Inkscape/C4/Mango-pattern-for-Textile-design/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ବନ୍ଧୁଗଣ, Inkscapeରେ ଥିବା Mango Pattern for textile designର ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ Mango ପ୍ୟାଟର୍ନ ସୃଷ୍ଟି କରିବା, Pattern along Path ବ୍ୟବହାର କରି ଡ୍ର କରି ଶିଖିବା
00:17 ଏହାକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି, Ubuntu Linux 12.04 OS, Inkscape ଭର୍ସନ୍ 0.91
00:26 Inkscapeକୁ ଖୋଲନ୍ତୁ
00:28 Bezier tool ଚୟନ କରନ୍ତୁ. Tool Controls bar ଉପରେ, Modeକୁ Create Spiro pathରେ ଏବଂ Shapeକୁ Ellipseରେ ପରିବର୍ତ୍ତନ କରନ୍ତୁ
00:38 ବର୍ତ୍ତମାନ, ପ୍ରଦର୍ଶିତ ହେବା ଭଳି canvas ଉପରେ ମ୍ୟାଙ୍ଗୋ ପ୍ରକାରର ଗୋଟିଏ ଡିଜାଇନ୍ ଡ୍ର କରନ୍ତୁ. ଏହା ଗୋଟିଏ ମ୍ୟାଙ୍ଗୋ ପ୍ୟାଟର୍ନ ଭଳି ଦେଖାଯିବା ଉଚିତ
00:47 ତ’ପରେ Star toolକୁ ଚୟନ କରନ୍ତୁ
00:50 ବର୍ତ୍ତମାନ canvas ଉପରେ ଗୋଟିଏ ଷ୍ଟାର୍ ଡ୍ର କରନ୍ତୁ. Selector tool ଉପରେ କ୍ଲିକ୍ କରନ୍ତୁ
00:55 Tool controls bar ଉପରେ, Width ଓ Heightକୁ 30ରେ ପରିବର୍ତ୍ତନ କରନ୍ତୁ
01:00 କଲରକୁ ରେଡରେ ପରିବର୍ତ୍ତନ କରନ୍ତୁ
01:03 ତା’ପରେ ଷ୍ଟାରର ଗୋଟିଏ ରୋ’ ପ୍ୟାଟର୍ନ ସୃଷ୍ଟି କରନ୍ତୁ
01:07 ଏହା କରିବା ପାଇଁ, Edit ମେନୁକୁ ଯା’ନ୍ତୁ, Clone ଉପରେ କ୍ଲିକ୍ କରନ୍ତୁ ଏବଂ Tiled Clones ସୃଷ୍ଟି କରନ୍ତୁ
01:16 Reset ଉପରେ କ୍ଲିକ୍ କରନ୍ତୁ
01:18 Rowର ସଂଖ୍ୟା 1କୁ ଏବଂ Columnsର ସଂଖ୍ୟା 46କୁ ପରିବର୍ତ୍ତନ କରନ୍ତୁ
01:24 Columnsର ସଂଖ୍ୟା, ମ୍ୟାଙ୍ଗୋ ଶେପ୍ ର ଆକାର ଅନୁସାରେ ପରିବର୍ତ୍ତନ ହୋଇପାରେ
01:28 Create ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ରୋ’ ପ୍ୟାଟର୍ନ ସୃଷ୍ଟି ହୋଇଛି
01:33 ସମଗ୍ର ଷ୍ଟାରଗୁଡିକୁ ଚୟନ କରନ୍ତୁ ଏବଂ ସେମାନଙ୍କୁ ଗ୍ରୁପ୍ କରିବା ପାଇଁ Ctrl + G ଦାବନ୍ତୁ
01:38 ବର୍ତ୍ତମାନ ଉଭୟ ମ୍ୟାଙ୍ଗୋ ସେପ୍ ଓ ଷ୍ଟାର୍ ପ୍ୟାଟର୍ନକୁ ଚୟନ କରନ୍ତୁ
01:42 Extensionsକୁ ଯା’ନ୍ତୁ, Generate from Path ଉପରେ ଏବଂ ତା’ପରେ Pattern along Path ଉପରେ କ୍ଲିକ୍ କରନ୍ତୁ
01:49 Apply ଉପରେ କ୍ଲିକ୍ କରିବା ସହିତ ଡାଇଲଗ୍ ବକ୍ସକୁ ବନ୍ଦ କରନ୍ତୁ
01:53 ସେପ୍ ଉପରେ ଷ୍ଟାର୍ ପ୍ୟାଟର୍ନ ସୃଷ୍ଟି ହେବାର ଲକ୍ଷ୍ୟ କରନ୍ତୁ
01:57 ବର୍ତ୍ତମାନ ମ୍ୟାଙ୍ଗୋ ଶେପ୍ କୁ ଓ ଷ୍ଟାର ରୋ’କୁ ଚୟନ କରନ୍ତୁ ଏବଂ ସେଗୁଡିକୁ ଡିଲିଟ୍ କରନ୍ତୁ
02:01 ଷ୍ଟାର୍ ପ୍ୟାଟର୍ନକୁ ଚୟନ କରନ୍ତୁ ଏବଂ ଏହାର ଡୁପ୍ଲିକେଟ୍ କରିବା ପାଇଁ Ctrl + Dକୁ ଦାବନ୍ତୁ
02:07 ବର୍ତ୍ତମାନ ଡୁପ୍ଲିକେଟ୍ ପ୍ୟାଟର୍ନକୁ ଚୟନ କରନ୍ତୁ ଏବଂ Ctrl କୀକୁ ଦାବି ଏହାକୁ ରିସାଇଜ୍ କରନ୍ତୁ
02:13 ଏହାକୁ ଅସଲ ପ୍ୟାଟର୍ନର କେନ୍ଦ୍ରରେ ରଖନ୍ତୁ
02:16 ବର୍ତ୍ତମାନ ମ୍ୟାଙ୍ଗୋ ପ୍ୟାଟର୍ନ ମଧ୍ୟରେ ଥିବା ଖାଲି ସ୍ଥାନକୁ ଅନ୍ୟ ଏକ ଡିଜାଇନ୍ ସାହାଯ୍ୟରେ ପୁରଣ କରନ୍ତୁ
02:21 Bezier ଟୂଲକୁ ଚୟନ କରନ୍ତୁ. ପ୍ରଦର୍ଶିତ ହେବା ଭଳି ଡିଜାଇନ୍ ଡ୍ର କରନ୍ତୁ
02:28 ବର୍ତ୍ତମାନ Path ମେନୁକୁ ଯା’ନ୍ତୁ. Path Effectsକୁ ଚୟନ କରନ୍ତୁ
02:32 Pattern along Path ଅଧିନରେ, ଅନେକ ଗୁଡିଏ ଅପଶନ୍ ଦେଖିବାକୁ ପାଇବେ
02:37 Pattern ସୋର୍ସରେ, ପ୍ରଥମ ଅପଶନ୍ ଉପରେ କ୍ଲିକ୍ କରନ୍ତୁ ଯାହା Edit on-canvas ଅଟେ
02:43 ଏଠାରେ canvasର ଉପର ବାମ ପଟେ ଚାରୋଟି nodes ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରନ୍ତୁ
02:48 nodesକୁ ପ୍ରାଞ୍ଜଳ ଭାବେ ଦେଖିବା ପାଇଁ ଯୁମ୍ ଇନ୍ କରନ୍ତୁ. ଏହାକୁ ପ୍ୟାଟର୍ନର ନିକଟକୁ ନିଅନ୍ତୁ
02:54 ବର୍ତ୍ତମାନ nodes ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ. ଶେପ୍ ରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
03:00 Selector ଟୂଲ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ Path ମେନୁକୁ ଯିବା ସହିତ Object to Path ଉପରେ କ୍ଲିକ୍ କରନ୍ତୁ
03:06 ରିସାଇଜ୍ କଲା ସମୟରେ, ଶେପ୍ ରେ କୌଣସି ପରିବର୍ତ୍ତନକୁ ଏଡାଇବା ପାଇଁ ଏପରି କରାଯାଇଥାଏ
03:12 ପ୍ରଦର୍ଶିତ ହେବା ଭଳି ପ୍ୟାଟର୍ନକୁ ରିସାଇଜ୍ କରନ୍ତୁ. ଏହାର ଡୁପ୍ଲିକେଟ୍ କରନ୍ତୁ ଏବଂ ମ୍ୟାଙ୍ଗୋ ପ୍ୟାଟର୍ନ ମଧ୍ୟରେ ରଖନ୍ତୁ
03:20 ତା’ପରେ କ୍ଷୁଦ୍ରତମ ମ୍ୟାଙ୍ଗୋ ପ୍ୟାଟର୍ନ ମଧ୍ୟରେ ଥିବା ଶୁନ୍ୟ ସ୍ଥାନକୁ ପୁରଣ କରନ୍ତୁ
03:25 Star ଟୂଲ୍ ଉପରେ କ୍ଲିକ୍ କରିବା ସହିତ ଗୋଟିଏ ଷ୍ଟାର ଡ୍ର କରନ୍ତୁ
03:28 ଇନର୍ ହ୍ୟାଣ୍ଡଲ୍ ଉପରେ କ୍ଲିକ୍ କରିବା ସହିତ ଏହି ପରି ଗୋଟିଏ ସେପ୍ ସୃଷ୍ଟି କରନ୍ତୁ. କଲରକୁ ବ୍ଲୁରେ ପରିବର୍ତ୍ତନ କରନ୍ତୁ
03:34 Selector ଟୂଲ ଉପରେ କ୍ଲିକ୍ କରିବା ସହିତ ଶେପ୍ କୁ ରିସାଇଜ୍ କରନ୍ତୁ
03:38 ଏହି ଶେପ୍ କୁ ଡୁପ୍ଲିକେଟ୍ କରନ୍ତୁ ଏବଂ କ୍ଷୁଦ୍ରତମ ମ୍ୟାଙ୍ଗୋ ପ୍ୟାଟର୍ନକୁ ପୁରଣ କରନ୍ତୁ
03:47 ସମସ୍ତ ଅବଜେକ୍ଟକୁ ଚୟନ କରିବା ପାଇଁ Ctrl + Aକୁ ଦାବନ୍ତୁ. ଏବଂ ସେମାନଙ୍କୁ ଗ୍ରୁପ୍ କରିବା ପାଇଁ Ctrl + Gକୁ ଦାବନ୍ତୁ
03:53 ପ୍ୟାଟର୍ନକୁ ରିସାଇଜ୍ କରନ୍ତୁ ଏବଂ ଏହାକୁ canvasର ଉପର ବାମ ପଟେ ସ୍ଥାପନ କରନ୍ତୁ
03:58 କ୍ଲୋନିଙ୍ଗ ବ୍ୟବହାର କରି ଏହି ପ୍ୟାଟର୍ନର ପୁନରାବୃତ୍ତି କରନ୍ତୁ. Edit ମେନୁକୁ ଯା’ନ୍ତୁ. Clone ଉପରେ ଏବଂ ତା’ପରେ Create Tiled clones ଉପରେ କ୍ଲିକ୍ କରନ୍ତୁ
04:07 Symmetry ଟାବ୍ ଅଧିନରେ, ମୋଡ୍ Simple translation ହେବା ଉଚିତ
04:12 ରୋ’ର ସଂଖ୍ୟାକୁ 8ରେ ଏବଂ କଲମର ସଂଖ୍ୟାକୁ 5ରେ ପରିବର୍ତ୍ତନ କରନ୍ତୁ
04:17 Shift ଟାବ୍ ଉପରେ କ୍ଲିକ୍ କରନ୍ତୁ. Per columnର Shift X ଭେଲ୍ୟୁକୁ 30ରେ ପରିବର୍ତ୍ତନ କରନ୍ତୁ
04:24 Create ବଟନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ canvas ଉପରେ ପୁନରାବୃତ୍ତି ସୃଷ୍ଟି ହୋଇଛି
04:32 ଗୋଟିଏ କୁର୍ତା ଉପରେ ପ୍ୟାଟର୍ନ ଏହି ଭଳି ଦେଖାଯିବ
04:35 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ ମ୍ୟାଙ୍ଗୋ ପ୍ୟାଟର୍ନ ସୃଷ୍ଟି କରିବା, Pattern along Path ବ୍ୟବହାର କରି ଡ୍ର କରିବା ଶିଖିଲେ
04:44 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. ଗୋଟିଏ ଲିଫ୍ ପ୍ୟାଟର୍ନ ସୃଷ୍ଟି କରନ୍ତୁ
04:47 ଆପଣଙ୍କ ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
04:52 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଦେଖନ୍ତୁ
04:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ, ଦୟାକରି ଆମକୁ ଲେଖନ୍ତୁ
05:07 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
05:16 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep