Arduino/C2/Arduino-components-and-IDE/Oriya

From Script | Spoken-Tutorial
Revision as of 17:44, 27 January 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Arduino Components and IDE ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: Arduino ଓ ଗୋଟିଏ କମ୍ପ୍ୟୁଟର୍ ମଧ୍ୟରେ ଭୌତିକ ସଂଯୋଗ କିପରି ସ୍ଥାପନ କରିବେ,
00:16 Arduino ହାର୍ଡୱେର୍ ଓ Arduino ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍
00:21 ଏଠାରେ ମୁଁ ବ୍ୟବହାର କରୁଛି:

Arduino UNO Board Ubuntu Linux 14.04 ଅପରେଟିଙ୍ଗ୍ ସିଷ୍ଟମ୍ ଓ Arduino IDE

00:31 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ଇଲେକ୍ଟ୍ରୋନିକ୍ସ,

Arduino UNO Board USB ପାୱର୍ କେବଲ୍ ଓ ଗୋଟିଏ କମ୍ପ୍ୟୁଟର୍ ଉପରେ ଉପରେ ମୌଳିକ ଜ୍ଞାନ ଥିବା ଉଚିତ

00:43 ପ୍ରଥମେ ଆମେ, ଏଠାରେ ଦେଖାଯାଇଥିବା ଅନୁସାରେ USB କେବଲ୍ ବ୍ୟବହାର କରି କମ୍ପ୍ୟୁଟର୍ ସହ Arduino Board କନେକ୍ଟ କରିବା
00:51 ସବୁଜ Power LED “ଅନ୍” ହୋଇଯିବ. କନେକ୍ସନ୍ କାମ କରୁଛି ବୋଲି ଏହା ସୂଚିତ କରିଥାଏ
00:59 Arduino ହାର୍ଡୱେର୍‌ରେ ଥିବା ବିଭିନ୍ନ ଉପକରଣଗୁଡ଼ିକୁ ଏବେ ଆସନ୍ତୁ ଦେଖିବା
01:06 ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଉପକରଣ ହେଉଛି ATMEGA 328 Microcontroller Chip
01:13 ଏହା, Arduinoର ହୃଦୟ ଅଟେ, ଯେଉଁଠାରେ ଆପଣ ବିଭିନ୍ନ କାମ କରିବା ପାଇଁ ଏହାକୁ ପ୍ରୋଗ୍ରାମିଙ୍ଗ୍ କରିପାରିବେ
01:20 ଏହି Microcotrollerରେ ଇଣ୍ଟର୍ନଲ୍ ROM, RAM ଓ ଏକ Arduino BootLoader ମଧ୍ୟ ରହିଛି
01:29 Arduino BootLoader କ’ଣ?

ଏହା ହେଉଛି ପ୍ରଥମ ପ୍ରୋଗ୍ରାମ୍, ଯାହା ଏକ ପାୱର୍ ସପ୍ଲାଇ ସହିତ ଡିଭାଇସ୍ କନେକ୍ଟ ହେଲେ ନିଷ୍ପାଦିତ ହୋଇଥାଏ

01:40 ଏହିଗୁଡ଼ିକ ହେଉଛି “ଡିଜିଟଲ୍ ପିନ୍ସ". ଏହିଗୁଡ଼ିକରୁ ପ୍ରତ୍ୟେକକୁ Input ନହେଲେ Output ଭାବେ ପ୍ରୋଗ୍ରାମିଙ୍ଗ୍ କରାଯାଇପାରିବ
01:49 “ଡିଜିଟଲ୍”ର ଅର୍ଥ ହେଉଛି ସେଗୁଡ଼ିକୁ “ଅନ୍” କିମ୍ୱା “ଅଫ୍”, “ହାଇ” କିମ୍ୱା “ଲୋ” କରିହେବ
01:55 ଉଦାହରଣସ୍ୱରୂପ, ଗୋଟିଏ LEDକୁ ଡିମ୍ କରିବା ପାଇଁ, “ଅଡିଓ ସିଗ୍ନଲ୍” ଜେନେରେଟ୍ କରିବା ପାଇଁ ଆଦି
02:02 ଅନ୍ୟ ଡିଭାଇସ୍‌ଗୁଡ଼ିକ ସହିତ “ସିରିଅଲ୍ କମ୍ୟୁନିକେଶନ୍” ପାଇଁ “ପିନ୍” ସଂଖ୍ୟା 0 ଓ 1କୁ ବ୍ୟବହାର କରିହେବ
02:10 ଏଠାରେ, 0-RXର ଅର୍ଥ ହେଉଛି ଗ୍ରହଣ କରିବା,

1-TXର ଅର୍ଥ ହେଉଛି ପ୍ରସାରଣ କରିବା

02:20 ଏହିଗୁଡ଼ିକ ହେଉଛି “ଆନାଲଗ୍ ପିନ୍ସ”, ଯେଉଁଗୁଡ଼ିକୁ A0 ରୁ A5 ପର୍ଯ୍ୟନ୍ତ ଚିହ୍ନିତ କରାଯାଇଛି. ଏହିଗୁଡ଼ିକୁ କେବଳ Inputs ପାଇଁ ବ୍ୟବହାର କରାଯାଇଥାଏ
02:31 ସେଗୁଡ଼ିକ “ଆନାଲଗ୍ ସିଗ୍ନାଲ୍” ଗ୍ରହଣ କରନ୍ତି ଏବଂ କମ୍ପ୍ୟୁଟର୍ ବୁଝିପାରିବା ଭଳି “ଡିଜିଟଲ୍ ସିଗ୍ନାଲ୍”ରେ ପରିବର୍ତ୍ତିତ କରାନ୍ତି
02:40 ବୋର୍ଡରେ ଏମ୍ୱେଡ୍ ହୋଇଥିବା LEDଗୁଡ଼ିକୁ ଏଗୁଡ଼ିକ ପ୍ରସାରଣ ଓ ଗ୍ରହଣ କରନ୍ତି.

ଆମେ ଡେଟା ପଠାଇଲେ କିମ୍ୱା ଗ୍ରହଣ କଲେ ଏହିଗୁଡ଼ିକ ଧପ୍ ଧପ୍ ହୁଅନ୍ତି

02:51 ସମସ୍ୟା ନିବାରଣ ପାଇଁ ଏହା ବହୁତ ସାହାଯ୍ୟକାରୀ
02:55 ଆମେ ଏହି Reset ବଟନ୍ କ୍ଲିକ୍ କଲେ, ପ୍ରୋଗ୍ରାମ୍‌ଟି ବନ୍ଦ ହୁଏ ଓ ପୁଣିଥରେ ଆରମ୍ଭ ହୁଏ
03:03 ବୋର୍ଡ ବାହାରେ ଏହା କିଛି ଇରେଜ୍ କରିବ ନାହିଁ
03:08 ଏକ ବାହ୍ୟ ପାୱର୍ ସୋର୍ସ ବ୍ୟବହାର କରିବା ସମୟରେ Arduino Board ପାଇଁ ଏହା ହେଉଛି ଇନପୁଟ୍ ଭୋଲ୍ଟେଜ୍
03:16 ଏହିଗୁଡ଼ିକ ହେଉଛି “ଗ୍ରାଉଣ୍ଡ ପିନ୍ସ”, ଯାହା “ବୋର୍ଡ”ରେ ନିମ୍ନ ଭୋଲ୍ଟେଜ୍ ପାଇଁ ଆକସେସ୍ ଦେଇଥାଏ
03:23 Boardକୁ ପ୍ରୋଗ୍ରାମିଙ୍ଗ୍ କରିବା ପାଇଁ USB Iterfaceକୁ ବ୍ୟବହାର କରାଯାଇପାରିବ

ଏବଂ Board ଓ କମ୍ପ୍ୟୁଟର୍ ମଧ୍ୟରେ ସିରିଅଲ୍ କମ୍ୟୁନିକେଶନ୍ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ

03:35 Boardକୁ ପାୱର୍ ଯୋଗାଇବା ପାଇଁ ଆମ ପାଖରେ ଏକ୍ସଟର୍ନଲ୍ ପାୱର୍ ଆଡାପ୍ଟର୍ ଅଛି
03:41 ଏହାପରେ ଆମେ, Arduino ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଦେଖିବା
03:46 Arduino ପ୍ରୋଗ୍ରାମ୍ସକୁ ତିନୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପାରିବ.

Control Structure Statements, Operators, Variables ଓ Constants,

03:57 ତଥା Functions
04:00 କଣ୍ଟ୍ରୋଲ୍ ଷ୍ଟେଟମେଣ୍ଟଗୁଡ଼ିକ ହେଉଛି: if, if..else, for, while, do..while, switch case ଆଦି
04:11 ଏହିଗୁଡ଼ିକ, ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଭଳି ସମାନ
04:16 ତେବେ, ଆମ ପାଖରେ ଆରିଥମେଟିକ୍ ଅପରେଟର୍ସ, କମ୍ପାରିଜନ୍ ଅପରେଟର୍ସ ଓ ବୁଲିଅନ୍ ଅପରେଟର୍ସ ଅଛି
04:24 ଆମର ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଭାବରେ ଆମ ପାଖରେ Veriables ଓ Constants ଅଛି
04:31 ଏହିଗୁଡ଼ିକ ହେଉଛି built-in functions, ଯେପରି pinMode(), digitalWrite(), digitalRead(), delay(), analogRead(), analogWrite() ଆଦି
04:46 ଏହିଗୁଡ଼ିକ ହେଉଛି ମହତ୍ତ୍ୱପୂର୍ଣ୍ଣ “ଫଙ୍କଶନ୍ସ”, ଯେଉଁଗୁଡ଼ିକୁ ଅଧିକାଂଶ ସମୟରେ Arduino ପ୍ରୋଜେକ୍ଟରେ ବ୍ୟବହାର କରାଯାଇଥାଏ
04:52 Arduino IDEର ଏହି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍‌କୁ କିପରି ରେଫର୍ କରାଯାଏ, ମୁଁ ଆପଣଙ୍କୁ ଦେଖାଇବି
04:58 Arduino IDE ଖୋଲନ୍ତୁ
05:01 Arduino IDEରେ ଥିବା Help ମେନୁ ଉପରେ କ୍ଲିକ୍ କରନ୍ତୁ. ତା’ପରେ, Reference ଉପରେ କ୍ଲିକ୍ କରନ୍ତୁ
05:08 ଏହା, ଆପଣଙ୍କ ବ୍ରାଉଜର୍‌ରେ Offline Page ଖୋଲିବ
05:12 ଉଦାହରଣସ୍ୱରୂପ, ଯଦି ଆପଣ digitalWrite(), buit-in functionକୁ ଦେଖିବାକୁ ଚାହୁଁଛନ୍ତି, ତେବେ Function ନାମ ଉପରେ କ୍ଲିକ୍ କରନ୍ତୁ
05:22 ଏଠାରେ ଆପଣ digitalWrite() Functionର ବିବରଣୀ, ସିଣ୍ଟାକ୍ସ ଓ ଏକ ନମୁନା ପ୍ରୋଗ୍ରାମ୍ ଦେଖିପାରିବେ
05:31 ସେପରି ଅନେକ buit-in finctions ଅଛି ଏବଂ ଆମ ଆବଶ୍ୟକତା ଅନୁସାରେ ଆମେ ମାନୁଆଲ୍‌କୁ ଦେଖିପାରିବା
05:39 ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ କେତେକ ମହତ୍ତ୍ୱପୂର୍ଣ୍ଣ built-in functions ବିଷୟରେ ଜାଣିବା
05:47 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ସଂକ୍ଷିପ୍ତରେ -

05:52 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :- Arduino ଓ ଗୋଟିଏ କମ୍ପ୍ୟୁଟର୍ ମଧ୍ୟରେ ଏକ ଭୌତିକ ସଂଯୋଗ କିପରି ସ୍ଥାପନ କରିବେ
06:00 Arduino ହାର୍ଡୱେର୍, Arduino ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍
06:05 ଏକ ଆସାଇନମେଣ୍ଟ ଭାବେ - Arduino IDE ଖୋଲନ୍ତୁ
06:09 Help ମେନୁ ଉପରେ କ୍ଲିକ୍ କରି Reference ଚୟନ କରନ୍ତୁ
06:14 delay(), pinMode() and digitalRead() ଆଦି ଭଳି built-in functions ଦେଖନ୍ତୁ
06:22 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

06:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ପରୀକ୍ଷାରେ ପାସ୍ କଲେ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

06:42 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?

ଦୟାକରି ସାଇଟ୍‌କୁ ଯାଆନ୍ତୁ.

06:47 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍‌ରୁ କେହିଜଣେ ତାହାର ଉତ୍ତର ଦେବେ.

06:57 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

07:07 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep