OpenModelica/C3/Modelica-Packages/Oriya

From Script | Spoken-Tutorial
Revision as of 20:13, 7 December 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Packages ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ, Modelicaରେ କିପରି classଗୁଡିକର ଗୋଟିଏ package ସୃଷ୍ଟି କରାଯାଏ
00:12 ଗୋଟିଏ package ମଧ୍ୟରେ କିପରି classଗୁଡିକୁ ରେଫରେନ୍ସ କରାଯାଏ
00:16 ଗୋଟିଏ packageକୁ କିପରି ଇମ୍ପୋର୍ଟ କରାଯାଏ ତଥା Modelica Libraryକୁ କିପରି ବ୍ୟବହାର କରାଯାଏ ଶିଖିବା
00:22 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica 1.9.2, Ubuntu Operating System version 14.04 ଏବଂ geditକୁ ବ୍ୟବହାର କରୁଛି
00:35 Windowsର ବ୍ୟବହାରକର୍ତ୍ତାମାନେ Notepadକୁ କିମ୍ବା gedit ବ୍ୟତିତ ଅନ୍ୟ କୌଣସି ଟେକ୍ସଟ ଏଡିଟରକୁ ବ୍ୟବହାର କରିପାରିବେ
00:42 ଏହି ଟ୍ୟୁଟୋରିଆଲକୁ ବୁଝିବା ଓ ଅଭ୍ୟାସ କରିବା ପାଇଁ ଆପଣଙ୍କର Modelicaରେ class ଓ type definition ଉପରେ ଜ୍ଞାନ ଥିବା ଆବଶ୍ୟକ
00:51 ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକ ଆମ ୱେବସାଇଟରେ ଉଲ୍ଲେଖ ଅଛି. ଦୟାକରି ସେଗୁଡିକୁ ଅଭ୍ୟାସ କରନ୍ତୁ
00:56 Modelicaରେ package ଗୋଟିଏ ବିଶିଷ୍ଟ class ଅଟେ
01:01 ଏହା, classଗୁଡିକର ଗୋଟିଏ ସଂଗ୍ରହ ଅଟେ
01:04 ଏହାକୁ ଗୋଟିଏ single file କିମ୍ବା directory ଭାବେ ଷ୍ଟୋର କରାଯାଇପାରିବ
01:08 ଆମେ ପ୍ରଥମେ single file storage ବିଷୟରେ ଶିଖିବା
01:12 single file storageରେ ସମସ୍ତ classଗୁଡିକ ଗୋଟିଏ single fileରେ ଲେଖାଯିବା ସହିତ ଗୋଟିଏ package ସମ୍ବନ୍ଧିତ ଅଟନ୍ତି
01:20 ଏହାକୁ ସୁପାରିଶ କରାଯାଏ ନାହିଁ ଯେହେତୁ ଏହା ବେଳେବେଳେ କିଛି କ୍ଷେତ୍ରରେ ଅଧିକ ଲମ୍ବା ହୋଇପାରେ
01:24 ବର୍ତ୍ତମାନ ଗୋଟିଏ package ପାଇଁ single file storageର ପ୍ରଦର୍ଶନ ସକାଷେ OMEditକୁ ଫେରିଆସନ୍ତୁ
01:31 ଦୟାକରି ଆମ ୱେବସାଇଟରେ ଉପଲବ୍ଧ ଥିବା ସମସ୍ତ ଫାଇଲଗୁଡିକୁ ଡାଉନଲୋଡ୍ କରିବା ସହିତ ସେଭ୍ କରନ୍ତୁ
01:36 spokenTutorialExamples ନାମ ଧାରଣ କରିଥିବା ଗୋଟିଏ ଫାଇଲ୍ ଓ ଫୋଲ୍ଡରକୁ ଆପଣ ଦେଖିପାରିବେ
01:43 ଦୟାକରି ସେ ଉଭୟଙ୍କୁ ଡାଉନଲୋଡ୍ କରନ୍ତୁ
01:46 ବର୍ତ୍ତମାନ ଦରକାରୀ ଫାଇଲଗୁଡିକୁ OMEditରେ ଖୋଲନ୍ତୁ.
01:51 Ctrl + Oକୁ ଦାବନ୍ତୁ
01:54 ଆପଣଙ୍କ ସିଷ୍ଟମରେ ଉପଯୁକ୍ତ ସ୍ଥାନକୁ ଯା’ନ୍ତୁ ଏବଂ spokenTutorialExamples.moକୁ ଚୟନ କରନ୍ତୁ
02:02 bouncingBallWithUserTypes.mo ଓ bouncingBallWithImport
02:08 ଆପଣ ପ୍ରତ୍ୟେକଙ୍କୁ ଗୋଟି ଗୋଟିକରି ମଧ୍ୟ ଖୋଲିପାରିବେ
02:12 ଧ୍ୟାନଦିଅନ୍ତୁ ଯେ ମୁଁ spokenTutorialExamples ଫୋଲ୍ଡରକୁ ଚୟନ କରିନାହିଁ
02:17 ଯେତେବେଳେ ଆମେ ଡାଇରେକ୍ଟୋରୀ ଷ୍ଟୋରେଜକୁ ଦେଖିବା ସେତେବେଳେ ଏହା ବିଷୟରେ ଅଧିକ ଆଲୋଚନା କରିବା
02:23 Open ଉପରେ କ୍ଲିକ୍ କରନ୍ତୁ
02:25 ବର୍ତ୍ତମାନ ଆପଣ Libraries Browserରେ spokenTutorialExamples ପ୍ୟାକେଜକୁ ଦେଖିପାରିବେ
02:32 spokenTutorialExamples ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
02:37 Text Viewକୁ ଫେରିଆସନ୍ତୁ ଯଦି ଫାଇଲ୍ Icon/Diagram Viewରେ ଖୋଲିବ
02:42 ବର୍ତ୍ତମାନ spokenTutorialExamplesକୁ ଅଲୋଚନା କରନ୍ତୁ
02:47 ପ୍ରଥମ ଲାଇନ୍ ଗୋଟିଏ packageର ନାମକୁ ପରିଭାଷିତ କରୁଛି
02:51 ନିଶ୍ଚିତରୂପେ ଏହି ପ୍ୟାକେଜର ନାମ spokenTutorialExamples ଅଟେ
02:56 ଏହି ପ୍ୟାକେଜ୍ freefall class, bouncingBall ମୋଡେଲ୍ ଓ bouncingBallWithUserTypes ମୋଡେଲଗୁଡିକୁ ନେଇ ସଂଗଠିତ ହୋଇଛି
03:08 ପ୍ୟାକେଜର ସମାପ୍ତିକୁ end statement ପରିଭାଷିତ କରିଥାଏ
03:13 ଏହି ପ୍ୟାକେଜର ସମସ୍ତ class ଓ modelଗୁଡିକୁ ଆମେ ଗୋଟିଏ ସ୍ଥାନରେ ଦେଖିପାରୁଛନ୍ତି
03:19 ବର୍ତ୍ତମାନ ଗୋଟିଏ ପ୍ୟାକେଜରେ ଥିବା ପ୍ରତ୍ୟେକ classକୁ କିପରି ଦେଖିପାରିବା, ଚାଲନ୍ତୁ ଶିଖିବା
03:24 Libraries Browserରେ spokenTutorialExamples ଆଇକନ୍ କଡରେ ଥିବା (+) ବଟନ୍ ଉପରେ କ୍ଲିକ୍ କରନ୍ତୁ
03:31 ଏହି ପ୍ୟାକେଜରେ ଉପସ୍ଥିତ ଥିବା classଗୁଡିକର ନାମକୁ ଏହା ପ୍ରଦର୍ଶିତ କରିବ
03:36 Libraries Browserରେ ଥିବା freeFall ଉପରେ ଡବଲ୍ କ୍ଲିକ୍ କରନ୍ତୁ
03:40 ବର୍ତ୍ତମାନ freeFall class ଖୋଲିଯାଇଛି
03:43 ଗୋଟିଏ ପ୍ୟାକେଜରେ ଥିବା ପ୍ରତ୍ୟେକ classକୁ ସିମୁଲେଟ୍ କରାଯାଇପାରିବ
03:47 କିନ୍ତୁ ପ୍ୟାକେଜଟିକୁ ସିମୁଲେଟ୍ କରାଯାଇପାରିବ ନାହିଁ
03:52 spokenTutorialExamples ଟାବକୁ ଫେରିଆସନ୍ତୁ
03:57 ଧ୍ୟାନଦିଅନ୍ତୁ ଯେ ଟୂଲବାରରେ Simulate ବଟନ୍ ଦୃଶ୍ୟମାନ ହେଉନାହିଁ ଯାହା, ପ୍ୟାକେଜଟି ସିମୁଲେଟ୍ ହୋଇପାରିବ ନାହିଁ ବୋଲି ସୂଚୀତ କରୁଛି
04:06 ବର୍ତ୍ତମାନ OMEditରୁ spokenTutorialExamplesକୁ ଅନଲୋଡ୍ କରନ୍ତୁ
04:12 ରାଇଟ୍ କ୍ଲିକ୍ କରିବା ସହିତ unloadକୁ ଚୟନ କରନ୍ତୁ ତଥା Yesକୁ ଚୟନ କରନ୍ତୁ
04:18 ଡାରେକ୍ଟୋରୀର ଷ୍ଟୋରେଜକୁ ପ୍ରଦର୍ଶନ କରିବା ସମୟରେ କନଫ୍ଲିକ୍ଟକୁ ଏଡାଇବା ପାଇଁ ଏହା ସମ୍ପନ୍ନ ହୋଇଛି
04:24 ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
04:27 Directory storage classଗୁଡିକ ମଧ୍ୟରେ, ପୃଥକ ଫାଇଲଗୁଡିକରେ ଷ୍ଟୋର୍ ହୋଇଛନ୍ତି
04:32 ଡାରେକ୍ଟୋରୀର ନାମ ପ୍ୟାକେଜ ଭଳି ସମାନ ଅଟେ
04:37 package.mo ନାମକ ଗୋଟିଏ ଫାଇଲକୁ ଡାରେକ୍ଟୋରୀରେ ସଂଯୁକ୍ତ କରନ୍ତୁ ଏବଂ ପ୍ରତ୍ୟେକ class ଗୋଟିଏ within statementରେ ଆରମ୍ଭ ହେବ
04:47 ବର୍ତ୍ତମାନ ଆପଣ ଡାଉନଲୋଡ୍ କରିଥିବା ଫୋଲ୍ଡର୍ spokenTutorialExamplesକୁ ମୁଁ ପ୍ରଦର୍ଶନ କରିବି
04:54 ଧ୍ୟାନଦିଅନ୍ତୁ ଯେ ଏହି ଫୋଲ୍ଡର୍ ସମାନ ପ୍ୟାକେଜକୁ ଉପସ୍ଥାପିତ କରିବ ଯାହାକୁ ଆମେ ଆଲୋଚନା କରିସାରିଛେ
05:02 ଏହି ଫୋଲ୍ଡରର ଫାଇଲ୍ ଷ୍ଟ୍ରକଚରକୁ ପ୍ରଦର୍ଶନ କରନ୍ତୁ
05:06 ଆପଣଙ୍କ ସିଷ୍ଟମରେ ଡାଉନଲୋଡ୍ କରିଥିବା ଫାଇଲଗୁଡିକୁ ସେଭ୍ କରିଥିବା ସ୍ଥାନକୁ ଯା’ନ୍ତୁ
05:12 spokenTutorialExamples ଫୋଲ୍ଡର୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:17 ଫୋଲ୍ଡରରେ ନିମ୍ନଲିଖିତ ଫାଇଲଗୁଡିକ ଥିବା ଲକ୍ଷ୍ୟ କରନ୍ତୁ, package.mo, freeFall.mo, bouncingBallWithUserTypes ଓ bouncingBall
05:30 ଉଭୟ OMEdit ଓ geditକୁ ବ୍ୟବହାର କରି ଆମେ ଡାରେକ୍ଟୋରୀର ଷ୍ଟୋରେଜ୍ ବିଷୟରେ ଅଧିକ ବୁଝିପାରିବା
05:38 ଧ୍ୟାନଦିଅନ୍ତୁ ଯେ package.mo, ଏହି ଫୋଲ୍ଡର୍ ଗୋଟିଏ ପ୍ୟାକେଜର ଉପସ୍ଥାପନକୁ ସୂଚୀତ କରୁଛି
05:45 ଏହି ଫାଇଲ୍ ବିନା ଫୋଲ୍ଡର୍ ଗୋଟିଏ Modelica packageକୁ ଉପସ୍ଥାପନ କରିପାରିବ ନାହିଁ
05:51 ବର୍ତ୍ତମାନ ଡାରେକ୍ଟୋରୀର ଷ୍ଟୋରେଜକୁ ପ୍ରଦର୍ଶନ କରିବା ପାଇଁ OMEditକୁ ଫେରିଆସନ୍ତୁ
05:57 Ctrl + Oକୁ ଦାବନ୍ତୁ
05:59 ଆପଣ ଡାଉନଲୋଡ୍ କରିଥିବା spokenTutorialExamples ଫୋଲ୍ଡର୍ ପାଇଁ ନାଭିଗେଟ୍ କରନ୍ତୁ
06:05 ଏହି ଫୋଲ୍ଡରରୁ package.moକୁ ଚୟନ କରିବା ସହିତ Open ଉପରେ କ୍ଲିକ୍ କରନ୍ତୁ
06:11 spokenTutorialExamples ପ୍ୟାକେଜକୁ ବର୍ତ୍ତମାନ Libraries Browserରେ ଦେଖାଯାଇପାରିବ
06:17 spokenTutorialExamples ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
06:22 ପ୍ୟାକେଜକୁ Text Viewରେ ଖୋଲନ୍ତୁ ଯଦି ଏହା Icon/Diagram Viewରେ ଖୋଲୁଥାଏ
06:27 ଯଦି ତଳକୁ ସ୍କ୍ରୋଲ୍ କରିବେ ତେବେ ଆପଣ single file storageରେ ଦେଖିଥିବା ଭଳି ଏହା ସମାନ ପ୍ୟାକେଜ ଥିବା ଲକ୍ଷ୍ୟ କରନ୍ତୁ
06:36 ଯେତେବେଳେ ଆମେ gedit ଭଳି ଗୋଟିଏ ଟେକ୍ସଟ ଏଡିଟରକୁ ବ୍ୟବହାର କରି ଏହି packageକୁ ଖୋଲିବା ସେତେବେଳେ କେବଳ ସିଙ୍ଗଲ୍ ଫାଇଲ୍ ଓ ଡାରେକ୍ଟୋରୀର ଷ୍ଟୋରେଜ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିପାରିବା
06:47 ଯଦି Windows ବ୍ୟବହାର କରୁଥା’ନ୍ତି ତେବେ ଆପଣ Notepad କିମ୍ବା ଅନ୍ୟ ଟେକ୍ସଟ ଏଡିଟରକୁ ବ୍ୟବହାର କରିପାରିବେ
06:53 ବର୍ତ୍ତମାନ OMEditରୁ spokenTutorialExamples ପ୍ୟାକେଜକୁ ଡାଉନଲୋଡ୍ କରନ୍ତୁ
06:59 spokenTutorialExamples ଫୋଲ୍ଡରକୁ ଫେରିଆସିବା ସହିତ geditରେ ସମସ୍ତ ଫାଇଲଗୁଡିକୁ ଖୋଲନ୍ତୁ
07:08 ବର୍ତ୍ତମାନ geditରେ ସମସ୍ତ ଫାଇଲ୍ ଖୋଲିଯାଇଛି
07:13 ପ୍ରଥମେ package.moକୁ ଲକ୍ଷ୍ୟ କରନ୍ତୁ
07:17 within statement ସୂଚୀତ କରୁଛି ଯେ ଏହି ଫାଇଲ୍ ଗୋଟିଏ packageକୁ ଉପସ୍ଥାପନ କରୁଛି
07:21 ଏହି ପ୍ୟାକେଜର ନାମ spokenTutorialExamples ଅଟେ
07:25 ଧ୍ୟାନଦିଅନ୍ତୁ ଯେ ଏହି ଫୋଲ୍ଡରର ନାମ spokenTutorialExamples ମଧ୍ୟ ଥିଲା
07:31 package.mo ଫାଇଲ୍ କେବଳ within statement ଓ packageର ଘୋଷଣାକୁ ଧାରଣ କରିପାରିବ
07:38 freeFall ଟାବକୁ ଫେରିଆସନ୍ତୁ
07:41 ଏହି within statement ସୂଚୀତ କରୁଛି ଯେ freefall class, spokenTutorialExamples ପ୍ୟାକେଜ୍ ଅଧୀନସ୍ଥ ଅଟେ
07:49 ବାକି ଥିବା ଏହି ଫାଇଲଗୁଡିକରେ freeFall class ଆଧାରିତ ତଥ୍ୟ ଅଛି
07:54 ଆପଣ ଲକ୍ଷ୍ୟ କରିପାରିବେ ଯେ ଏହି ପ୍ୟାକେଜରେ ଥିବା ଅନ୍ୟ ମୋଡେଲଗୁଡିକ ଯେପରି bouncingBallWithUserTypes ଓ bouncingBall ସମାନ ସିଣ୍ଟାକ୍ସକୁ ଅନୁସରଣ କରନ୍ତି
08:04 କିନ୍ତୁ ଯେତେବେଳେ ଆମେ OMEditରେ ପ୍ୟାକେଜଟିକୁ ଖୋଲିବା, within statementକୁ ଦେଖିପାରିବା ନାହିଁ
08:11 ଏହା ସୂଚୀତ କରୁଛି ଯେ within statement, OMEditକୁ ଫାଇଲର ଗଠନକୁ ଚିହ୍ନିବାରେ ସାହାଯ୍ୟ କରିଥାଏ
08:17 ତେଣୁ packageକୁ ପ୍ରଦର୍ଶନ କରିବା ସମୟରେ ଏହା OMEdit ଦ୍ଵାରା ବାହାର ହୋଇଯାଇଛି
08:22 ସ୍ଲାଇଡକୁ ଫେରିଆସନ୍ତୁ
08:25 ବର୍ତ୍ତମାନ ଆମେ Modelica Library ବିଷୟରେ ଅଧିକ ବୁଝିବା
08:29 Modelica Library ଗୋଟିଏ ଓପନ୍ ସୋର୍ସ ପ୍ୟାକେଜ୍ ଅଟେ
08:33 ପ୍ରତ୍ୟେକ ସେସନ୍ ପାଇଁ ଏହା ଅଟୋମାଟିକାଲୀ OMEditକୁ ଲୋଡ୍ କରିଥାଏ
08:38 ଏହାକୁ Libraries Browserରେ ଦେଖାଯାଇପାରିବ
08:41 ଏଥିରେ mechanical, electrical ଓ thermal ଡୋମେନଗୁଡିକରୁ classଗୁଡିକ ଅଛି
08:46 ଏହି ଲାଇବ୍ରେରୀର Classଗୁଡିକୁ ରେଫରେନ୍ସ ଓ ବ୍ୟବହାର କରାଯାଇପାରିବ
08:51 ବର୍ତ୍ତମାନ Modelica Libraryକୁ ପ୍ରଦର୍ଶନ କରିବା ପାଇଁ OMEditକୁ ଫେରିଆସନ୍ତୁ
08:57 Libraries Browserରେ Modelica ଆଇକନକୁ ପ୍ରାପ୍ତ କରିବା ସହିତ ଏହାକୁ ପ୍ରସାରିତ କରନ୍ତୁ
09:03 ଧ୍ୟାନଦିଅନ୍ତୁ ଯେ Modelica Libraryରେ Blocks, Complex Blocks ପ୍ରଭୃତି ନାମକ ପ୍ୟାକେଜଗୁଡିକ ଅଛି
09:10 ଲକ୍ଷ୍ୟ କରନ୍ତୁ ଯେ ଗୋଟିଏ ପ୍ୟାକେଜ ମଧ୍ୟରେ ଅନେକ ପ୍ୟାକେଜ୍ ରହି ପାରିବ ଯାହା ଏଠାରେ ପ୍ରମାଣିତ ହୋଇଛି. ବିଶେଷ ଭାବେ Siunits ପ୍ୟାକେଜ୍
09:22 ଏହାକୁ ପ୍ରସାରିତ କରନ୍ତୁ
09:25 Angle, Length, Position ପ୍ରଭୃତି ଫୀଜିକାଲ୍ ପରିମାଣଗୁଡିକ ପାଇଁ ଏହି ପ୍ୟାକେଜର ଟାଇପ୍ ଡେଫି୍ନିଶନଗୁଡିକ ଅଛି
09:32 bouncingBallWithImport classକୁ ବ୍ୟବହାର କରି ଏହି ଟାଇପ୍ ଡେଫି୍ନିଶନଗୁଡିକୁ କିପରି ବ୍ୟବହାର କରାଯାଏ ଚାଲନ୍ତୁ ଦେଖିବା
09:39 Siunitsକୁ କମ୍ପ୍ରେସ୍ କରନ୍ତୁ
09:42 ଏବଂ bouncingBallWithImport ଓ bouncingBallWithUserTypes ଉପରେ ଡବଲ୍ କ୍ଲିକ୍ କରନ୍ତୁ
09:49 ଭଲ ଦୃଶ୍ୟମାନତା ପାଇଁ OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରନ୍ତୁ
09:55 ପ୍ରଥମେ bouncingBallWithUserTypesକୁ ଲକ୍ଷ୍ୟ କରନ୍ତୁ
09:59 ପ୍ରାକ୍ ଅବଶ୍ୟକତା ଟ୍ୟୁଟୋରିଆଲଗୁଡିକରେ ଆମେ ଏହି ମୋଡେଲଗୁଡିକ ବିଷୟରେ ଶିଖିଛେ
10:03 ଏହି ମୋଡେଲର Length ଓ Velocity ନାମକ ଟାଇପ୍ ଡେଫିନିଶନଗୁଡିକ ଅଛି
10:09 ଆମେ ସେଗୁଡିକୁ ନିର୍ଦ୍ଦିଷ୍ଟ ଭାବେ ପ୍ରତ୍ୟେକ ମୋଡେଲରେ ବ୍ୟବହାର କରିବା ବ୍ୟତିତ Siunitsରେ ଥିବା ଟାଇପ୍ ଡେଫିନିଶନଗୁଡିକୁ ବ୍ୟବହାର କରିପାରିବା
10:18 bouncingBallWithImport ମୋଡେଲକୁ ବ୍ୟବହାର କରି ତାହାକୁ କିପରି କରାଯାଏ ଆମେ ଦେଖିବା
10:23 bouncingBallWithImportକୁ ଫେରିଆସନ୍ତୁ
10:27 ଗୋଟିଏ ପ୍ୟାକେଜରେ ଥିବା ଏକ classକୁ dotର ବ୍ୟବହାର ଦ୍ଵାରା ରେଫରେନ୍ସ କରାଯାଇଛି
10:32 Modelica.Siunits, Siunits ପ୍ୟାକେଜକୁ ରେଫର୍ କରେ ଯାହା Modelica ଲାଇବ୍ରେରୀ ଅଧୀନସ୍ଥ ଅଟେ
10:39 ଭେରିଏବଲ୍ hକୁ Length ଟାଇପ୍ ଭାବେ ଘୋଷଣା କରାଯାଇଛି ଯାହାକୁ Siunits ପ୍ୟାକେଜରେ ପରିଭାଷିତ କରାଯାଇଛି
10:47 ସେହିପରି ଭେରିଏବଲ୍ vକୁ Velocity ଟାଇପ୍ ଭାବେ ଘୋଷଣା କରାଯାଇଛି ଯାହାକୁ Siunits ପ୍ୟାକେଜରେ ପରିଭାଷିତ କରାଯାଇଛି
10:56 ଧ୍ୟାନଦିଅନ୍ତୁ ଯେ radius ଓ g ପାରାମିଟରଗୁଡିକୁ ସମାନ ଭାବେ ଘୋଷିତ କରାଯାଇଛି
11:03 ବର୍ତ୍ତମାନ ଏହି ମୋଡେଲକୁ Simulate କରନ୍ତୁ
11:07 ଟୂଲବାରରେ ଥିବା Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ
11:10 ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
11:13 Variables Browserରେ hକୁ ଚୟନ କରନ୍ତୁ
11:17 ଧ୍ୟାନଦିଅନ୍ତୁ ଯେ ସୃଷ୍ଟି ହୋଇଥିବା ପ୍ଲଟ୍, bouncingBallWithUserTypes କ୍ଷେତ୍ରରେ ଦେଖାଯାଇ ଥିବା ଭଳି ସମାନ ଅଟେ
11:25 hକୁ ଡିସିଲେକ୍ଟ କରନ୍ତୁ. ପରିଣାମକୁ ଡିଲିଟ୍ କରିବା ସହିତ Modeling ପର୍ସ୍ପେକ୍ଟିଭକୁ ଫେରିଆସନ୍ତୁ
11:33 ପ୍ରତ୍ୟେକ ଥର ଗୋଟିଏ କ୍ଲାସର ପୂରା ନାମକୁ ବ୍ୟବହାର କରିବା ଶ୍ରମସାପେକ୍ଷ୍ୟ ଅଟେ
11:38 import statementକୁ ବ୍ୟବହାର କରି ଏହାକୁ ସରଳୀକୃତ କରାଯାଇପାରିବ
11:42 ବର୍ତ୍ତମାନ ଆମେ କିଛି statements ଟାଇପ୍ କରିବା ଯାହା importର ବ୍ୟବହାରକୁ ପ୍ରଦର୍ଶନ କରିବ
11:48 ଟାଇପ୍ ହେବାକୁ ଥିବା statementଗୁଡିକ, import-statements.txt ନାମକ ଗୋଟିଏ ଟେକ୍ସଟ ଫାଇଲରେ ଉପଲବ୍ଧ ଅଛି
11:56 ଏହାକୁ ଆପଣଙ୍କ ସିଷ୍ଟମରେ, ସେଭ୍ କରିଥିବା ସ୍ଥାନକୁ ଯା’ନ୍ତୁ
12:01 import-statements.txt ଉପରେ ଡବଲ୍ କ୍ଲିକ୍ କରନ୍ତୁ. Windowsର ବ୍ୟବହାରକର୍ତ୍ତାମାନେ ଏହି ଫାଇଲକୁ ଖୋଲିବା ପାଇଁ Notepadକୁ ବ୍ୟବହାର କରିପାରିବେ
12:11 ବର୍ତ୍ତମାନ ଏହି ଫାଇଲ୍ geditରେ ଖୋଲିଛି
12:14 Ctrl+Cକୁ ଦାବି କିମ୍ବା ରାଇଟ୍ କ୍ଲିକ୍ କରି ସମସ୍ତ ଷ୍ଟେଟମେଣ୍ଟଗୁଡିକୁ କପୀ କରନ୍ତୁ
12:21 OMEditକୁ ଫେରିଆସନ୍ତୁ
12:23 ମୋଡେଲର ଆରମ୍ଭରୁ ସମସ୍ତ statementଗୁଡିକୁ ପେଷ୍ଟ କରନ୍ତୁ
12:28 Length ଓ Velocity ପାଇଁ ଥିବା declaration statementଗୁଡିକୁ ଡିଲିଟ୍ କରନ୍ତୁ ଯାହା ପୂର୍ବେ ପରିଭାଷିତ ହୋଇଛି
12:36 ଅତିରିକ୍ତ ସ୍ଥାନଗୁଡିକୁ ଡିଲିଟ୍ କରନ୍ତୁ
12:39 Ctrl + Sକୁ ଦାବି ଏହି ମୋଡେଲକୁ ସେଭ୍ କରନ୍ତୁ
12:43 ବର୍ତ୍ତମାନ ମୋଡେଲଟି ସମ୍ପୂର୍ଣ୍ଣ ହେବା ସହିତ ସିମୁଲେଶନ୍ ପାଇଁ ପ୍ରସ୍ତୁତ ଅଟେ
12:48 ଏହାକୁ Simulate କରିବା ପାଇଁ ସିମୁଲେଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
12:52 ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
12:54 Variables Browserରେ hକୁ ଚୟନ କରନ୍ତୁ
12:58 ଧ୍ୟାନଦିଅନ୍ତୁ ଯେ ପୂର୍ବ କେସ୍ ଭଳି ପ୍ଲଟଟି ସମାନ ଅଟେ
13:03 hକୁ ଡିସିଲେକ୍ଟ କରିବା ସହିତ ପରିଣାମକୁ ଡିଲିଟ୍ କରନ୍ତୁ
13:07 Modeling ପର୍ସ୍ପେକ୍ଟିଭକୁ ଫେରିଆସନ୍ତୁ
13:10 ବର୍ତ୍ତମାନ ଚାଲନ୍ତୁ import ଷ୍ଟେଟମେଣ୍ଟଗୁଡିକୁ ବୁଝିବା
13:15 import statementକୁ ବ୍ୟବହାର କରିବା ସହିତ ଉଲ୍ଲିଖିତ ପାଥକୁ ବ୍ୟବହାର କରି Modelica ଏଠାରେ Length ଓ Velocityର ଟାଇପ୍ ଡେଫିନିଶନ୍ ଆବଶ୍ୟକ କରୁଛି
13:25 ଏହା ପ୍ରତ୍ୟେକ ଥର ପ୍ୟାକେଜକୁ ରେଫର୍ କରିବା ଅସୁବିଧାରୁ ରକ୍ଷା କରିଥାଏ
13:30 lookup rules ଉପରେ ସମ୍ପୂର୍ଣ୍ଣ ଆଲୋଚନା ଏହି ଟ୍ୟୁଟୋରିଆଲରେ ସମ୍ଭବ ନୁହେଁ
13:36 ବର୍ତ୍ତମାନ ଗୋଟିଏ ସିଙ୍ଗଲ୍ import statement ଦ୍ଵାରା କିପରି ଏହି ଦୁଇଟି import statementକୁ ପ୍ରତିସ୍ଥାପିତ କରାଯାଇପାରିବ ଚାଲନ୍ତୁ ଦେଖିବା. ଦୁଇଟି statementକୁ ଡିଲିଟ୍ କରନ୍ତୁ
13:47 ଏବଂ import (ସ୍ପେସ୍) Modelica (ଡଟ୍) SIunits (ଡଟ୍) asterisk (semicolon), ଟାଇପ୍ କରନ୍ତୁ
13:58 Ctrl + Sକୁ ଦାବି ଏହି ମୋଡେଲକୁ ସେଭ୍ କରନ୍ତୁ
14:02 ଏହି statement ଗୋଟିଏ wild-card import ବୋଲି ଜଣାଯାଏ
14:06 ଏହାକୁ ବିଶେଷ ଭାବେ ଉଲ୍ଲେଖ ନକରି ଏହି ମାର୍ଗରେ SIunitsରୁ ଯେକୌଣସି classକୁ ଆକ୍ସେସ୍ କରାଯାଇପାରିବ
14:14 ବର୍ତ୍ତମାନ ଏହି ମୋଡେଲକୁ Simulate କରନ୍ତୁ
14:17 Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ
14:20 ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
14:22 Variables Browserରେ hକୁ ଚୟନ କରନ୍ତୁ
14:25 ପୁନର୍ବାର ପ୍ଲଟ୍ ମଧ୍ୟରେ ଥିବା ସମାନତାକୁ ଲକ୍ଷ୍ୟ କରିପାରିବେ
14:29 hକୁ ଡିସିଲେକ୍ଟ କରିବା ସହିତ ପରିଣାମକୁ ଡିଲିଟ୍ କରନ୍ତୁ
14:32 Modeling ପର୍ସ୍ପେକ୍ଟିଭକୁ ଫେରିଆସନ୍ତୁ
14:35 ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
14:38 ଗୋଟିଏ ଆସାଇନମେଣ୍ଟ ଭାବେ, freeFall classର ଭେରିଏବଲ୍ h ଓ vକୁ କ୍ରମାନୁସାରେ Length ଓ Velocityର ଟାଇପ୍ ଭାବେ ଘୋଷଣା କରନ୍ତୁ
14:47 ଏହି ପ୍ରକାରର ଡେଫିନିଶନଗୁଡିକ Modelica ଲାଇବ୍ରେରୀର SIunits ପ୍ୟାକେଜ ମଧ୍ୟରେ ପ୍ରାପ୍ତ କରାଯାଇପାରିବ
14:54 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
14:58 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
15:02 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
15:05 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
15:11 ଆମେ ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ସମନ୍ଵୟ ରଖିଥାଉ
15:15 ସହଯୋଗକର୍ତ୍ତାମାନଙ୍କୁ ଆମେ ପାରିତୋଷିକ ପ୍ରଦାନ କରିଥାଉ. ଦୟାକରି ଆମ ୱେବସାଇଟକୁ ଯା’ନ୍ତୁ
15:21 ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥାଉ
15:26 ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
15:29 Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ସମର୍ଥିତ
15:36 OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ
15:41 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep