OpenModelica/C2/Developing-an-equation-based-model/Oriya

From Script | Spoken-Tutorial
Revision as of 13:05, 5 December 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Developing an equation based model ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ OMEditରେ କିପରି ଗୋଟିଏ ଟେକ୍ସଚୁଆଲ୍ ମୋଡେଲ୍ ସ୍ରୁଷ୍ଟି କରିବା ସହିତ ଏହାକୁ ସିମୁଲେଟ୍ କରାଯାଏ ଶିଖିବା
00:14 ଭେରିଏବଲ୍ ଓ ସମୀକରଣଗୁଡିକୁ କିପରି ଘୋଷଣା କରିବା
00:17 Simulation Setup ଟୂଲବକ୍ସକୁ କିପରି ବ୍ୟବହାର କରିବା
00:21 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica ଭର୍ସନ୍ 1.9.2 ଏବଂ Ubuntu Linux OS 14.04 ବ୍ୟବହାର କରୁଛି
00:32 କିନ୍ତୁ, ଏହି ପ୍ରକ୍ରିୟା Windows, Mac OS X କିମ୍ବା ARM ଉପରେ FOSSEE OS ଭଳି ସମାନ ଅଟେ
00:40 ଏହି ଟ୍ୟୁଟୋରିଆଲକୁ ବୁଝିବା ପାଇଁ ଆପଣ ଫୀଜିକାଲ୍ ସିଷ୍ଟମଗୁଡିକର ସମୀକରଣ ଆଧାରିତ ମୋଡେଲିଙ୍ଗ ଜାଣିଥିବା ଆବଶ୍ୟକ
00:48 ବସ୍ତୁତ୍ଵ m ଥିବା ଗୋଟିଏ ବଲର ଗତିକୁ ସିମୁଲେଟ୍ କରନ୍ତୁ ଯାହା free fall due to gravity ଅଧୀନରେ ହେବ
00:54 ଭୂମି ଠାରୁ ବଲର ଉଚ୍ଚତାକୁ ଭେରିଏବଲ୍ h ଦ୍ଵାରା ଉପସ୍ଥାପିତ କରାଯାଇଛି
00:59 ବଲର ଭେଲୋସିଟୀକୁ ଭେରିଏବଲ୍ v ଦ୍ଵାରା ଉପସ୍ଥାପିତ କରାଯାଇଛି
01:04 Acceleration due to gravityକୁ g ଦ୍ଵାରା ଉପସ୍ଥାପିତ କରାଯାଇଛି ଏବଂ ଏହାକୁ ଗୋଟିଏ ସ୍ଥିରାଙ୍କ ଭାବେ ନିଆଯାଇଛି
01:10 ଭୂମିଠାରୁ ଦୂରରେ ଥିବା ଭେରିଏବଲଗୁଡିକୁ ପଜିଟିଭ୍ ଭାବେ ଗ୍ରହଣ କରାଯାଏ
01:16 ଗୋଟିଏ ଫ୍ରୀ ଫଲିଙ୍ଗ ବଡୀ ପାଇଁ equations of motion ନିମ୍ନ ଭଳି ଅଟେ: dh/dt = v, dv/dt = g
01:27 t = 0 ସମୟରେ hର ଭେଲ୍ୟୁ 30 ଅଟେ ଏବଂ t = 0 ସମୟରେ vର ଭେଲ୍ୟୁ 0 ଅଟେ
01:37 ବର୍ତ୍ତମାନ OMEditକୁ ଯା’ନ୍ତୁ. ମୁଁ ଏହାକୁ ମୋ ସିଷ୍ଟମରେ ଲଞ୍ଚ କରିସାରିଛି
01:43 Ubuntu Linux Operating Systemରେ OMEditକୁ ଖୋଲିବା ପାଇଁ Dash Home ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଯାହା launcherର ବାମପଟେ ଦୃଶ୍ୟମାନ ହେଉଛି
01:53 search barରେ OMEdit ଟାଇପ୍ କରନ୍ତୁ
01:56 OMEdit ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:59 OMEdit ଆଇକନ୍ ଉପରେ କ୍ଲିକ୍ କରିବା ଦ୍ଵାରା ଆପଣ ଏହି ଭଳି ଗୋଟିଏ ୱିଣ୍ଡୋକୁ ଦେଖିବାକୁ ପାଇବେ
02:06 ଏହାକୁ Welcome perspective ୱିଣ୍ଡୋ କୁହାଯାଏ
02:09 ଡିଫଲ୍ଟ ଭାବେ OMEdit, Welcome perspectiveରେ ଖୋଲିଥାଏ
02:14 ନିମ୍ନସ୍ଥ ଡାହାଣପଟ କୋଣରେ ଆପଣ Welcome, Modeling ଓ Plotting perspectives ପାଇଁ ବଟନଗୁଡିକୁ ପ୍ରାପ୍ତ କରିପାରିବେ
02:23 Modeling perspective ଉପରେ କ୍ଲିକ୍ କରନ୍ତୁ
02:26 ବର୍ତ୍ତମାନ Modeling perspective ଖୋଲିଯାଇଛି
02:29 ବାମପଟେ ଥିବା Libraries Browser, ନିମ୍ନରେ ଥିବା Messages Browser ଏବଂ modeling area ଭାବେ ଉପରେ ଥିବା Toolbarକୁ ରେଫର୍ କରନ୍ତୁ
02:41 file operations, graphical view ଓ simulation ସମ୍ପର୍କୀତ ବଟନଗୁଡିକ ଟୂଲବାରରେ ଅଛି
02:51 ଆଗକୁ ବଢିବା ସହିତ ଏହି ବଟନଗୁଡିକ ବିଷୟରେ ଆମେ ଅଧିକ କିଛି ଶିଖିବା
02:55 ବର୍ତ୍ତମାନ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବପେଜସ୍ଥିତ Code Files ଲିଙ୍କରେ ଉପଲବ୍ଧ ଥିବା freeFall କ୍ଲାସ ଫାଇଲକୁ ବ୍ୟବହାର କରନ୍ତୁ
03:02 ଦୟାକରି ଏହି ଫାଇଲକୁ ଡାଉନଲୋଡ୍ କରିବା ସହିତ ଏହାକୁ ଆପଣଙ୍କ ସିଷ୍ଟମରେ ସେଭ୍ କରନ୍ତୁ
03:07 ଏହି class ଫାଇଲକୁ ଖୋଲିବା ପାଇଁ ମେନୁ ବାରରେ ଥିବା File ମେନୁକୁ ଯା’ନ୍ତୁ
03:13 Open Model/Library File ଉପରେ କ୍ଲିକ୍ କରନ୍ତୁ
03:17 ଆପଣଙ୍କ ସିଷ୍ଟମରେ ଡାଉନଲୋଡ୍ ଓ ସେଭ୍ ହୋଇଥିବା freeFall ଫାଇଲକୁ ପ୍ରାପ୍ତ କରିବା ସହିତ ଏହାକୁ ଖୋଲନ୍ତୁ
03:24 ଆପଣ Open Model/Library File ନାମକ ଟୂଲକୁ ବ୍ୟବହାର କରିପାରିବେ ଯାହା ଗୋଟିଏ ଫାଇଲକୁ ଖୋଲିବା ପାଇଁ କର୍ସର୍ ନିର୍ଦ୍ଦେଶିତ କରୁଛି
03:34 Libraries Browserରେ freeFall ଆଇକନର ଦୃଶ୍ୟମାନତାକୁ ଲକ୍ଷ୍ୟ କରନ୍ତୁ
03:39 Libraries Browser ସମସ୍ତ classଗୁଡିକୁ ପ୍ରଦର୍ଶନ କରିବ ଯାହା OMEditର ଗୋଟିଏ ସେସନରେ ଲୋଡ୍ ହୋଇଛି
03:45 freeFall ଆଇକନ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ View Classକୁ ଚୟନ କରନ୍ତୁ
03:52 ବର୍ତ୍ତମାନ class, Diagram ଭ୍ୟୁରେ ଖୋଲିଯାଇଛି
03:56 ଯଦି class, Diagram ଭ୍ୟୁରେ ଖୋଲୁ ନାହିଁ, ତେବେ ଚିନ୍ତିତ ହୁଅନ୍ତୁ ନାହିଁ
04:00 ବିଭିନ୍ନ ଭ୍ୟୁଗୁଡିକ ମଧ୍ୟରେ କିପରି ପରିବର୍ତ୍ତନ କରାଯାଏ, ମୁଁ ପ୍ରଦର୍ଶନ କରିବି
04:04 Modeling areaର ଉପରିଭାଗକୁ ଯା’ନ୍ତୁ
04:07 ଧ୍ୟାନଦିଅନ୍ତୁ ଯେ ଦ୍ଵିତୀୟ ବଟନ୍ Diagram ଭ୍ୟୁ ପାଇଁ ଅଟେ
04:10 ତୃତୀୟ ବଟନ୍ Text View ଅଟେ
04:13 Text Viewକୁ ପରିବର୍ତ୍ତନ କରିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ
04:17 ବର୍ତ୍ତମାନ Text ଭ୍ୟୁରେ class ଖୋଲିଯାଇଛି
04:20 ଧ୍ୟାନଦିଅନ୍ତୁ ଯେ ପ୍ରଥମ ବଟନ୍ Icon View ପାଇଁ ଅଟେ
04:24 ପରବର୍ତ୍ତୀ ସମୟରେ ଆମେ Icon view ଓ Diagram view ବିଷୟରେ ଅଧିକ ଶିଖିବା
04:29 ଆପଣ freeFall ନାମକ ଗୋଟିଏ ନୂତନ class ମଧ୍ୟ ସୃଷ୍ଟି କରିବା ସହିତ ଆବଶ୍ୟକୀୟ ତଥ୍ୟକୁ ଟାଇପ୍ କରନ୍ତୁ
04:36 ଗୋଟିଏ ନୂତନ class ସୃଷ୍ଟି କରିବା ସକାଷେ File ମେନୁକୁ ଯା’ନ୍ତୁ
04:40 New Modelica Class ଚୟନ କରନ୍ତୁ
04:43 ଦୃଶ୍ୟମାନ ହେଲା ଭଳି ଗୋଟିଏ ଡାଇଲଗ୍ ବକ୍ସ ପପ୍ ଅପ୍ ହେବ
04:46 ଡାଇଲଗ୍ ବକ୍ସର Name ଫିଲ୍ଡରେ freeFall ଟାଇପ୍ କରନ୍ତୁ
04:51 ଗୋଟିଏ ଭିନ୍ନ ନାମ freeFall1କୁ ବ୍ୟବହାର କରନ୍ତୁ ଯେହେତୁ OMEditରେ freeFall class ଖୋଲାଯାଇଛି
04:58 ଧ୍ୟାନଦିଅନ୍ତୁ ଯେ ଦୁଇଟି କ୍ଲାସର ସମାନ ନାମ ହୋଇପାରିବ ନାହିଁ
05:03 Specialization ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରନ୍ତୁ. Classକୁ ଚୟନ କରିବା ସହିତ Okରେ କ୍ଲିକ୍ କରନ୍ତୁ
05:10 ଗୋଟିଏ ନୂତନ class ସୃଷ୍ଟି ହୋଇଯାଇଛି
05:13 ଗୋଟିଏ ନୂତନ classକୁ ଖୋଲିବା ପାଇଁ ଆପଣ New Modelica class ନାମକ ଗୋଟିଏ toolକୁ ବ୍ୟବହାର କରିପାରିବେ
05:20 annotation sectionକୁ ଡିଲିଟ୍ କରନ୍ତୁ
05:23 ବର୍ତ୍ତମାନ ଆପଣ ଏଠାରେ ଆବଶ୍ୟକୀୟ ତଥ୍ୟକୁ ଟାଇପ୍ କରିବା ସହିତ ଏହି classକୁ ସେଭ୍ କରିପାରିବେ
05:29 ଏହି classକୁ ସେଭ୍ କରିବା ସହିତ ମେନୁ ବାରରେ ଥିବ File ମେନୁକୁ ଯିବା ସହିତ Save ଉପରେ କ୍ଲିକ୍ କରନ୍ତୁ
05:36 ଏହି ଫାଇଲ୍ ପାଇଁ ଗୋଟିଏ ଉପଯୁକ୍ତ ସ୍ଥାନ ଚୟନ କରିବା ସହିତ ଏହାକୁ ସେଭ୍ କରନ୍ତୁ
05:41 ବର୍ତ୍ତମାନ freeFall classକୁ ବ୍ୟବହାର କରି Modelicaର ସିଣ୍ଟାକ୍ସକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ
05:47 ତେଣୁ freeFall classକୁ ଫେରିଆସନ୍ତୁ
05:49 Modelling areaର ଉଅପରିଭାଗକୁ ଯିବା ସହିତ freeFall ଟାବ୍ ଉପରେ କ୍ଲିକ୍ କରନ୍ତୁ
05:54 Modelicaରେ ଥିବା ପ୍ରୋଗ୍ରାମଗୁଡିକ classes ଆକାରରେ ସଜ୍ଜିତ ହୋଇଛନ୍ତି
05:58 ଗୋଟିଏ classର ପ୍ରଥମ ଲାଇନ୍ ଏହାର ନାମକୁ ପରିଭାଷିତ କରୁଛି
06:02 ଏହି classର ନାମ freeFall ଅଟେ
06:05 ପ୍ରତ୍ୟେକ classର ଶେଷ ଭାଗକୁ ସୂଚିତ କରିବା ପାଇଁ ନିଶ୍ଚିତରୂପେ ଗୋଟିଏ end statement ଅଛି
06:11 ଏହି classର variable declarations ଓ equationଗୁଡିକ ଅଛି
06:15 variableଗୁଡିକୁ କିପରି ଘୋଷଣା କରାଯାଏ ମୁଁ ପ୍ରଦର୍ଶନ କରିବି
06:18 Real, data-typeକୁ ଉପସ୍ଥାପିତ କରୁଛି
06:21 ଭୂମିଠାରୁ ବଲର ଉଚ୍ଚତାକୁ h ଉପସ୍ଥାପିତ କରୁଛି
06:25 Real variableର start ଗୋଟିଏ ଆଟ୍ରିବ୍ୟୁଟ୍ ଅଟେ
06:29 ପ୍ରତ୍ୟେକ data-typeର ନିର୍ଦ୍ଦିଷ୍ଟ ଆଟ୍ରିବ୍ୟୁଟଗୁଡିକ ଅଛନ୍ତି ଯେଉଁଗୁଡିକ ଭେରିଏବଲ୍ ସମ୍ବନ୍ଧିତ ଦରକାରୀ ତଥ୍ୟକୁ ନିର୍ଦ୍ଦିଷ୍ଟ କରିଥା’ନ୍ତି
06:36 start ଆଟ୍ରିବ୍ୟୁଟ୍ ଗୋଟିଏ variableର ଆରମ୍ଭ ଭେଲ୍ୟୁକୁ ନିର୍ଦ୍ଦେଶିତ କରିଥାଏ
06:41 hର ଇନିଶିଆଲ୍ ଭେଲ୍ୟୁ 30 ୟୁନିଟ୍ ଅଟେ
06:45 unit attribute ଗୋଟିଏ ଭେରିଏବଲର ଏକକକୁ ନିର୍ଦ୍ଦେଶିତ କରିଥାଏ
06:49 hର ଏକକ metre ଅଟେ
06:52 ପ୍ରତ୍ୟେକ variable declaration ନିଶ୍ଚିତରୂପେ ଗୋଟିଏ semi-colonରେ ଶେଷ ହୋଇଥାଏ
06:57 v, ବଲର velocityକୁ ଉପସ୍ଥାପିତ କରିଥାଏ. ଏହା Real data-type ଅଟେ
07:02 vର ଆରମ୍ଭ ଭେଲ୍ୟୁ ଯିରୋ ଅଟେ. ଏହାର ଏକକ meter per second ଅଟେ
07:09 g, acceleration due to gravityକୁ ଉପସ୍ଥାପିତ କରିଥାଏ. ଏହା Real data-type ଅଟେ. ଏବଂ ଏହାର ଏକକ meter per second square ଅଟେ
07:18 parameter ଗୋଟିଏ ପରିମାଣ ଯାହା ଗୋଟିଏ ସିମୁଲେଶନ୍ ରନ୍ ହେବା ସମୟରେ ସ୍ଥିର ରହିଥାଏ
07:24 ରନ୍ ହେଉଥିବା ସମ୍ପୂର୍ଣ୍ଣ ସିମୁଲେଶନ୍ ମଧ୍ୟରେ ଭେଲ୍ୟୁ 9.81 ସହିତ g ସର୍ବଦା ସ୍ଥିର ରହିଥାଏ
07:32 ବ୍ୟବହାର ହେଉଥିବା ଚିହ୍ନର ପ୍ରଥାନୁସାରେ ନେଗେଟିଭ୍ ଚିହ୍ନ ଅଛି
07:36 ଡବଲ୍ କ୍ଵୋଟ୍ ମଧ୍ୟରେ ଥିବା ଟେକ୍ସଟ comment ଅଟେ ଯାହାକୁ gର ଘୋଷଣା ସହିତ ଲେଖାଯାଇଛି
07:42 Comments ପ୍ରୋଗ୍ରାମ୍ ବିଷୟରେ ଦରକାରୀ ତଥ୍ୟକୁ ଉପଲବ୍ଧ କରାଇଥାଏ. ସେଗୁଡିକ ଡକୁମେଣ୍ଟେଶନ୍ ପାଇଁ ମଧ୍ୟ ଦରକାରୀ ଅଟନ୍ତି
07:49 ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
07:52 parameter ଗୋଟିଏ ପରିମାଣ ଯାହା ଗୋଟିଏ ସିମୁଲେଶନ୍ ରନ୍ ହେବା ସମୟରେ ସ୍ଥିର ରହିଥାଏ
07:57 Real, Integer, Boolean ଓ String data-types, Modelicaରେ ସମର୍ଥିତ ଅଟନ୍ତି
08:03 start ଓ unit attributeଗୁଡିକ ପରିଭାଷିତ ହୋଇସାରିଛି
08:07 min attribute, ଗୋଟିଏ variableର ମିନିମମ୍ ଭେଲ୍ୟୁକୁ ନିର୍ଦ୍ଧାରଣ କରିଥାଏ
08:10 ସେହିପରି max attribute, variableର ମାକ୍ସିମମ୍ ଭେଲ୍ୟୁକୁ ନିର୍ଦ୍ଧାରଣ କରିଥାଏ
08:16 OMEditକୁ ଫେରିଆସନ୍ତୁ
08:19 equation, ଗୋଟିଏ classର equation sectionର ଆରମ୍ଭକୁ ଦର୍ଶାଇଥାଏ
08:25 commentsକୁ ଇନସର୍ଟ କରିବା ପାଇଁ ଏହା ଗୋଟିଏ ବିକଳ୍ପ ମାର୍ଗ ଅଟେ
08:30 ଗୋଟିଏ ଫ୍ରୀ ଫଲିଙ୍ଗ ବଡୀ ପାଇଁ ଥିବା ଦୁଇଟି equations of motion ଯାହା ପୂର୍ବେ ଆଲୋଚିତ ହୋଇସାରିଛି, ଏଠାରେ ସଂଯୁକ୍ତ କରାଯାଇଛି
08:38 der(), time derivative ପାଇଁ Modelica ଫଙ୍କଶନ୍ ଅଟେ
08:43 ତେଣୁ der(h), dh/dtକୁ ଉପସ୍ଥାପିତ କରିଥାଏ
08:48 ଏବଂ der(v), dv/dtକୁ ଉପସ୍ଥାପିତ କରିଥାଏ
08:52 ପ୍ରତ୍ୟେକ equation ଗୋଟିଏ semi-colon ସହିତ ସମାପ୍ତ ହୋଇଥାଏ
08:57 ଏହି classକୁ କିପରି ସିମୁଲେଟ୍ କରାଯାଏ ମୁଁ ତାହା ପ୍ରଦର୍ଶନ କରିବି
09:00 ଟୂଲବାର୍ ଉପରେ ଥିବା simulate ବଟନ୍ ଉପରେ କ୍ଲିକ୍ କରନ୍ତୁ
09:04 ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
09:07 ଏହି ୱିଣ୍ଡୋ Plotting perspective ଭାବେ ପରିଚିତ ଅଟେ
09:11 ଗୋଟିଏ କ୍ଲାସର ସଫଳ ସିମୁଲେଶନ୍ ପରେ, Plotting perspective ସ୍ଵୟଂ ଖୋଲିଯାଇଥାଏ
09:17 Variables browser ଗୋଟିଏ classର variables ଓ parameters ସମ୍ପର୍କୀତ ତଥ୍ୟକୁ ପ୍ରଦର୍ଶିତ କରିଥାଏ
09:24 ଧ୍ୟାନଦିଅନ୍ତୁ ଯେ Unit ଓ Description ନାମକ କଲମଗୁଡିକ ଅଛନ୍ତି
09:29 Unit କଲମ୍ ଭେରିଏବଲଗୁଡିକର units ପାଇଁ ନିର୍ଦ୍ଦିଷ୍ଟ ଅଟେ, ଯାହାକୁ Unit ଆଟ୍ରିବ୍ୟୁଟ୍ ବ୍ୟବହାର କରି ପରିଭାଷିତ କରାଯାଇଛି
09:37 Description କଲମ୍, variable declarations ସହିତ ଡବଲ୍ କ୍ଵୋଟ୍ ମଧ୍ୟରେ ଲେଖାଥିବା commentsକୁ ପ୍ରଦର୍ଶିତ କରୁଛି
09:45 ଗୋଟିଏ plot କିପରି ସୃଷ୍ଟି କରାଯାଏ ମୁଁ ପ୍ରଦର୍ଶନ କରିବି. hକୁ ଚୟନ କରନ୍ତୁ
09:51 ଏହା y-axisରେ h ଏବଂ x-axisରେ time ସହିତ h with respect to timeର ପ୍ଲଟକୁ ସୃଷ୍ଟି କରିଥାଏ
10:01 ଡିଫଲ୍ଟ ଭାବେ ସିମୁଲେଶନ୍, ସମୟର 0 ଠାରୁ 1 ଏକକ ମଧ୍ୟରେ ରନ୍ କରିଥାଏ
10:07 timeର ଏକକ ସିଷ୍ଟମ୍ ଉପରେ ବ୍ୟବହୃତ ହୋଇଥିବା ଅନ୍ୟ ଭେରିଅବଲଗୁଡିକର units ଉପରେ ନିର୍ଭର କରିଥାଏ
10:13 hକୁ ଡିସିଲେକ୍ଟ କରନ୍ତୁ
10:17 ଥରେ ଆବଶ୍ୟକ ପ୍ଲଟ୍ ସୃଷ୍ଟି ହୋଇଯିବା ପରେ, ପରିଣାମଗୁଡିକୁ ଡିଲିଟ୍ କରିଦେବା ସର୍ବଦା ଗୋଟିଏ ଭଲ ଅଭ୍ୟାସ ଅଟେ
10:25 ଏହି ପରିଣାମକୁ ଡିଲିଟ୍ କରିବା ପାଇଁ freeFall ଉପରେ ରାଇଟ୍ କ୍ଲିକ୍ କରିବା ସହିତ Delete resultକୁ ଚୟନ କରନ୍ତୁ
10:33 ବର୍ତ୍ତମାନ ପରିଣାମ ଡିଲିଟ୍ ହୋଇଯାଇଛି
10:36 Modeling perspectiveକୁ ଫେରିଆସନ୍ତୁ
10:39 ନିମ୍ନ ଭାଗରେ ଥିବା Modeling ବଟନ୍ ଉପରେ କ୍ଲିକ୍ କରନ୍ତୁ
10:43 Modelicaରେ model ସହିତ ସମାନ ଭାବେ class ବ୍ୟବହୃତ ହୋଇଛି
10:48 ସମାନ ପରିଣାମ ପ୍ରାପ୍ତ କରିବା ପାଇଁ ଜଣେ ଏଠାରେ class ବ୍ୟତିତ modelକୁ ବ୍ୟବହାର କରିପାରିବ
10:54 ବର୍ତ୍ତମାନ ସିମୁଲେଶନ୍ ପାଇଁ time intervalକୁ କିପରି ପରିବର୍ତ୍ତନ କରାଯାଏ ମୁଁ ପ୍ରଦର୍ଶନ କରିବି
11:01 toolbarରେ ଉପସ୍ଥିତ ଥିବା Simulation Setup ବଟନ୍ ଉପରେ କ୍ଲିକ୍ କରନ୍ତୁ
11:06 General ଟାବ୍ ଅଧୀନସ୍ଥ Stop time ଫିଲ୍ଡକୁ ପ୍ରାପ୍ତ କରନ୍ତୁ. ଏହାକୁ 5 unitsକୁ ପରିବର୍ତ୍ତନ କରନ୍ତୁ
11:14 Simulateରେ କ୍ଲିକ୍ କରିବା ସହିତ ଦୃଶ୍ୟମାନ ହେଉଥିବା ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
11:21 Variables browserରେ ପୁନର୍ବାର hକୁ ଚୟନ କରନ୍ତୁ
11:26 ଏହା h v/s time ପ୍ଲଟ୍ ସୃଷ୍ଟି କରିବ
11:29 ଧ୍ୟାନଦିଅନ୍ତୁ ଯେ ସମୟର ବ୍ୟବଧାନ 5 unitsକୁ ବୃଦ୍ଧି ହୋଯାଇଛି
11:33 କିନ୍ତୁ hର ଭେଲ୍ୟୁ ଯିରୋଠାରୁ ନିମ୍ନକୁ ଚାଲିଯାଇଛି ଯାହା ଗ୍ରହଣଯୋଗ୍ୟ ନୁହେଁ
11:40 ଏହି ଅବସ୍ଥାକୁ କିପରି ସୁଧାର କରାଯାଇପାରିବ ତାହା ଅମେ ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡିକରେ ଶିଖିବା
11:45 ଏହି ପରିଣାମକୁ ଡିଲିଟ କରିବା ପାଇଁ freeFall ଉପରେ ରାଇଟ୍ କ୍ଲିକ୍ କରିବା ସହିତ Delete resultକୁ ଚୟନ କରନ୍ତୁ
11:53 ନିମ୍ନର ଡାହାଣପଟେ ଥିବା Modeling perspectiveରେ କ୍ଲିକ୍ କରିବା ସହିତ Modeling ପର୍ସ୍ପେକ୍ଟିଭକୁ ଫେରିଆସନ୍ତୁ
11:59 ସମୀକରଣଗୁଡିକର ସଂଖ୍ୟା ଭେରିଏବଲଗୁଡିକର ସଂଖ୍ୟା ସହିତ ସମାନ ବୋଲି ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ଅଟେ
12:07 classର ଦୁଇଟି ଭେରିଏବଲ୍ ଓ ଦୁଇଟି ସମୀକରଣ ଅଛି
12:11 ବର୍ତ୍ତମାନ ପ୍ରଥମ equationକୁ ଡିଲିଟ କରିବା ସହିତ ଏହି classକୁ ସିମୁଲେଟ୍ କରିବା ଦ୍ଵାରା କ’ଣ ହେଉଛି ଲକ୍ଷ୍ୟ କରନ୍ତୁ
12:18 ମୁଁ ପ୍ରଥମ equationକୁ ଡିଲିଟ୍ କରିସାରିଛି
12:21 freeFall ଟାବରେ ଥିବା class ନାମ କଡରେ ଦୃଶ୍ୟମାନ ହେଉଥିବା ଗୋଟିଏ ଷ୍ଟାରକୁ ଲକ୍ଷ୍ୟ କରନ୍ତୁ
12:28 ଏହା class ରେ ହୋଇଥିବା ପରିବର୍ତ୍ତନଗୁଡିକ ସେଭ୍ ହୋଇନାହିଁ ବୋଲି ସୂଚିତ କରେ
12:31 ତେଣୁ ଗୋଟିଏ ପରିବର୍ତ୍ତନ କରିସାରିଲା ପରେ classଟିକୁ ସେଭ୍ କରିବା ଗୋଟିଏ ଭଲ ଅଭ୍ୟାସ ଅଟେ
12:38 ଏହି classକୁ ସେଭ୍ କରିବା ପାଇଁ, File ମେନୁକୁ ଯିବା ସହିତ Save ଉପରେ କ୍ଲିକ୍ କରନ୍ତୁ
12:44 ଅପଣ toolbarରେ ଥିବା Save ବଟନକୁ ମଧ୍ୟ ବ୍ୟବହର କରିପାରିବେ ଯାହା ଗୋଟିଏ ଫାଇଲକୁ ସେଭ୍ କରିବା ପାଇଁ କର୍ସର୍ ସୂଚିତ କରୁଛି
12:53 ବର୍ତ୍ତମାନ Simulate ବଟନ୍ ଉପରେ କ୍ଲିକ୍ କରିବା ସହିତ ଏହି classକୁ ସିମୁଲେଟ୍ କରନ୍ତୁ
12:59 Messages browserରେ ଗୋଟିଏ ତୃଟି ବାର୍ତ୍ତା ପପ୍ ଅପ୍ ହେବାକୁ ଲକ୍ଷ୍ୟ କରନ୍ତୁ
13:04 ଏହା ଦର୍ଶାଏ ଯେ ଏଠାରେ ଅନେକ କମ୍ ସମୀକରଣଗୁଡିକ ଅଛନ୍ତି ଏବଂ ମୋଡେଲରେ ଗୋଟିଏ equation ଏବଂ ଦୁଇଟି variable ଅଛି. ତେଣୁ ଏହା ସିମୁଲେଟ୍ ହୋଇପାରିବ ନାହିଁ
13:14 ପୁନର୍ବାର equationକୁ ଏହାର ପୂର୍ବ ସ୍ଥାନରେ ଇନସର୍ଟ କରନ୍ତୁ ଏବଂ toolbarରେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ
13:24 ଏହି classକୁ ସିମୁଲେଟ୍ କରିବା ପାଇଁ ପୁନର୍ବାର Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ
13:29 classଟି ସଫଳତାର ସହ ସିମୁଲେଟ୍ ହେବାକୁ ଲକ୍ଷ୍ୟ କରନ୍ତୁ ଯେହେତୁ equationଗୁଡିକର ସଂଖ୍ୟା variableଗୁଡିକର ସଂଖ୍ୟା ସହିତ ସମାନ ହୋଇଯାଇଛି
13:37 ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
13:40 ସ୍ଲାଇଡକୁ ଫେରିଆସନ୍ତୁ
13:43 der(), time derivative ପାଇଁ Modelica ଫଙ୍କଶନ୍ ଅଟେ
13:48 ଏଠାରେ equationଗୁଡିକ ପାଇଁ ଡେଟାର ଫ୍ଲୋର ଦିଗ ନାହିଁ
13:52 ଉଦାହରଣସ୍ଵରୂପ der(h) = vକୁ v = der(h) ଭାବେ ଲେଖାଯାଇପାରେ
14:00 ପ୍ରାରମ୍ଭିକ ଅବସ୍ଥାଗୁଡିକୁ ପ୍ରବେଶ କରିବା ପାଇଁ Initial equations sectionକୁ ବ୍ୟବହାର କରାଯାଇଥାଏ
14:05 ପରବର୍ତ୍ତୀ ସମୟରେ ଆମେ Initial equation ବିଷୟରେ ଅଧିକ ଶିଖିବା
14:10 ଗୋଟିଏ ଆସାଇନମେଣ୍ଟ ଭାବେ, differential ସମୀକରଣ, dx/dt = -a into x , ଯେଉଁଠି a = 1, x belongs to Rକୁ ସିମୁଲେଟ୍ କରିବା ଏବଂ t=0 ଯାହା 5 ସମୟରେ xର ଭେଲ୍ୟୁକୁ ପ୍ରାପ୍ତ କରିବା ପାଇଁ ଗୋଟିଏ model ଲେଖନ୍ତୁ
14:28 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
14:31 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
14:37 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ, ପ୍ରମାଣପତ୍ର ପ୍ରଦାନ କରିଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ
14:43 Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
14:49 OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ
14:53 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep