LibreOffice-Suite-Base/C4/Indexes-Table-Filter-SQL-Command-window/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:03 | ଏହି ଟ୍ୟୁଟୋରିଆଲରେ, ଆମେ ନିମ୍ନଲିଖିତ ବିଷୟଗୁଡିକୁ ଶିଖିବା:
Indexes ଟେବୁଲ୍ ଫିଲ୍ଟର୍ ଓ SQL କମାଣ୍ଡ ୱିଣ୍ଡୋ |
00:14 | ପ୍ରଥମେ ଚାଲନ୍ତୁ Indexଗୁଡିକ ବିଷୟରେ ଶିଖିବା |
00:16 | Index ଗୋଟିଏ କ’ଣ? |
00:18 | ଗୋଟିଏ database table ମଧ୍ୟରେ ରେକର୍ଡଗୁଡିକୁ ଶିଘ୍ର ପ୍ରାପ୍ତ କରିବା ଏବଂ ସର୍ଟ କରିବା ପାଇଁ, ଇଣ୍ଡେକ୍ସ ଗୋଟିଏ ମାର୍ଗ ଅଟେ |
00:26 | ଗୋଟିଏ ଟେବୁଲ ମଧ୍ୟରେ, ଗୋଟିଏ field କିମ୍ବା ଅନେକ ଫିଲ୍ଡଗୁଡିକୁ ଚୟନ କରନ୍ତୁ ଯାହାର ରେକର୍ଡଗୁଡିକ ଇଣ୍ଡେକ୍ସ ହେବାର ଆବଶ୍ୟକତା ଥାଏ |
00:36 | ଚୟନିତ ଫିଲ୍ଡ କିମ୍ବା ଫିଲ୍ଡଗୁଡିକୁ ଆଧାର କରି ରେକର୍ଡଗୁଡିକର ସ୍ଥାନକୁ ଇଣ୍ଡେକ୍ସ ଷ୍ଟୋର୍ କରିଥାଏ |
00:43 | ତେଣୁ ଡେଟାର ପୁନରୁଦ୍ଧାର ପାଇଁ, Base, ଇଣ୍ଡେକ୍ସକୁ ବ୍ୟବହାର କ ରି ସିଧାସଳଖ ଡେଟା ସେଭ୍ ହୋଇଥିବା ସ୍ଥାନକୁ ଯାଇପାରିବ |
00:51 | ଏବଂ, ଡେଟା ପ୍ରାପ୍ତ କରିବା ପାଇଁ ସମଗ୍ର ରେକର୍ଡ ମଧ୍ୟରେ ଖୋଜିବା ଅପେକ୍ଷା ଏହା ଅପେକ୍ଷାକୃତ ଭାବେ ଦୃତ ଅଟେ |
00:59 | ଗୋଟିଏ ଟେବୁଲର primary key ଅଟୋମାଟିକଲୀ ଇଣ୍ଡେକ୍ସ ହୋଇଯାଏ |
01:03 | ବର୍ତ୍ତମାନ, ଉଦାହରଣ Library ଡେଟାବେସରେ ଗୋଟିଏ ଇଣ୍ଡେକ୍ସ ସୃଷ୍ଟି କରନ୍ତୁ |
01:09 | Books ଟେବୁଲର Title କଲମ୍ ଉପରେ ଗୋଟିଏ ଇଣ୍ଡେକ୍ସ ସୃଷ୍ଟି କରନ୍ତୁ ଯାହା ବୂକ୍ ଟାଇଟଲଗୁଡିକ ଉପରେ ଖୋଜିବା ପ୍ରକ୍ରିୟାକୁ ଦୃତ କରିବ |
01:18 | ଯଦି ଖୋଲା ନ’ଥାଏ ତେବେ Library ଡେଟାବେସକୁ ଖୋଲନ୍ତୁ |
01:34 | ଏବଂ Books ଟେବୁଲକୁ Edit ମୋଡରେ ଖୋଲନ୍ତୁ |
01:39 | Table Design ୱିଣ୍ଡୋ ମଧ୍ୟରେ, Tools ମେନୁକୁ ଯା’ନ୍ତୁ ଏବଂ Index Design ଚୟନ କରନ୍ତୁ |
01:48 | Indexes ୱିଣ୍ଡୋ ମଧ୍ୟରେ, Base, Primary Keyକୁ ଗୋଟିଏ Unique ଇଣ୍ଡେକ୍ସ ଭାବେ ଅନ୍ତର୍ଭୁକ୍ତ କରିଥିବାର ଲକ୍ଷ୍ୟ କରନ୍ତୁ |
01:57 | New Index ନାମକ ଇଣ୍ଡେକ୍ସର ସୃଷ୍ଟି ପାଇଁ ପୁରା ବାମ ପଟେ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:05 | ଏବଂ ଡାହାଣ ପଟେ ଥିବା Index ଫିଲ୍ଡ ଅଧିନସ୍ଥ ଡ୍ରପ୍ ଡାଉନ୍ ତାଲିକାରୁ Titleକୁ ଚୟନ କରନ୍ତୁ |
02:14 | ଏଠାରେ Ascending କିମ୍ବା Descending କ୍ରମକୁ ମଧ୍ୟ ଚୟନ କରନ୍ତୁ |
02:19 | ଏବଂ ବାମ ପଟେ ଥିବା ତୃତୀୟ ଆଇକନ୍ ଉପରେ କ୍ଲିକ୍ କରି ଏହି ଇଣ୍ଡେକ୍ସକୁ IDX_Title ଭାବେ ରିନେମ୍ କରନ୍ତୁ ଏବଂ ଏହା ପରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରି ଏହାକୁ ସେଭ୍ କରନ୍ତୁ |
02:37 | ତେଣୁ, ଏହା Title ଫିଲ୍ଡ ଉପରେ ଥିବା ଇଣ୍ଡେକ୍ସ ଅଟେ |
02:42 | ଏହି ମାର୍ଗରେ Baseକୁ ବ୍ୟବହାର କରି ଟେବୁଲ ପାଇଁ ଇଣ୍ଡେକ୍ସଗୁଡିକୁ create, edit, rename କିମ୍ବା delete କରିପାରିବା |
02:51 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି: |
02:54 | Members ଟେବୁଲ୍ ମଧ୍ୟରେ ନେମଗୁଡିକ ଉପରେ ଗୋଟିଏ ଇଣ୍ଡେକ୍ସର ସୃଷ୍ଟି କରନ୍ତୁ ଏବଂ ଏହାକୁ IDX_MemberName ଭାବେ ନାମିତ କରନ୍ତୁ |
03:03 | ତା’ପରେ, ଗୋଟିଏ Table Filter କ’ଣ ଦେଖିବା |
03:07 | Table Filter ଫିଚର୍, ଗୋଟିଏ Base ଡେଟାବେସ୍ ମଧ୍ୟରେ ଅନ୍ୟ ଆପ୍ଲିକେଶନଗୁଡିକର ଟେବୁଲଗୁଡିକୁ ଲୁଚାଇ ଦେବା ପାଇଁ ଅନୁମତି ଦେଇଥାଏ |
03:15 | ଉଦାହରଣସ୍ଵରୂପ, Library ଡେଟାବେସ୍ ମଧ୍ୟରେ Books ଟେବୁଲ୍ ବ୍ୟତିତ ଅନ୍ୟ ଟେବୁଲଗୁଡିକୁ ଲୁଚାଇଦିଅନ୍ତୁ |
03:22 | ବର୍ତ୍ତମାନ, Tools ମେନୁ ଅଧିନରେ Table Filter ଉପଲବ୍ଧ ଅଛି |
03:27 | ଏଠାରେ, All Views ଚେକ୍ କରିବା ସହିତ Books ଟେବୁଲକୁ ଚେକ୍ କରନ୍ତୁ |
03:33 | ଅର୍ଥ, ଅନ୍ୟ ଆପ୍ଲିକେଶନଗୁଡିକରେ ଦୃଶ୍ୟମାନ ହେବା ପାଇଁ କେବଳ Books ଟେବୁଲକୁ ଚିହ୍ନିତ କରାଯାଇଛି |
03:39 | ବର୍ତ୍ତମାନ, OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:43 | View ମେନୁ ଉପରେ ଏବଂ ତା’ପରେ Refresh Tablesରେ କ୍ଲିକ୍ କରନ୍ତୁ |
03:50 | ଏଠାରେ କେବଳ Books ଟେବୁଲ୍ ଦୃଶ୍ୟମାନ ହେବାର ଲକ୍ଷ୍ୟ କରନ୍ତୁ |
03:54 | LibreOffice Writer କିମ୍ବା Calc ରେ ଯେତେବେଳେ ଏହି ଡେଟାବେସକୁ ଆକ୍ସେସ୍ କରିବେ, ସେଠାରେ କେବଳ Books ଟେବୁଲକୁ ଦେଖିବାକୁ ପାଇବେ |
04:04 | ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି: |
04:06 | LibreOffice Writerକୁ ଖୋଲନ୍ତୁ, Library ଡେଟାବେସକୁ ଆକ୍ସେସ୍ କରନ୍ତୁ ଏବଂ ସେଠାରେ ଉପଲବ୍ଧ ଥିବା ଟେବୁଲଗୁଡିକୁ ଚେକ୍ କରନ୍ତୁ |
04:14 | Baseରେ ସମଗ୍ର ଟେବୁଲଗୁଡିକୁ ଦୃଶ୍ୟମାନ କରନ୍ତୁ |
04:19 | ଏବଂ ଟେବୁଲଗୁଡିକର ଉପଲବ୍ଧତାକୁ ଚେକ୍ କରିବା ପାଇଁ LibreOffice Writerକୁ ପୁନର୍ବାର ଖୋଲନ୍ତୁ |
04:26 | ଶେଷରେ, SQL command window ବିଷୟରେ ଶିଖିବା |
04:31 | Tools ମେନୁ ମଧ୍ୟରୁ SQLକୁ ଚୟନ କରିବା ଦ୍ଵାରା, SQL command windowକୁ ଆକ୍ସେସ୍ କରିପାରିବେ |
04:41 | ଡେଟାବେସ୍ ମଧ୍ୟରେ SQL ଷ୍ଟେଟମେଣ୍ଟଗୁଡିକୁ ଇସ୍ୟୁ କରିବା ପାଇଁ ଏହି ୱିଣ୍ଡୋକୁ ବ୍ୟବହାର କରିପାରିବେ |
04:47 | ବର୍ତ୍ତମାନ, SQL କ୍ଵେରୀଗୁଡିକର ନିଷ୍ପାଦନ ପାଇଁ Queriesକୁ ବ୍ୟବହାର କରିପାରିବେ କିନ୍ତୁ ଏଠାରେ ଡେଟାବେସରୁ କେବଳ ଡେଟାକୁ ପ୍ରାପ୍ତ କରିବାରେ ସୀମିତ ହୋଇଯାଏ |
04:59 | ଅର୍ଥ, ଏଠାରେ କେବଳ SELECT ଷ୍ଟେଟମେଣ୍ଟଗୁଡିକୁ ବ୍ୟବହାର କରିପାରିବେ |
05:04 | କିନ୍ତୁ SQL ଷ୍ଟେଟମେଣ୍ଟଗୁଡିକୁ execute କରିପାରିବେ ନାହିଁ ଯାହା ଡେଟା ଓ ଟେବୁଲ ଷ୍ଟ୍ରକଚରକୁ ରୂପାନ୍ତର କରିବ କିମ୍ବା ସେଠାରେ ନୁତନ ଟେବୁଲଗୁଡିକୁ ସୃଷ୍ଟି କରିବ |
05:14 | ଏବଂ SQL command window, data manipulation ଓ data definition ଭଳି ଷ୍ଟେଟମେଣ୍ଟ କିମ୍ବା ଲାଙ୍ଗୁୟେଜଗୁଡିକୁ ବ୍ୟବହାର କରିବା ପାଇଁ ସାହାଯ୍ୟ କରିଥାଏ |
05:24 | Data Manipulation Language କିମ୍ବା ସରଳ ଭାବେ DMLର ଉଦାହରଣଗୁଡିକ ହେଲେ: |
05:31 | INSERT, UPDATE ଓ DELETE ଡେଟା |
05:37 | ଏବଂ Data Definition Language କିମ୍ବା ସରଳ ଭାବେ DDLର କିଛି ଉଦାହରଣ ହେଉଛି: |
05:45 | CREATE TABLE, DROP TABLE ଓ ALTER ଷ୍ଟେଟମେଣ୍ଟଗୁଡିକ |
05:51 | ପ୍ରଥମେ ଗୋଟିଏ DMLର ଉଦାହରଣକୁ ଦେଖିବା |
05:55 | Base ୱିଣ୍ଡୋରେ, Tools ମେନୁରୁ SQL Command Windowକୁ ଖୋଲନ୍ତୁ |
06:02 | Command to execute ଟେକ୍ସଟ ଏରିଆ ମଧ୍ୟରେ ଗୋଟିଏ ନୁତନ ରେକର୍ଡକୁ ଟାଇପ୍ କରି Books ଟେବୁଲ ମଧ୍ୟରେ ପ୍ରବେଶ କରାନ୍ତୁ: |
06:12 | INSERT INTO "Books" ( "Title", "Author", "PublishYear", "Publisher", "Price")
VALUES ('The Hobbit', 'J.R.R Tolkien', 2002, 'Oxford', 500); |
06:45 | Execute ବଟନ୍ ଉପରେ କ୍ଲିକ୍ କରିବା ପୂର୍ବରୁ, ବର୍ତ୍ତମାନ କମାଣ୍ଡକୁ ଭଲଭବେ ଦେଖନ୍ତୁ |
06:52 | INSERT ଷ୍ଟେଟମେଣ୍ଟ table ନେମ୍ ଓ field ନେମଗୁଡିକୁ ଏବଂ ତା’ପରେ ନୁତନ ରେକର୍ଡ ମଧ୍ୟରେ ପ୍ରବେଶ ହେବାକୁ ଥିବା Valuesକୁ ତାଲିକାଭୁକ୍ତ କରିଥାଏ |
07:03 | ଧ୍ୟାନଦିଅନ୍ତୁ ଯେ ଟେବୁଲ ନେମ୍ ଓ ଫିଲ୍ଡ ନେମଗୁଡିକ ଡବଲ୍ କ୍ଵୋଟ୍ ମଧ୍ୟରେ ଆବଦ୍ଧ ହୋଇଛି |
07:11 | Base କେସ୍ ସେନସିଟିଭ୍ ବୋଲି ଜଣାଅଛି ଏବଂ ଡବଲ୍ କ୍ଵୋଟ୍ ସୁନିଶ୍ଚିତ କରେ ଯେ ଆମେ ଗ୍ରହଣ କରୁଥିବା ନେମଗୁଡିକୁ Base ଗ୍ରହଣ କରିବ |
07:22 | ଯଦି କ୍ଵୋଟଗୁଡିକୁ ବ୍ୟବହାର କରିବେ ନାହିଁ, Base ସମସ୍ତ ନେମଗୁଡିକୁ ଅଟୋମାଟିକଲୀ ଅପର୍ କେସରେ ରୂପାନ୍ତର କରିଦେବ |
07:31 | ଭେଲ୍ୟୁର ଡେଟା ଟାଇପ୍ TEXTକୁ ସୁନିଶ୍ଚିତ କରିବା ପାଇଁ ସିଙ୍ଗଲ୍ କ୍ଵୋଟଗୁଡିକର ବ୍ୟବହାର ହୋଇଥାଏ |
07:37 | NUMERIC ଫିଲ୍ଡଗୁଡିକ କୌଣସି କ୍ଵୋଟ୍ ମଧ୍ୟରେ ଆବଦ୍ଧ ହେବାର ଆବଶ୍ୟକତା ନାହିଁ |
07:43 | BookId ଫିଲ୍ଡ ମଧ୍ୟ ଅନ୍ତର୍ଭୁକ୍ତ ହେବାର କିଛି ଆବଶ୍ୟକତା ନାହିଁ ଯାହା ଗୋଟିଏ AutoNumber ଫିଲ୍ଡ ଅଟେ |
07:51 | ନମ୍ବରକୁ ଅଟୋ ଜେନେରେଟ୍ କରିବା ପାଇଁ Base ସାହାଯ୍ୟ କରିବ |
07:56 | ତେଣୁ, SQLକୁ ନିଷ୍ପାଦନ କରନ୍ତୁ. Command successfully executed ବାର୍ତ୍ତାକୁ ଦେଖନ୍ତୁ |
08:05 | ଯଦି ଲେଖା ହୋଇଥିବା SQLରେ କୌଣସି ଏରର୍ ଥାଏ, Base ସେଗୁଡିକୁ ପ୍ରଦର୍ଶନ କରିବ |
08:12 | Books ଟେବୁଲ ଉପରେ ଡବଲ୍ କ୍ଲିକ୍ କରନ୍ତୁ ଏବଂ ସଙ୍ଗେସଙ୍ଗେ ପ୍ରବେଶ କରିଥିବା ରେକର୍ଡକୁ ଖୋଜନ୍ତୁ |
08:18 | ଏଠାରେ ଅଛି, ଶେଷ ରୋ’ରେ ଯୋଡି ହୋଇଯାଇଛି |
08:23 | ତା’ପରେ, ଗୋଟିଏ DDLର ଉଦାହରଣକୁ ଦେଖିବା |
08:27 | AuthorId, Author ଓ Country ଫିଲ୍ଡଗୁଡିକ ସହିତ Authors ନାମକ ଗୋଟିଏ ନୁତନ ଟେବୁଲକୁ ସୃଷ୍ଟି କରନ୍ତୁ |
08:36 | ସ୍କ୍ରୀନରେ ପ୍ରଦର୍ଶିତ ହେବା ଭଳି SQL command windowରେ ଟାଇପ୍ କରନ୍ତୁ |
08:43 | ଏହାକୁ ନିଷ୍ପାଦନ କରନ୍ତୁ |
08:47 | Tables ତାଲିକାକୁ ଫେରିଯା’ନ୍ତୁ ଏବଂ View ମେନୁରେ ଥିବା ଟେବୁଲଗୁଡିକୁ Refresh କରନ୍ତୁ |
08:54 | ଏହା ସଙ୍ଗେସଙ୍ଗେ ସୃଷ୍ଟି କରାଯାଇଥିବା ନୁତନ Authors ଟେବୁଲ ଅଟେ |
08:59 | DML ବିଷୟରେ ଅଧିକ ଜାଣିବା ପାଇଁ, ସ୍କ୍ରୀନରେ ପ୍ରଦର୍ଶିତ ୱେବସାଇଟକୁ ଯା’ନ୍ତୁ |
09:06 | DDL ବିଷୟରେ ଅଧିକ ଜାଣିବା ପାଇଁ, ସ୍କ୍ରୀନରେ ପ୍ରଦର୍ଶିତ Wikipedia ୱେବସାଇଟକୁ ଯା’ନ୍ତୁ |
09:13 | ଏଠାରେ ଆପଣଙ୍କ ପାଇଁ ଅନ୍ୟ ଏକ ଆସାଇନମେଣ୍ଟ ଅଛି: |
09:16 | UPDATE ଷ୍ଟେଟମେଣ୍ଟକୁ ବ୍ୟବହାର କରି, BookId, 3ରେ ଥିବା ବହିର ମୂଲ୍ୟକୁ Rs. 300ରେ ସେଟ୍ କରନ୍ତୁ |
09:26 | The Hobbit ଟାଇଟଲ୍ ଥିବା ବହିକୁ ଡିଲିଟ୍ କରନ୍ତୁ |
09:30 | Authors ଟେବୁଲ ମଧ୍ୟରେ ଗୋଟିଏ ନୁତନ ରେକର୍ଡକୁ ପ୍ରବେଶ କରାନ୍ତୁ, J.R.R. Tolkien ହେଉଛି author name ଏବଂ country ହେଉଛି England |
09:41 | DROP ଷ୍ଟେଟମେଣ୍ଟକୁ ବ୍ୟବହାର କରି ଡେଟାବେସରୁ Authors ଟେବୁଲକୁ ଡ୍ରପ୍ କରନ୍ତୁ |
09:47 | ଏହା ଆମକୁ, LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ |
09:52 | ସଂକ୍ଷିପ୍ତରେ ଆମେ ନିମ୍ନଲିଖିତ ବିଷୟରେ ଶିଖିଲେ:
ଇଣ୍ଡେକ୍ସ ଟେବୁଲ୍ ଫିଲ୍ଟର୍ସ ଏବଂ SQL କମାଣ୍ଡ ୱିଣ୍ଡୋ |
10:01 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:13 | ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ |
10:18 | ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
10:22 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |