Scilab/C4/Linear-equations-Gaussian-Methods/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Solving System of Linear Equations using Gauss Elimination and Gauss-Jordan Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:12 ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ:
00:15 Scilab ବ୍ୟବହାର କରି ସରଳ ସମୀକରଣ ସିଷ୍ଟମ୍ ର ସମାଧାନ କରିବା ପାଇଁ
00:20 ସରଳ ସମୀକରଣର ସମାଧାନ ପାଇଁ Scilab କୋଡ୍ ବିକଶିତ କରିବା ପାଇଁ
00:25 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:27 ଉବୁଣ୍ଟୁ ଲିନକ୍ସ 12.04 OS
00:31 ଏବଂ Scilab ଭର୍ସନ୍ 5.3.3
00:36 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପୁର୍ବରୁ, ଶିକ୍ଷାର୍ଥୀଙ୍କର Scilab ଉପରେ ମୌଳିକ ଜ୍ଞାନ
00:40 ଏବଂ ସରଳ ସମୀକରଣର ସମାଧାନ କିପରି କରାଯାଏ, ଜାଣିଥିବା ଆବଶ୍ୟକ
00:45 Scilab ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସ ର ସାହାଯ୍ୟ ନିଅନ୍ତୁ
00:52 ସରଳ ସମୀକରଣର ଗୋଟିଏ ସିଷ୍ଟମ୍ ହେଉଛି
00:55 ସମାନ ସେଟ୍ ର ଭେରିଏବଲଗୁଡିକ ସହ ସରଳ ସମୀକରଣର ସୀମିତ ସଂଗ୍ରହ
01:00 ଚାଲନ୍ତୁ, ଗସ୍ ଏଲିମିନେଶନ୍ ମେଥଡ୍ ଅଧ୍ୟୟନ କରିବା
01:04 ଗୋଟିଏ ସିଷ୍ଟମର ସମୀକରଣଗୁଡିକ ପ୍ରଦତ୍ତ ହୋଇଛି
01:06 m ସମୀକରଣ ଏବଂ
01:08 n ଅଜ୍ଞାତ
01:10 A x ଇକ୍ୱାଲ୍ ଟୁ b
01:12 ସମୀକରଣର ସିଷ୍ଟମ୍ ରେ ଆମେ, variables a oneର କୋଏଫିସିଏଣ୍ଟଗୁଡିକୁ, a nରେ
01:16 ଏବଂ constants b oneକୁ b nରେ ଲେଖିବା
01:22 ୱନ୍ ମେଟ୍ରିକ୍ସ କୁ augmented matrix କୁହାଯାଏ
01:27 augmented matrixକୁ ଗୋଟିଏ upper triangular form matrixରେ କିପରି ପରିଣତ କରିବା?
01:33 ଆମେ ଏହାକୁ, ମେଟ୍ରିକ୍ସ୍ ଧାଡି ୱାରୀ ବିଭକ୍ତ କରିପାରିବା
01:40 ଚାଲନ୍ତୁ, ଏହି ସମୀକରଣର ସିଷ୍ଟମଗୁଡିକୁ ଗସିଆନ୍ ଏଲିମିନେଶନ୍ ମେଥଡ୍ ବ୍ୟବହାର କରି ସମାଧାନ କରିବା
01:45 ସିଷ୍ଟମ୍ ର ସମାଧାନ କରିବା ପୂର୍ବରୁ, ଚାଲନ୍ତୁ, ଗସିଆନ୍ ଏଲିମିନେଶନ୍ ମେଥଡ୍ ର କୋଡ୍ କୁ ବୁଝିବା
01:52 କୋଡ୍ ର ପ୍ରଥମ ଲାଇନ୍ ହେଉଛି, ଫରମାଟ୍ e କମା ଟ୍ୱେଣ୍ଟୀ
01:58 ଏହା, ଉତ୍ତରରେ କେତୋଟି ସଂଖ୍ୟା ପ୍ରଦର୍ଶିତ ହେବ, ତାହା ପରିଭାଷିତ କରେ
02:04 ସିଙ୍ଗଲ୍ କ୍ୱୋଟ୍ ମଧ୍ୟରେ, ଅକ୍ଷର e, scientific notationରେ ଉତ୍ତର ପ୍ରଦର୍ଶିତ ହେବ ବୋଲି ସୂଚାଇ ଥାଏ
02:12 ସଂଖ୍ୟା ଟ୍ୱେଣ୍ଟୀ ହେଉଛି, ପ୍ରଦର୍ଶିତ ହେବାକୁ ଥିବା ଅଙ୍କର ସଂଖ୍ୟା
02:17 ପୁନଃ ପରିଭାଷିତ ହୋଇଥିବା ଭେରିଏବଲଗୁଡିକୁ ନେଇ Scilab କ’ଣ କରିବ ଜାଣିବା ପାଇଁ, funcprot କମାଣ୍ଡ୍ ବ୍ୟବହୃତ ହୁଏ
02:26 ଆର୍ଗୁମେଣ୍ଟ ଯିରୋ, ପୁନଃ ପରିଭାଷିତ ଭେରିଏବଲଗୁଡିକ ସହିତ, Scilab କିଛି ବି କରିବ ନାହିଁ ବୋଲି ନିଶ୍ଚିତ କରିଥାଏ
02:33 ଅନ୍ୟ ଆର୍ଗୁମେଣ୍ଟଗୁଡିକ, ୱାର୍ନିଙ୍ଗ୍ କିମ୍ବା ଏରର୍ ଦର୍ଶାଇବା ପାଇଁ ବ୍ୟବହୃତ ହୋଇଥା’ନ୍ତି, ଯଦି ଭେରିଏବଲଗୁଡିକ ପୁନଃ ପରିଭାଷିତ ହୁଅନ୍ତି
02:40 ଏହାପରେ, ଇନପୁଟ୍ ଫଙ୍କଶନ୍ ବ୍ୟବହାର କରନ୍ତୁ
02:43 ଏହା ୟୁଜର୍ କୁ ଗୋଟିଏ ବାର୍ତ୍ତା ପ୍ରଦର୍ଶନ କରେ ଏବଂ ମେଟ୍ରିକ୍ସ A ଓ Bର ଭାଲ୍ୟୁ ପ୍ରାପ୍ତ କରେ
02:51 ବାର୍ତ୍ତା, ଡବଲ୍ କ୍ୱୋଟ୍ ମଧ୍ୟରେ ରହିବ ଆବଶ୍ୟକ
02:55 ୟୁଜର୍ ପ୍ରବେଶ କରାଇଥିବା ମେଟ୍ରିକ୍ସଗୁଡିକ, ଭେରିଏବଲ୍ A ଓ Bରେ ଷ୍ଟୋର୍ ହେବ
03:02 ଏଠାରେ A ହେଉଛି କୋଏଫିସିଏଣ୍ଟ ମେଟ୍ରିକ୍ସ ଏବଂ b ହେଉଛି, ଦକ୍ଷିଣ ପାର୍ଶ୍ୱ ମେଟ୍ରିକ୍ସ ବା constants matrix
03:11 ତା’ପରେ, ଆମେ ନେଇଭ୍ ଗସିଆନ୍ ଏଲିମିନେଶନ୍ ଫଙ୍କଶନ୍ କୁ ପରିଭାଷିତ କରିବା
03:15 ଏବଂ ନେଇଭ୍ ଗସିଆନ୍ ଏଲିମିନେଶନ୍ ଫଙ୍କଶନ୍ ର A ଓ b ହେଉଛି ଆର୍ଗୁମେଣ୍ଟ ବୋଲି କୁହାଯାଇସାରିଛି
03:22 ଭେରିଏବଲ୍ x ରେ ଆଉଟପୁଟ୍ ଷ୍ଟୋର୍ କରନ୍ତୁ
03:27 ଏହାପରେ, ଆମେ size କମାଣ୍ଡ୍ ବ୍ୟବହାର କରି A ଓ b ମେଟ୍ରିକ୍ସ୍ ର ଆକାର ପ୍ରାପ୍ତ କରିବା
03:34 ଯେହେତୁ, ସେଗୁଡ଼ିକ ଦୁଇ ଦିଗ ବିଶିଷ୍ଟ ମେଟ୍ରିକ୍ସ୍ ଅଟନ୍ତି, ତେଣୁ ମେଟ୍ରିକ୍ସ୍ Aର ଆକାର କୁ ଷ୍ଟୋର୍ କରିବା ପାଇଁ n ଓ n one ବ୍ୟବହୃତ ହୁଏ
03:42 ସେହିଭଳି, ମେଟ୍ରିକ୍ସ b ପାଇଁ m one ଓ p ବ୍ୟବହାର କରିପାରିବେ
03:48 ତା’ପରେ ଆମକୁ ଦେଖିବାକୁ ହେବ ଯେ, ମେଟ୍ରିକ୍ସଗୁଡିକ ପରସ୍ପର ଅନୁରୂପୀ କି ନୁହେଁ ଏବଂ
03:53 A ଗୋଟିଏ ସ୍କୋୟାର୍ ମେଟ୍ରିକ୍ସ୍ କି ନୁହେଁ
03:57 ଯଦି, n ଓ n one ଅସମାନ, ତେବେ Matrix A must be square, ବାର୍ତ୍ତା ପ୍ରଦର୍ଶିତ ହେବ
04:05 ଯଦି, n ଓ m one ଅସମାନ, ତେବେ incompatible dimension of A and b
04:10 ବାର୍ତ୍ତା ପ୍ରଦର୍ଶିତ ହେବ
04:15 ଯଦି, ମେଟ୍ରିକ୍ସଗୁଡିକ ଅନୁରୂପୀ, ତେବେ ମେଟ୍ରିକ୍ସ A ଓ b କୁ, ଗୋଟିଏ ମେଟ୍ରିକ୍ସ C ରେ ରଖନ୍ତୁ
04:23 ଏହି ମେଟ୍ରିକ୍ସ C କୁ, ଅଗମେଣ୍ଟେଡ୍ ମେଟ୍ରିକ୍ସ କୁହାଯାଏ
04:28 ପରବର୍ତ୍ତୀ କୋଡ୍ ର ବ୍ଲକ୍, forward elimination କାର୍ଯ୍ୟ କରିବ
04:32 ଏହି କୋଡ୍, ଅଗମେଣ୍ଟେଡ୍ ମେଟ୍ରିକ୍ସ୍ କୁ ଅପର୍ ଟ୍ରାଙ୍ଗୁଲାର୍ ମେଟ୍ରିକ୍ସ୍ ରେ ପରିବର୍ତ୍ତନ କରିଦେବ
04:39 ପରିଶେଷରେ, back substitution କାର୍ଯ୍ୟ କରନ୍ତୁ
04:42 ଥରେ ଅପର୍ ଟ୍ରାଙ୍ଗୁଲାର୍ ମେଟ୍ରିକ୍ସ୍ ପ୍ରାପ୍ତ ହେଲାପରେ, ଶେଷ ରୋ କୁ ନିଅନ୍ତୁ ଏବଂ ସେହି ରୋ ରେ ଥିବା ଭେରିଏବଲ୍ ର ଭାଲ୍ୟୁ ପ୍ରାପ୍ତ କରନ୍ତୁ
04:52 ଗୋଟିଏ ଭେରିଏବଲ୍ ର ସମାଧାନ ହେଲାପରେ, ସେହି ଭେରିଏବଲ୍ କୁ ନେଇ, ଅନ୍ୟ ଭେରିଏବଲଗୁଡିକର ସମାଧାନ କରନ୍ତୁ
04:59 ଏହିପରି, ସରଳ ସମୀକରଣର ସିଷ୍ଟମଗୁଡିକର ସମାଧାନ ହୋଇଗଲା
05:03 ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ
05:06 ଉଦାହରଣର ସମାଧାନ ପାଇଁ, Scilab କନସୋଲ୍ କୁ ଫେରି ଯା’ନ୍ତୁ
05:10 କନସୋଲ୍ ଉପରେ, କୋଏଫିସିଏଣ୍ଟ୍ ମେଟ୍ରିକ୍ସ ର ଭାଲ୍ୟୁ କୁ ପ୍ରବେଶ କରିବା ପାଇଁ, ଗୋଟିଏ ପ୍ରମ୍ପ୍ଟ ଅଛି
05:17 ମେଟ୍ରିକ୍ସ A ର ଭାଲ୍ୟୁଗୁଡିକୁ ପ୍ରବେଶ କରାନ୍ତୁ
05:20 ଟାଇପ୍ କରନ୍ତୁ: ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, three point four one ସ୍ପେସ୍ one point two three ସ୍ପେସ୍ ବିଯୋଗ one point zero nine ସେମିକୋଲନ୍
05:33 two point seven one ସ୍ପେସ୍ two point one four ସ୍ପେସ୍ one point two nine ସେମିକୋଲନ୍
05:41 one point eight nine ସ୍ପେସ୍ minus one point nine one ସ୍ପେସ୍ minus one point eight nine ସ୍କୋୟାର୍ ବ୍ରାକେଟ୍ ଶେଷ
05:53 Enter ଦାବନ୍ତୁ. ପରବର୍ତ୍ତୀ ପ୍ରମ୍ପ୍ଟ, matrix b ପାଇଁ
05:57 ତେଣୁ ଟାଇପ୍ କରନ୍ତୁ: ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, four point seven two ସେମିକୋଲନ୍ three point one ସେମିକୋଲନ୍ two point nine one ସ୍କୋୟାର୍ ବ୍ରାକେଟ୍ ଶେଷ
06:10 Enter ଦାବନ୍ତୁ
06:13 ଫଙ୍କଶନ୍ କଲ୍ ପାଇଁ, ଟାଇପ୍ କରନ୍ତୁ
06:16 naive gaussian elimination, ପାରେନ୍ଥେସିସ୍ ଆରମ୍ଭ, A କମା b ପାରେନ୍ଥେସିସ୍ ଶେଷ
06:24 Enter ଦାବନ୍ତୁ
06:26 ସରଳ ସମୀକରଣ ସିଷ୍ଟମଗୁଡିକର ସମାଧାନ, Scilab କନସୋଲ୍ ରେ ପ୍ରଦର୍ଶିତ ହୋଇଛି
06:32 ଏହାପରେ, ଆମେ ଗସ୍ ଜୋର୍ଡାନ୍ ମେଥଡ୍ ଅଧ୍ୟୟନ କରିବା
06:36 ଗସ୍ ଜୋର୍ଡାନ୍ ମେଥଡ୍ ରେ
06:38 ଅଗମେଣ୍ଟେଡ୍ ମେଟ୍ରିକ୍ସ ତିଆରି କରିବା ହେଉଛି, ପ୍ରଥମ ସୋପାନ
06:42 ଏହାପାଇଁ, କୋଏଫିସିଏଣ୍ଟ ମେଟ୍ରିକ୍ସ A ଏବଂ ଡାହାଣ ପଟେ ଥିବା ମେଟ୍ରିକ୍ସ b କୁ, ଏକ ସଙ୍ଗେ ଗୋଟିଏ ମେଟ୍ରିକ୍ସ ରେ ରଖନ୍ତୁ
06:50 ଏହାପରେ, ମେଟ୍ରିକ୍ସ A କୁ ଡାଏଗୋନାଲ୍ ଆକାର କୁ ପରିବର୍ତ୍ତନ କରିବା ପାଇଁ, row operations କାର୍ଯ୍ୟ କରନ୍ତୁ
06:56 ଡାଏଗୋନାଲ୍ ଆକାର ରେ, କେବଳ, a i i ଏଲିମେଣ୍ଟଗୁଡିକ ଅଣଶୂନ୍ୟ ଅଟନ୍ତି. ବାକି ଏଲିମେଣ୍ଟଗୁଡିକ ଯିରୋ ହେବେ
07:05 ତା’ପରେ, ଡାଏଗୋନାଲ୍ ଏଲିମେଣ୍ଟ ଓ ଡାହାଣପଟେ ଥିବା ଏଲିମେଣ୍ଟ୍ ସହ ସାଦୃଶ୍ୟ ଥିବା ଏଲିମେଣ୍ଟ୍ କୁ ଡାଏଗୋନାଲ୍ ଏଲିମେଣ୍ଟ ଦ୍ୱାରା ଭାଗ କରନ୍ତୁ
07:14 ଡାଏଗୋନାଲ୍ ଏଲିମେଣ୍ଟ କୁ ୱନ୍ ସହ ସମାନ ପାଇବା ପାଇଁ, ଏହା କରାଯାଏ
07:19 ଡାହାଣପଟେ ଥିବା ମେଟ୍ରିକ୍ସ ର ପ୍ରତ୍ୟେକ ରୋ ରେ ଥିବା ଏଲିମେଣ୍ଟ୍ ର ପରିଣାମୀ ଭାଲ୍ୟୁ, ପ୍ରତ୍ୟେକ ଭେରିଏବଲ ର ଭାଲ୍ୟୁ ପ୍ରଦାନ କରେ
07:27 ଗସ୍ ଜୋର୍ଡାନ୍ ମେଥଡ୍ ସାହାଯ୍ୟରେ, ଏହି ଉଦାହରଣର ସମାଧାନ କରନ୍ତୁ
07:33 ପ୍ରଥମେ, କୋଡ୍ ଦେଖନ୍ତୁ
07:36 କୋଡ୍ ର ପ୍ରଥମ ଲାଇନ୍, format function କୁ, ପ୍ରଦର୍ଶିତ ଉତ୍ତରର ଫର୍ମାଟ୍ କୁ ନିଶ୍ଚିତ କରିବା ପାଇଁ, ବ୍ୟବହାର କରେ
07:44 ପାରାମିଟର୍ e, ଉତ୍ତର scientific notationରେ ହେବା ଉଚିତ ବୋଲି ନିଶ୍ଚିତ କରେ
07:49 ଟ୍ୱେଣ୍ଟୀ (20), କେବଳ କୋଡିଏଟି ସଂଖ୍ୟା ପ୍ରଦର୍ଶିତ ହେବ ବୋଲି ସୂଚିତ କରେ
07:55 ତା’ପରେ, ଇନପୁଟ୍ ଫଙ୍କଶନ୍ ବ୍ୟବହାର କରି, A ଓ b ମେଟ୍ରିକ୍ସ ପ୍ରାପ୍ତ କରନ୍ତୁ
08:00 ଗସ୍ ଜୋର୍ଡାନ୍ ଏଲିମିନେଶନ୍ ଫଙ୍କଶନ୍ କୁ, ଇନପୁଟ୍ ଆର୍ଗୁମେଣ୍ଟ୍ A ଓ b ଏବଂ ଆଉଟପୁଟ୍ ଆର୍ଗୁମେଣ୍ଟ୍ x ସହିତ ପରିଭାଷିତ କରନ୍ତୁ
08:11 matrix A ର ଆକାର ପ୍ରାପ୍ତ କରନ୍ତୁ ଏବଂ ଏହାକୁ m ଓ n ରେ ଷ୍ଟୋର୍ କରନ୍ତୁ
08:17 ସେହିପରି, matrix b ର ଆକାର ପ୍ରାପ୍ତ କରନ୍ତୁ ଏବଂ ଏହାକୁ r ଓ s ରେ ଷ୍ଟୋର୍ କରନ୍ତୁ
08:23 ଯଦି, A ଓ b ର ଆକାର ଅନୁପଯୋଗୀ ହୁଅନ୍ତି, ତେବେ error function ବ୍ୟବହାର କରି, କନସୋଲ୍ ରେ ଗୋଟିଏ ତୃଟି ପ୍ରଦର୍ଶନ କରନ୍ତୁ
08:33 ମେଟ୍ରିକ୍ସ ର ଡାଏଗୋନାଲ୍ ଆକାର ପାଇବା ପାଇଁ, row operations ଉପରେ କାର୍ଯ୍ୟ କରନ୍ତୁ
08:38 ଏଠାରେ, pivot, କଲମ୍ ରେ ଥିବା ଗୋଟିଏ ଅଣଶୁନ୍ୟ ଏଲିମେଣ୍ଟ୍ କୁ ସଂକେତ କରେ
08:45 ଏହାପରେ, m ସଂଖ୍ୟକ ରୋ ଏବଂ s ସଂଖ୍ୟକ କଲମ୍ ଥିବା, ଗୋଟିଏ x ନାମକ, ଯିରୋ ମେଟ୍ରିକ୍ସ ସୃଷ୍ଟି କରନ୍ତୁ
08:52 ଥରେ ଡାଏଗୋନାଲ୍ ଆକାର ପ୍ରାପ୍ତ ହେଲା ପରେ
08:54 ପ୍ରତ୍ୟେକ ଭେରିଏବଲ୍ ର ଭାଲ୍ୟୁ ପାଇବା ପାଇଁ, augmented matrixର ଡାହାଣପଟ ଅଂଶ କୁ ସଦୃଶ ଡାଏଗୋନାଲ୍ ଏଲିମେଣ୍ଟ ସହ ବିଭକ୍ତ କରନ୍ତୁ
09:04 ପ୍ରତ୍ୟେକ ଭେରିଏବଲ୍ ର ଭାଲ୍ୟୁ, x ରେ ଷ୍ଟୋର୍ କରନ୍ତୁ
09:08 ତା’ପରେ, x ର ଭାଲ୍ୟୁ କୁ ରିଟର୍ନ କରନ୍ତୁ
09:11 ଶେଷରେ, ଫଙ୍କଶନ୍ କୁ ସମାପ୍ତ କରନ୍ତୁ
09:13 ବର୍ତ୍ତମାନ, ଫଙ୍କଶନ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ
09:18 ପ୍ରମ୍ପ୍ଟ, ଆମ ସାହାଯ୍ୟ ରେ matrix A ରେ ଭାଲ୍ୟୁ ପ୍ରବେଶ କରାଇଥାଏ
09:22 ତେଣୁ ଟାଇପ୍ କରନ୍ତୁ: ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, zero point seven କମା one seven two five ସେମି କୋଲନ୍
09:31 zero point four three five two କମା, ବିଯୋଗ five point four three three ସ୍କୋୟାର୍ ବ୍ରାକେଟ୍ ଶେଷ
09:41 Enter ଦାବନ୍ତୁ
09:43 ପରବର୍ତ୍ତୀ ପ୍ରମ୍ପ୍ଟ ହେଉଛି, ଭେକ୍ଟର୍ b ପାଇଁ
09:45 ତେଣୁ ଟାଇପ୍ କରନ୍ତୁ: ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, one seven three nine ସେମି କୋଲନ୍
09:51 three point two seven one ସ୍କୋୟାର୍ ବ୍ରାକେଟ୍ ଶେଷ
09:55 Enter ଦାବନ୍ତୁ
09:58 ଏହାପରେ, ଫଙ୍କଶନ୍ କଲ୍ ପାଇଁ, ଟାଇପ୍ କରନ୍ତୁ:
10:01 ଗସ୍ ଜୋର୍ଡାନ୍ ଏଲିମିନେଶନ୍, ପାରାନ୍ଥେସିସ୍ ଆରମ୍ଭ, A କମା b ପାରାନ୍ଥେସିସ୍ ଶେଷ
10:08 Enter ଦାବନ୍ତୁ
10:10 x one ଓ x two ର ଭାଲ୍ୟୁଗୁଡିକ କନସୋଲରେ ପ୍ରଦର୍ଶିତ ହେବ
10:15 ସଂକ୍ଷିପ୍ତରେ
10:18 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
10:21 ସରଳ ସମୀକରଣଗୁଡିକ ସିଷ୍ଟମ୍ ର ସମାଧାନ ପାଇଁ Scilab କୋଡ୍ ବିକଶିତ କରିବା
10:25 ସରଳ ସମୀକରଣଗୁଡିକ ସିଷ୍ଟମ୍ ରେ ଥିବା ଅଜଣା ଭେରିଏବଲ୍ ର ଭାଲ୍ୟୁ ପ୍ରାପ୍ତ କରିବା
10:32 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
10:35 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:38 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:45 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
10:48 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
10:52 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:59 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:03 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:10 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
11:21 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
11:23 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep