LibreOffice-Suite-Calc/C3/Images-and-Graphics/Oriya
From Script | Spoken-Tutorial
Revision as of 11:17, 10 April 2017 by PoojaMoolya (Talk | contribs)
Time | Narration |
00:00 | ଲିବର୍ ଅଫିସ୍ କାଲ୍କରେ ଇମେଜ୍ ଇନ୍ସର୍ଟ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା: |
00:09 | ଗୋଟିଏ ଡକ୍ୟୁମେଣ୍ଟରେ ଏକ ଇମେଜ୍ ଫାଇଲ୍ |
00:13 | ଯେପରି - jpeg, png କିମ୍ୱା bmp ଇନ୍ସର୍ଟ କରିବା | |
00:19 | ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ | |
00:28 | ଏକ ସ୍ପ୍ରେଡ୍ ଶୀଟ୍ ରେ ଇମେଜେସ୍
ସିଧାସଳଖ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରି ଏକ ଗ୍ରାଫିକ୍ ପ୍ରୋଗ୍ରାମ୍ ରୁ ଏକ କ୍ଲିପ୍ ବୋର୍ଡ ସାହାଯ୍ୟରେ କିମ୍ୱା ଗ୍ୟାଲେରୀରୁ ଆଡ୍ କରିହେବ | |
00:39 | ପ୍ରତ୍ୟେକ ବିଷୟରେ ଆମେ ସବିଶେଷ ଆଲୋଚନା କରିବା | |
00:43 | ଆମର “Personal-Finance-Tracker.ods” ସ୍ପ୍ରେଡ୍ ଶୀଟ୍ ଖୋଲନ୍ତୁ | |
00:48 | ପ୍ରଥମେ, ଶୀଟ୍ 2 ସିଲେକ୍ଟ କରନ୍ତୁ | |
00:51 | ଆମେ ଏହି ଶୀଟ୍ ରେ ଇମେଜେସ୍ ଇନ୍ସର୍ଟ କରିବା | |
00:54 | ଗୋଟିଏ ସେଲ୍ ସିଲେକ୍ଟ କରିବା ପରେ ପିକଚର୍ ଇନ୍ସର୍ଟ କରିବା ଏକ ଭଲ ଅଭ୍ୟାସ | |
00:59 | ଯଦି ଗୋଟିଏ ଇମେଜ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଆଗରୁ ଅଛି, ତେବେ ଆପଣ “Insert” ଉପରେ କ୍ଲିକ୍ କରି |
01:06 | ଓ ତାହାପରେ “Picture” ଓ “From File” ସିଲେକ୍ଟ କରି ତାହାକୁ ଇନ୍ସର୍ଟ କରିପାରିବେ | |
01:10 | ଏବେ, ଆପଣ ଇନ୍ସର୍ଟ କରିବାକୁ ଚାହୁଁଥିବା ଇମେଜ୍ ଲୋକେଟ୍ କରନ୍ତୁ | |
01:14 | “Images” ନାମକ ଏକ ଫୋଲ୍ଡର୍ ରେ କିଛି ଇମେଜେସ୍ ଷ୍ଟୋର୍ କରି, ମୁଁ ତାକୁ ଡେସ୍କଟପ୍ ରେ ରଖିସାରିଛି | |
01:20 | ମୁଁ “Image1” ଚୟନ କରିବି | |
01:24 | “Location” ଫିଲ୍ଡରେ ଇମେଜ୍ ର ନାମ ଦେଖନ୍ତୁ | |
01:28 | “Open” ବଟନ୍ ରେ କ୍ଲିକ୍ କରନ୍ତୁ | |
01:31 | ଦେଖନ୍ତୁ, ଇମେଜ୍ ଟି ସ୍ପ୍ରେଡ୍ ଶୀଟ୍ ରେ ଦେଖାଦେଲା | |
01:38 | ଏହାକୁ ଲିଙ୍କ୍ କରି ଆଉଏକ ପିକଚର୍ ଇନ୍ସର୍ଟ କରିବା | |
01:42 | ପ୍ରଥମେ, ଏକ ନୂଆ ସେଲ୍ ସିଲେକ୍ଟ କରିବା | |
01:45 | ଏବେ, “Insert” ଓ “Picture” ଉପରେ କ୍ଲିକ୍ କରି “From File” ସିଲେକ୍ଟ କରନ୍ତୁ | ଆଉ ଗୋଟିଏ ଇମେଜ୍ ସିଲେକ୍ଟ କରିବା | |
01:55 | “Image 2” ଉପରେ କ୍ଲିକ୍ କରନ୍ତୁ | |
01:58 | ଆପଣଙ୍କ ଡକ୍ୟୁମେଣ୍ଟରେ ଇମେଜ୍ ଲିଙ୍କ୍ କରିବାକୁ, “Link” ଅପ୍ସନ୍ ଚେକ୍ କରନ୍ତୁ ଓ “Open” କ୍ଲିକ୍ କରନ୍ତୁ | |
02:05 | ପ୍ରଦର୍ଶିତ ଡାୟଲଗ୍ ବକ୍ସରେ “Keep Link” ବଟନ୍ ରେ କ୍ଲିକ୍ କରନ୍ତୁ | |
02:11 | ପିକଚର୍ ଟି ଏବେ ଫାଇଲ୍ ସହ ଲିଙ୍କ୍ ହୋଇଗଲା | |
02:15 | ଲିଙ୍କ୍ କରୁଛି |
02:17 | ଯେତେବେଳେ ଆମେ ଏକ ଫାଇଲ୍ ଲିଙ୍କ୍ କରୁ:ପ୍ରଥମେ, ଯେତେବେଳେ ଏହାକୁ ସେଭ୍ କରାଯାଏ ଏହା ସ୍ପ୍ରେଡ୍ ଶୀଟ୍ ର ସାଇଜ୍ ହ୍ରାସ କରିଥାଏ |
02:23 | କାରଣ, ଆମ ସ୍ପ୍ରେଡ୍ ଶୀଟ୍ ଫାଇଲ୍ ରେ ଇମେଜ୍ ନଥାଏ | |
02:27 | ଦ୍ୱିତୀୟରେ, ଉଭୟ ଫାଇଲ୍ସକୁ ପୃଥକ୍ ଭାବେ ମୋଡିଫାଏ କରିବାକୁ ଏହା ୟୁଜର୍ କୁ ସକ୍ଷମ କରିଥାଏ | |
02:32 | ଇମେଜ୍ ଫାଇଲ୍ ରେ କୌଣସି ପରିବର୍ତ୍ତନ କରାଗଲେ,ତାହା ସ୍ପ୍ରେଡ୍ ଶୀଟ୍ ରେ ଲିଙ୍କ ହୋଇଥିବା ଇମେଜ୍ ରେ ପ୍ରତିଫଳିତ ହୁଏ |
02:39 | ଫାଇଲ୍ ସହିତ ଲିଙ୍କ୍ ହୋଇଥିବା Image 2ର ରଙ୍ଗକୁ ଚାଲନ୍ତୁ ଗ୍ରେସ୍କେଲ୍ କୁ ଚେଞ୍ଜ୍ କରିବା | |
02:46 | ଏହି ପିକଚର୍ ଏଡିଟ୍ କରିବାକୁ ମୁଁ ପିକଚର୍ ଏଡିଟର୍ GIMP ବ୍ୟବହାର କରୁଛି | |
02:50 | ଆପଣଙ୍କ ସିଷ୍ଟମ୍ ରେ ଇନଷ୍ଟଲ୍ ହୋଇଥିବା ଯେକୌଣସି ଏଡିଟର୍ ଆପଣ ବ୍ୟବହାର କରିପାରିବେ | |
02:54 | ପ୍ରଥମେ, "Personal-Finance-Tracker.ods" ସେଭ୍ କରି ବନ୍ଦ କରନ୍ତୁ | |
03:01 | ତାହାପରେ ଇମେଜ୍ ଫୋଲ୍ଡର୍ କୁ ଯାଆନ୍ତୁ | |
03:04 | "Image 2" ସିଲେକ୍ଟ କରନ୍ତୁ | |
03:06 | ଏବେ, ରାଇଟ୍ କ୍ଲିକ୍ କରି ଓପନ୍ ୱିଥ୍ GIMP ସିଲେକ୍ଟ କରନ୍ତୁ | |
03:10 | Image 2, GIMPରେ ଖୋଲିଲା | |
03:13 | ଏବେ, ଇମେଜ୍ କୁ କଲର୍ ରୁ ଗ୍ରେସ୍କେଲ୍ କୁ ଚେଞ୍ଜ୍ କରନ୍ତୁ | |
03:18 | ଇମେଜ୍ କୁ ସେଭ୍ କରି କ୍ଲୋଜ୍ କରନ୍ତୁ | |
03:22 | Personal-Finance-Tracker.ods ଖୋଲନ୍ତୁ | |
03:26 | Image 2 ଏବେ ଗ୍ରେସ୍କେଲ୍ ରେ ପ୍ରଦର୍ଶିତ ହୁଏ | |
03:30 | ଅବଶ୍ୟ, ଫାଇଲ୍ ଲିଙ୍କ୍ କରିବାର ସବୁଠାରୁ ବଡ଼ ଅସୁବିଧା ହେଉଛି,ଯେତେବେଳେବି ଆପଣ ଏହି ସ୍ପ୍ରେଡ୍ ଶୀଟ୍ କୁ ଭିନ୍ନ କମ୍ପ୍ୟୁଟର୍ କିମ୍ୱା ୟୁଜର୍ କୁ ପଠାଇବାକୁ ଚାହିଁବେ, |
03:40 | ଆପଣଙ୍କୁ ଉଭୟ, ଅର୍ଥାତ୍ ସ୍ପ୍ରେଡ୍ ଶୀଟ୍ ସହିତ ଇମେଜ୍ ଫାଇଲ୍ କୁ ମଧ୍ୟ ପଠାଇବାକୁ ହେବ | |
03:44 | ଯାହାର ଅର୍ଥ, ଆପଣ କେଉଁଠାରେ ଉଭୟ ଫାଇଲ୍ସକୁ ରଖୁଛନ୍ତି, ସବୁବେଳେ ସେହି ଲୋକେଶନ୍ ର ଟ୍ରାକ୍ ରଖିବାକୁ ହେବ | |
03:52 | ଚାଲନ୍ତୁ, ସ୍ପ୍ରେଡ୍ ଶୀଟ୍ ର ଡାହାଣପଟକୁ ଏହି ଇମେଜ୍ କୁ ଘୁଞ୍ଚାଇବା | |
03:58 | ଆପଣ ଇମେଜ୍ କୁ ଯେଉଁ ଫୋଲ୍ଡର୍ ରେ ଷ୍ଟୋର୍ କରିଥିବେ ସେହିଠାରୁ ଡ୍ରାଗ୍ କରି |
04:05 | ଓ ସ୍ପ୍ରେଡ୍ ଶୀଟ୍ ରେ ଡ୍ରପ୍ କରି ମଧ୍ୟ ଇମେଜ୍ କୁ ଇନ୍ସର୍ଟ କରିହେବ | |
04:09 | ଏକ ଇମେଜ୍ କୁ ଡ୍ରାଗ୍ ଆଣ୍ଡ୍ ଡ୍ରପ୍ କରନ୍ତୁ | |
04:12 | ଏବେ, ଆପଣ ସ୍ପ୍ରେଡ୍ ଶୀଟ୍ ରେ ଯେଉଁଠାରେ ରଖିବାକୁ ଚାହୁଁଛନ୍ତି, ସେହିଠାକୁ ଇମେଜ୍ ଫାଇଲ୍ କୁ ସିଧାସଳଖ ଡ୍ରାଗ୍ କରି ଡ୍ରପ୍ କରନ୍ତୁ | |
04:19 | ଦେଖନ୍ତୁ, ଆପଣଙ୍କର ସ୍ପ୍ରେଡ୍ ଶୀଟ୍ ରେ ଇମେଜ୍ ଟି ଇନ୍ସର୍ଟ ହୋଇଗଲା | |
04:23 | CTRL ଓ Z ଦାବି ଏହି ପରିବର୍ତ୍ତନକୁ Undo କରନ୍ତୁ | |
04:29 | ଡ୍ରାଗ୍ ଓ ଡ୍ରପ୍ ପଦ୍ଧତି ବ୍ୟବହାର କରି ଇମେଜ୍ କୁ ଲିଙ୍କ୍ କରନ୍ତୁ | |
04:34 | ଏହା ବହୁତ ସହଜ!ସ୍ପ୍ରେଡ୍ ଶୀଟ୍ କୁ ଇମେଜ୍ ଡ୍ରାଗ୍ କରିବା ସମୟରେ |
04:40 | “Control” ଓ “Shift” କୀ’କୁ ଚାପି ଧରନ୍ତୁ | |
04:44 | ଡକ୍ୟୁମେଣ୍ଟ ସହିତ ଇମେଜ୍ ଫାଇଲ୍ ଟି ଏବେ ଲିଙ୍କ୍ ହୋଇଗଲା | |
04:48 | CTRL ଓ S କୀ’କୁ ଏକାସାଙ୍ଗରେ ପ୍ରେସ୍ କରି ଏହି କାଲ୍କ ଫାଇଲ୍ କୁ ସେଭ୍ କରନ୍ତୁ | |
04:54 | ଏହି ଫାଇଲ୍ କୁ କ୍ଲୋଜ୍ କରନ୍ତୁ | |
04:58 | ଇମେଜ୍ ଟି ଯେଉଁ ଫୋଲ୍ଡର୍ ରେ ଅଛି, ଏବେ ସେଠାକୁ ଚାଲନ୍ତୁ | |
05:02 | ଆମେ ଇନ୍ସର୍ଟ କରିଥିବା “Image 3.jpg”କୁ “Image4.jpg”ରେ ରିନେମ୍ କରନ୍ତୁ | |
05:12 | ପୁଣିଥରେ “Personal Finance Tracker.ods” ଖୋଲନ୍ତୁ | |
05:18 | ଦେଖନ୍ତୁ, ଲିଙ୍କ୍ ହୋଇଥିବା ଇମେଜ୍ ଟି ଆଉ ଦେଖାଯାଉନାହିଁ | |
05:22 | ଲିଙ୍କ୍ ହୋଇଥିବା ପାଥ୍ ଟି ଏକ ଏରର୍ ଦେଖାଉଛି ! |
05:25 | ଏହି ଲିଙ୍କ୍ କୁ ଡିଲିଟ୍ କରିଦିଅନ୍ତୁ | |
05:28 | ଏହି ଟ୍ୟୁଟୋରିଆଲ୍ କୁ ପଜ୍ କରି ଏହି ଆସାନମେଣ୍ଟ କରନ୍ତୁ | |
05:32 | ଏକ କାଲ୍କ ଶୀଟ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରି ସେଭ୍ କରନ୍ତୁ ଓ ତାହାକୁ ବନ୍ଦ କରନ୍ତୁ | |
05:38 | ଏବେ, ଇମେଜ୍ ଷ୍ଟୋର୍ ହୋଇଥିବା ଫୋଲ୍ଡର୍ କୁ ଯାଇ ତାହାକୁ ଡିଲିଟ୍ କରନ୍ତୁ | |
05:43 | କାଲ୍କ ଫାଇଲ୍ ରେ ଇମେଜ୍ ଟି ଏବେ ଦେଖାଯାଉଛି କି ନାହିଁ ଜାଣିବା ପାଇଁ ତାହାକୁ ଖୋଲି ଯାଞ୍ଚ କରନ୍ତୁ | |
05:49 | ଏବେ, ଇମେଜ୍ କୁ ପୁଣିଥରେ ଫୋଲ୍ଡର୍ ରେ ପେଷ୍ଟ କରନ୍ତୁ | |
05:53 | କାଲ୍କ ଫାଇଲ୍ ରେ ଇମେଜ୍ ଦେଖାଯାଉଛି କି ନାହିଁ ଯାଞ୍ଚ କରନ୍ତୁ | |
05:57 | “Standard” ଟୁଲ୍ ବାର୍ ତଳେ ଥିବା ଏକ ନୂଆ ଟୁଲ୍ ବାର୍ କୁ ଦେଖନ୍ତୁ | |
06:02 | ଏହା ହେଉଛି “Picture” ଟୁଲ୍ ବାର୍ | |
06:04 | ଇମେଜ୍ ର ଲୁକ୍ ପରିବର୍ତ୍ତନ କରିବା ପାଇଁ “Picture” ଟୁଲ୍ ବାର୍ ର ଉପର ବାମପଟେ ଥିବା “Filter” ବଟନ୍ ଅନେକ ଅପ୍ସନ୍ସ ଦେଇଥାଏ | |
06:13 | CTRL ଓ Z ଦାବି ଏହାକୁ Undo କରନ୍ତୁ | |
06:18 | ଗ୍ରେସ୍କେଲ୍, ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ କିମ୍ୱା ଏକ ୱାଟର୍ ମାର୍କ ଭାବେ ଇମେଜ୍ କୁ ଚେଞ୍ଜ କରିବା ପାଇଁ “Graphics mode” ବଟନ୍ ରେ ଅପ୍ସନ୍ସ ଅଛି | |
06:26 | “Picture” ଟୁଲ୍ ବାର୍ ରେ ଅନ୍ୟ ଅପ୍ସନ୍ସ ଅଛି, ଯେଉଁଗୁଡ଼ିକ ବିଷୟରେ ଆମେ ପରେ କଭର୍ କରିବା | |
06:32 | ଏହାପରେ ଆମେ ଏକ କ୍ଲିପ୍ ବୋର୍ଡରୁ କିପରି ଇମେଜ୍ ଇନ୍ସର୍ଟ କରାଯାଏ, ଶିଖିବା | |
06:37 | ଗୋଟିଏ ଲିବର୍ ଅଫିସ୍ ସ୍ପ୍ରେଡ୍ ଶୀଟ୍ ରୁ ଅନ୍ୟକୁ, କ୍ଲିପ୍ ବୋର୍ଡରେ ଷ୍ଟୋର୍ ଥିବା ଇମେଜ୍ ଗୁଡ଼ିକୁ ଜଣେ କପୀ କରିପାରିବ | |
06:44 | ଏକ ନୂଆ ସ୍ପ୍ରେଡ୍ ଶୀଟ୍ କ୍ରିଏଟ୍ କରି ତାହାକୁ “abc.ods” ନାମ ଦିଅନ୍ତୁ | |
06:50 | ଏହା ହେଉଛି ଆମ ଟାର୍ଗେଟ୍ ଡକ୍ୟୁମେଣ୍ଟ | |
06:53 | ଆମର “Personal-Finance-Tracker.ods” ଫାଇଲ୍ ରେ ଏକ ଇମେଜ୍ ଆଗରୁ ଅଛି | |
06:59 | ଏହା ହେଉଛି ଆମର ସୋର୍ସ ଡକ୍ୟୁମେଣ୍ଟ | |
07:02 | ଏବେ, ସୋର୍ସ ଫାଇଲ୍ ରୁ କପୀ କରିବାକୁ ଥିବା ଇମେଜ୍ କୁ ସିଲେକ୍ଟ କରନ୍ତୁ | |
07:06 | “CTRL” ଓ “C” କୀ’କୁ ଏକାସାଙ୍ଗରେ ଦାବି ଇମେଜ୍ କୁ କପୀ କରନ୍ତୁ | |
07:11 | ଏହି ଇମେଜ୍ ଏବେ କ୍ଲିପ୍ ବୋର୍ଡରେ ସେଭ୍ ହୋଇଗଲା | |
07:15 | ଟାର୍ଗେଟ୍ ଡକ୍ୟୁମେଣ୍ଟ କୁ ଯାଆନ୍ତୁ, ଯାହା ହେଉଛି “abc.ods” | |
07:21 | “abc.ods”ରେ ସେଭ୍ ହୋଇଥିବା ଇମେଜ୍ କୁ ରଖିବାର ଲୋକେଶନ୍ ସିଲେକ୍ଟ କରନ୍ତୁ | |
07:28 | ଏବେ, ଡକ୍ୟୁମେଣ୍ଟରେ “CTRL” ଓ “V” କୀ’କୁ ଏକାସାଙ୍ଗରେ ଦାବି, ଇମେଜ୍ ଇନ୍ସର୍ଟ କରନ୍ତୁ | |
07:35 | ଦେଖନ୍ତୁ, ଇମେଜ୍ ଟି ଆମର ଟାର୍ଗେଟ୍ ଫାଇଲ୍ ରେ ଇନ୍ସର୍ଟ ହୋଇଗଲା | |
07:42 | ବର୍ତ୍ତମାନ, କାଲ୍କ ଗ୍ୟାଲେରୀରୁ ଇମେଜ୍ କୁ ସିଧାସଳଖ କିପରି ଇନ୍ସର୍ଟ କରାଯାଏ, ଶିଖିବା | |
07:48 | “Gallery”ରେ ଇମେଜ୍ ସହିତ ସାଉଣ୍ଡସ୍ ରହିଥାଏ, ଯାହାକୁ ଆପଣ ନିଜ ସ୍ପ୍ରେଡ୍ ଶୀଟ୍ ରେ ଇନ୍ସର୍ଟ କରିପାରିବେ | |
07:54 | ଏହାକୁ କିପରି କରାଯାଏ, ଦେଖିବା | |
07:57 | ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “Gallery” ଆଇକନ୍ ରେ କ୍ଲିକ୍ କରନ୍ତୁ | |
08:01 | ବିକଳ୍ପ ଭାବରେ, ମେନୁ ବାର୍ ରେ ଥିବା “Tools” ଅପ୍ସନ୍ ଉପରେ କ୍ଲିକ୍ କରି “Gallery” ଉପରେ କ୍ଲିକ୍ କରନ୍ତୁ | |
08:09 | ଏବେ, “Gallery”ରେ ଥିବା ଇମେଜ୍ ଗୁଡ଼ିକୁ ଦେଖନ୍ତୁ ଓ ନିଜ ଡକ୍ୟୁମେଣ୍ଟରେ ଇନ୍ସର୍ଟ କରିବାକୁ ଚାହୁଁଥିବା ଇମେଜ୍ ଉପରେ କ୍ଲିକ୍ କରନ୍ତୁ | |
08:18 | ଇମେଜ୍ କୁ “Gallery”ରୁ ଡ୍ରାଗ୍ କରିଆଣି ସ୍ପ୍ରେଡ୍ ଶୀଟ୍ ରେ ଆପଣ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ଡ୍ରପ୍ କରନ୍ତୁ | |
08:26 | ଦେଖନ୍ତୁ, ଆମର “Personal-Finance-Tracker.ods” ଫାଇଲ୍ ରେ ଇମେଜ୍ ଟି ଇନ୍ସର୍ଟ ହୋଇଗଲା | |
08:34 | ଏହା ଆମକୁ 'LibreOffice Calc' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
08:39 | ସଂକ୍ଷେପରେ ଆମେ ଶିଖିଲେ, କିପରି ବିଭିନ୍ନ ମାର୍ଗରେ ଏକ ଇମେଜ୍ ଫାଇଲ୍ କୁ ସ୍ପ୍ରେଡ୍ ଶୀଟ୍ ରେ ଇନ୍ସର୍ଟ କରାଯାଏ | |
08:46 | ଯେପରି ଏକ ଫାଇଲ୍ ରୁ କ୍ଲିପ୍ ବୋର୍ଡରୁ କିମ୍ୱା ଗ୍ୟାଲେରୀରୁ |
08:52 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
08:55 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
08:58 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
09:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:08 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | |
09:12 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) | |
09:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
09:23 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
09:31 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro) |
09:41 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ | |