. ଏହା “ଗ୍ରାଉଣ୍ଡ”ରେ ଲାଗିବ
02:35 Tri-Color LED ହେଉଛି LEDର ଉନ୍ନତ ସଂସ୍କରଣ, ଯେଉଁଥିରୁ ତିନୋଟି ଭିନ୍ନ ଭିନ୍ନ ରଙ୍ଗ ବାହାରିଥାଏ
02:43 ଏଥିରେ 4ଟି PIN ଅଛି. ଲମ୍ୱା Leadର ନାମ ହେଉଛି Common Lead
02:50 ଅବଶିଷ୍ଟ ତିନୋଟି PIN ନାଲି, ସବୁଜ ଓ ନୀଳ ରଙ୍ଗ LED ପାଇଁ ଅଟେ
02:57 Tri-Color LED ଦୁଇ ପ୍ରକାରର ଥାଏ: Common Anode ଓ Common Cathode
03:07 Common Anode ଭର୍ସନ୍‌ରେ “କମନ୍ ଲିଡ୍”, “ପଜିଟିଭ୍ ଭୋଲ୍ଟେଜ୍”ରେ ଲାଗିବ
03:14 Common Cathode ଭର୍ସନ୍‌ରେ “କମନ୍ ଲିଡ୍”, “ଗ୍ରାଉଣ୍ଡ୍”ରେ ଲାଗିବ
03:21 ଏହାପରେ ଆମେ "ରେଜିଷ୍ଟର୍” ବିଷୟରେ ଶିଖିବା
03:25 ସର୍କିଟ୍‌ରେ କରେଣ୍ଟର ପ୍ରବାହକୁ ସୀମିତ କରିବା ପାଇଁ ଏକ “ରେଜିଷ୍ଟର୍” ବ୍ୟବହାର କରାଯାଏ
03:30 ଏବେ ଆସନ୍ତୁ, ଏକ LED, ଏକ “ରେଜିଷ୍ଟର୍” ଓ ଏକ BreadBoard ବ୍ୟବହାର କରି ଗୋଟିଏ ସରଳ ସର୍କିଟ୍ ତିଆରି କରିବା
03:37 ଏହି ଛବି ସଠିକ୍ କନେକ୍ସନ୍ସ ଦେଖାଉଛି
03:41 9 ଭୋଲ୍ଟ ବ୍ୟାଟେରୀର “ପଜିଟିଭ୍” ଦ୍ୱିତୀୟ Railରେ ଲାଗିଛି
03:46 9 ଭୋଲ୍ଟ ବ୍ୟାଟେରୀର “ନେଗେଟିଭ୍” ପ୍ରଥମ Railରେ ଲାଗିଛି
03:51 LEDର Anode (ଯାହା ହେଉଛି ଡାହାଣ “ଲିଡ୍”), ଗୋଟିଏ “ରେଜିଷ୍ଟର୍” ମାଧ୍ୟମରେ BreadBoardର ଦ୍ୱିତୀୟ Railରେ ଲାଗିଛି
04:00 LEDର Cathode (ଯାହା ହେଉଛି ବାମ “ଲିଡ୍”), BreadBoardର ପ୍ରଥମ Railରେ ଲାଗିଛି
04:08 LED କନେକ୍ସନ୍ ଗୁଡ଼ିକର ଏହା ହେଉଛି ଲାଇଭ୍ ସେଟ୍ ଅପ୍
04:13 କନେକ୍ସନ୍‌ଗୁଡ଼ିକୁ ଆମେ ଠିକ ଭାବେ ଲଗାଇଥିବାରୁ LEDଟି ଜଳୁଥିବାର ଦେଖନ୍ତୁ
04:21 ଏବେ, ସଂଯୋଗ ସ୍ଥାପନା କରିବା ପାଇଁ BreadBoard ବ୍ୟବହାର କରିବା ସମୟରେ ଲୋକମାନେ କରୁଥିବା ସାଧାରଣ ଭୁଲଗୁଡ଼ିକୁ ଦେଖିବା
04:29 ଏହି କନେକ୍ସନ୍‌ରେ LED ଟି ଜଳୁନାହିଁ, କାରଣ ତାହାର କନେକ୍ସନ୍ ଠିକ ନାହିଁ
04:36 “ରେଜିଷ୍ଟର୍” ଓ LEDକୁ ପାଖାପାଖି ରଖାଯାଇଛି
04:41 Power Rails ଛଡ଼ା BreadBoardରେ ଥିବା ଛିଦ୍ରଗୁଡ଼ିକୁ ସ୍ତମ୍ଭ-ୱାରୀ ଲଗାଯାଇଛି
04:47 ସେଥିପାଇଁ, LEDର Anode ଓ “ରେଜିଷ୍ଟର୍ ଲିଡ୍” ମଧ୍ୟରେ କୌଣସି କନେକ୍ସନ୍ ନାହିଁ.

ଏହା LEDକୁ ଅଲଗା କରିଦେଇଥାଏ

04:57 ପରବର୍ତ୍ତୀ କନେକ୍ସନ୍‌ରେ, LEDର Cathodeକୁ ଦ୍ୱିତୀୟ Rail ସହିତ ଲଗାଯାଇଛି
05:04 “ରେଜିଷ୍ଟର୍” ମାଧ୍ୟମରେ LEDର Anodeକୁ ପ୍ରଥମ Rail ସହିତ ଲଗାଯାଇଛି
05:10 ଏହି ସର୍କିଟ୍‌ରେ ଥିବା ସଂଯୋଗଗୁଡ଼ିକ ଯେପରି ରହିବା ଉଚିତ, ତାହାର ବିପରୀତରେ ରହିଛି.

ସେଥିପାଇଁ LEDଟି ଜଳୁନାହିଁ

05:18 ଏବେ ଆମେ PushButton ବିଷୟରେ ଜାଣିବା
05:23 ଗୋଟିଏ PushButton ହେଉଛି ଏକ ସରଳ “ସ୍ୱିଚ୍” ମେକାନିଜମ୍, ଯାହାକୁ ଦବାଗଲେ ସର୍କିଟ୍‌ରେ ଦୁଇଟି ବିନ୍ଦୁ ସଂଯୁକ୍ତ ହୋଇଥାଏ
05:31 PushButtonରେ ସାଧାରଣତଃ ଚାରୋଟି ଲେଗ୍ ଥାଏ
05:35 “ସ୍ୱିଚ୍”କୁ ଯେକୌଣସି ସ୍ଥିତିରେ ଲଗାଯାଉ ନା କାହିଁକି, A ଓ C ଲେଗ୍ ସର୍ବଦା ଯୋଡ଼ିହୋଇ ରହିଥାଏ
05:43 ସେହିଭଳି, B ଓ D ଲେଗ୍ ଯୋଡ଼ିହୋଇ ରହିଥାଏ
05:48 “ସ୍ୱିଚ୍”କୁ ଦବାଗଲେ ସମସ୍ତ ଚାରୋଟି ଯାକ ଲେଗ୍ ପରସ୍ପର ସହିତ ଯୋଡ଼ି ହୋଇଯାଏ
05:53 ଏବେ, ପୂର୍ବ ସର୍କିଟ୍‌ରେ ଆସନ୍ତୁ ଗୋଟିଏ PushButton ଲଗାଇବା ଏବଂ LEDର ସ୍ଥିତି ବଦଳାଇବା ପାଇଁ ତାହାକୁ ବ୍ୟବହାର କରିବା
06:02 ଏହି ଛବି ସଠିକ୍ କନେକ୍ସନ୍ସ ଦେଖାଉଛି.

LED Anodeକୁ, ଏକ “ରେଜିଷ୍ଟର୍” ଓ ଏକ PushButton ମାଧ୍ୟମରେ ଦ୍ୱିତୀୟ Power Rail, ଯାହା ହେଉଛି “ପଜିଟିଭ୍ ଭୋଲ୍ଟେଜ୍” ସହ ଯୋଡ଼ାଯାଇଛି

06:15 ଆସନ୍ତୁ, ଲାଇଭ୍ ସେଟ୍ ଅପ୍ କନେକ୍ସନ୍ ଦେଖିବା
06:19 PushButtonକୁ ଦବାଗଲେ, ଆଶାନୁରୂପେ LEDଟି ଜଳିବ
06:25 ଯେହେତୁ PushButtonରେ ଚାରୋଟି ଲେଗ୍ ଅଛି, ସର୍କିଟ୍‌କୁ ଅନ୍ୟ ମାର୍ଗରେ ମଧ୍ୟ ତିଆରି କରାଯାଇପାରିବ
06:32 PushButtonର ଲେଗ୍ B ବଦଳରେ ଆମେ ଲେଗ୍ D ବ୍ୟବହାର କରୁଛୁ
06:38 ଯେହେତୁ ସେଗୁଡ଼ିକ ଅଭ୍ୟନ୍ତର ଭାବେ ପରସ୍ପର ସହିତ ସଂଯୁକ୍ତ, PushButtonକୁ ଦବାଗଲେ LED ଜଳିବ
06:45 ଏହାପରେ ଆମେ, PushButton ବ୍ୟବହାର କରିବା ସମୟରେ ଲୋକମାନେ କରୁଥିବା ସାଧାରଣ ଭୁଲଗୁଡ଼ିକୁ ଦେଖିବା
06:52 ଏହି ଛବିଟିକୁ ଦେଖନ୍ତୁ.

PushButtonର A ଓ C ଲେଗ୍ ମାଧ୍ୟମରେ LEDର Anodeକୁ ଦ୍ୱିତୀୟ Power Rail ସହିତ ଯୋଡ଼ାଯାଇଛି

07:03 ମନେପକାନ୍ତୁ ଯେ, PushButtonର A ଓ C ଲେଗ୍ ଆଭ୍ୟନ୍ତର ଭାବେ ଯୋଡ଼ିହୋଇ ରହିଥାଏ
07:10 ତେଣୁ, LEDର Anode ସର୍ବଦା ଦ୍ୱିତୀୟ Power Rail ସହିତ ଲାଗିଥାଏ, PushButton ଯେଉଁଭଳି ରହିଥାଉ ନା କାହିଁକି
07:19 PushButton “ଅଫ୍” ଥିଲେ ମଧ୍ୟ LED ଏହି ସର୍କିଟ୍ ରେ ସର୍ବଦା ଜଳୁଥାଏ
07:26 ଏବେ ଆମେ Seven Segment Displayକୁ ଯିବା
07:31 ଇଂରାଜୀ ସଂଖ୍ୟା “ଆଠ” ଆକୃତିରେ Seven Segment Displayରେ ସାତୋଟି LED ରହିଥାଏ
07:38 ଦୁଇ ପ୍ରକାରର Seven Segment Display ଥାଏ: Common Anode ଓ Common Cathode Seven Segment Display
07:49 ଗୋଟିଏ Common Cathode Seven Segment Displayରେ ପିନ୍ a, b, c, d, e, f, g ଓ “ଡଟ୍”, ନିଶ୍ଚିତ ଭାବେ +5Volts ସହ ଲାଗିଥିବା ଦରକାର
08:02 ଦୁଇଟି COM ପିନ୍ ନିଶ୍ଚିତ ଭାବେ “ଗ୍ରାଉଣ୍ଡ୍ (GND)” ସହିତ ଲାଗିଥିବା ଉଚିତ
08:07 Common Anode Display, ଏହାର ଠିକ୍ ବିପରୀତ ଅଟେ
08:11 ଏଠାରେ, ପିନ୍ a, b, c, d, e, f, g ଓ “ଡଟ୍”, ନିଶ୍ଚିତ ଭାବେ “ଗ୍ରାଉଣ୍ଡ୍” ସହ ଲାଗିଥିବା ଦରକାର

ଏବଂ COM ପିନ୍‌ଗୁଡ଼ିକ ନିଶ୍ଚିତ ଭାବେ +5Volts ସହିତ ଲାଗିଥିବା ଉଚିତ

08:26 ଏବେ ଆସନ୍ତୁ ଦେଖିବା, ସମସ୍ତ LEDଗୁଡ଼ିକୁ ଜଳାଇବା ପାଇଁ BreadBoardରେ ଏକ Seven Segment Displayକୁ କିପରି ଲଗାଯାଏ
08:35 ଏହି ଛବିରେ ବ୍ୟବହୃତ Seven Segment Display ହେଉଛି ଏକ Common Anode
08:41 ତେଣୁ, ଏକ “ରେଜିଷ୍ଟର୍” ମାଧ୍ୟମରେ ଦ୍ୱିତୀୟ Power Railକୁ, Common Anode ସହ ଯୋଡ଼ାଯାଇଛି
08:48 LED ପିନ୍ a, b, c, d, e, f, g, ଡଟ୍ କୁ ପ୍ରଥମ Power Rail ସହ ଲଗାଯାଇଛି
08:56 ଯଦି କନେକ୍ସନ୍ ଠିକ ଥିବ, ତେବେ ସମସ୍ତ LED ଜଳିବ
09:02 ଆସନ୍ତୁ, ଲାଇଭ୍ ସେଟ୍ ଅପ୍ କନେକ୍ସନ୍ ଦେଖିବା
09:05 ଦେଖନ୍ତୁ, Seven Segment Displayର ସମସ୍ତ ସେଗ୍‌ମେଣ୍ଟ ଜଳୁଛି
09:11 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
09:17 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ - BreadBoard ଓ ତାହାର ଆଭ୍ୟନ୍ତର ସଂଯୋଗ,
09:24 BreadBoardରେ ଥିବା LED, PushButton ଓ Seven Segment Display ବିଷୟରେ
09:33 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

09:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:

କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

09:51 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?

ଦୟାକରି ସାଇଟ୍‌କୁ ଯାଆନ୍ତୁ

09:57 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ.

10:04 ଆମ ଟିମ୍‌ରୁ କେହିଜଣେ ତାହାର ଉତ୍ତର ଦେବେ.
10:07 ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି.

ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ

10:17 ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. କମ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା.
10:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

10:37 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep