Digital-Divide/C2/How-to-use-FOSSEE-Netbook/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, FOSSEE Netbookର ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ, ଯାହା ଆଇଆଇଟି ବମ୍ୱେ ଦ୍ଵାରା ପରିଚାଳିତ
00:09 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:12 FOSSEE ନେଟବୂକରେ ଥିବା ଡେସ୍କଟପ୍,
00:14 ଏହା ସହିତ ଆସୁଥିବା କିଛି ପ୍ରୋଗ୍ରାମ୍ ଏବଂ
00:17 ନୂତନ ଅପରେଟିଙ୍ଗ୍ ସିଷ୍ଟମ୍ ସହିତ କିପରି ଏହାକୁ ଅପଡେଟ୍ କରିବା
00:22 ଏହାକୁ FOSSEE Netbook ଭାବେ ଗ୍ରହଣ କରାଯାଏ କାରଣ
00:26 FOSSEE ଟିମ୍: ଏହା ପାଇଁ ଉପଯୁକ୍ତ ନିର୍ଦ୍ଦେଶାବଳୀ ସହିତ ଉପସ୍ଥିତ ଅଛନ୍ତି
00:30 ଅପରେଟିଙ୍ଗ୍ ସିଷ୍ଟମରେ ପରିବର୍ତ୍ତନ କରିବା
00:32 ଗୋଟିଏ ସଫ୍ଟୱେର୍ ବଣ୍ଟନ ସହିତ ଉପସ୍ଥିତ ଏବଂ
00:35 ଅପଡେଟସ ଓ ତାଲିମ୍ ପ୍ରଦାନ କରିବା
00:38 ଅପରେଟିଙ୍ଗ୍ ସିଷ୍ଟମ୍ ନବୀନତମ Ubuntu Linuxରୁ ପ୍ରାପ୍ତ କରାଯାଇଛି
00:43 ଆଇଆଇଟି ବମ୍ବେ ଦ୍ଵାରା ପରିଚାଳିତ, FOSSEE Netbook ଗୋଟିଏ ସ୍ଵଳ୍ପ ମୂଲ୍ୟ ବିଶିଷ୍ଟ ଲାପଟପ୍ ଅଟେ
00:49 ନିର୍ଦ୍ଧାରିତ ନିୟମାବଳୀ ସହିତ ଏହା Basics Comtech Pvt. Ltd. ଦ୍ଵାରା ନିର୍ମିତ
00:55 ଏହାର ରୂପରେଖ ଶିକ୍ଷା ଓ ଗବେଷଣା ପାଇଁ ଉଦ୍ଦିଷ୍ଟ
00:58 ଏବଂ ଏହାର ମୂଲ୍ୟ ପାଖାପାଖି 5,000ରୁପୀ ସହିତ customs, taxes, ପ୍ରଭୃତି
01:03 ଏହି ଟ୍ୟୁଟୋରିଆଲ୍ ରେକର୍ଡ୍ କରିବା ପାଇଁ ମୁଁ ଗୋଟିଏ FOSSEE Netbook ବ୍ୟବହାର କରୁଛି
01:08 FOSSEE ଦ୍ଵରା ବଣ୍ଟନ ହେଉଥିବା GNU/Linux Operating System ଏବଂ
01:12 Kazam ସ୍କ୍ରୀନ୍ recorder ଭର୍ସନ୍ 1.4.5
01:17 ବର୍ତ୍ତମାନ ଚାଲନ୍ତୁ FOSSEE Netbookକୁ ନିରିକ୍ଷଣ କରିବା
01:20 FOSSEE Netbook ଏହି ଭଳି ଦେଖାଯାଏ
01:24 ଏହା ପାଖାପାଖି 700gms ଓଜନ ହେବ
01:28 ଏହାର ଗୋଟିଏ 10 ଇଞ୍ଚ display ଏବଂ ଏକ touch-pad ଅଛି
01:31 ସମ୍ମୁଖରେ ଗୋଟିଏ କ୍ୟାମେରା ଏବଂ ଦୁଇଟି ନିର୍ମିତ speakers ଅଛି
01:35 ଏହାର ଦୁଇଟି କାର୍ଯ୍ୟକାରୀ USB ପୋର୍ଟ୍, ଗୋଟିଏ mini HDMI ପୋର୍ଟ୍, ଏକ Lan ପୋର୍ଟ୍ ଅଛି
01:43 ଅଡିଓ ସପୋର୍ଟ୍ ପାଇଁ ଏହାର headphone ଓ mic jacks ପୃଥକ୍ ଭାବେ ଅଛନ୍ତି
01:49 ଏହାର ଗୋଟିଏ SD card slot ମଧ୍ୟ ଅଛି ଯାହା 32GB ପର୍ଯ୍ୟନ୍ତ ସହାୟକ ହୋଇପାରେ
01:56 ଏହାର ଗୋଟିଏ 5000 mAH ବ୍ୟାଟେରୀ ଅଛି
01:59 ବ୍ୟବହୃତ ପ୍ରୋଗ୍ରାମ୍ ଉପରେ ନିର୍ଭରକରି, ଏହା ପାଖାପାଖି 4 to 8 hours ପର୍ଯ୍ୟନ୍ତ ବ୍ୟାକ୍-ଅପ୍ ଦେଇଥାଏ
02:04 ଏହାର 1GB RAM ଓ 8GB ROM ଅଛି
02:07 ଏହା wi-fi ଓ bluetoothକୁ ମଧ୍ୟ ସପୋର୍ଟ୍ କରେ
02:11 ହାର୍ଡ୍ୱୱେର୍ ଉପରେ ସବିଶେଷ ତଥ୍ୟ ପାଇବା ପାଇଁ, ଦାୟାକରି http://netbook.fossee.inକୁ ଯା’ନ୍ତୁ
02:19 FOSSEE OSର recovery/update/re-installation ପାଇଁ, ୟୁଜର୍ ନିମ୍ନଲିଖିତ କରିବା ଆବଶ୍ୟକ
02:25 netbook.fossee.in/recoveryରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ସହିତ sdcardକୁ ପ୍ରସ୍ତୁତ କରନ୍ତୁ
02:33 FOSSEE Netbookକୁ ବନ୍ଦ କରନ୍ତୁ
02:35 slotରେ sdcardକୁ ପ୍ରବେଶ କରନ୍ତୁ ଏବଂ Power କୀକୁ ଦାବି ଧରନ୍ତୁ
02:41 ସ୍କ୍ରୀନ୍ ଉପରେ Entering recovery mode..., ଏହି ଭଳି ଗୋଟିଏ ଟେକ୍ସଟ ବାର୍ତ୍ତା ପ୍ରଦର୍ଶିତ ହେବ
02:46 ପରବର୍ତ୍ତି ସ୍କ୍ରୀନରେ ପ୍ରଦର୍ଶିତ ହୋଇଥିବା ଉପଯୁକ୍ତ ଅପଶନକୁ ଚୟନ କରନ୍ତୁ
02:51 ଏଠାରେ ଆପଣ FOSSEE Netbookର ଡେସ୍କଟପ୍ ସହିତ FOSSEE OSକୁ ଦେଖିବାକୁ ପାଇବେ
02:57 ଡିଫଲ୍ଟ ଭାବେ କିଛି ଆଇକନକୁ ଆପଣ ଡେସ୍କଟପ୍ ଉପରେ ଦେଖିବାକୁ ପାଇବେ
03:01 ଅନ୍ୟ କମ୍ପ୍ୟୁଟର୍ ଭଳି, ଆଇକନ୍ ସମ୍ବନ୍ଧିତ applicationକୁ ଖୋଲିବା ପାଇଁ, ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
03:09 ଏଠାରେ, ନିମ୍ନରେ ଡାହାଣ ପଟେ Network ସଂଯୋଗ ପାଇଁ ଆଇକନ୍ ଅଛି
03:15 ବର୍ତ୍ତମାନ ଏହା No network connection ପ୍ରଦର୍ଶନ କରୁଅଛି
03:18 ଚାଲନ୍ତୁ ଗୋଟିଏ networkକୁ କିପରି ସଂଯୋଗ କରାଯାଏ ଶିଖିବା
03:21 wi-fi ସଂଯୋଗ ପାଇଁ, icon ଉପରେ କ୍ଲିକ୍ କରନ୍ତୁ
03:25 ଉପଲବ୍ଧ ଥିବା ସଂଯୋଗଗୁଡିକର ଗୋଟିଏ ତାଲିକା ପ୍ରଦର୍ଶିତ ହେବ
03:30 ଏଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏ, ଯାହାର wi-fi network ପାସୱର୍ଡ ଆପଣଙ୍କୁ ଜଣାଥିବ ତାହା ସହିତ ସଂଯୋଗ କରିପାରିବେ
03:35 ମୋ ମେସିନରେ ଉପଲବ୍ଧ ଥିବା ନେଟୱର୍କଗୁଡିକ ମଧ୍ୟରୁ ଗୋଟିଏକୁ ଚୟନ କରିବି
03:40 ଏବଂ ତା’ପରେ ପାସୱର୍ଡ୍ ଟାଇପ୍ କରିବି ଏବଂ Connect ବଟନ୍ ଉପରେ କ୍ଲିକ୍ କରିବି
03:46 System Trayରେ ଥିବା ନେଟୱର୍କ୍ ଆଇକନକୁ ଲକ୍ଷ କରନ୍ତୁ
03:50 ବର୍ତ୍ତମାନ iconଟି ବଦଳିଗଲା
03:52 ବର୍ତ୍ତମାନ ସଂଯୋଗ ହୋଇଥିବା ନେଟୱର୍କର ନାମକୁ ଏହା ପ୍ରଦର୍ଶନ କରିବ
03:57 ବର୍ତ୍ତମାନ ଚାଲନ୍ତୁ ଡେସ୍କଟପର ନିମ୍ନର ବାମପଟ କୋଣଆଡକୁ ଧ୍ୟାନ ଦେବା
04:03 ଏଠାରେ Start ମେନୁକୁ ପ୍ରାପ୍ତକରିବା ଯାହା ମୂଖ୍ୟ ମେନୁ ଅଟେ
04:07 Start ମେନୁ ଉପଲବ୍ଧ ସମସ୍ତ ସଫ୍ଟୱେର ଓ applicationଗୁଡିକୁ ତାଲିକାଭୁକ୍ତ କରି ଗୋଟିଏ ଶ୍ରେଣୀ ଆକାରରେ ପ୍ରଦର୍ଶିତ କରିଥାଏ
04:14 ତାଲିକାଭୁକ୍ତ software କିମ୍ବା applicationsକୁ ଜାଣିବା ପାଇଁ, ପ୍ରତ୍ୟେକ ଶ୍ରେଣୀ ଉପରେ କ୍ଲିକ୍ କରନ୍ତୁ
04:21 ଚାଲନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଦେଖିବା
04:24 Education ଶ୍ରେଣୀରେ ଏହି ସମସ୍ତ applicationଗୁଡିକ ତାଲିକାଭୁକ୍ତ ଅଛନ୍ତି
04:28 ଏଠାରେ Geogebra ଅଛି
04:31 ଆଲଜେବ୍ରା ଓ ଜ୍ୟାମିତିର ଧାରାକୁ ଶିଖିବା ପାଇଁ ଏହା ଗୋଟିଏ ଅତି ଉତ୍ତମ ଫ୍ରୀ ସଫ୍ଟୱେର୍ ଅଟେ
04:37 ଏହା ସାଧାରଣତଃ 6th ଗ୍ରେଡରୁ ଉପର ଛାତ୍ରଛାତ୍ରୀମାନଙ୍କ ପାଇଁ ଦରକାରି ହୋଇଥାଏ
04:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ Geogebra ଶିଖିବା ପାଇଁ ଅତି ଉତ୍ତମ ଟ୍ୟୁଟୋରିଆଲଅଗୁଡିକୁ ପ୍ରସ୍ତୁତ କରିଅଛି
04:47 ଏଗୁଡିକ http://spoken-tutorial.org ମାଧ୍ୟମରେ ବିନା ମୂଲ୍ୟରେ ଉପଲବ୍ଧ
04:53 ଆପଣ ଏହି link କିପରି ଦେଖାଯାଏ, browser windowରେ ଦେଖିପାରିବେ
04:57 ଏବଂ ଆପଣ ଦେଖିପାରିବେ ଯେ ଏହି ଟ୍ୟୁଟୋରିଆଲଗୁଡିକ ଅନେକ ଭାରତୀୟ ଭାଷାରେ ମଧ୍ୟ ଉପଲବ୍ଧ ଅଛି
05:03 ଏହି ପେଜରେ, ଏହି ଭଳି ଅନେକ ଫ୍ରୀ ସଫ୍ଟୱେର୍ netbookରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ସହିତ ଉପଲବ୍ଧ ଅଛି
05:10 ଅଳ୍ପ ସମୟରେ ମୁଁ ସେମାନଙ୍କୁ ପ୍ରଦର୍ଶନ କରିବି
05:13 Start ମେନୁକୁ ଫେରିଆସନ୍ତୁ
05:15 ଚାଲନ୍ତୁ ଅନ୍ୟ ଏକ ସଫ୍ଟୱେର୍ Jmolକୁ ଦେଖିବା
05:19 ଏହା କେମିକାଲ୍ ଷ୍ଟ୍ରକଚର୍ ଯେପରି molecules, bonds ପ୍ରଭୃତିକୁ 3Dରେ ଦେଖିବା ପାଇଁ ଅତ୍ୟନ୍ତ ଦରକାରି ଅଟେ
05:26 Jmol ଉପରେ ଥିବା ଟ୍ୟୂଟୋରିଆଲଗୁଡିକ ସ୍ପୋକନ୍ ଟ୍ୟୂଟୋରିଆଲ୍ ୱେବସାଇଟରେ ଅନେକ ଭାଷାରେ ଉପଲବ୍ଧ ଅଛି
05:33 Start ମେନୁରେ, ଅନ୍ୟ ଏକ ଶ୍ରେଣୀ Graphicsକୁ ଚାଲନ୍ତୁ ଦେଖିବା
05:40 ଏଠାରେ ଆପଣ, GIMP, Inkscape ଓ Xfigକୁ ଦେଖିବାକୁ ପାଇବେ
05:46 GIMP, Inkscape ଓ Xfig ଉପରେ ଅନେକ ଟ୍ୟୂଟୋରିଆଲ୍ ସ୍ପୋକନ୍ ଟ୍ୟୂଟୋରିଆଲ୍ ୱେବସାଇଟରେ ଉପଲବ୍ଧ ଅଛି
05:54 ଏହି graphic software ଗୁଡିକର ବ୍ୟବହାର ଶିଖିବା ପାଇଁ, ଏହି ଟ୍ୟୁଟୋରିଆଲଗୁଡିକୁ ବ୍ୟବହାର କରିପାରିବେ
06:01 ବର୍ତ୍ତମାନ Internetରେ ଥିବା ଶ୍ରେଣୀକୁ ଦେଖିବା ଏବଂ ଏଠାରେ ଏହି ଅପଶନଗୁଡିକ ଉପଲବ୍ଧ ଅଛି
06:07 ଏଠାରେ ଆମର Firefox Web Browser ଅଛି
06:10 ଏବଂ Firefoxର ବ୍ୟବହାର ଶିଖିବା ପାଇଁ ଏଠାରେ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକ ଅଛନ୍ତି
06:15 ପୁନର୍ବାର ଏହା ଅନେକ ଭାରତୀୟ ଭାଷାରେ ଉପଲବ୍ଧ ଅଛି
06:20 Office ଶ୍ରେଣୀରେ, ଆମ ପାଖରେ ସମ୍ପୁର୍ଣ୍ଣ LibreOffice Suite ଅଛି - Writer, Calc, Impress, Base, Draw ଓ Math
06:31 ସ୍ପୋକନ୍ ଟ୍ୟୂଟୋରିଆଲ୍ ୱେବସାଇଟରେ, ସମ୍ପୁର୍ଣ୍ଣ LibreOffice Suiteକୁ ଶିଖିବା ପାଇଁ ଟ୍ୟୁଟୋରିଆଲଗୁଡିକ ଉପଲବ୍ଧ ଅଛନ୍ତି
06:37 ଚାଲନ୍ତୁ Programming ଶ୍ରେଣୀକୁ ଯିବା
06:40 ଏଠାରେ ଆପଣ iPythonକୁ ଦେଖିପାରିବେ
06:43 ଏଠାରେ ସ୍ପୋକନ୍ ଟ୍ୟୂଟୋରିଆଲ୍ ୱେବସାଇଟରେ Pythonର ଗୋଟିଏ ସିରିଜ୍ ଅଛି
06:47 ଏଠାରେ Scilab ମଧ୍ୟ ଅଛି
06:50 ପୁନର୍ବାର, ସ୍ପୋକନ୍ ଟ୍ୟୂଟୋରିଆଲ୍ ୱେବସାଇଟରେ, Scilab ଶିଖିବା ପାଇଁ ଟ୍ୟୁଟୋରିଆଲଗୁଡିକ ଉପଲବ୍ଧ ଅଛନ୍ତି
06:56 Code Blocks ଓ Geany ଭଳି କିଛି IDE ମଧ୍ୟ ଅଛନ୍ତି
07:01 ଏମାନଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା Spoken Tutorials ଉପଲବ୍ଧ ହୋଇନାହିଁ
07:05 କିନ୍ତୁ ଯଦି ଆପଣ ଇଣ୍ଟରନେଟରେ ସର୍ଚ କରିବେ, ଏଗୁଡିକ ଉପରେ ମଧ୍ୟ ଦରକାରି ଶିକ୍ଷଣିୟ ଉପାଦାନ ପାଇବେ
07:12 ଚାଲନ୍ତୁ Sound & Videoରେ ଉପଲବ୍ଧ ଥିବା applicationଗୁଡିକୁ ଦେଖିବା
07:17 ତେଣୁ, ଆମ ପାଖରେ Audacity ଅଛି ଯାହା audio tracksକୁ ରେକର୍ଡ୍ କରିବା ପାଇଁ ବ୍ୟବହୃତ ହୁଏ
07:22 ଏବଂ ଏଠାରେ Audacityର ବ୍ୟବହାର ଶିଖିବା ପାଇଁ ଟ୍ୟୁଟୋରିଆଲଗୁଡିକ ଉପଲବ୍ଧ ଅଛି
07:26 Desktop, Keyboard, Monitor, Network ପ୍ରଭୃତିକୁ କଷ୍ଟମାଇଜ୍ କରିବା ପାଇଁ Preferencesରେ ଅପଶନଗୁଡିକ ଅଛି
07:33 Customize Look and Feel ଅପଶନ୍ ଉପରେ କ୍ଲିକ୍ କରନ୍ତୁ
07:37 ଡିଫଲ୍ଟ ଭାବେ ଆମେ Widget ଟାବ୍ ମଧ୍ୟରେ ଅଛନ୍ତି
07:40 ଏଠାରେ ଜଣେ, ପ୍ରଦର୍ଶିତ windowsର ଡିଫଲ୍ଟ themeକୁ ବଦଳାଇ ପାରିବ
07:45 ପ୍ରଦତ୍ତ ତାଲିକାରୁ, ଆପଣଙ୍କ ପସନ୍ଦର themeକୁ ଚୟନ କରନ୍ତୁ
07:51 ଆସନ୍ତା ଟ୍ୟୁଟୋରିଆଲଗୁଡିକରେ, ଆମେ ଅନ୍ୟାନ୍ୟ ସମସ୍ତ ଟାବଗୁଡିକ ଏବଂ ସେମାନଙ୍କର ଅପଶନଗୁଡିକ ବିଷୟରେ ସବିଶେଷ ଶିଖିବା
07:57 shutdown, lock the screen କିମ୍ବା logout କରିବା ପାଇଁ, Logout ଅପଶନ୍ ବ୍ୟବହାର ହୁଏ
08:03 Cancel ବଟନ୍ ଉପରେ କ୍ଲିକ୍ କରନ୍ତୁ
08:05 Start ମେନୁ ପରେ ଥିବା ଆଇକନଟି ହେଉଛି Desktopକୁ ଯିବା ପାଇଁ shortcut
08:10 ଏହା ଉପରେ କ୍ଲିକ୍ କରନ୍ତୁ
08:12 ଏହା ଖୋଲାଥିବା ସମସ୍ତ windowsକୁ ଆଇକନରେ ପରିଣତ କରିଦିଏ ଏବଂ କେବଳ ଡେସ୍କଟପକୁ ପ୍ରଦର୍ଶନ କରେ
08:18 ବର୍ତ୍ତମାନ Desktop ଉପରେ ଥିବା କିଛି ଆଇକନଗୁଡିକୁ ଦେଖିବା
08:23 ଏଠାରେ Terminal ଅଛି
08:25 ଏହା command line interface ଅଟେ
08:28 Terminalର ବ୍ୟବହାର ଶିଖିବା ପାଇଁ, ଦୟାକରି BOSS Linux, ସ୍ପୋକନ୍ ଟ୍ୟୁଟୋରିଆଲ୍ ସିରିଜକୁ ଅନୁକରଣ କରନ୍ତୁ
08:34 File Manager ଫଙ୍କଶନ୍ ଯେପରି, My Computer ଅପଶନ୍ Windows OSରେ ଅଛି
08:39 ଏହି windowରୁ ଆପଣ କୌଣସି ଫୋଲ୍ଡର୍ କିମ୍ବା ଫାଇଲକୁ ଖୋଲି ପାରିବେ
08:47 Software Center, ଆପଣ ଚାହୁଁଥିବା ସମସ୍ତ ସଫ୍ଟୱେରଗୁଡିକୁ ଇନଷ୍ଟଲ୍ କରିବାରେ ସାହାଯ୍ୟ କରିବ
08:58 Language Support, FOSSEE OS ସପୋର୍ଟ୍ କରୁଥିବା ସମସ୍ତ ଭାଷାକୁ ତାଲିକାଭୁକ୍ତ କରିଥାଏ
09:05 ଡେସ୍କଟପ୍ ଉପରେ ଥିବା Readme ନାମକ ଗୋଟିଏ pdfକୁ ଲକ୍ଷ କରନ୍ତୁ
09:10 ଦୟାକରି ଏହି pdfକୁ ଖୋଲନ୍ତୁ ଏବଂ ପଢନ୍ତୁ
09:17 ଏହା ଆପଣଙ୍କୁ Netbook ଉପରେ ସଂକ୍ଷିପ୍ତରେ ସାଧାରଣ ସମୀକ୍ଷା ପ୍ରଦାନ କରିବ
09:27 ଏହା ସହିତ, ଆମେ How to use the FOSSEE Netbook ଉପରେ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
09:33 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, http://spoken-tutorial.org/What_is_a_Spoken_Tutorial. ଦୟାକରି ଏହାକୁ ଦେଖନ୍ତୁ
09:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:48 ଅଧିକ ବିବରଣୀ ପାଇଁ ଆମକୁ ଲେଖନ୍ତୁ
09:51 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଆର୍ଥିକ ସାହାଯ୍ୟ ପ୍ରାପ୍ତ କରିଥାଏ
09:57 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:04 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep