Firefox/C3/Bookmarks/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, Mozilla Firefoxରେ ଥିବା Organizing Bookmarks and Printing ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ Bookmarks ବିଷୟରେ ଶିଖିବା
00:11 ଆମେ ଶିଖିବା କିପରି ବୂକମାର୍କଗୁଡିକୁ ବ୍ୟବସ୍ଥିତ କରିବା, Firefox ପେଜକୁ ସେଟପ୍ କରିବା, ଏହାକୁ ପ୍ରିଭ୍ୟୁ ଓ ପ୍ରିଣ୍ଟ କରିବା
00:18 ଏଠାରେ ଆମେ Ubuntu 10.04 ସହିତ Firefox version 7.0 ବ୍ୟବହାର କରୁଛୁ
00:26 Firefox ବ୍ରାଉଜରକୁ ଖୋଲନ୍ତୁ
00:29 ଡିଫଲ୍ଟ ଭାବେ yahooର home page ଖୋଲିବ
00:32 Bookmarks ଆପଣ ବାରମ୍ବାର ବ୍ୟବହାର କରୁଥିବା pageକୁ ନାଭିଗେଟ୍ କରିବାରେ ସାହାଯ୍ୟ କରିବ
00:37 ଗୋଟିଏ ପୂର୍ବ ଟ୍ୟୁଟୋରିଆଲରେ ଆମେ Bookmarks ବିଷୟରେ ଅଳ୍ପ କିଛି ଶିଖିଛେ
00:42 ଆମେ ସେଠାରେ gmail ପାଇଁ ଗୋଟିଏ ବୂକମାର୍କକୁ ମଧ୍ୟ ସଂଯୁକ୍ତ କରିଥିଲେ
00:46 gmail home pageକୁ ଖୋଲିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ
00:50 ଆପଣ gmail home pageକୁ ଚାଲିଯିବେ
00:53 Address ବାରସ୍ଥିତ gmail ଆଡ୍ରେସର ଡାହାଣ ପଟେ ଥିବା ହଳଦିଆ ଷ୍ଟାରକୁ ଲକ୍ଷ୍ୟ କଲେ କି?
00:59 ଏହା, ଏହି ସାଇଟ୍ ବୂକମାର୍କ ହୋଇଛି ବୋଲି ସୂଚିତ କରେ
01:03 ଆପଣ ଗୋଟିଏ ବୂକମାର୍କର ନାମକୁ ପରିବର୍ତ୍ତନ କରିବା ସହ ଏହାକୁ ଅନ୍ୟ ଏକ ଫୋଲ୍ଡରରେ ଷ୍ଟୋର୍ କରିବା ପାଇଁ ମଧ୍ୟ ଷ୍ଟାରକୁ ବ୍ୟବହାର କରିପାରିବେ
01:09 gmailର ନାମକୁ mygmailpageରେ ପରିବର୍ତ୍ତନ କରିବା ସହିତ ଏହାକୁ MyNewBookmarks ନାମକ ଗୋଟିଏ ନୁତନ ଫୋଲ୍ଡରରେ ଷ୍ଟୋର୍ କରନ୍ତୁ
01:18 Address ବାରରେ ଥିବା ହଳଦିଆ ଷ୍ଟାର୍ ଉପରେ କ୍ଲିକ୍ କରନ୍ତୁ
01:22 Edit This Bookmark ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
01:25 Name ଫିଲ୍ଡରେ mygmailpageକୁ ପ୍ରବେଶ କରନ୍ତୁ
01:29 Folder ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରିବା ସହ Choose ଚୟନ କରନ୍ତୁ
01:34 Bookmarks menuକୁ ଚୟନ କରିବା ସହ New folder ଉପରେ କ୍ଲିକ୍ କରନ୍ତୁ
01:39 ଗୋଟିଏ New Folder ସୃଷ୍ଟି ହେବ
01:41 ଏହି MyBookmarks ଫୋଲ୍ଡରକୁ ରିନେମ୍ କରନ୍ତୁ
01:45 Tagsରେ ଟାଇପ୍ କରନ୍ତୁ: email
01:49 Tag ବୂକମାର୍କଗୁଡିକୁ ଶ୍ରେଣୀଭୁକ୍ତ କରିବରେ ସାହାଯ୍ୟ କରେ
01:52 ଗୋଟିଏ ବୂକମାର୍କ ସହିତ ଆପଣ ଅନେକ ଟାଗଗୁଡିକୁ ସଂଯୁକ୍ତ କରିପାରିବେ
01:55 ଉଦାହରଣସ୍ଵରୂପ, ଯେତେବେଳେ ଆପଣ ଗୋଟିଏ ସପିଙ୍ଗ ସାଇଟକୁ ବୂକମାର୍କ କରିବେ,
01:58 ଆପଣ ଶବ୍ଦଗୁଡିକ ଯେପରି gifts, books କିମ୍ବା toys ସହିତ ଟାଗ୍ କରିପାରନ୍ତି
02:03 Done ଉପରେ କ୍ଲିକ୍ କରନ୍ତୁ
02:06 ଅନ୍ୟ ଭାବେ, ପେଜକୁ ବୂକମାର୍କ କରିବା ପାଇଁ
02:09 ଆପଣ Ctrl ଓ D କୀଗୁଡିକୁ ମଧ୍ୟ ଦାବି ପାରିବେ
02:12 Menu ବାରରେ ଥିବା Bookmarks ଉପରେ କ୍ଲିକ୍ କରନ୍ତୁ
02:16 Bookmarks ମେନୁରେ MyBookMarks ଫୋଲ୍ଡର୍ ଦୃଶ୍ୟମାନ ହୋଇଛି
02:20 ଫୋଲ୍ଡର୍ ଉପରେ କର୍ସରକୁ ରଖନ୍ତୁ
02:23 ବୂକମାର୍କ mygmailpage ସେଠାରେ ସେଭ୍ ହୋଇଛି
02:27 ବର୍ତ୍ତମାନ, Address ବାରରେ ଟାଗ୍ emailକୁ ଟାଇପ୍ କରନ୍ତୁ
02:31 mygmailpage ସାଇଟ୍ ତାଲିକାରେ ପ୍ରଥମ ବିକଳ୍ପ ଭାବେ ପ୍ରଦର୍ଶିତ ହୋଇଥିବାକୁ ଲକ୍ଷ୍ୟ କରନ୍ତୁ
02:38 ତେଣୁ, ବୂକମାର୍କକୁ ରିନେମ୍ କରିବା ସହ ଏହାକୁ ଅନ୍ୟ ଏକ ଫୋଲ୍ଡରରେ ସେଭ୍ କରାଯାଇଛି ଏବଂ ଗୋଟିଏ ଟାଗ୍ ବ୍ୟବହାର କରି ସ୍ଥାପିତ କରାଯାଇଛି!
02:45 ବର୍ତ୍ତମାନ, ୱେବସାଇଟ୍ www dot google dot comକୁ ବୂକମାର୍କ କରନ୍ତୁ
02:53 Address ବାରରେ ଆଡ୍ରେସକୁ ଚୟନ କରିବା ସହ ଏହାକୁ ଡିଲିଟ୍ କରନ୍ତୁ
02:56 ବର୍ତ୍ତମାନ ଟାଇପ୍ କରନ୍ତୁ, www ଡଟ୍ google ଡଟ୍ କମ୍
03:01 Enter ଦାବନ୍ତୁ
03:03 ବର୍ତ୍ତମାନ, Address barର ଡାହାଣ ପଟ କୋଣରେ ଥିବା star ଉପରେ କ୍ଲିକ୍ କରନ୍ତୁ
03:08 google ୱେବସାଇଟ୍ ବୂକମାର୍କ ହୋଇଯାଇଛି
03:12 ସମାନରୂପେ, ଚାରୋଟି ସାଇଟ୍ Spoken Tutorial, Yahoo, Firefox Add-ons ଓ Ubuntuକୁ ବୂକମାର୍କ କରନ୍ତୁ
03:36 ଧ୍ୟାନଦିଅନ୍ତୁ ଯେ ଏହି ବୂକମାର୍କଗୁଡିକୁ ଆମେ ଗୋଟିଏ ଫୋଲ୍ଡରରେ ସେଭ୍ କରିନାହାଁନ୍ତି
03:40 ଏବଂ ଆମେ ସୃଷ୍ଟି କରିଥିବା ଗୋଟିଏ ବୂକମାର୍କକୁ କିପରି ଡିଲିଟ୍ କରିବା?
03:44 ନିଶ୍ଚିତରୂପେ, ଆପଣ Edit This Bookmark ଡାଇଲଗ୍ ବକ୍ସରେ ଥିବା Remove bookmark ବଟନକୁ ଲକ୍ଷ୍ୟ କରିସାରିଥିବେ
03:50 www.google.com ବୂକମାର୍କକୁ ଡିଲିଟ୍ କରନ୍ତୁ
03:55 Address ବାରରେ ଟାଇପ୍ କରନ୍ତୁ: www.google.com. ହଳଦିଆ ଷ୍ଟାର୍ ଉପରେ କ୍ଲିକ୍ କରନ୍ତୁ
04:03 Edit This Bookmark ଡାଇଲଗ୍ ବକ୍ସରେ ଥିବା Remove Bookmark ବଟନ୍ ଉପରେ କ୍ଲିକ୍ କରନ୍ତୁ
04:09 Menu ବାରରେ ଥିବା Bookmarks and MyBookmarks ଉପରେ କ୍ଲିକ୍ କରନ୍ତୁ
04:14 Bookmark ମେନୁରେ ବୂକମାର୍କ google ଦୃଶ୍ୟମାନ ହେବ ନାହିଁ
04:19 ଆପଣ ସୃଷ୍ଟି କରିଥିବା ବୂକମାର୍କଗୁଡିକୁ କିପରି ଆକ୍ସେସ୍ କରିପାରିବେ?
04:23 ବୂକମାର୍କଗୁଡିକୁ ଆପଣ ଅନେକ ମାର୍ଗରେ ଆକ୍ସେସ୍ କରିପାରିବେ
04:26 ଆପଣ ବୂକମାର୍କ କରିଥିବା ସାଇଟକୁ ଆକ୍ସେସ୍ କରିବା ପାଇଁ ସବୁଠାରୁ ସହଜ ମାର୍ଗ ହେଉଛି, Address ବାରରେ ଏହାର ନାମକୁ ଟାଇପ୍ କରିବା
04:33 Address ବାର୍ ଉପରେ କ୍ଲିକ୍ କରିବା ସହ ପ୍ରଦର୍ଶିତ ହେଉଥିବା ଆଡ୍ରେସକୁ ଚୟନ କରନ୍ତୁ ଏବଂ ଡିଲିଟ୍ କରନ୍ତୁ
04:39 ବର୍ତ୍ତମାନ Address ବାରରେ, ଅକ୍ଷର Gକୁ ଟାଇପ୍ କରନ୍ତୁ
04:43 ଧ୍ୟାନଦିଅନ୍ତୁ ଯେ Gରୁ ଆରମ୍ଭ ହୋଇଥିବା ୱେବସାଇଟଗୁଡିକର ଗୋଟିଏ ତାଲିକା ଦୃଶ୍ୟମାନ ହୋଇଛି
04:49 ଏଗୁଡିକ ମଧ୍ୟ ଆପଣ ବୂକମାର୍କ, ଟାଗ୍ ଓ ଭିଜିଟ୍ କରିଥିବା ସାଇଟଗୁଡିକ ଅଟନ୍ତି
04:55 ଆପଣ Library ୱିଣ୍ଡୋରେ ବୂକମାର୍କଗୁଡିକୁ ଦେଖିବା ସହିତ ବ୍ୟବସ୍ଥିତ ମଧ୍ୟ କରିପାରିବେ
05:00 Menu ବାରରେ ଥିବା Bookmarks ଉପରେ କ୍ଲିକ୍ କରିବା ସହିତ Show All Bookmarksକୁ ଚୟନ କରନ୍ତୁ
05:06 Library ୱିଣ୍ଡୋ ଖୋଲିଯିବ
05:09 ଡିଫଲ୍ଟ ଭାବେ, ସମସ୍ତ ବୂକମାର୍କଗୁଡିକ ଆପଣ ସୃଷ୍ଟି କରିଥିବା Unsorted Bookmarks ଫୋଲ୍ଡର ମଧ୍ୟରେ ସେଭ୍ ହୋଇଯାଇଛି
05:16 ଧ୍ୟାନଦିଅନ୍ତୁ ଯେ ବୂକମାର୍କଗୁଡିକ ଯେପରି Yahoo, Spoken Tutorial, Ubuntu ଓ FireFox Add-ons ଏଠାରେ ତାଲିକାଭୁକ୍ତ ହୋଇଛନ୍ତି
05:24 କହିବାକୁ ଗଲେ, ଆମେ Yahoo India ବୂକମାର୍କକୁ Bookmarks ମେନୁରେ ସଂଯୁକ୍ତ କରିବାକୁ ଚାହୁଁଛୁ
05:29 ପ୍ରଥମେ, Library ୱିଣ୍ଡୋକୁ ସ୍କ୍ରୀନର କେନ୍ଦ୍ରକୁ ଆଣନ୍ତୁ
05:34 ବର୍ତ୍ତମାନ, Menu bar ଓ ବିକଳ୍ପଗୁଡିକୁ ସ୍ପଷ୍ଟଭାବେ ଦେଖାଯାଇପାରିବ
05:39 Unsorted Bookmarks ଫୋଲ୍ଡର୍ ମଧ୍ୟରୁ ବୂକମାର୍କ Yahooକୁ ଚୟନ କରନ୍ତୁ
05:43 left mouse ବଟନକୁ ଦାବନ୍ତୁ ଏବଂ ବୂକମାର୍କକୁ Bookmarks ମେନୁ ମଧ୍ୟକୁ ଡ୍ରାଗ୍ କରନ୍ତୁ
05:49 ସୁନିଶ୍ଚିତ କରନ୍ତୁ ଯେ କର୍ସର Bookmarks ମେନୁ ଉପରେ ଅଛି
05:53 Bookmark ମେନୁ ବିସ୍ତାରିତ ହେବ
05:56 ମେନୁ ଉପରେ mouse pointerକୁ ରଖନ୍ତୁ ଏବଂ left mouse ବଟନକୁ ଛାଡିଦିଅନ୍ତୁ
06:01 ବର୍ତ୍ତମାନ Bookmark menu ଉପରେ କ୍ଲିକ୍ କରନ୍ତୁ
06:04 Yahoo ବୂକମାର୍କ ବର୍ତ୍ତମାନ Bookmark ମେନୁ ମଧ୍ୟରେ ଦୃଶ୍ୟମାନ ହେବ
06:08 Library ୱିଣ୍ଡୋରୁ ଗୋଟିଏ ବୂକମାର୍କକୁ ସିଧାସଳଖ ଖୋଲିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
06:15 ବର୍ତ୍ତମାନ, Library ୱିଣ୍ଡୋକୁ ବନ୍ଦ କରନ୍ତୁ
06:19 ବୂକମାର୍କଗୁଡିକୁ ସର୍ଟ କରିବା ପାଇଁ Firefox ମଧ୍ୟ ଅନୁମତି ଦେଇଥାଏ
06:23 ନାମ ଅନୁସାରେ ବୂକମାର୍କଗୁଡିକୁ ସର୍ଟ କରନ୍ତୁ
06:26 Menu ବାରସ୍ଥିତ View ଉପରେ କ୍ଲିକ୍ କରିବା ସହିତ Sidebarକୁ ଚୟନ କରନ୍ତୁ ଏବଂ Bookmarksରେ କ୍ଲିକ୍ କରନ୍ତୁ
06:32 ବାମ ପଟ ପ୍ୟାନେଲରେ Bookmarks ସାଇଡ୍ ବାର୍ ଖୋଲିବ
06:37 ପୁନର୍ବାର Google.comକୁ ବୂକମାର୍କ କରନ୍ତୁ
06:42 Bookmarks ସାଇଡ୍ ବାରରୁ Unsorted Bookmarks ଫୋଲ୍ଡରକୁ ଚୟନ କରିବା ସହିତ ଏହା ଉପରେ କ୍ଲିକ୍ କରନ୍ତୁ
06:48 Sort By Nameକୁ ଚୟନ କରନ୍ତୁ
06:51 ବୂକମାର୍କଗୁଡିକ ନାମ ଅନୁସାରେ ସର୍ଟ ହୋଇଛି
06:54 ଆପଣ ବୂକମାର୍କଗୁଡିକୁ ମାନୁଆଲୀ ମଧ୍ୟ ପୁନଃବ୍ୟବସ୍ଥିତ କରିପାରିବେ
06:57 Bookmarks ସାଇଡବାରରେ ଥିବା Bookmarks Menu ଫୋଲ୍ଡର୍ ଉପରେ କ୍ଲିକ୍ କରିବା ସହ ଖୋଲନ୍ତୁ
07:03 ତା’ପରେ, Unsorted Bookmarks ଫୋଲ୍ଡର୍ ଉପରେ କ୍ଲିକ୍ କରିବା ସହ ଖୋଲନ୍ତୁ
07:08 Spoken Tutorial ବୂକମାର୍କ ଉପରେ mouseକୁ ରଖନ୍ତୁ
07:12 ବର୍ତ୍ତମାନ, left mouse ବଟନକୁ ଦାବିବା ସହିତ ବୂକମାର୍କକୁ Bookmarks Sidebarରେ ଥିବା Ubuntu and Free Software ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
07:22 mouse-buttonକୁ ଛାଡିଦିଅନ୍ତୁ
07:25 ବୂକମାର୍କ Ubuntu and Free Software ଫୋଲ୍ଡର୍ ମଧ୍ୟକୁ ଚାଲିଆସିବ
07:30 ଆପଣ Bookmarks Sidebarରେ କରିଥିବା ପରିବର୍ତ୍ତନ Bookmarks ମେନୁରେ ମଧ୍ୟ ପ୍ରତିଫଳିତ ହେବ
07:35 ଅପଣ ବୂକମାର୍କଗୁଡିକୁ ଅଟୋମାଟିକାଲୀ ମଧ୍ୟ ସର୍ଟ କରିପାରିବେ
07:39 Menu ବାରସ୍ଥିତ Bookmarks ଉପରେ କ୍ଲିକ୍ କରିବା ସହ Show all bookmarksକୁ ଚୟନ କରନ୍ତୁ
07:45 ବାମପଟ ପ୍ୟାନେଲରେ ଦୃଶ୍ୟମାନ ହେଉଥିବା Library ୱିଣ୍ଡୋରେ Unsorted bookmarksକୁ ଚୟନ କରନ୍ତୁ
07:51 ବର୍ତ୍ତମାନ, Views, Sort ଓ Sort by Addedକୁ ଚୟନ କରନ୍ତୁ
07:57 ବୂକମାର୍କ ଭାବେ ସଂଯୁକ୍ତ ହେବା କ୍ରମରେ ଆଡ୍ରେସଗୁଡିକ ସର୍ଟ ହୋଇଛି. Close ଉପରେ କ୍ଲିକ୍ କରନ୍ତୁ
08:04 ଶେଷରେ, ୱେବ ପେଜକୁ କିପରି ପ୍ରିଣ୍ଟ କରାଯାଏ ଚାଲନ୍ତୁ ଶିଖିବା
08:08 ପ୍ରଥମେ ପ୍ରିଣ୍ଟ କରିବା ପାଇଁ ଏହି ୱେବ୍ ପେଜକୁ ସେଟ ଅପ୍ କରନ୍ତୁ
08:12 Firefox ମେନୁବାରସ୍ଥିତ File ଉପରେ କ୍ଲିକ୍ କରିବା ସହ Page Setupକୁ ଚୟନ କରନ୍ତୁ
08:17 Page Setup ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
08:21 Paper Sizeକୁ A4 ଭାବେ ଚୟନ କରନ୍ତୁ
08:24 Orientationକୁ Portrait ଭାବେ ଚୟନ କରନ୍ତୁ
08:28 Applyରେ କ୍ଲିକ୍ କରନ୍ତୁ
08:30 ସେଟିଙ୍ଗଗୁଡିକ କିପରି କାର୍ଯ୍ୟକାରୀ ହୋଇଛି ଯାଞ୍ଚ କରିବା ପାଇଁ File ଉପରେ କ୍ଲିକ୍ କରିବା ସହ Print Previewକୁ ଚୟନ କରନ୍ତୁ
08:36 ପ୍ରିଣ୍ଟରେ ଯେପରି ହେବ ଆପଣ ପେଜକୁ ଠିକ୍ ସେହି ଭଳି ଦେଖିପାରିବେ
08:40 ବାହାର ହେବା ପାଇଁ Close ଉପରେ କ୍ଲିକ୍ କରନ୍ତୁ
08:42 Firefoxର Menu ବାରସ୍ଥିତ File ଉପରେ କ୍ଲିକ୍ କରିବା ସହ Print ଚୟନ କରନ୍ତୁ
08:47 Print ଡାଇଲଗ୍ ବକ୍ସ ସ୍କ୍ରୀନ୍ ଉପରେ ଦୃଶ୍ୟମାନ ହେବ
08:50 ଏଠାରେ, General ଟାବରେ ଥିବା ବିକଳ୍ପ Generic Printerକୁ ଚୟନ କରନ୍ତୁ
08:55 ତା’ପରେ, Range ଫିଲ୍ଡରେ All Pagesକୁ ଚୟନ କରନ୍ତୁ
09:01 Copiesରେ 1 ଚୟନ କରନ୍ତୁ
09:04 Options ଟାବ୍ ଉପରେ କ୍ଲିକ୍ କରିବା ସହିତ Ignore Scaling and Shrink To Fit Page Widthକୁ ଚୟନ କରନ୍ତୁ
09:10 Printରେ କ୍ଲିକ୍ କରନ୍ତୁ
09:12 ଯଦି ପ୍ରିଣ୍ଟର୍ ଠିକ୍ ଭାବେ କନଫିଗର୍ ହୋଇଥିବ ତେବେ ବର୍ତ୍ତମାନ ପ୍ରିଣ୍ଟ ଆରମ୍ଭ ହୋଇଯିବ
09:17 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ
09:23 Bookmarks. ଏହା ମଧ୍ୟ ଶିଖିଲେ ଯେ ବୂକମାର୍କଗୁଡିକୁ କିପରି ବ୍ୟବସ୍ଥିତ କରିବା, Firefox ପେଜକୁ ସେଟ ଅପ୍ କରିବା, Preview ଓ Print କରିବା
09:32 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି
09:35 ଗୋଟିଏ ନୁତନ Mozilla Firefox ୱିଣ୍ଡୋକୁ ଖୋଲନ୍ତୁ
09:38 ପାଞ୍ଚୋଟି ନୁତନ ସାଇଟକୁ ଯା’ନ୍ତୁ
09:41 ସେସମସ୍ତଙ୍କୁ ବୂକମାର୍କ କରନ୍ତୁ
09:43 ବୂକମାର୍କଗୁଡିକୁ ଗୋଟିଏ ନୁତନ ଫୋଲ୍ଡରରେ Save କରନ୍ତୁ
09:47 ବୂକମାର୍କଗୁଡିକୁ ଅକ୍ଷରର ବିପରୀତ କ୍ରମେରେ ବ୍ୟବସ୍ଥିତ କରନ୍ତୁ
09:51 ବୂକମାର୍କ ହୋଇଥିବା ଶେଷ ସାଇଟକୁ ଯା’ନ୍ତୁ
09:55 ପ୍ରିଣ୍ଟ ପାଇଁ ୱେବ ପେଜକୁ ସେଟ ଅପ୍ କରିବା ସହ ପ୍ରିଣ୍ଟ କରନ୍ତୁ
09:58 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
10:02 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:05 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:15 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
10:18 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:25 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:29 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:37 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
10:40 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ
10:52 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep