Firefox/C3/Popups/Oriya

From Script | Spoken-Tutorial
Revision as of 13:08, 17 October 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, Mozilla Firefoxରେ ଥିବା Setting Pop-up and Image options ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: * Pop-up ଓ image preferencesକୁ କିପରି ସେଟ୍ କରାଯାଏ
00:13 Toolbarକୁ କଷ୍ଟମାଇଜ୍ କରିବା
00:15 Pop-up windowଗୁଡିକ କିମ୍ବା ପପ୍-ଅପଗୁଡିକ windows ଅଟନ୍ତି ଯାହା ଆପଣଙ୍କ ବିନା ଅନୁମତିରେ ସ୍ଵୟଂ ଦୃଶ୍ୟମାନ ହୁଅନ୍ତି
00:21 ସେମାନଙ୍କ ଆକାରରେ ଭିନ୍ନତା ଥାଏ କିନ୍ତୁ ସାଧାରଣଭାବେ ସମ୍ପୂର୍ଣ୍ଣ ସ୍କ୍ରୀନରେ ଆଚ୍ଛାଦିତ ହୁଅନ୍ତି ନାହିଁ
00:27 କିଛି ପପ୍-ଅପଗୁଡିକ ସାମ୍ପ୍ରତିକ Firefox windowର ଉପରି ଭାଗରେ ଖୋଲନ୍ତି ଯେତେବେଳେ ଅନ୍ୟଗୁଡିକ Firefox (pop-unders)ର ନିମ୍ନ ଭାଗରେ ଦୃଶ୍ୟମାନ ହୁଅନ୍ତି
00:37 ପପ୍-ଅପଗୁଡିକ ଅତି ବିରକ୍ତିକର ହୋଇପାରନ୍ତି ଏବଂ ସେଥିପାଇଁ ଆମେ ସେଗୁଡିକୁ ନିଷ୍କ୍ରିୟ କରିବାକୁ ଚାହୁଁ
00:42 ଏହି ଟ୍ୟୁଟୋରିଆଲରେ Ubuntu 10.04 ରେ Firefox version 7.0 ବ୍ୟବହାର କରାଯାଉଛି
00:50 ଗୋଟିଏ Firefox ବ୍ରାଉଜରକୁ ଖୋଲନ୍ତୁ
00:53 URL barରେ w w w dot pop up test dot com ଟାଇପ୍ କରନ୍ତୁ
01:01 Enter କୀକୁ ଦାବନ୍ତୁ
01:03 ଏହି ସାଇଟରେ ପପ୍-ଅପ୍ ଗୋଟିଏ କ’ଣ ପ୍ରଦର୍ଶିତ କରିବ
01:07 link ଉପରେ କ୍ଲିକ୍ କରନ୍ତୁ ଯାହା Multi-PopUp Test ବୋଲି କହିଥାଏ
01:12 ଆପଣ ଛ’ଟି ପପ୍-ଅପକୁ ଦେଖିବାକୁ ପାଇବେ
01:20 Back ଉପରେ କ୍ଲିକ୍ କରନ୍ତୁ
01:22 ଅଧିକ ଦୁଇଟି ପପ୍-ଅପ୍ ଦୃଶ୍ୟମାନ ହେବ. ସେମାନେ କେତେ ବିରକ୍ତିକର ଦେଖନ୍ତୁ?
01:28 Firefox, ଉଭୟ pop-up ଓ pop-underଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଅନୁମତି ଦେଇଥାଏ. ଏହାକୁ ପ୍ରଥମେ Edit ଉପରେ ଏବଂ ତା’ପରେ Preferences ଉପରେ କ୍ଲିକ୍ କରି ସମ୍ପନ୍ନ କରାଯାଇଥାଏ
01:37 Windowsର ୟୁଜରମାନେ ଦୟାକରି ପ୍ରଥମେ Tools ଓ ତା’ପରେ Options ଉପରେ କ୍ଲିକ୍ କରନ୍ତୁ
01:43 Preferences ୱିଣ୍ଡୋସ୍ଥିତ Content ଟାବ୍ ଉପରେ କ୍ଲିକ୍ କରନ୍ତୁ
01:48 ଡିଫଲ୍ଟ ଭାବେ ବିକଳ୍ପ Block pop-up windows କାର୍ଯ୍ୟକାରୀ ହୋଇଯାଇଛି
01:53 ଯଦି ନୁହେଁ ତେବେ ଏହାକୁ ଚେକ୍ କରନ୍ତୁ
01:56 ତେଣୁ Firefoxରେ ଦୃଶ୍ୟମାନ ହେଉଥିବା ପପ୍-ଅପଗୁଡିକୁ ପ୍ରତିହତ କରିବା ପାଇଁ ଏହାର ସକ୍ରୀୟ ହେବାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ
02:02 ବର୍ତ୍ତମାନ Close ବଟନ୍ ଉପରେ କ୍ଲିକ୍ କରି Firefoxର Preference ୱିଣ୍ଡୋକୁ ବନ୍ଦ କରିପାରିବେ
02:09 ଆପଣ exceptionsକୁ ମଧ୍ୟ ଚୟନ କରିପାରିବେ
02:12 Exceptions ସାଇଟଗୁଡିକ ଅଟନ୍ତି ଯାହାର ପପ୍-ଅପଗୁଡିକୁ ଆପଣ ଗ୍ରହଣ କରିପାରିବେ
02:17 ପ୍ରଥମେ Edit ଉପରେ ଏବଂ ତା’ପରେ Preferences ଉପରେ କ୍ଲିକ୍ କରନ୍ତୁ
02:20 Windowsର ୟୁଜର୍ ଦୟାକରି ପ୍ରଥମେ Tools ଓ ତା’ପରେ Options ଉପରେ କ୍ଲିକ୍ କରନ୍ତୁ
02:26 exceptionଗୁଡିକୁ ସଂଯୁକ୍ତ କରିବା ସକାଷେ, Block pop-up windows ଫିଲ୍ଡ ପରେ ଥିବା Exceptions ବଟନ୍ ଉପରେ କ୍ଲିକ୍ କରନ୍ତୁ
02:34 ଏହା ଦ୍ଵାରା ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ
02:37 Address of website ଫିଲ୍ଡରେ ଟାଇପ୍ କରନ୍ତୁ: w w w dot google dot com
02:44 Allow ବଟନ୍ ଉପରେ କ୍ଲିକ୍ କରନ୍ତୁ
02:46 ଡାଇଲଗ୍ ବକ୍ସକୁ ବନ୍ଦ କରିବା ପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
02:50 Preferences ଡାଇଲଗ୍ ବକ୍ସକୁ ବନ୍ଦ କରିବା ପାଇଁ Close ଉପରେ କ୍ଲିକ୍ କରନ୍ତୁ
02:55 ବର୍ତ୍ତମାନ google.com ବ୍ୟତିତ ଅନ୍ୟ ସମସ୍ତ ସାଇଟଗୁଡିକରୁ ପପ୍-ଅପଗୁଡିକ ବନ୍ଦ ହୋଇଯିବ
03:01 ବର୍ତ୍ତମାନ URL ବାରରେ ଟାଇପ୍ କରନ୍ତୁ: w w w dot pop up test dot com ଏବଂ Enter ଦାବନ୍ତୁ
03:09 ଲିଙ୍କ୍ Multi-PopUp Test ଉପରେ କ୍ଲିକ୍ କରନ୍ତୁ
03:12 କୌଣସି ପପ୍-ଅପ୍ ଦୃଶ୍ୟମାନ ହେବ ନାହିଁ
03:15 ଆପଣଙ୍କର ପପ୍-ଅପ୍ ବ୍ଲକର୍ କାର୍ଯ୍ୟକାରୀ ହୋଇଛି!
03:20 ଡାଉନଲୋଡ୍ ହେବା ପାଇଁ ଇମେଜଗୁଡିକ ସମୟ ଓ ବ୍ୟାଣ୍ଡୱିଡଥ୍ ନିଅନ୍ତି
03:24 ଚୟନିତ ଭାବେ ଇମେଜଗୁଡିକର ଡାଉନଲୋଡକୁ ବନ୍ଦ କରିବା ପାଇଁ Mozilla Firefoxର ଗୋଟିଏ ବିକଳ୍ପ ଅଛି
03:30 ପ୍ରଥମେ Edit ଓ ତା’ପରେ Preferences ଉପରେ କ୍ଲିକ୍ କରନ୍ତୁ
03:33 Windowsର ୟୁଜର୍ ଦୟାକରି ପ୍ରଥମେ Tools ଓ ତା’ପରେ Options ଉପରେ କ୍ଲିକ୍ କରନ୍ତୁ
03:39 Preferences ଡାଇଲଗ୍ ବକ୍ସରେ Content ଟାବକୁ ଚୟନ କରନ୍ତୁ
03:44 Load images automatically ପାଇଁ ଥିବା ଚେକ୍-ବକ୍ସକୁ ନିଷ୍କ୍ରିୟ କରନ୍ତୁ
03:49 ଡାଇଲଗ୍ ବକ୍ସକୁ ବନ୍ଦ କରିବା ପାଇଁ Close ଉପରେ କ୍ଲିକ୍ କରନ୍ତୁ
03:53 ବର୍ତ୍ତମାନ Search barରେ, Flowers ଟାଇପ୍ କରିବା ସହ Enter କୀକୁ ଦାବନ୍ତୁ
04:00 googleର home pageରେ ଥିବା Images ଉପରେ କ୍ଲିକ୍ କରନ୍ତୁ
04:04 ଦୃଶ୍ୟମାନ ହେଉଥିବା ପ୍ରଥମ ଇମେଜର ଲିଙ୍କ ଉପରେ କ୍ଲିକ୍ କରନ୍ତୁ
04:08 ଇମେଜଟି load ହେଉନଥିବା ଆପଣ ଦେଖିପାରିବେ
04:12 Mozilla Firefox, ଟୂଲବାରକୁ କଷ୍ଟମାଇଜ୍ କରିବା ପାଇଁ ଅନେକ ବିକଳ୍ପଗୁଡିକୁ ଉପଲବ୍ଧ କରାଇଥାଏ
04:18 ମନେକରନ୍ତୁ ଆମେ କୌଣସି ଟୂଲବାରକୁ ଲୁଚାଇବାକୁ ଚାହୁଁଛୁ. ଉଦାହରଣସ୍ଵରୂପ, Menu bar
04:23 ମେନୁ ବାରର ଖାଲି ଥିବା ସ୍ଥାନରେ ରାଇଟ୍ କ୍ଲିକ୍ କରନ୍ତୁ
04:27 ଏବଂ ଏହାକୁ ଅନଚେକ୍ କରନ୍ତୁ.

ଏହି ପରି!

04:30 ମେନୁବାରକୁ ପୁନର୍ବାର ଦେଖିବା ପାଇଁ ଟୂଲ ବାରର ଖାଲି ସ୍ଥାନରେ ପୁନର୍ବାର ରାଇଟ୍ କ୍ଲିକ୍ କରନ୍ତୁ
04:36 ବର୍ତ୍ତମାନ ମେନୁ ବାର୍ ବିକଳ୍ପକୁ ଚେକ୍ କରନ୍ତୁ
04:40 Firefox ଟୂଲବାରଗୁଡିକୁ କଷ୍ଟମାଇଜ୍ କରିବା ପାଇଁ ଅତି ଆଧୁନିକ ବିକଳ୍ପଗୁଡିକୁ ଉପଲବ୍ଧ କରାଇଥାଏ. ଚାଲନ୍ତୁ କିଛି ଦେଖିବା
04:46 ଟୂଲବାରରେ ଗୋଟିଏ ଆଇକନକୁ ସଂଯୁକ୍ତ କରନ୍ତୁ ଯାହା ଗୋଟିଏ ସିଙ୍ଗଲ୍ କ୍ଲିକରେ ଏକ ୱେବ-ପେଜକୁ ପ୍ରିଣ୍ଟ କରିବା ପାଇଁ ଅନୁମତି ପ୍ରଦାନ କରିବ
04:54 ଟୂଲବାରର ଗୋଟିଏ ଖାଲିଥିବା ସ୍ଥାନରେ ରାଇଟ୍ କ୍ଲିକ୍ କରନ୍ତୁ
04:58 Customize ଉପରେ କ୍ଲିକ୍ କରନ୍ତୁ
05:00 Customize Toolbar ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
05:04 ଡାଇଲଗ୍ ବକ୍ସ ମଧ୍ୟରେ ଆପଣ Print ଆଇକନକୁ ଦେଖିପାରିବେ
05:09 ଆଇକନକୁ ଟୂଲବାର୍ ଉପରକୁ ଡ୍ରାଗ୍ କରି ଆଣନ୍ତୁ
05:12 Done ଉପରେ କ୍ଲିକ୍ କରିବା ସହିତ ଡାଇଲଗ୍ ବକ୍ସକୁ ବନ୍ଦ କରନ୍ତୁ
05:17 ଟୂଲବାର୍ ଉପରେ ଥିବା Print ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:21 ଏହା Print ଡାଇଲଗ୍ ବକ୍ସକୁ ଉପରକୁ ଆଣିବ
05:25 ଆମେ ବର୍ତ୍ତମାନ ପ୍ରିଣ୍ଟ କରିବା ନାହିଁ
05:28 ତେଣୁ Cancel ଉପରେ କ୍ଲିକ୍ କରି ଡାଇଲଗ୍ ବକ୍ସକୁ ବନ୍ଦ କରନ୍ତୁ
05:32 ଆପଣ ଟୂଲବାରଗୁଡିକୁ ସଂଯୁକ୍ତ କିମ୍ବା ବାହାର ମଧ୍ୟ କରିପାରିବେ
05:35 ଏହା କରିବା ପାଇଁ ଟୂଲବାର୍ ଉପରେ କ୍ଲିକ୍ କରିବା ସହ Customizeକୁ ଚୟନ କରନ୍ତୁ
05:40 Add New Toolbar ବଟନ୍ ଉପରେ କ୍ଲିକ୍ କରନ୍ତୁ
05:44 ନୁତନ ଟୂଲବାର୍ ପାଇଁ ଗୋଟିଏ ନାମ ପ୍ରବେଶ କରନ୍ତୁ. ଏହାକୁ Sample Toolbar ଭାବେ ନାମିତ କରନ୍ତୁ
05:50 OK ବଟନ୍ ଉପରେ କ୍ଲିକ୍ କରନ୍ତୁ
05:53 ବର୍ତ୍ତମାନ ଗୋଟିଏ ଆଇକନକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ, ମନେକର Sample Toolbar ଉପରେ Downloadsକୁ
06:01 ବ୍ରାଉଜରରେ ନୁତନ Toolbarକୁ ଲକ୍ଷ୍ୟ କରନ୍ତୁ
06:04 ଟୂଲବାରକୁ ବାହାର କରିବା ପାଇଁ Restore Default Set ବଟନ୍ ଉପରେ କ୍ଲିକ୍ କରନ୍ତୁ
06:10 କଣ୍ଟେଣ୍ଟର କ୍ଷେତ୍ରକୁ ମାକ୍ସିମାଇଜ୍ କରିବା ପାଇଁ ଆଇକନଗୁଡିକର ଆକାରକୁ ହ୍ରାସ କରିପାରିବେ
06:16 Use Small icons ଟାଇଟଲ୍ ଥିବା ଚେକ୍-ବକ୍ସକୁ ଚେକ୍ କରନ୍ତୁ
06:22 ଡାଇଲଗ୍ ବକ୍ସକୁ ବନ୍ଦ କରିବା ପାଇଁ Done ଉପରେ କ୍ଲିକ୍ କରନ୍ତୁ
06:27 ଆଇକନଗୁଡିକର ଆକାର କ୍ଷୁଦ୍ର ହୋଇଯାଇଥିବା ଆପଣ ଦେଖିପାରିବେ
06:32 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:36 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: କିପରି Pop-up ଓ Image preferencesକୁ ସେଟ୍ କରିବା
06:41 Toolbarକୁ କଷ୍ଟମାଇଜ୍ କରିବା
06:43 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି
06:46 ଗୋଟିଏ ନୁତନ Mozilla Firefox ୱିଣ୍ଡୋକୁ ଖୋଲନ୍ତୁ. www.yahoo.comରୁ ଆସୁଥିବା ପପ୍-ଅପଗୁଡିକ ବ୍ୟତିତ ଅନ୍ୟ ସମସ୍ତକୁ ବ୍ଲକ୍ କରନ୍ତୁ. ଗୋଟିଏ bookmarks ଟୂଲବାରକୁ ଇନସର୍ଟ କରନ୍ତୁ
06:59 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:02 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:05 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:15 * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:18 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:25 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:29 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:38 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
07:48 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep