Arduino/C2/Analog-to-Digital-Conversion/Oriya

From Script | Spoken-Tutorial
Jump to: navigation, search
Time Narration
00:01 Display Conversion Using Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: ADC ଅର୍ଥାତ୍ Analog to Digital Conversion
00:14 Arduinoରେ ADC Pins

ADC Resolution

00:19 DHT11 ତାପମାତ୍ରା ଓ ଆର୍ଦ୍ରତା ସେନ୍ସର୍
00:23 ସିରିଅଲ୍ ମନିଟର୍ ଓ ସିରିଅଲ୍ ପ୍ଲଟର୍
00:27 ଏହି ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିମ୍ନଲିଖିତ ଉପରେ ମୌଳିକ ଜ୍ଞାନ ଥିବା ଉଚିତ:

ଇଲେକ୍ଟ୍ରୋନିକ୍ସ ଓ C କିମ୍ୱା C++ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍

00:37 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Arduino UNO Board

00:43 ଉବଣ୍ଟୁ ଲିନକ୍ସ 16.04 OS

ଓ Arduino IDE

00:50 ଆମକୁ କେତେକ ବାହ୍ୟ ଉପକରଣ ମଧ୍ୟ ଦରକାର ହେବ, ଯେପରି

DHT11 ସେନ୍ସର୍

00:57 Breadboard ଓ Jumper wires
01:02 ଏହି ଟ୍ୟୁଟୋରିଆଲରେ ଆମେ DHT11 ସେନ୍ସର୍ ବ୍ୟବହାର କରି ତାପମାତ୍ରା ଓ ଆର୍ଦ୍ରତା ଠାବ କରିବା
01:09 ଏହି ସେନ୍ସର୍, Analog ଭାଲ୍ୟୁ ସଂଗ୍ରହ କରେ ଏବଂ ତାହାକୁ Arduino Unoକୁ ଦିଏ
01:15 Arduino ADC Pins, ଏହି Analog ଭାଲ୍ୟୁଗୁଡ଼ିକୁ Digital ଭାଲ୍ୟୁରେ ବଦଳାଇବ
01:21 ଏହାପରେ ଆମେ, “ରିଜୋଲ୍ୟୁଶନ୍”ର ଅବଧାରଣାକୁ ବୁଝିବା
01:25 Arduino Unoରେ 10 Bit ରିଜୋଲ୍ୟୁଶନ୍ ରହିଛି
01:28 ଏହାର ଅର୍ଥ ହେଉଛି, ଏହା (2ର ପାୱର୍ 10) ଅର୍ଥାତ୍ 1024 Discrete Analog Levelsର ଠାବ କରିପାରିବ
01:37 “ରିଜୋଲ୍ୟୁଶନ୍” ହେଉଛି “ଛୋଟ ପରିବର୍ତ୍ତନ”, ଯାହାକୁ ମାପ କରିହେବ
01:42 Arduino, 5 Volts ଆଉଟପୁଟ୍ ଭୋଲ୍ଟେଜ୍ ଦେଇଥାଏ, ତେଣୁ 5 Volts ବିଭକ୍ତ 1024 Levels ଦେଇଥାଏ 4.89 miliVolts
01:56 ତାହାର ଅର୍ଥ, Arduino Uno 4.89 miliVoltsର ନ୍ୟୁନତମ ପରିବର୍ତ୍ତନ ପ୍ରତି “ସମ୍ୱେଦନଶୀଳ” ହୋଇପାରେ
02:04 ଏହା, Arduino ସହିତ DHT11 ପାଇଁ ସର୍କିଟ୍ କନେକ୍ସନ୍ କୁ ଦେଖାଇଥାଏ
02:10 Arduino Unoରେ 6ଟି in-built ADC ଚାନେଲ୍ସ (A0 ରୁ A5) ରହିଛି
02:17 ADC ଚାନେଲ୍ସ, 0-5 Voltsର ବର୍ଗରେ “ଆନାଲଗ୍ ସିଗ୍ନଲ୍” ପଢ଼େ
02:23 DHT11 ସେନ୍ସର୍‌ର Pin 1, Arduinoର 5 Volts Pin ସହ କନେକ୍ଟ ହୋଇଛି
02:30 DHT11 ସେନ୍ସର୍‌ର Pin 2 ହେଉଛି “ଡେଟା” ପିନ୍
02:35 ସେନ୍ସର୍‌ର “ଡେଟା” ପିନ୍, Arduinoର ଆନାଲଗ୍ ପିନ୍ A0 ସହିତ କନେକ୍ଟ ହୋଇଛି
02:42 DHT11 ସେନ୍ସର୍‌ର Pin 3, Arduinoର “ଗ୍ରାଉଣ୍ଡ” ପିନ୍ ସହ କନେକ୍ଟ ହୋଇଛି
02:48 ସର୍କିଟ୍ ଡାଇଗ୍ରାମ୍‌ରେ ଦେଖାଯାଇଥିବା ଭଳି କନେକ୍ସନର ଏହା ହେଉଛି ଲାଇଭ୍ ସେଟ୍ ଅପ୍
02:53 Arduino IDEରେ ଏବେ ଆମେ ଗୋଟିଏ ପ୍ରୋଗ୍ରାମ୍ ଲେଖିବା.
02:57 Arduino IDE ଖୋଲନ୍ତୁ
03:00 ଏହି ପ୍ରୋଗ୍ରାମ୍ ଚଲାଇବା ପାଇଁ DHT11 ଲାଇବ୍ରେରୀ ଡାଉନଲୋଡ୍ କରନ୍ତୁ
03:06 ମେନୁ ବାର୍‌ରେ ଥିବା Sketch ମେନୁ ଉପରେ କ୍ଲିକ୍ କରନ୍ତୁ
03:10 Include Library ଚୟନ କରି Manage Libraries ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
03:16 ଗୋଟିଏ ନୂଆ ୱିଣ୍ଡୋ ଖୋଲିବ
03:19 ଉପର ଡାହାଣପଟ କୋଣରେ Search ଟାବ୍ ଅଛି.

ଏଠାରେ DHT11 ଟାଇପ୍ କରି Enter ଦାବନ୍ତୁ

03:28 DHT11 ସେନ୍ସର୍ ପାଇଁ ବିଭିନ୍ନ Libraries ଦେଖାଦେଲା
03:33 ସ୍କ୍ରୀନ୍ ତଳ ପର୍ଯ୍ୟନ୍ତ ସ୍କ୍ରୋଲ୍ କରି SimpleDHT by Winlin ଚୟନ କରନ୍ତୁ
03:39 Version ଡ୍ରପ୍ ଡାଉନ୍‌ରେ Libraryର ଲେଟେଷ୍ଟ ଭର୍ସନ୍ ଚୟନ କରନ୍ତୁ
03:45 Library ଇନଷ୍ଟଲ୍ କରିବା ପାଇଁ Install ଉପରେ କ୍ଲିକ୍ କରନ୍ତୁ
03:49 Arduino IDEରେ ଏବେ DHT11 Library ଇନଷ୍ଟଲ୍ ହୋଇଗଲା
03:54 ୱିଣ୍ଡୋର ତଳ ଡାହାଣପଟେ ଥିବା Close ବଟନ୍ ଉପରେ କ୍ଲିକ୍ କରନ୍ତୁ
03:59 ଏହି ଲାଇବ୍ରେରୀକୁ “ପ୍ରୋଗ୍ରାମ୍”ରେ ଯୋଡ଼ିଦିଅନ୍ତୁ
04:02 Sketch ମେନୁ ଉପରେ କ୍ଲିକ୍ କରି Include Library ଉପରେ କ୍ଲିକ୍ କରନ୍ତୁ
04:06 ନୂଆ ଭାବେ ଡାଉନଲୋଡ୍ ହୋଇଥିବା Library ସାଧାରଣତଃ ଶେଷରେ ଦେଖାଦେଇଥାଏ
04:11 ତାଲିକାର ତଳ ପର୍ଯ୍ୟନ୍ତ ସ୍କ୍ରୋଲ୍ କରି SimpleDHT ଚୟନ କରନ୍ତୁ
04:17 ଦେଖନ୍ତୁ, କୋଡ୍ ୱିଣ୍ଡୋରେ ହେଡର୍ ଫାଇଲ୍ SimpleDHT.h ଯୋଡ଼ି ହୋଇଗଲା
04:24 ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ.
04:27 ଏଠାରେ ଆମେ, A0 ସହ କନେକ୍ଟ ହୋଇଥିବା DHT11 ସେନ୍ସର୍‌ର ଡେଟା ପିନ୍‌କୁ ଇନିଶିଆଲାଇଜ୍ କରିଦେଲେ
04:34 ଏହି କମାଣ୍ଡ ଗୋଟିଏ DHT Object ତିଆରି କରିଥାଏ
04:38 Void Setup Function ଭିତରେ ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ:
04:43 Serial.begin() function, Serial Communicationକୁ ଆରମ୍ଭ କରିଥାଏ
04:48 ଏହା, Serial Data Transmission ପାଇଁ Data Rateକୁ Bits Per Secondରେ ସେଟ୍ କରିଥାଏ
04:54 9600, Baud Rateକୁ ନିରୂପିତ କରିଥାଏ
04:58 Delay (500) ହେଉଛି, Boot କରିବାକୁ Sensor ପାଇଁ Delay Time
05:03 Serial.print କମାଣ୍ଡ, ଏଠାରେ ନିର୍ଦ୍ଦିଷ୍ଟ ହୋଇଥିବା ଅନୁସାରେ Headerକୁ ପ୍ରିଣ୍ଟ କରିଥାଏ
05:08 ଏବେ ଆମେ, Void Loop ପାଇଁ “କୋଡ୍” ଲେଖିବା.
05:12 ଆମେ, DHT Sensor ଆଉଟପୁଟ୍ ପାଇଁ ଦୁଇଟି ଭେରିଏବଲ୍ସ Temperature ଓ Humidity ତିଆରି କରିଦେଲେ
05:20 dht11.read, ସେନ୍ସର୍‌ରୁ ଡେଟା ରିଡ୍ କରିଥାଏ
05:25 ଏହା, microcontroller’s registerରେ ପରିଣାମ ଷ୍ଟୋର୍ କରିଥାଏ
05:29 ଏହି ଲାଇନ୍‌ଗୁଡ଼ିକ, ତାପମାତ୍ରାକୁ Degree Celsius ଓ ଆର୍ଦ୍ରତାକୁ Percentageରେ ପ୍ରିଣ୍ଟ କରିଥାଏ
05:36 Delay (2000), ସାମ୍ପ୍ରତିକ ଆର୍ଦ୍ରତା ଓ ତାପମାତ୍ରା ରିଡିଙ୍ଗକୁ ପ୍ରତ୍ୟେକ 2 Secondsରେ ଅପଡେଟ୍ କରିଥାଏ
05:43 ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ଏହି କୋଡ୍ ଉପଲବ୍ଧ ଅଛି.

ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ

05:51 ନିଜର ପ୍ରୋଗ୍ରାମ୍‌କୁ ଭେରିଫାଏ କରିବା ପାଇଁ Compile ଉପରେ କ୍ଲିକ୍ କରନ୍ତୁ
05:55 ସାମ୍ପ୍ରତିକ ପ୍ରୋଗ୍ରାମ୍‌କୁ ସେଭ୍ କରିବା ପାଇଁ ଗୋଟିଏ ପପ୍ ଅପ୍ ୱିଣ୍ଡୋ ଦେଖାଦେବ.

DHT11 ଭାବରେ ପ୍ରୋଗ୍ରାମ୍‌କୁ ସେଭ୍ କରନ୍ତୁ

06:05 ଏବେ, Arduinoରେ ସାମ୍ପ୍ରତିକ ପ୍ରୋଗ୍ରାମ୍‌କୁ ଅପଲୋଡ୍ କରିବା ପାଇଁ Upload ବଟନ୍ ଉପରେ କ୍ଲିକ୍ କରନ୍ତୁ
06:11 ଦେଖନ୍ତୁ, Serial Monitor ସ୍କ୍ରୀନ୍‌ରେ ଆଉଟପୁଟ୍ ପ୍ରଦର୍ଶିତ ହେଲା
06:15 ଏହା ପାଇଁ, Tools ମେନୁ ଉପରେ କ୍ଲିକ୍ କରି Serial Monitor ଚୟନ କରନ୍ତୁ
06:21 Serial Monitor ୱିଣ୍ଡୋ ଖୋଲିଲା
06:25 ଆଶାନୁରୂପେ, ସାମ୍ପ୍ରତିକ ସ୍ଥାନର ତାପମାତ୍ରା ଓ ଆର୍ଦ୍ରତା ପ୍ରଦର୍ଶିତ ହେଲା.

ଏହି ୱିଣ୍ଡୋକୁ ବନ୍ଦ କରିଦିଅନ୍ତୁ

06:33 ଏହାପରେ ଆମେ Serial Plotterରେ ଆଉଟପୁଟ୍ ଦେଖିବା
06:37 ଆସନ୍ତୁ ପ୍ରୋଗ୍ରାମ୍‌କୁ ସଂଶୋଧିତ କରିବା
06:40 ଦେଖାଯାଇଥିବା ଅନୁସାରେ Serial.print(Temperature & Humidity :); ଲାଇନ୍‌କୁ Comment କରନ୍ତୁ
06:47 ଏହା, Temperature ଓ Humidity ଟେକ୍ସଟ୍‌କୁ ପ୍ରିଣ୍ଟ କରିବ ନାହିଁ
06:52 ପ୍ଲଟିଙ୍ଗ୍ ପାଇଁ, ଆମକୁ କେବଳ ତାପମାତ୍ରା ଓ ଆର୍ଦ୍ରତାର ମୂଲ୍ୟଗୁଡ଼ିକ ଦରକାର
06:58 Serial Plotterରେ ପରିଣାମକୁ ଦେଖିବା ପାଇଁ ସାମ୍ପ୍ରତିକ “ପ୍ରୋଗ୍ରାମ୍”କୁ ଅପଲୋଡ୍ କରନ୍ତୁ
07:04 Tools ମେନୁ ଉପରେ କ୍ଲିକ୍ କରି Serial Plotter ଚୟନ କରନ୍ତୁ.

Serial Plotter ୱିଣ୍ଡୋ ଖୋଲିଲା

07:12 ଦେଖନ୍ତୁ, ଦୁଇଟି ଲାଇନ୍‌କୁ ଏକାସଙ୍ଗରେ ବିନ୍ଦୁଗୁଡ଼ିକୁ ପ୍ଲଟ୍ କରୁଛି
07:18 ତାପମାତ୍ରାକୁ ନୀଳ ଲାଇନ୍ ସୂଚିତ କରୁଛି, ଯାହା ହେଉଛି ପ୍ରାୟ 28 ରୁ 30 °C.
07:25 ନାଲି ଲାଇନ୍ ହେଉଛି ଆର୍ଦ୍ରତା ରିଡିଙ୍ଗ୍, ଯାହା ହେଉଛି ପାଖାପାଖି 45%
07:31 ପ୍ରୟୋଗ କରାଯାଉଥିବା ସ୍ଥାନ ଉପରେ ଆଧାର କରି ରିଡିଙ୍ଗ୍ ଭିନ୍ନ ହେବ
07:36 ଏବେ, Sensorକୁ ହାତ ସାହାଯ୍ୟରେ ଘୋଡ଼ାଇଦିଅନ୍ତୁ ଏବଂ ଆପଣ ଅସ୍ଥିର ରିଡିଙ୍ଗ୍ ଦେଖିବାକୁ ପାଇବେ
07:43 ଏହି ୱିଣ୍ଡୋକୁ ବନ୍ଦ କରିଦିଅନ୍ତୁ
07:45 ∓5% RH ଅର୍ଥାତ୍ (Relative Humidity) ସହିତ 20% ରୁ 80% ମଧ୍ୟରେ Humidity ରିଡିଙ୍ଗ୍ ପାଇଁ ଉପଯୋଗୀ ଅଟେ
07:56 ∓2 °C ସହିତ 0 ରୁ 50 °C ମଧ୍ୟରେ ତାପମାତ୍ରା ରିଡିଙ୍ଗ୍ ପାଇଁ ଉପଯୋଗୀ ଅଟେ
08:06 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
08:12 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-

ADC ଅର୍ଥାତ୍ Analog to Digital Conversion

08:19 Arduinoରେ ADC Pins

ADC Resolution

08:25 DHT11 ତାପମାତ୍ରା ଓ ଆର୍ଦ୍ରତା ସେନ୍ସର୍

Serial Monitor ଓ Serial Plotter ବିଷୟରେ

08:33 ଏକ ଆସାଇନମେଣ୍ଟ ଭାବେ:

Arduinoର ବିଲ୍ଟ ଇନ୍ LED Pin 13କୁ ଜଳାଇ ଆଲାର୍ମ ବଜାନ୍ତୁ

08:41 ଉପରୋକ୍ତ କୋଡ୍ ସଂଶୋଧନ କରନ୍ତୁ.

ସଂକେତ: If-else statement ବ୍ୟବହାର କରନ୍ତୁ

08:48 Serial Monitorରେ ପ୍ରାପ୍ତ ତାପମାତ୍ରା ମୂଲ୍ୟରେ 1 କିମ୍ୱା 2 °C ଯୋଡ଼ନ୍ତୁ
08:55 ତାପମାତ୍ରା ରିଡିଙ୍ଗ୍ ବୃଦ୍ଧି କରିବା ପାଇଁ ନିଜ ହାତ ସାହାଯ୍ୟରେ DHT11 ସେନ୍ସର୍‌କୁ ଘୋଡ଼ାଇଦିଅନ୍ତୁ
09:02 ସୋର୍ସ କୋଡ୍ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କ୍ ଦେଖନ୍ତୁ
09:07 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

09:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
09:21 ଦୟାକରି ଏହି ଫୋରମ୍‌ରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
09:27 ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
09:34 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep