BASH/C3/Basics-of-functions/Oriya

From Script | Spoken-Tutorial
Revision as of 16:39, 12 May 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Bashରେ Basics of functions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:11 କିଛି ଉଦାହରଣ ସାହାଯ୍ୟରେ, ଫଙ୍କସନ୍ସର ମହତ୍ୱତା
00:13 ଗୋଟିଏ ଫଙ୍କସନର ଘୋଷଣା
00:15 ଗୋଟିଏ ଫଙ୍କସନକୁ କଲ୍ କରିବା
00:17 ଗୋଟିଏ ଫଙ୍କସନର ୱର୍କଫ୍ଲୋ
00:22 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର Bashରେ Shell Scriptingର ଉପରେ ଜ୍ଞାନ ଥିବା ଦରକାର
00:28 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:34 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି, ଉବୁଣ୍ଟୁ ଲିନକ୍ସ 12.04 OS
00:40 ଏପର୍ଯ୍ୟନ୍ତ ଆମେ, GNU Bash ଭର୍ସନ୍ 4.1.10 ବ୍ୟବହାର କରୁଥିଲୁ
00:46 ଏବେଠାରୁ ଆମେ, GNU BASH ଭର୍ସନ୍ 4.2 ବ୍ୟବହାର କରିବୁ
00:52 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:58 ଚାଲନ୍ତୁ, ଫଙ୍କସନ କ’ଣ ଓ ତାହାର ବ୍ୟବହାର ବିଷୟରେ ଜାଣିବା
01:03 ଗୋଟିଏ ଫଙ୍କସନ୍ ହେଉଛି, କମାଣ୍ଡଗୁଡିକର ଏକ ସମାହାର ବା ଏକ ଆଲଗୋରିଦମ୍
01:08 ଏହା, ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ
01:12 ଏହାକୁ, ଏକ ଜଟିଳ ପ୍ରୋଗ୍ରାମକୁ ପୃଥକ୍ ଟାସ୍କ ପାଇଁ ଭାଙ୍ଗିବା ନିମନ୍ତେ ବ୍ୟବହୃତ ହୋଇଥାଏ
01:18 ଏହା, ସାମଗ୍ରିକ ସ୍କ୍ରିପ୍ଟ ପଠନୀୟତା ଓ ସରଳ ବ୍ୟବହାରକୁ ଉନ୍ନତ କରେ
01:24 ଫଙ୍କସନର ଘୋଷଣା ପାଇଁ ଦୁଇଟି ସିଣ୍ଟାକ୍ସ ଅଛି
01:28 ପ୍ରଥମ ସିଣ୍ଟାକ୍ସ ହେଉଛି- function ସ୍ପେସ୍ function_name
01:32 କର୍ଲି ବ୍ରାକେଟ୍ ମଧ୍ୟରେ
01:34 ନିଷ୍ପାଦନ ହେବାକୁ ଥିବା କମାଣ୍ଡସ୍
01:37 ଦ୍ୱିତୀୟ ସିଣ୍ଟାକ୍ସ ହେଉଛି-
01:39 function_name ଖୋଲା ଓ ବନ୍ଦ ଗୋଲ ବ୍ରାକେଟ୍ସ
01:42 କର୍ଲି ବ୍ରାକେଟ୍ ମଧ୍ୟରେ
01:44 ନିଷ୍ପାଦନ ହେବାକୁ ଥିବା କମାଣ୍ଡସ୍
01:47 Function call - ପ୍ରୋଗ୍ରାମ ମଧ୍ୟରେ, ଯେକୌଣସିଠାରେ ଫଙ୍କସନକୁ କଲ୍ କରିହେବ
01:53 ଯେଉଁଠାରେ କଲ୍ କରିବାକୁ ଚାହାଁନ୍ତି, ସେହି ସ୍ଥାନରେ Function name ଟାଇପ୍ କରନ୍ତୁ:
01:58 function_name ନିଜେ ହିଁ ସିଣ୍ଟାକ୍ସ ଅଟେ
02:02 ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ, ଚାଲନ୍ତୁ ଏହାକୁ ବୁଝିବା
02:07 Function.sh ଫାଇଲରେ, ମୁଁ କୋଡ୍ ଟାଇପ୍ କରିସାରିଛି
02:12 ଏହା ହେଉଛି shebang ଲାଇନ୍
02:14 କୀ ୱର୍ଡ function ଓ ତା’ପରେ function name ଦ୍ଵାରା ଫଙ୍କସନର ଘୋଷଣା କରାଯାଏ
02:21 ଏଠାରେ, ଫଙ୍କସନ୍ ନାମ ହେଉଛି machine
02:26 କର୍ଲି ବ୍ରାକେଟ ମଧ୍ୟରେ ଥିବା କଣ୍ଟେଣ୍ଟ, function definitionକୁ ବୁଝାଏ
02:32 ବିଭିନ୍ନ ମେସିନର ବିବରଣୀ ପ୍ରଦର୍ଶିତ ହୋଇଛି, ଯେପରି-
02:36 uname ହାଇଫେନ a, ମେସିନର ସୂଚନା ଦିଏ
02:41 w ହାଇଫେନ h, ସିଷ୍ଟମରେ ଥିବା ୟୁଜର୍ସଙ୍କୁ ଦର୍ଶାଇଥାଏ
02:46 uptime, ଯେବେଠାରୁ ମେସିନ୍ ଚାଲୁଅଛି, ସେହି ସମୟ ଦେଇଥାଏ
02:51 free, ମେମୋରୀ ବିବରଣୀ ଦିଏ
02:54 df ହାଇଫେନ h, file systemର ଷ୍ଟାଟସ୍ ଦିଏ
02:57 ମୁଖ୍ୟ ପ୍ରୋଗ୍ରାମ୍ ଏହିଠାରୁ ଆରମ୍ଭ ହୁଏ
03:01 ଆମେ, Beginning of main program, ବାର୍ତ୍ତା ପ୍ରଦର୍ଶନ କରିବା
03:06 ଏଠାରେ, machine ହେଉଛି ଏକ ଫଙ୍କସନ୍ କଲ୍
03:09 ଏହାପରେ ଆମେ, End of main program ପ୍ରଦର୍ଶନ କରିବା
03:13 ଚାଲନ୍ତୁ, ୱର୍କଫ୍ଲୋକୁ ବୁଝିବା
03:16 ଯେତେବେଳେ bash interpreter, function definitionକୁ ଯାଏ, ଏହା କେବଳ functionକୁ ସ୍କାନ୍ କରେ
03:23 ସ୍କ୍ରିପ୍ଟ ମଧ୍ୟରେ ତାହାର ନାମ ଆସିଲେ ହିଁ functionଟି କଲ୍ ହୋଇଥାଏ
03:28 ଯେତେବେଳେ interpreter ଫଙ୍କସନ୍ ନାମକୁ ପଢେ, ଏହା function definitionକୁ ନିଷ୍ପାଦିତ କରିଥାଏ
03:36 Interpreter, ଫଙ୍କସନ ନାମକୁ ଏକ କମାଣ୍ଡ ଭାବେ ବ୍ୟବହାର କରେ
03:41 ଦୟାକରି ମନେରଖନ୍ତୁ ଯେ, ଆମକୁ, ଫଙ୍କସନ୍ କଲ୍ କରିବା ପୂର୍ବରୁ ତାହାକୁ ପରିଭାଷିତ କରିବାକୁ ହେବ
03:47 ଏହି କୋଡ୍ ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା ପାଇଁ, ଟର୍ମିନଲକୁ ଯାଆନ୍ତୁ
03:52 ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ function ଡଟ୍ sh
03:59 Enter ଦାବନ୍ତୁ
04:01 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ function ଡଟ୍ sh
04:05 Enter ଦାବନ୍ତୁ
04:07 ମୋ ସିଷ୍ଟମର ବିବରଣୀ, ଟର୍ମିନଲରେ, ଆଉଟପୁଟ ଭାବେ ଦୃଶ୍ୟମାନ ହେଉଛି
04:14 ଧ୍ୟାନଦିଅନ୍ତୁ: ସିଷ୍ଟମ ଅନୁସାରେ ଆଉଟପୁଟ ଭିନ୍ନ ହେବ
04:19 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
04:22 Slidesକୁ ଫେରିଆସନ୍ତୁ
04:24 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ
04:28 ଫଙ୍କସନର ମହତ୍ୱତା
04:30 ଫଙ୍କସନର ଘୋଷଣା
04:32 Function call, ଫଙ୍କସନର ୱର୍କଫ୍ଲୋ
04:35 ଏକ ଉଦାହରଣ ସାହାଯ୍ୟରେ.
04:37 ଏକ ଆସାଇନମେଣ୍ଟ ଭାବେ - ଦୁଇଟି ଫଙ୍କସନ ଥିବା ଏକ ପ୍ରୋଗ୍ରାମ ଲେଖନ୍ତୁ
04:42 ପ୍ରଥମ ଫଙ୍କସନ, ମନୁଷ୍ୟ ପଠନୀୟ ଭାବରେ disk-spaceର ବ୍ୟବହାରକୁ ପ୍ରଦର୍ଶିତ କରିବା ଉଚିତ (Hint :df hyphen h)
04:51 ଦ୍ୱିତୀୟ ଫଙ୍କସନ, ମନୁଷ୍ୟ ପଠନୀୟ ଭାବରେ filesystemର ବ୍ୟବହାରକୁ ପ୍ରଦର୍ଶିତ କରିବା ଉଚିତ (Hint: du hyphen h)
05:00 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
05:03 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
05:07 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
05:17 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
05:21 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
05:29 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
05:33 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
05:41 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
05:47 ଆଇଆଇଟି ବମ୍ୱେ ତରଫରୁ
05:52 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
05:56 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep