Arduino/C2/Display-counter-using-Arduino/Oriya

From Script | Spoken-Tutorial
Revision as of 07:54, 2 February 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Display Counter Using Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

Arduino Boardରେ ଗୋଟିଏ LCD ଓ ଗୋଟଏ PushButton ଲଗାଇବା ଏବଂ PushButtonକୁ ଦବାଗଲେ ଗଣନା ବୃଦ୍ଧି କରିବା ପାଇଁ ଗୋଟିଏ “ପ୍ରୋଗ୍ରାମ୍” ଲେଖିବା ବିଷୟରେ

00:22 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର

ଇଲେକ୍ଟ୍ରୋନିକ୍ସ ଉପରେ ଏବଂ C କିମ୍ୱା C++ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଉପରେ ମୌଳିକ ଜ୍ଞାନ ଥିବା ଉଚିତ

00:34 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Arduino UNO Board Ubuntu Linux 14.04 ଅପରେଟିଙ୍ଗ୍ ସିଷ୍ଟମ୍ ଓ Arduino IDE

00:47 ଏହି ଶୃଙ୍ଖଳାର ଗୋଟିଏ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ, Arduino ଓ LCD ବ୍ୟବହାର କରି ଏକ ସର୍କିଟ୍ ତିଆରି କରିଥିଲେ.

ଏହି ଟ୍ୟୁଟୋରିଆଲରେ ଆମେ ସେହି “ସର୍କିଟ୍” ବ୍ୟବହାର କରିବା

01:00 ଏଠାରେ ଆମେ, ଗୋଟିଏ PushButton ଯୋଡ଼ି ଗୋଟିଏ ସରଳ କାଉଣ୍ଟର ତିଆରି କରିବା
01:06 ପୂର୍ବବର୍ତ୍ତୀ ଏକ ଟ୍ୟୁଟୋରିଆଲରେ ଆମେ PushButtonର କାର୍ଯ୍ୟ ବିଷୟରେ ଶିଖିସାରିଛେ
01:12 ଏବେ ଆସନ୍ତୁ ଆମେ କନେକ୍ସନ୍ ସର୍କିଟ୍ ବିବରଣୀ ଶିଖିବା
01:17 ଗୋଟିଏ PushButton ଏକ 100 ohm ରେଜିଷ୍ଟର୍ ସହ ଲାଗିଛି
01:22 ଗୋଟିଏ PushButton ପିନ୍ ନମ୍ୱର୍ 7 ସହ ଲାଗିଥିବାବେଳେ 100 ohm ରେଜିଷ୍ଟର୍ “ଗ୍ରାଉଣ୍ଡ” ସହ କନେକ୍ଟ ହୋଇଛି
01:31 ଅନ୍ୟ ସମସ୍ତ କନେକ୍ସନ୍, ଠିକ୍ ଆମ ପୂର୍ବବର୍ତ୍ତୀ ପ୍ରୟୋଗ ଭଳି ସମାନ
01:37 ସର୍କିଟ୍ ଡାଇଗ୍ରାମ୍‌ରେ ଦେଖାଯାଇଥିବା ଭଳି କନେକ୍ସନର ଏହା ହେଉଛି ଲାଇଭ୍ ସେଟ୍ ଅପ୍
01:44 Arduino IDEରେ ଏବେ ଆମେ ଗୋଟିଏ ପ୍ରୋଗ୍ରାମ୍ ଲେଖିବା. ତେଣୁ, Arduino IDEକୁ ଯାଆନ୍ତୁ.
01:54 ପ୍ରଥମେ, Liquid Crystal Libraryକୁ ଅନ୍ତର୍ଭୁକ୍ତ କରନ୍ତୁ
01:59 ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ.
02:02 ମୁଁ, LiquidCrystalର ଏକ ଭେରିଏବଲ୍ lcd ଆରମ୍ଭ କରିଦେଇଛି “
02:08 ଏଠାରେ, Register Select ଭାବେ ପିନ୍ ନମ୍ୱର୍ 12 ଏବଂ Enable ଭାବେ ପିନ୍ ନମ୍ୱର୍ 11କୁ ଇନିଶିଆଲାଇଜ୍ କରାଯାଇଛି
02:19 ପରବର୍ତ୍ତୀ 4ଟି ପାରାମିଟର୍, LCDର “ଡେଟା ଲାଇନ୍ସ”କୁ ବୁଝାଏ
02:25 Void Setup Functionରେ ଟାଇପ୍ କରନ୍ତୁ: lcd.begin 16 କମା 2.

ଧାଡ଼ି ଓ ସ୍ତମ୍ଭ ସହିତ ଏହି “କମାଣ୍ଡ” LCDକୁ ଆରମ୍ଭ କରିବ

02:41 ଏହାପରେ ଆମେ, INPUT ଭାବେ ପିନ୍ ନମ୍ୱର୍ 7ର ସେଟ୍ ଅପ୍ କରିବା. ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ.
02:49 ଅନ୍ୟ ଏକ ମାର୍ଗରେ ଆମେ, ଏକ ଭେରିଏବଲ୍ pbuttonରେ ପିନ୍ ନମ୍ୱର୍ କୁ ଷ୍ଟୋର୍ କରିପାରିବା.

ଦେଖାଯାଇଥିବା ଭଳି pbutton ଭେରିଏବଲ୍‌କୁ ପରିଭାଷିତ କରନ୍ତୁ

03:01 ଏବେ ଆମେ, Void Loop ପାଇଁ “କୋଡ୍” ଲେଖିବା.

ଯେତେବେଳେ ବି PushButtonକୁ ଦବାଯିବ, LCDରେ ଗୋଟିଏ କାଉଣ୍ଟ ବୃଦ୍ଧି ପାଇବ

03:11 PushButton ଦବାଯାଇଛି କି ନାହିଁ ଜାଣିବା ପାଇଁ ଆମେ ଗୋଟିଏ ସରଳ if statement ଲେଖିବା
03:19 କାଉଣ୍ଟ ପ୍ରଦର୍ଶନ କରିବା ପୂର୍ବରୁ, ଆସନ୍ତୁ ବଟନ୍‌ର ସ୍ଥିତି ଯାଞ୍ଚ କରିବା
03:25 ଏହି କମାଣ୍ଡ, LCDରେ କର୍ସର୍ ପୋଜିଶନ୍‌କୁ ସେଟ୍ କରିବ.

lcd.print, ବାର୍ତ୍ତାକୁ ପ୍ରିଣ୍ଟ କରିବ

03:35 ଏବେ ଆମେ, ଏହି ପ୍ରୋଗ୍ରାମ୍‌କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା. ମୁଁ PushButtonକୁ ଦାବିବି
03:43 ଏଠାରେ ଦେଖନ୍ତୁ, LCDରେ Button Pressed ବାର୍ତ୍ତା ଦେଖାଦେଉଛି.

PushButton ସଫଳତାପୂର୍ବକ କାମ କରୁଥିବାର ଏହା ଦେଖାଉଛି

03:54 ଗୋଟିଏ “କାଉଣ୍ଟର୍” ସେଟ୍ କରିବା ପାଇଁ ପ୍ରୋଗ୍ରାମ୍‌କୁ ସଂଶୋଧନ କରନ୍ତୁ
03:58 କାଉଣ୍ଟର୍ ପାଇଁ ଆମକୁ ଗୋଟିଏ ଭେରିଏବଲ୍ ଦରକାର. ଏବେ ଆମେ, ଭେରିଏବଲ୍‌କୁ “ଜିରୋ”କୁ ଇନିଶିଆଲାଇଜ୍ କରିବା
04:08 ଏଠାରେ ଦେଖାଯାଇଥିବା ଭଳି Print ଷ୍ଟେଟମେଣ୍ଟକୁ ବଦଳା’ନ୍ତୁ.

ପ୍ରତ୍ୟେକ ଥର ବଟନ୍ ଦବାଗଲେ, Count ++ କାଉଣ୍ଟକୁ ଏକ ଦ୍ୱାରା ବୃଦ୍ଧି କରିବ

04:21 ଏବେ ଆମେ, ଏହି ପ୍ରୋଗ୍ରାମ୍‌କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା. ମୁଁ PushButtonକୁ ଦାବିବି
04:29 ଆଶାନୁରୂପେ ଏହା କାମ କଲା ନାହିଁ. ଏଠାରେ ଏକ ଭିନ୍ନ କାଉଣ୍ଟ ପ୍ରଦର୍ଶିତ ହେଉଥିବାର ଦେଖନ୍ତୁ.

ଏପରି କାହିଁକି ହେଲା?

04:37 ଏହାର କାରଣ ହେଉଛି, ଦବାଯାଇଥିବା ବଟନ୍ ପାଇଁ ଆମେ ସ୍ଥିତି ନିର୍ଦ୍ଦିଷ୍ଟ କରିଦେଇଛେ.

କିନ୍ତୁ, ରିଲିଜ୍ କରାଯାଇଥିବା ବଟନ୍ ପାଇଁ ଆମେ ସ୍ଥିତି ଉଲ୍ଲେଖ କରିନାହେଁ

04:46 ବଟନ୍ ଦବାଯାଇଥିବା ସମୟକୁ ଭିତ୍ତି କରି ଆଉଟପୁଟ୍ ବର୍ଦ୍ଧିତ ସଂଖ୍ୟାକୁ ଦେଖାଇଥାଏ
04:52 ତେଣୁ, ଏଠାରେ ଦେଖାଯାଇଥିବା ଭଳି ଆମେ ଏକ While Statement ଲେଖିବା
04:57 ଯେତେବେଳେ PushButton ଦବାଯାଇଥିବା ସ୍ଥିତିରେ ଥିବ, ଏହା କାଉଣ୍ଟ ପ୍ରଦର୍ଶିତ କରିବ.

ଅର୍ଥାତ୍, ପିନ୍ 7 “ହାଇ” ମୋଡ୍ ରେ ଅଛି

05:07 ଯେତେବେଳେ ଆପଣ ବଟନ୍‌କୁ ଛାଡ଼ିଦେବେ, ସ୍ଥିତି “ଲୋ”ହୋଇଯିବ ଏବଂ ଏହା While Loopରୁ ବାହାରକୁ ଚାଲିଆସିବ
05:14 ଏହି ପ୍ରୋଗ୍ରାମ୍‌କୁ ମୁଁ ବୁଝାଉଛି
05:17 LCDର ଇନିଶିଆଲାଇଜେଶନ୍ ସହିତ ଏହି ପ୍ରୋଗ୍ରାମ୍ ଆରମ୍ଭ ହୋଇଥାଏ. ଆମ ପାଖରେ ଭେରିଏବଲ୍ pbutton ଓ Count ଅଛି
05:26 Void Setup Function ଭିତରେ, 16ଟି ସ୍ତମ୍ଭ ଓ 2ଟି ଧାଡ଼ି ସହିତ ଆମେ LCDକୁ ଇନିଶିଆଲାଇଜ୍ କଲେ.

ତା’ପରେ, ପିନ୍ ନମ୍ୱର୍ 7 ପାଇଁ ଇନପୁଟ୍ ହେଉଛି pinMode

05:42 Void Loop Functionରେ, PushButton “ହାଇ” କି ନୁହେଁ, ତାହାର ସ୍ଥିତିକୁ ଆମେ ଯାଞ୍ଚ କରୁଛେ
05:49 ଯେତେବେଳେ PushButtonକୁ ଦବାଯାଏ, କର୍ସର୍‌ଟି “ଜିରୋ କମା ଜିରୋ”କୁ ସେଟ୍ ହୋଇଯାଏ
05:56 lcd.print ଷ୍ଟେଟମେଣ୍ଟ, କାଉଣ୍ଟ ମୂଲ୍ୟକୁ ପ୍ରିଣ୍ଟ କରିବ.

ପ୍ରାରମ୍ଭିକ ଭାବେ “କାଉଣ୍ଟ” ହେଉଛି “ଜିରୋ”. “କାଉଣ୍ଟ ପ୍ଲସ୍ ପ୍ଲସ୍” 1 ହୋଇପାରେ

06:09 ଯେତେବେଳେ ବଟନ୍‌କୁ ଛଡ଼ାଯିବ, ଏହା While Loopକୁ ଭାଙ୍ଗିବ ଏବଂ ଲୂପ୍ ବାହାରକୁ ଚାଲିଆସିବ
06:15 ପୁଣିଥରେ ଯଦି ଆପଣ ବଟନ୍‌କୁ ଦାବନ୍ତି, ପରବର୍ତ୍ତୀ ଆଇଟେରେଶନ୍ ଆରମ୍ଭ ହେବ ଏବଂ ଏହା କାଉଣ୍ଟକୁ ବୃଦ୍ଧି କରିବ
06:23 ଆସନ୍ତୁ ଏହି ପ୍ରୋଗ୍ରାମ୍‌କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା
06:27 ଏବେ ମୁଁ ବଟନ୍‌କୁ ଥରେ ଦବାଇ ଛାଡ଼ିଦେବି
06:32 ପୁଣିଥରେ ଦବାଇ ଛାଡ଼ିଦେବି. ଦେଖନ୍ତୁ, ଯେତେଥର ବଟନ୍ ଦବାଯାଇଛି କାଉଣ୍ଟରେ ବୃଦ୍ଧି ଘଟିଛି
06:42 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
06:47 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-

Arduino Boardରେ ଗୋଟିଏ LCD ଓ ଗୋଟଏ PushButton ଲଗାଇବା ଏବଂ PushButtonକୁ ଦବାଗଲେ କାଉଣ୍ଟ ପ୍ରଦର୍ଶନ କରିବା ପାଇଁ ଗୋଟିଏ “ପ୍ରୋଗ୍ରାମ୍” ଲେଖିବା ବିଷୟରେ

07:03 ନିମ୍ନ ଆସାଇନ୍‌ମେଣ୍ଟ କରନ୍ତୁ.

2, 4, 6 ଓ ଏହିପରି ଭାବରେ କାଉଣ୍ଟ ପ୍ରଦର୍ଶିତ ପାଇଁ ସେହି ପ୍ରୋଗ୍ରାମକୁ ବଦଳା’ନ୍ତୁ. ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ. LCDରେ କାଉଣ୍ଟ ପ୍ରଦର୍ଶିତ ହେବାର ଦେଖନ୍ତୁ

07:21 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:

କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

07:38 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
07:42 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ.
07:53 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep