BASH/C3/Basics-of-functions/Oriya

From Script | Spoken-Tutorial
Revision as of 18:18, 22 April 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00.01 ବନ୍ଧୁଗଣ, Bashରେ Basics of functions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00.08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00.11 * କିଛି ଉଦାହରଣ ସାହାଯ୍ୟରେ, ଫଙ୍କସନ୍ସର ମହତ୍ୱତା
00.13 * ଗୋଟିଏ ଫଙ୍କସନର ଘୋଷଣା
00.15 * ଗୋଟିଏ ଫଙ୍କସନକୁ କଲ୍ କରିବା
00.17 * ଗୋଟିଏ ଫଙ୍କସନର ୱର୍କଫ୍ଲୋ
00.22 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର Bashରେ Shell Scriptingର ଉପରେ ଜ୍ଞାନ ଥିବା ଦରକାର
00.28 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00.34 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି, ଉବୁଣ୍ଟୁ ଲିନକ୍ସ 12.04 OS
00.40 ଏପର୍ଯ୍ୟନ୍ତ ଆମେ, GNU Bash ଭର୍ସନ୍ 4.1.10 ବ୍ୟବହାର କରୁଥିଲୁ
00.46 ଏବେଠାରୁ ଆମେ, GNU BASH ଭର୍ସନ୍ 4.2 ବ୍ୟବହାର କରିବୁ
00.52 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00.58 ଚାଲନ୍ତୁ, ଫଙ୍କସନ କ’ଣ ଓ ତାହାର ବ୍ୟବହାର ବିଷୟରେ ଜାଣିବା
01.03 ଗୋଟିଏ ଫଙ୍କସନ୍ ହେଉଛି, କମାଣ୍ଡଗୁଡିକର ଏକ ସମାହାର ବା ଏକ ଆଲଗୋରିଦମ୍
01.08 ଏହା, ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ
01.12 ଏହାକୁ, ଏକ ଜଟିଳ ପ୍ରୋଗ୍ରାମକୁ ପୃଥକ୍ ଟାସ୍କ ପାଇଁ ଭାଙ୍ଗିବା ନିମନ୍ତେ ବ୍ୟବହୃତ ହୋଇଥାଏ
01.18 ଏହା, ସାମଗ୍ରିକ ସ୍କ୍ରିପ୍ଟ ପଠନୀୟତା ଓ ସରଳ ବ୍ୟବହାରକୁ ଉନ୍ନତ କରେ
01.24 ଫଙ୍କସନର ଘୋଷଣା ପାଇଁ ଦୁଇଟି ସିଣ୍ଟାକ୍ସ ଅଛି
01.28 ପ୍ରଥମ ସିଣ୍ଟାକ୍ସ ହେଉଛି- function ସ୍ପେସ୍ function_name
01.32 କର୍ଲି ବ୍ରାକେଟ୍ ମଧ୍ୟରେ
01.34 ନିଷ୍ପାଦନ ହେବାକୁ ଥିବା କମାଣ୍ଡସ୍
01.37 ଦ୍ୱିତୀୟ ସିଣ୍ଟାକ୍ସ ହେଉଛି-
01.39 function_name ଖୋଲା ଓ ବନ୍ଦ ଗୋଲ ବ୍ରାକେଟ୍ସ
01.42 କର୍ଲି ବ୍ରାକେଟ୍ ମଧ୍ୟରେ
01.44 ନିଷ୍ପାଦନ ହେବାକୁ ଥିବା କମାଣ୍ଡସ୍
01.47 Function call - ପ୍ରୋଗ୍ରାମ ମଧ୍ୟରେ, ଯେକୌଣସିଠାରେ ଫଙ୍କସନକୁ କଲ୍ କରିହେବ
01.53 ଯେଉଁଠାରେ କଲ୍ କରିବାକୁ ଚାହାଁନ୍ତି, ସେହି ସ୍ଥାନରେ Function name ଟାଇପ୍ କରନ୍ତୁ:
01.58 function_name ନିଜେ ହିଁ ସିଣ୍ଟାକ୍ସ ଅଟେ
02.02 ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ, ଚାଲନ୍ତୁ ଏହାକୁ ବୁଝିବା
02.07 Function.sh ଫାଇଲରେ, ମୁଁ କୋଡ୍ ଟାଇପ୍ କରିସାରିଛି
02.12 ଏହା ହେଉଛି shebang ଲାଇନ୍
02.14 କୀ ୱର୍ଡ function ଓ ତା’ପରେ function name ଦ୍ଵାରା ଫଙ୍କସନର ଘୋଷଣା କରାଯାଏ
02.21 ଏଠାରେ, ଫଙ୍କସନ୍ ନାମ ହେଉଛି machine
02.26 କର୍ଲି ବ୍ରାକେଟ ମଧ୍ୟରେ ଥିବା କଣ୍ଟେଣ୍ଟ, function definitionକୁ ବୁଝାଏ
02.32 ବିଭିନ୍ନ ମେସିନର ବିବରଣୀ ପ୍ରଦର୍ଶିତ ହୋଇଛି, ଯେପରି-
02.36 uname ହାଇଫେନ a, ମେସିନର ସୂଚନା ଦିଏ
02.41 w ହାଇଫେନ h, ସିଷ୍ଟମରେ ଥିବା ୟୁଜର୍ସଙ୍କୁ ଦର୍ଶାଇଥାଏ
02.46 uptime, ଯେବେଠାରୁ ମେସିନ୍ ଚାଲୁଅଛି, ସେହି ସମୟ ଦେଇଥାଏ
02.51 free, ମେମୋରୀ ବିବରଣୀ ଦିଏ
02.54 df ହାଇଫେନ h, file systemର ଷ୍ଟାଟସ୍ ଦିଏ
02.57 ମୁଖ୍ୟ ପ୍ରୋଗ୍ରାମ୍ ଏହିଠାରୁ ଆରମ୍ଭ ହୁଏ
03.01 ଆମେ, Beginning of main program, ବାର୍ତ୍ତା ପ୍ରଦର୍ଶନ କରିବା
03.06 ଏଠାରେ, machine ହେଉଛି ଏକ ଫଙ୍କସନ୍ କଲ୍
03.09 ଏହାପରେ ଆମେ, End of main program ପ୍ରଦର୍ଶନ କରିବା
03.13 ଚାଲନ୍ତୁ, ୱର୍କଫ୍ଲୋକୁ ବୁଝିବା
03.16 # ଯେତେବେଳେ bash interpreter, function definitionକୁ ଯାଏ, ଏହା କେବଳ functionକୁ ସ୍କାନ୍ କରେ
03.23 # ସ୍କ୍ରିପ୍ଟ ମଧ୍ୟରେ ତାହାର ନାମ ଆସିଲେ ହିଁ functionଟି କଲ୍ ହୋଇଥାଏ
03.28 # ଯେତେବେଳେ interpreter ଫଙ୍କସନ୍ ନାମକୁ ପଢେ, ଏହା function definitionକୁ ନିଷ୍ପାଦିତ କରିଥାଏ
03.36 Interpreter, ଫଙ୍କସନ ନାମକୁ ଏକ କମାଣ୍ଡ ଭାବେ ବ୍ୟବହାର କରେ
03.41 ଦୟାକରି ମନେରଖନ୍ତୁ ଯେ, ଆମକୁ, ଫଙ୍କସନ୍ କଲ୍ କରିବା ପୂର୍ବରୁ ତାହାକୁ ପରିଭାଷିତ କରିବାକୁ ହେବ
03.47 ଏହି କୋଡ୍ ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା ପାଇଁ, ଟର୍ମିନଲକୁ ଯାଆନ୍ତୁ
03.52 ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ function ଡଟ୍ sh
03.59 Enter ଦାବନ୍ତୁ
04.01 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ function ଡଟ୍ sh
04.05 Enter ଦାବନ୍ତୁ
04.07 ମୋ ସିଷ୍ଟମର ବିବରଣୀ, ଟର୍ମିନଲରେ, ଆଉଟପୁଟ ଭାବେ ଦୃଶ୍ୟମାନ ହେଉଛି
04.14 ଧ୍ୟାନଦିଅନ୍ତୁ: ସିଷ୍ଟମ ଅନୁସାରେ ଆଉଟପୁଟ ଭିନ୍ନ ହେବ
04.19 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
04.22 Slidesକୁ ଫେରିଆସନ୍ତୁ
04.24 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ
04.28 * ଫଙ୍କସନର ମହତ୍ୱତା
04.30 * ଫଙ୍କସନର ଘୋଷଣା
04.32 * Function call, ଫଙ୍କସନର ୱର୍କଫ୍ଲୋ
04.35 ଏକ ଉଦାହରଣ ସାହାଯ୍ୟରେ.
04.37 ଏକ ଆସାଇନମେଣ୍ଟ ଭାବେ - ଦୁଇଟି ଫଙ୍କସନ ଥିବା ଏକ ପ୍ରୋଗ୍ରାମ ଲେଖନ୍ତୁ
04.42 # ପ୍ରଥମ ଫଙ୍କସନ, ମନୁଷ୍ୟ ପଠନୀୟ ଭାବରେ disk-spaceର ବ୍ୟବହାରକୁ ପ୍ରଦର୍ଶିତ କରିବା ଉଚିତ (Hint :df hyphen h)
04.51 # ଦ୍ୱିତୀୟ ଫଙ୍କସନ, ମନୁଷ୍ୟ ପଠନୀୟ ଭାବରେ filesystemର ବ୍ୟବହାରକୁ ପ୍ରଦର୍ଶିତ କରିବା ଉଚିତ (Hint: du hyphen h)
05.00 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
05.03 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
05.07 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05.12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
05.17 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
05.21 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
05.29 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
05.33 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
05.41 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
05.47 ଆଇଆଇଟି ବମ୍ୱେ ତରଫରୁ
05.52 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
05.56 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep