Firefox/C3/Themes-Popup-blocking/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, Mozilla Firefoxରେ ଥିବା Themes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ, Mozilla Firefoxରେ ଥିବା Themes, Personas, Ad blocking ବିଷୟରେ ଶିଖିବା
00:13 Mozilla Firefox ୟୁଜରମାନଙ୍କର ପସନ୍ଦକୁ ସୁହାଇଲା ଭଳି କଷ୍ଟମାଇଜେଶନ୍ ଉପଲବ୍ଧ କରାଇଥାଏ
00:20 କଷ୍ଟମାଇଜେଶନ୍ ମଧ୍ୟରୁ ଗୋଟିଏ ହେଉଛି, Themes
00:23 ଗୋଟିଏ ଥିମ୍: * Firefoxର ପ୍ରଦର୍ଶନକୁ ପରିବର୍ତ୍ତନ କରିଥାଏ
00:27 ବ୍ୟାକଗ୍ରାଉଣ୍ଡର କଲର୍, ବଟନଗୁଡିକର କଲର୍ ଓ ଲେଆଉଟକୁ ପରିବର୍ତ୍ତନ କରିଥାଏ
00:32 ଏହି ଟ୍ୟୁଟୋରିଆଲରେ Ubuntu 10.04 ସହିତ Firefox version 7.0 ବ୍ୟବହୃତ ହେଉଛି
00:40 ଗୋଟିଏ Firefox ବ୍ରାଉଜରକୁ ଖୋଲନ୍ତୁ
00:43 ପ୍ରଥମେ Mozilla Firefoxର Themeକୁ କିପରି ପରିବର୍ତ୍ତନ କରାଯାଏ ଚାଲନ୍ତୁ ଶିଖିବା
00:48 ପ୍ରଥମେ ବିକଳ୍ପ Load images automaticallyକୁ କାର୍ଯ୍ୟକାରୀ କରନ୍ତୁ ଯାହାଦ୍ଵାରା ବ୍ରାଉଜରରେ ପ୍ରଦର୍ଶିତ ହେଉଥିବା ଇମେଜଗୁଡିକୁ ଦେଖିପାରିବା
00:58 Menu ବାରରେ ପ୍ରଥମେ Edit ଓ ତା’ପରେ Preferences ଉପରେ କ୍ଲିକ୍ କରନ୍ତୁ
01:03 Preferences ଡାଇଲଗ୍ ବକ୍ସରେ Content ଟାବକୁ ଚୟନ କରନ୍ତୁ
01:08 Load images automatically ବକ୍ସକୁ ଚେକ୍ କରନ୍ତୁ
01:12 Close ଉପରେ କ୍ଲିକ କରନ୍ତୁ
01:14 ବର୍ତ୍ତମାନ, URL bar ଉପରେ କ୍ଲିକ୍ କରିବା ସହ ଟାଇପ୍ କରନ୍ତୁ: addons ଡଟ୍ mozilla ଡଟ୍ org ସ୍ଲାଶ୍ firefox ସ୍ଲାଶ୍ themes
01:25 Enter ଦାବନ୍ତୁ
01:27 ଏହା ଆମକୁ Themes ପାଇଁ Mozilla Firefox Add-ons ପେଜକୁ ନେଇଯିବ
01:32 ଏଠାରେ thumbnails ଭାବେ ଅନେକ ସଂଖ୍ୟକ ଥିମଗୁଡିକୁ ଦେଖିବାକୁ ପାଇବେ
01:37 ଥିମଗୁଡିକ କିପରି ଦୃଶ୍ୟମାନ ହେବ ତାହା thumbnailଗୁଡିକ ପ୍ରଦର୍ଶନ କରିଥା’ନ୍ତି
01:41 ଏଠାରେ ଥିମକୁ preview କରିପାରିବେ,
01:43 ଉପଲବ୍ଧ ଥିମଗୁଡିକର ଶ୍ରେଣୀକୁ ଦେଖିପାରିବେ ଏବଂ
01:46 ଅନ୍ୟ ୟୁଜରମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ରେଟିଙ୍ଗକୁ ଦେଖିପାରିବେ ଯେଉଁମାନେ ଥିମକୁ ବ୍ୟବହାର କରିଛନ୍ତି
01:52 କିଛି ଥିମଗୁଡିକ ଉପରେ mouse pointerକୁ ହୋଭର୍ କରନ୍ତୁ
01:57 ବର୍ତ୍ତମାନ, ଥିମ୍ Shine Bright Skin ଉପରେ କ୍ଲିକ୍ କରନ୍ତୁ
02:01 ଏହି ପେଜରେ ଉପଲବ୍ଧ ଥିବା ଅନେକଙ୍କ ମଧ୍ୟରୁ ଏହା ଗୋଟିଏ ଥିମ୍ ଅଟେ
02:05 Shine Bright Skinର ଥିମ୍ ପେଜ୍ ଦୃଶ୍ୟମାନ ହେବ
02:09 Continue to Download ବଟନ୍ ଉପରେ କ୍ଲିକ୍ କରନ୍ତୁ
02:12 ଏହା ଆପଣଙ୍କୁ ଗୋଟିଏ ପେଜକୁ ନେଇଯିବ ଯେଉଁଠି ଥିମ୍ ଉପରେ ଅତିରିକ୍ତ ବିବରଣୀ ପ୍ରାପ୍ତ ହେବ
02:17 themeକୁ ଇନଷ୍ଟଲ୍ କରିବା ପାଇଁ Add to Firefox ବଟନ୍ ଉପରେ କ୍ଲିକ୍ କରନ୍ତୁ
02:22 Add-onର ଡାଉନଲୋଡିଙ୍ଗ ପ୍ରୋଗେସ୍ ବାର୍ ଦୃଶ୍ୟମାନ ହେବ
02:27 ତା’ପରେ Software Installation ସୁନିଶ୍ଚିତ ହେବା ଗୋଟିଏ ବାର୍ତ୍ତା ଦୃଶ୍ୟମାନ ହେବ
02:32 Install Now ଉପରେ କ୍ଲିକ୍ କରନ୍ତୁ
02:34 theme will be installed once you restart Firefox ନାମକ ଗୋଟିଏ ବାର୍ତ୍ତା ପ୍ରଦର୍ଶିତ ହୋଇଛି
02:40 Restart Now ଉପରେ କ୍ଲିକ୍ କରନ୍ତୁ
02:43 Mozilla Firefox ବନ୍ଦ ହୋଇଯିବ
02:46 ଯେତେବେଳେ ଏହା ପୂନର୍ବାର ଆରମ୍ଭ ହେବ, ନୁତନ ଥିମ୍ କାର୍ଯ୍ୟକାରୀ ହୋଇଯାଇଥିବ
02:51 Themes ପେଜକୁ ଫେରିଆସନ୍ତୁ
02:54 ବର୍ତ୍ତମାନ ଅନ୍ୟ ଏକ ଥିମକୁ ଚୟନ କରନ୍ତୁ
02:57 ଏହି ଥିମ୍ Add to Firefox ବଟନକୁ ପ୍ରଦର୍ଶନ କରିବ
03:01 ଏହା ଚୟନୀତ ଥିମକୁ ଡାଉନଲୋଡ୍ କରିବ
03:05 ଥରେ ଡାଉନଲୋଡ୍ ସମ୍ପୂର୍ଣ୍ଣ ହେଲାପରେ, ଗୋଟିଏ ସତର୍କ ବାର୍ତ୍ତା ଥିବା ୱିଣ୍ଡୋ ଦୃଶ୍ୟମାନ ହେବ
03:10 Install Now ବଟନ୍ ଉପରେ କ୍ଲିକ୍ କରନ୍ତୁ
03:13 Firefox ବ୍ରାଉଜରକୁ ରିଷ୍ଟାର୍ଟ କରିବା ପାଇଁ ଆପଣଙ୍କୁ ପ୍ରମ୍ପ୍ଟ କରାଯିବ
03:16 Restart Now ବଟନ୍ ଉପରେ କ୍ଲିକ୍ କରନ୍ତୁ
03:19 Mozilla Firefox ବନ୍ଦ ହୋଇଯିବ
03:22 ଯେତେବେଳେ ଏହା ପୂନର୍ବାର ଆରମ୍ଭ ହେବ, ନୁତନ ଥିମଗୁଡିକ କାର୍ଯ୍ୟକାରୀ ହୋଇଯାଇଥିବ
03:27 ତେଣୁ ଦେଖନ୍ତୁ, Themes ବ୍ରାଉଜରର ଲୂକ୍ ଓ ଫୀଲକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ
03:31 ଆପଣଙ୍କ ସ୍ଵତନ୍ତ୍ର ପସନ୍ଦ ଅନୁସାରେ ଏହା Firefox ବ୍ରାଉଜରକୁ କଷ୍ଟମାଇଜ୍ କରିଥାଏ
03:36 ଯଦି କୌଣସି କାରଣରୁ ଆପଣ ଡିଫଲ୍ଟ ଥିମକୁ ଫେରିଯିବାକୁ ଚାହାଁନ୍ତି
03:40 ତେବେ Tools ଓ ତା’ପରେ Add-ons ଉପରେ କ୍ଲିକ୍ କରନ୍ତୁ
03:44 ବାମପଟ ପ୍ୟାନେଲରେ ଥିବା Appearance ଟାବ୍ ଉପରେ କ୍ଲିକ୍ କରନ୍ତୁ
03:48 ଏଠାରେ, ଡାଉନଲୋଡ୍ ହୋଇସାରିଥିବା ସମସ୍ତ ଥିମଗୁଡିକ ଦୃଶ୍ୟମାନ ହେବ
03:53 ଏଠାରେ Default Themeକୁ ଦେଖନ୍ତୁ
03:56 Enable ବଟନ୍ ଉପରେ କ୍ଲିକ୍ କରନ୍ତୁ
03:59 Restart Now ବଟନ୍ ଉପରେ କ୍ଲିକ୍ କରନ୍ତୁ
04:02 Mozilla Firefox ବନ୍ଦ ହୋଇଯିବ ଏବଂ ପୂନର୍ବାର ଆରମ୍ଭ ହେବ
04:06 ଯେତେବେଳେ ଏହା ରିଷ୍ଟାର୍ଟ ହେବ, Default theme ପୁନର୍ବାର ଦୃଶ୍ୟମାନ ହେବ
04:12 Add-ons ଟାବକୁ ବନ୍ଦ କରନ୍ତୁ
04:16 Firefox ପାଇଁ Personaଗୁଡିକ ଫ୍ରୀ, ସହଜ ଭାବେ ଇନଷ୍ଟଲ୍ ହେଉଥିବା skinଗୁଡିକ ଅଟନ୍ତି
04:22 Personas Plus ଏହା ବିଲ୍ଟ-ଇନ୍ ଫଙ୍କଶନାଲିଟୀକୁ ଅଧିକ ବିକଶିତ କରେ:
04:26 ଅଧିକ ନିୟନ୍ତ୍ରଣ ପ୍ରଦାନ
04:28 ନୁତନକୁ ସହଜରେ ଆକ୍ସେସ୍ କରିବା, ଲୋକପ୍ରୀୟ ଏବଂ ନିଜ ପସନ୍ଦର Personaଗୁଡିକୁ ମଧ୍ୟ
04:34 URL ବାର୍ ଉପରେ କ୍ଲିକ୍ କରିବା ସହ ଟାଇପ୍ କରନ୍ତୁ: addons dot mozilla dot org slash firefox slash personas
04:44 Enter ଦାବନ୍ତୁ
04:47 ଏହା ଆମକୁ Personas ପାଇଁ Mozilla Firefox Add-ons ପେଜକୁ ନେଇଯିବ
04:52 ଏଠାରେ ଅନେକ ସଂଖ୍ୟକ Personasକୁ ଦେଖିବାକୁ ପାଇବେ
04:56 ନିଜ ପସନ୍ଦର ଯେକୌଣସି Persona ଉପରେ କ୍ଲିକ୍ କରନ୍ତୁ
05:01 ଏହା ଆପଣଙ୍କୁ ଚୟନୀତ Personaର ସମ୍ପୂର୍ଣ୍ଣ ବିବରଣୀ ପ୍ରାପ୍ତ କରିବା ପାଇଁ ଗୋଟିଏ ପେଜକୁ ନେଇଯିବ
05:06 Add to Firefox ବଟନ୍ ଉପରେ କ୍ଲିକ୍ କରନ୍ତୁ
05:09 ଉପରିଭାଗରେ ଗୋଟିଏ Notification ବାର୍ ଦୃଶ୍ୟମାନ ହେବ ଯାହା ଏକ ନୁତନ ଥିମ୍ ଇନଷ୍ଟଲ୍ ହୋଇଥିବା ସୂଚିତ କରିବ
05:16 Notification ବାରର ଡାହାଣ ପଟେ ଥିବା ସ୍ମଲ୍ x ଚିହ୍ନ ଉପରେ କ୍ଲିକ୍ କରନ୍ତୁ
05:21 Firefox ଏହି Personaକୁ ଅଟୋମାଟିକାଲୀ ଇନଷ୍ଟଲ୍ କରିବ
05:28 ଅନେକ ସମୟରେ ଇଣ୍ଟର୍ନେଟ୍ ବ୍ୟବହାରରେ ads ଅନ୍ତରାୟ ସୃଷ୍ଟି କରିଥାଏ
05:32 କିନ୍ତୁ କିଛି ନିର୍ଦ୍ଦିଷ୍ଟ ସଫ୍ଟୱେର୍ ଅଛି ଯାହା adsକୁ ବ୍ଲକ୍ କରିବରେ ସାହାଯ୍ୟ କରେ
05:36 ସେହିପରି ଗୋଟିଏ ଆଡ-ଅନ୍ ହେଉଛି, Adblock
05:39 ପ୍ରଥମେ Tools ଏବଂ ତା’ପରେ Add-ons ଉପରେ କ୍ଲିକ୍ କରନ୍ତୁ
05:43 ଉପରିଭାଗ ଡାହାଣ ପଟ କୋଣରେ ଥିବା ସର୍ଚ ଟାବରେ Adblock ପାଇଁ ସର୍ଚ କରନ୍ତୁ. Enter ଦାବନ୍ତୁ
05:51 Adକୁ ବ୍ଲକ୍ କରୁଥିବା ସଫ୍ଟୱେରର ଗୋଟିଏ ତାଲିକା ଦୃଶ୍ୟମାନ ହୋଇଛି
05:55 Adblock Plus ପାଇଁ Install ବଟନ୍ ଉପରେ କ୍ଲିକ୍ କରନ୍ତୁ
05:59 Adblock ଡାଉନଲୋଡ୍ ହେବା ଆରମ୍ଭ ହେବ
06:02 ଏହା ଅଟେ! ବର୍ତ୍ତମାନ Ad blocker ଇନଷ୍ଟଲ୍ ହୋଇଯାଇଛି
06:06 ଗୋଟିଏ ନୋଟିଫିକେଶନ୍ ବାର୍ତ୍ତା ଦୃଶ୍ୟମାନ ହେବ ଯାହା Adblock will be installed after you restart Firefox ବୋଲି କହିବ
06:14 ଲିଙ୍କ Restart Now ଉପରେ କ୍ଲିକ୍ କରନ୍ତୁ
06:17 Mozilla Firefox ବନ୍ଦ ହୋଇଯିବ ଏବଂ ପୂନର୍ବାର ଆରମ୍ଭ ହେବ
06:21 ଯେତେବେଳେ ଏହା ପୂନର୍ବାର ଆରମ୍ଭ ହେବ, ad blocker କାର୍ଯ୍ୟକାରୀ ହେବ
06:25 କିନ୍ତୁ ad blockerର ବ୍ୟବହାର ଦ୍ଵାରା କିଛି ଅନୁଚିତ ପରିଣାମ ଦେଖାଦେବ
06:30 କିଛି ସାଇଟ୍ ସେମାନଙ୍କ ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦେବେ ନାହିଁ ଯେତେବେଳେ ad blocker କାର୍ଯ୍ୟକ୍ଷମ ଥିବ
06:35 ଏହାର କାରଣ ହେଉଛି ଅନେକ ଫ୍ରୀ ସାଇଟ୍ ଅଛନ୍ତି ଯେଉଁମାନେ adsରୁ ରୋଜଗାର କରିଥା’ନ୍ତି
06:41 Adblocker ଆପଣଙ୍କ ବ୍ରାଉଜରରେ କିଛି ସାଇଟର ପ୍ରଦର୍ଶନକୁ ପ୍ରତିହତ କରିପାରେ
06:46 ଏହି ପରିସ୍ଥିତିକୁ ଯତ୍ନସହକାରେ ଗ୍ରହଣ କରିବେ ଯେତେବେଳେ adsକୁ ବ୍ଲକ୍ କରିବେ
06:51 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:54 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Themes, Personas ଓ Ad blocking
07:00 ଏହି ଆସାଇନମେଣ୍ଟକୁ ଚେଷ୍ଟା କରନ୍ତୁ
07:03 ଥିମ୍ NASA night launchକୁ ଇନଷ୍ଟଲ୍ କରନ୍ତୁ
07:06 ତା’ପରେ default themeକୁ ଫେରିଆସନ୍ତୁ
07:10 yahoo.com ବ୍ୟତିତ ଅନ୍ୟ ସମସ୍ତ ପପ୍-ଅପଗୁଡିକୁ ବ୍ଲକ୍ କରନ୍ତୁ
07:15 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:18 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:21 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:28 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:31 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:35 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:41 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:45 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:53 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:56 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ
08:08 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep